spot_img
Home Blog Page 5253

ମାଛ ବଦଳାଇ ଦେଲା ଧୀବରଙ୍କ ଭାଗ୍ୟ, ବନିଲେ କୋଟିପତି

ରୋଜଗାର ଆଶାରେ ମତ୍ସ୍ୟଜୀବୀ ମାନେ ମାଛ ଧରୁଥିବା ବେଳେ ସୌଭାଗ୍ୟବଶତଃ ବେଳେବେଳେ ସେମାନଙ୍କର ଭାଗ୍ୟ ମଧ୍ୟ ବଦଳିଯାଇଥାଏ । ମହାରାଷ୍ଟ୍ରର ପାଲଘରର ଜଣେ ମତ୍ସ୍ୟଜୀବୀଙ୍କ ସହ ଏଭଳି ଘଟଣା ଘଟିଛି। ପାଲଘରର ଜଣେ ମତ୍ସ୍ୟଜୀବୀ ରାତାରାତି କୋଟିପତି ହୋଇପଡିଛନ୍ତି। ଚନ୍ଦ୍ରକାନ୍ତଙ୍କ ହାତରେ ପଡିଛି ‘ସୁନାର ହୃଦୟ’ ବିଶିଷ୍ଟ ଘାେଲ ମାଛ । ଏହି ଘୋଲ ମାଛ ହେଉଛି ଏକ ପ୍ରକାରର ବ୍ଲାକ୍ ସ୍ପଟେଡ୍ କ୍ରୋକର ମାଛ । ଯାହାର ଚାହିଦା ବିଦେଶରେ ବହୁତ ରହିଛି।

ହଜାରେ ନୁହେଁ କି ଲକ୍ଷେ ନୁହଁ । ଗୋଟିଏ ଥରରେ ଲାଭ ହେଲା ୧ କୋଟି ୩୩ ଲକ୍ଷ ଟଙ୍କା ।  ମୌସୁମୀ ଋତୁ ଯୋଗୁ ରାଜ୍ୟର ବିଭିନ୍ନ ନଦୀରେ ମାଛ ଧରା ବନ୍ଦ ରହିଥିଲା । ତେବେ ପାଲଘାଟର ଚନ୍ଦ୍ରକାନ୍ତ  ନାମକ ଜଣେ ଧୀବର ଓ ତାର ସହଯୋଗୀ ଓ୍ବାଧଓ୍ବାନକୁ ମାଛ ଧରିବା ଲାଗି ଯାଇଥିଲେ । ଅନ୍ୟ ଦିନ ପରି ସେମାନଙ୍କ ଜାଲରେ କିଛି ମାଛ ପଡିଥିଲେ । ହେଲେ ଜଣାପ଼ଡିଥିଲା ଯେ ସେହି ମାଛଗୁଡିକ ଅତି ବିରଳ ଓ ଦାମୀ ।

ଚନ୍ଦ୍ରକାନ୍ତଙ୍କ ପୁଅ ସୋମନାଥ କହିଛନ୍ତି ଯେ, ଘୋଳ ମାଛର ପେଟରେ ଗୋଟିଏ ଥଳି ରହିଥାଏ । ଯାହାର ଚାହିଦା ଖୁବ୍ ଅଧିକ । ଏନେଇ ସେ ପ୍ରଥମେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଆହୁରି ମଧ୍ୟ ଘୋଳ ମାଛର ଉପକାରିତା ସମ୍ପର୍କରେ ସେ ବଖାଣିଥିଲେ।

ତେବେ ଏହିଭଳି ଘଟଣା କିଛି ନୂଆ ନୁହେଁ । ଏହା ପୂର୍ବରୁ ସାରା ଦୁନିଆରେ ଅନେକ ଦୁର୍ଲଭ ମାଛ ଧରି ବହୁ ମତ୍ସଜୀବୀ ମଧ୍ୟ କୋଟି କୋଟି ଟଙ୍କାର ଅଧିକାରୀ ହୋଇପାରିଥିଲେ ।

