ପଞ୍ଜଶୀର ବିଜୟ ଖବରରେ ବିଭୋର ତାଲିବାନୀ: ଆକାଶକୁ ଫାଙ୍କା ଗୁଳି ଚାଳନା,୧୭ଜଣଙ୍କ ମୃତ୍ୟୁ

1 min read

କାବୁଲ: ଖୁସିରେ ଗୁଳି ଫୁଟାଇଲେ, ୧୭ଜଣଙ୍କୁ ମାରିଦେଲେ । ପଞ୍ଜଶୀର ବିଜୟ ନେଇ ଏକ ଅନିଶ୍ଚିତ ଖବରରେ ବିଭୋର ହୋଇ ଫାଙ୍କା ଗୁଳିଚାଳନା କଲେ ତାଲିବାନୀ ଆତଙ୍କୀ । ଏହା ଦ୍ୱାର ପ୍ରାୟ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ କାବୁଲ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

‘ନ୍ୟାସ୍‌ନାଲ୍‌ ରେଜିଷ୍ଟାନ୍‌ସ୍‌ ଫ୍ରଣ୍ଟ୍‌ ଅଫ୍ ଆଫଗାନିସ୍ତାନ୍‌’କୁ ପରାସ୍ତ କରି ପଞ୍ଜଶୀର ଉପତ୍ୟକାକୁ ନିୟନ୍ତ୍ରଣାଧୀନ କରି ପାରିଛନ୍ତି ବୋଲି ତାଲିବାନ୍‌ ଘୋଷଣା କରିବା ପରେ ଶୁକ୍ରବାରେ ସମଗ୍ର କାବୁଲ୍‌ରେ ଉତ୍ସବ ପାଳନକାଳୀନ ଭୀଷଣ ବନ୍ଧୁକ ଫୁଟିବା ଶଦ୍ଦ ଶୁଭିଥିଲା।

ଗତକାଲିର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା। ତାଲିବାନ ଆଫଗାନିସ୍ତାନକୁ ନର୍କ ବନାଇ ଦେଇଥିବା ବେଳେ ଆହତ ଆତ୍ମୀୟସଜ୍ଜନଙ୍କୁ ଧରି ଲୋକେ ଡାକ୍ତରଖାନା ନେଉଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ସେୟାର୍ ହୋଇଥିବା ଫଟୋ ଏବଂ ଭିଡିଓରେ ଦେଖାଯାଇଥିଲା। ସର୍ବଶକ୍ତିମାନ ଆଲ୍ଲାଙ୍କ କୃପାରୁ ଆମେ ସମଗ୍ର ଆଫଗାନିସ୍ତାକୁ ନିୟନ୍ତ୍ରଣାଧୀନ କରିଛୁ । ବିଶୃଙ୍ଖଳା ସୃଷ୍ଟିକାରୀମାନେ ପରାସ୍ତ ‌ହୋଇଛନ୍ତି ଏବଂ ଏଥର ପଞ୍ଜଶୀର ଆମ ଅଧୀନକୁ ଆସିଛି ବୋଲି ଜଣେ ତାଲିବାନ୍‌ କମାଣ୍ଡର୍‌ କହୁଥିଲେ । ତେବେ ଗତ କିଛି ଦିନ ସଂଘର୍ଷ ମଧ୍ୟରେ  ଉଭୟ ପକ୍ଷରୁ ପ୍ରାୟ ୩୦୦ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି ।

ଏଥିସହିତ ପଢ଼ନ୍ତୁ: ତାଲିବାନ ଦ୍ୱାରା ପଞ୍ଜଶୀର ଦଖଲ ଦାବିକୁ ପୂର୍ବତନ ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ଖଣ୍ଡନ: କହିଲେ, ଲଢ଼େଇ ଜାରି ରହିବ

 

Opn Commnet Area

Leave a Reply

Your email address will not be published. Required fields are marked *

Close Bitnami banner