କୁଦୁଳା ଗଣଦୁଷ୍କର୍ମ ଘଟଣା: ପୀଡିତାଙ୍କୁ ନ୍ୟାୟ ଦାବିରେ ଭୀମ ଆର୍ମୀର ବିକ୍ଷୋଭ,

ବରଗଡ: କୁଦୁଳା ଗଣଦୁଷ୍କର୍ମ ଘଟଣାରେ ଜୋର ଧରିଲାଣି ପ୍ରତିବାଦ । ପୀଡିତାଙ୍କୁ ନ୍ୟାୟ ଦାବିରେ ଭୀମ ଆର୍ମୀର ବିକ୍ଷୋଭ । ବରଗଡ ଏସପି ଅଫିସ ସମ୍ମୁଖରେ ଭୀମ ଆର୍ମୀର ଶତାଧିକ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସୂଚନା ମୁତାବକ ଗତ ୧୧ ତାରିଖରେ ବରଗଡ ଜିଲ୍ଲା ଗଇସିଲଟ ବ୍ଲକ ଅନ୍ତର୍ଗତ କୁଦୁଳା ଗ୍ରାମର ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । କିନ୍ତୁ ପୋଲିସ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତକୁ ଗିରଫ କରିନଥିବା ଅଭିଯୋଗ କରିଛି ଭୀମ ଆର୍ମୀ ।

ଫଳରେ ଭୀମ ଆର୍ମୀର ଶତାଧିକ ସଦସ୍ୟ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ, କୁଦୁଳା ପୀଡିତଙ୍କୁ ଯଦି ନ୍ୟାୟ ନମିଳେ ତେବେ ଆଗାମୀ ଦିନରେ ସାରା ଓଡିଶା ବନ୍ଦ ଡାକରା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ଭୀମ ଆର୍ମୀର ରାଜ୍ୟ ସଭାପତି ଲଙ୍କେଶ ରାବଣ । ପୀଡ଼ିତାକୁ ଯଥାଶୀଘ୍ର ନ୍ୟାୟ ଦେବା ପାଇଁ ଦାବି କରିଛନ୍ତି ଭୀମ ଆର୍ମି  ।

ବନ୍ଦ ହେଲା ବିମାନ ବନ୍ଦର: ପଡ଼ୋଶୀ ଦେଶର ସୀମାରେ ରୁଣ୍ଢ ହେଲେ ଆଫଗାନ ନାଗରିକ

କାବୁଲ: ଆଫଗାନିସ୍ତାନକୁ ଅଲବିଦା କହିଛି ଆମେରିକା । ଏହା ପରେ ଅନିଶ୍ଚିତତା ମଧ୍ୟରେ ଆଫଗାନୀ । ପ୍ରାଣପ୍ରଣେ ଦେଶ ଛାଡ଼ିବାକୁ ଉଦ୍ୟମ ଚଳାଇଛନ୍ତି ଦେଶବାସୀ ।  ଲୋକମାନେ ଦେଶ ଛାଡି ବାହାରକୁ ଆସିବାକୁ ଚେଷ୍ଟା କରୁଥିଲେ ମଧ୍ୟ ତାହା କଷ୍ଟକର ହୋଇପଡିଛି। କାବୁଲ ବିମାନବନ୍ଦର ତାଲିବାନର କବଜାରେ ରହିଛି। ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିଛି । ଏଭଳି ପରିସ୍ଥିତିରେ ହଜାର ହଜାର ସଂଖ୍ୟାରେ ଆଫଗାନିସ୍ତାନ ନାଗରିକ ଇରାନର ସୀମା ଆଡକୁ ଯିବା ଆରମ୍ଭ କରିଦେଇଛନ୍ତି ।

ଆଫଗାନିସ୍ତାନ-ଇରାନ୍ ସୀମାରେ ଇସ୍ଲାମ କାଲା ବର୍ଡର ପୋଷ୍ଟରେ ରହିଛି । କିଛି ଲୋକଙ୍କ କହିବା ଅନୁସାରେ, ଇରାନର ସୁରକ୍ଷା ଏଜେନ୍ସି କିଛି ଦୂର ପର୍ଯ୍ୟନ୍ତ ନିୟମକୁ କୋହଳ କରିଛି ଓ ଲୋକଙ୍କୁ ଯିବାକୁ ଦେଉଛି । ପୂର୍ବରୁ କାବୁଲ ଏୟାରପୋର୍ଟ  ଆମେରିକାର ନିୟନ୍ତ୍ରଣରେ ଥିଲା, ସେ ପର୍ଯ୍ୟନ୍ତ ବହୁ ଦେଶ ନିଜର ନାଗରିକଙ୍କ ସହିତ ହଜାର ହଜାର ଆଫଗାନିସ୍ତାନୀ ନାଗରିକଙ୍କୁ ସେଠାରୁ ଉଦ୍ଧାର କରିଥିଲେ। ପ୍ରାୟ ଅଢେଇ ଲକ୍ଷରୁ ଅଧିକ ଲେକ ଗତ ୧୫ ଦିନରେ ଆଫଗାନିସ୍ତାନ ଛାଡ଼ି ସାରିଛନ୍ତି। ଜାତିସଂଘର ଏକ ରିପୋର୍ଟ ଅନୁସାରେ, ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ୫ ଲକ୍ଷରୁ ଅଧିକ ଲୋକ ଆଫଗାନିସ୍ତାନ ଛାଡ଼ିପାରନ୍ତି ।

ତାଲିବାନ ସରକାର ଗଠନ କରିବାର ପ୍ରସ୍ତୁତି କରୁଥିବା ବେଳେ ବହୁ ଦେଶର ତାଙ୍କ ସହିତ ଯୋଗାଯୋଗ କରିବା ଆରମ୍ଭ କରିଦେଇଛନ୍ତି। ବ୍ରିଟେନ ସରକାର ବର୍ତ୍ତମାନ ତାଲିବାନ ସହିତ ଆଲୋଚନା କରୁଛନ୍ତି, ଯାହାଫଳରେ ଆଫଗାନିସ୍ତାନରେ ରହି ଯାଇଥିବା ବ୍ରିଟିସ୍ ନାଗରିକଙ୍କୁ ନିରାପଦରେ ଆଣିହେବ। ଅପରପକ୍ଷରେ ଜର୍ମାନ ଏବଂ ତୁର୍କୀ ସହ ମଧ୍ୟ ବିମାନବନ୍ଦର ଚଳାଚଳ ନେଇ ତାଲିବାନର ଆଲୋଚନା ଜାରି ରଖିଛି । ଏଥିସହିତ ଆମେରିକୀୟ ନିରାପତ୍ତା କାଉନସିଲରେ ଏକ ସଂକଳ୍ପ ପାରିତ ହୋଇଛି । ଯେଉଁଥିରେ ଦେଶ ବାହାରକୁ ଯିବାକୁ ଚାହୁଁଥିବା ଲୋକଙ୍କୁ ସୁରକ୍ଷିତ ଯିବାକୁ ଅନୁମତି ଦେବାକୁ ଦାବି କରିଛି ।

ଆଶା ସଞ୍ଚାର କରୁଛି ସାମ୍ଭାବ୍ୟ ଲଘୁଚାପ, ବଢିପାରେ ବର୍ଷାର ପରିଣାମ

ଭୁବନେଶ୍ୱର: ତିନିମାସର ଲୁଚକାଳି ଖେଳ ପରେ ଆଶା ସଞ୍ଚାର କରୁଛି ସାମ୍ଭାବ୍ୟ ଲଘୁଚାପ । ସେପ୍ଟେମ୍ବର ୫ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ମୌସୁମୀ ଟ୍ରପଲାଇନ୍ ପ୍ରଭାବରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ୪ ତାରିଖ ବେଳକୁ ରାଜ୍ୟରେ ବର୍ଷାର ପରିମାଣ ବଢିବ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ବଢିବ ।

ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ ଏବଂ ବଲାଙ୍ଗିରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ ଚଳିତ ମୌସୁମୀ ସିଜିନ୍ ଅନୁସାରେ ଜୁନ୍ ୧ ତାରିଖରୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୯୩୫.୮ ମିଲିମିଟର ବର୍ଷା ହେବାକଥା । କିନ୍ତୁ ଏହି ସମୟ ମଧ୍ୟରେ ୬୬୬.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ବାଭାବିକ ବର୍ଷାଠାରୁ ୨୯ ପ୍ରତିଶତ କମ୍ ।

୭ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୨୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ମାଲକାନଗିରି, ଖୋର୍ଦ୍ଧା, କୋରାପୁଟ, କଟକ,ପୁରୀ, କେନ୍ଦ୍ରାପଡା, ଏବଂ ଜଗତସିଂହପୁରରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ବାକି ସବୁ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ୪୦ କିମ୍ବା ତାଠାରୁ ଅଧିକ ନିଅଣ୍ଟିଆ ବର୍ଷା ପାଇଁ ୩ ଟି ଜିଳ୍ଲା ଭଦ୍ରକ, ବଲାଙ୍ଗିର ଏବଂ ଯାଜପୁର ସର୍ବାଧିକ ପ୍ରଭାବିତ ହୋଇଛି । ବାକି ୨୦ ଜିଲ୍ଲାରେ ୨୦ରୁ ୩୯ ପ୍ରତିଶତ ନିଅଣ୍ଟିଆ ରହିଛି । କେବଳ ଅଗଷ୍ଟ ମାସରେ ୪୪ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

୨୬ ବର୍ଷରେ ପାଇଲେ ବାପାର ପରିଚୟ; ଇନଷ୍ଟାଗ୍ରାମରେ ହେଲା ଭେଟ

ଆମେରିକାର ଜଣେ ୨୬ ବର୍ଷୀୟ ଯୁବକ ପ୍ରଥମ ଥର ପାଇଁ ନିଜ ବାଏଲୋଜିକାଲ୍ ବାପାଙ୍କୁ ସୋସିଆଲ୍ ମିଡିଆରେ ସାକ୍ଷାତ କରିଛନ୍ତି । ସମ୍ପୃକ୍ତ ବ୍ୟକ୍ତି ଜଣକ ଏହି କଥାବାର୍ତ୍ତାର ଚାର୍ଟକୁ ମଧ୍ୟ ସୋସିଆଲ୍ ମିଡିଆରେ ଶେୟାର କରିଛନ୍ତି । ଆଉ ଏହି ଚାର୍ଟ ଦେଖୁଦେଖୁ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

ଡେଲି ମେଲର ଏକ ରିପୋର୍ଟ ଅନୁଯାୟୀ, କେମରୁନ୍ ନାମକ ଜଣେ ଯୁବକ ୧୮ ବର୍ଷ ବୟସରେ ଜାଣିବାକୁ ପାଇଥିଲେ ଯେ, ସେ ଯାହାକୁ ବାପା ବୋଲି ଡାକୁଛନ୍ତି ସେ ତାଙ୍କର ପ୍ରକୃତ ବାପା ନୁହଁନ୍ତି । କିନ୍ତୁ ଡିଏନଏ ପରୀକ୍ଷା କରିବା ଲାଗି ସେ ପାଖାପାଖି ୨୬ ବର୍ଷ ଯାଏଁ ଅପେକ୍ଷା କରିଥିଲେ ।

ଏହି ସମୟ ଭିତରେ ୨୦୨୦ ମସିହା ଜୁନ୍ ରେ କେମରୁନ୍ ସୋସିଆଲ୍ ମିଡିଆରେ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ, ଆଉ ତାଙ୍କୁ ନିଜର ବାଏଲୋଜିକାଲ୍ ବାପା ବୋଲି ସନ୍ଦେହ କରିଥିଲେ । ଧିରେଧିରେ ତାଙ୍କ ସହ ଚାର୍ଟିଂ ଆରମ୍ଭ କରିଥିଲେ ଆଉ ଦୁହେଁ ପରସ୍ପର ସହ ଫୁଟେଜ ଶେୟାର କରିଥିଲେ । ପରେ ସେମାନେ ପରସ୍ପରକୁ ଦେଖା ମଧ୍ୟ କରିଥିଲେ ।

କେମରୁନ୍ ନିକଟରେ ଟ୍ୱିଟର୍ ରେ ନିଜର ଏହି କାହାଣୀ ଶେୟାର କରିଥିଲେ । ଯେଉଁଥିରେ ବାଏଲୋଜିକାଲ୍ ପିତାଙ୍କ ସହ ସ୍କ୍ରିନସଟ୍ ଥିଲା ।

୨୦୧୪ ତୁଳନାରେ ୨୬ ପ୍ରତିଶତ କମ୍ ରହିଛି ଅଶୋଧିତ ତୈଳ: ସରକାର ଆୟ କରିଛନ୍ତି ୨୩ ଲକ୍ଷ କୋଟି

ନୂଆଦିଲ୍ଲୀ: ବୁଧବାର ବିଭିନ୍ନ ପ୍ରସଂଗରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି କଂଗ୍ରସ ନେତା ରାହୁଲ ଗାନ୍ଧୀ । ମନିଟାଇଜେସନ୍ ଠାରୁ ନେଇ ଦରବୃଦ୍ଧି ପ୍ରସଂଗରେ କେନ୍ଦ୍ରକୁ ସମାଲୋଚନା କରିଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀ ଡିମନିଟାଇଜେସନ୍ କରିଥିବା ବେଳେ ଏବେ ଅର୍ଥମନ୍ତ୍ରୀ ମନିଟାଇଜେସନ୍ କଥା କହୁଛନ୍ତି । ଏହା ଦ୍ୱାରା କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୪ରୁ ୫ ଜଣ ବ୍ୟବସାୟୀ ବନ୍ଧୁ ଲାଭବାନ ହେବେ । ସେହିଭଳି ଦରବୃଦ୍ଧି ପ୍ରସଂଗରେ ସେ କହିଛନ୍ତି ଯେ, ୨୦୧୪ ମସିହାରେ ୟୁପିଏ ସରକାର ଅଫିସ୍ ଛାଡ଼ିଲା ବେଳକୁ ଗ୍ୟାସ୍ ସିଲିଣ୍ଡର ପିଛା ୪୧୦ ଟଙ୍କା ରହିଥିବା ବେଳେ ବର୍ତ୍ତମାନ ଏହା ୮୮୫ ଟଙ୍କାରେ ପହଞ୍ଚିଲାଣି । ଗ୍ୟାସ୍ ସିଲିଣ୍ଡର ଦର ୧୧୬ ପ୍ରତିଶତ ବଢ଼ିଥିବା ବେଳେ ୨୦୧୪ଠାରୁ ପେଟ୍ରୋଲ ଦର ଏଯାବତ୍ ୪୨ ପ୍ରତିଶତ ଓ ଡିଜେଲ ଦର ୫୫ ପ୍ରତିଶତ ବଢ଼ିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମିବା ସତ୍ତ୍ୱେ ମୋଦି ସରକାର ପ୍ରେଟ୍ରୋଲିୟମ୍ ସାମଗ୍ରୀ ଉପରେ ଦରବୃଦ୍ଧି କରୁଛନ୍ତି ।

ଅପରପକ୍ଷରେ ମନିଟାଇଜେସନ୍ ନାଁରେ ସରକାର ଦେଶର ମୂଲ୍ୟବାନ ସମ୍ପତ୍ତି ବିକ୍ରି କରୁଥିବା ରାହୁଲ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ‘ଆମ ସମୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୩୨ ପ୍ରତିଶତରୁ ଅଧିକ ଆଉ ଏବେ ଅଶୋଧିତ ତୈଳ ଦର ୨୬ ପ୍ରତିଶତରରୁ କମ୍ ରହିଛି । ଅନ୍ତର୍ଜାତୀୟ ବଜାରରେ ଦାମ୍ କମୁଛି କିନ୍ତୁ ଭାରତରେ ଦାମ୍ ବଢ଼ୁଛି । ’

ଜିଡିପିର ନୂଆ ପରିଭାଷା

ସରକାର ଜିଡିପିର ପରିଭାଷାକୁ ବଦଳାଇଦେଇଥିବା କହିଛନ୍ତି ରାହୁଲ । ସରକାର ଜିଡିପିରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଆୟକୁ ଯୋଡ଼ିଦେଇଛନ୍ତି । ସରକାର ଏବାବଦକୁ ୨୩ ଲକ୍ଷ କୋଟି ଟଙ୍କା ଆୟ କରିଛନ୍ତି । ଆଉ ଏହି ଟଙ୍କା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ।

ସରକାର ଭୟଭୀତ

ରାହୁଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଭୟଭୀତ । ସେ ବୁଝିପାରୁନାହାନ୍ତି ଯେ, କ’ଣ କରିବାକୁ ପଡ଼ିବ । ଆମ ପ୍ରଧାନମନ୍ତ୍ରୀ ଭୟଭୀତ । ଏହାକୁ ଦେଖି ଚୀନ ମଧ୍ୟ ତା’ ଯୋଜନା ପ୍ରସ୍ତୁତ କରୁଛି । ଦେଶର ନେତୃତ୍ୱ ଓ ଆର୍ଥିକ ସ୍ଥିତି  ସଂକଟରେ ଥିବାରୁ ଯାହା ବାହାର କରାଯାଇପାରିବ ତାହା ବାହାର କରିଦିଆଯାଉଛି ।

ଏଥିସହିତ ପଢ଼ନ୍ତୁ: ପୁଣି ଫେଲ୍ ମାରିଲା ପଞ୍ଜଶୀରରେ ପ୍ରବେଶ ଉଦ୍ୟମ: ୩୫୦ ଜଣ ତାଲିବାନୀ ନିପାତ

ଯୁବତୀଙ୍କୁ ପ୍ରେମ କଲେ, ଯୁବତୀଙ୍କ ମାଆ ଆକାଉଣ୍ଟରୁ ଟଙ୍କା ଲୁଟିନେଲେ

ଝାରସୁଗୁଡ଼ା:  ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଟଙ୍କା ଲୁଟ ଅଭିଯୋଗରେ ୱେବ ପୋର୍ଟାଲ ସାମ୍ବାଦିକ ଗିରିଫ । ଗିରଫ ଜଣକ ହେଲେ ଜନନୀ ପୋର୍ଟାଲର ସାମ୍ବାଦିକ ଦୀପକ ଦେହୁରୀ । ମିଲିଥିବା ସୂଚନା ମୁତାବକ ଦୀପକ ଝାରସୁଗୁଡ଼ା ବଡମାଲ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବା ସହ ବିବାହର ପ୍ରଲୋଭନ ଦେଖାଇଥିଲେ  । ପରବର୍ତ୍ତୀ ସମୟରେ ଭଲ ପାଇବାର ସୁଯୋଗ ନେଇ ଉକ୍ତ ବ୍ୟକ୍ତି ଜଣଙ୍କ  ଯୁବତୀଙ୍କ ମାଆଙ୍କ ଆକାଉଣ୍ଟରେ ଥିବା ୨ଲକ୍ଷ ୫୦ ହଜାର ଟଙ୍କା ନେଇ ଫେରାର ମାରିଥିଲେ ।

ଏନେଇ ଥାନାରେ ଅଭିଯୋଗ କରିଥିଲେ ଯୁବତୀଙ୍କ ପରିବାର  ।  ଅଭିଯୋଗ ପରେ ସୁନ୍ଦରଗଡ଼ ଦର୍ଲିପାଲିରୁ ଅଭିଯୁକ୍ତ ସାମ୍ବାଦିକଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ତାଙ୍କ ପାଖରୁ ଜନନୀ news ପୋର୍ଟାଲର ସାମ୍ବାଦିକ ପରିଚୟପତ୍ର, ବିଭିନ୍ନ ସନ୍ଦିଗ୍ଧ କାଗଜପତ୍ର ଜବତ କରିଛି ପୋଲିସ । ଗିରଫ ଯୁବକର ଘର ରାଉରକେଲା ଅଞ୍ଚଳରେ ବୋଲି ପୋଲିସ ସୂଚନା ଦେଇଛି । ଭୁବନେଶ୍ୱରରେ କିଛି ନ୍ୟୁଜ ପୋର୍ଟାଲ ସାମ୍ବାଦିକ ଜଣେ ବ୍ୟକ୍ତିଙ୍କୁ ଅପହରଣ କରି ବଟି ମାଗୁଥିବା ନେଇ ଅଭିଯୋଗ ହୋଇଥିଲା  ।

ପୋଲିସ ତଦନ୍ତ ଚଳାଇବା ସହିତ ଉକ୍ତ ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରିଥିଲେ  । ଘଟଣାରେ ସଂଶ୍ଲିଷ୍ଟ ଥିବା ସାମ୍ବାଦିଙ୍କୁ ଗିରଫ କରିଛି ପୋଲିସ  । ସେପଟେ ଝାରସୁଗୁଡ଼ାରୁ ମଧ୍ୟ ଆସିଛି ଏଭଳି ଏକ ଘଟଣା  । ଦିନକୁ ଦିନ ନ୍ୟୁଜ ପୋଟାର୍ଲର ମାତ୍ରାଧିକ ବୃଦ୍ଧି ସାଙ୍ଗକୁ ସାମ୍ବାଦିକ ପରିଚୟ ଦେଇ ଅନେକ ଦଲାଲଗିରି କରୁଥିବା ଅଭିଯୋଗ ହୋଇ ଆସିଛି  । ଯାହାକୁ ନେଇ ଏବେ ଚିନ୍ତାରେ ପୋଲିସ  ବିଭାଗ ।

ଗୀତ ଗାଇ ପ୍ରତିବାଦ, ଷ୍ଟେଜ ସୋ ପାଇଁ ଅନୁମତି ମାଗିଲେ ଗାୟକ ଓ ଗୀତିକାର

ଭୁବନେଶ୍ୱର: ଗାୟକ ଓ ଗୀତିକାରଙ୍କ ଅଭିନବ ପ୍ରତିବାଦ । ଗଛମୂଳରେ ଗୀତଗାଇ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ସଂଗୀତ କଳାକାର । କରୋନା କଟକଣା ମଧ୍ୟରେ ଷ୍ଟେଜ୍ ସୋ’କୁ ଅନୁମତି ଦେବାକୁ ଗୁହାରି କରିଛନ୍ତି ଏହି କଳାକାର । ଏନେଇ ମୁଖ୍ୟମନ୍ତ୍ରୀ ଏବଂ ସଂସ୍କୃତି ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛି ଓଡିଆ ମ୍ୟୁଜିକ ଆର୍ଟିଷ୍ଟ ୱେଲଫେଆର ଆସୋସିଏସନ । ଆସୋସିଏସନର କହିବା ଅନୁଯାୟୀ, ବାହାଘର ଭଳି ଅଢେଇଶହ ଲୋକରେ ବି ହୋଇପାରିବ ଷ୍ଟେଜ୍ ସୋ’ । ତେଣୁ ଷ୍ଟେଜ ସୋ କୁ ଅନୁମତି ମାଗିଛନ୍ତି କଣ୍ଠଶିଳ୍ପୀ ଏବଂ ସଙ୍ଗୀତକାର  ।

ଏଥିପାଇଁ ଅନୁମତି ଦେବାକୁ ନିବେଦନ କରାଯାଇଛି । ଗତ ୮ମାସ ହେବ ରୋଜଗାର ହରାଇ ଆର୍ଥିକ ଭାରସାମ୍ୟ ହରାଇଛନ୍ତି ମଞ୍ଚ ସଂଗୀତ କଳାକାର । କିଛି କଳାକାର ନିଜର ବାଦ୍ୟଯନ୍ତ୍ର ବିକ୍ରି କରିସାରିଥିବା ବେଳେ, କେହିକେହି ନିଜର ବୃତ୍ତି ପରିବର୍ତ୍ତନ କରି ପରିବା, ମାଛ, ଛତୁ ଆଦି ରାସ୍ତା କଡରେ ବିକ୍ରୟ କରୁଛନ୍ତି । ଏଥିଲାଗି ଆଗାମୀ ଗଣେଶ ପୂଜାଠାରୁ ମଞ୍ଚ ସଂଗୀତ କାଯ୍ୟକ୍ରମ ପରିବେଷଣ ର ଅନୁମତି ପ୍ରଦାନ କରିବାକୁ ଦାବି କରିଛି ଆସୋସିଏସନ।

ଆଇସିୟୁରେ ଭର୍ତ୍ତି ହେଲେ ସାଏରା ବାନୋ

ମୁମ୍ବାଇ: ଦିବଙ୍ଗତ ଅଭିନେତା ଦିଲୀପ କୁମାରଙ୍କ ପତ୍ନୀ ସାଏରା ବାନୋ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ନିକଟ ଅତୀତରେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଯୋଗୁଁ ସେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ସୂଚନା ଅନୁଯାୟୀ, ସାଏରା ଗତ ୩ ଦିନ ତଳେ ବ୍ଲଡ୍ ପ୍ରେସର କାରଣରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଯାହା ପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତରିତ କରାଯାଇଥିଲା ।

https://www.instagram.com/p/CSUFkC-hoAa/?utm_source=ig_web_copy_link

ନିକଟରେ ସାଏରା ତାଙ୍କ ପତି ଦିଲୀପ କୁମାରଙ୍କୁ ହରାଇଥିଲେ । ସାଏରା ଓ ଦିଲୀପ ପ୍ରାୟ ୫୪ ବର୍ଷ ହେବ ଏକାଠି ରହିଥିବା ବେଳେ ତାଙ୍କ ପ୍ରେମ କାହାଣୀ ମଧ୍ୟ ଖୁବ୍ ଚର୍ଚ୍ଚିତ ।

ଅଧିକ ପଢନ୍ତୁ- ଚାଲିଗଲେ ଦିଲୀପ କୁମାର, ୯୮ ବର୍ଷ ବୟସରେ ଦେହାନ୍ତ

ହିନ୍ଦୀ ସିନେମାର ଜଣେ ଭେଟରାନ କଳାକାର ଥିଲେ ଦିଲୀପ କୁମାର । ୯୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା। ଦିଲୀପଙ୍କ ପ୍ରଥମ ହିଟ୍ ଫିଲ୍ମ ଥିଲା ଜୁଗନୁ । ଯେଉଁଥିରେ ସେ ଅଭିନେତ୍ରୀ ନୁର ଜହାନଙ୍କ ନଜର ଆସିଥିଲେ । ଏହା ପରେ ଦିଲୀପ ସହିଦ ଓ ମେଲା ଭଳି ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ । ପରେ ସେ ନରଗିସ୍ ଓ ବନ୍ଧୁ ରାଜ କପୁରଙ୍କ ସହ ଫିଲ୍ମ ସବନମରେ କାମ କରିଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ ହିଟ୍ ହୋଇଥିଲା । ୧୯୫୦ର ସମୟ ଦିଲୀପ କୁମାରଙ୍କର ଥିଲା । ସେତେବେଳେ ତାଙ୍କର ପ୍ରତିଟି ଫିଲ୍ମ ହିଟ୍ ହେଉଥିଲା । ଦିଲୀପ ଅନେକ ଗମ୍ଭୀର ଅଭିନୟ କରିଥିଲେ । ଫଳରେ ତାଙ୍କୁ ବଲିଉଡର ଟ୍ରାଜେଡି କିଙ୍ଗ ନାଁ ମିଳିଥିଲା ।

 

ଲଗାତର ଦ୍ୱିତୀୟ ଥର ପାଇଁ ୧ଲକ୍ଷ କୋଟି ଟପିଲା ଜିଏସ୍‌ଟି ସଂଗ୍ରହ, କିନ୍ତୁ ପୂର୍ବାପେକ୍ଷା କମିଛି

ନୂଆଦିଲ୍ଲୀ: ୧ଲକ୍ଷ କୋଟି ଟପିଲା ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ସଂଗ୍ରହ । ଲଗାତାର ଦ୍ୱିତୀୟ ମାସ ପାଇଁ ୧ଲକ୍ଷ କୋଟି ଟପିଲା ଜିଏସଟି ସଂଗ୍ରହ । ଅଗଷ୍ଟ ମାସରେ ଜିଏସ୍‌ଟି ବାବଦକୁ ସରକାର ୧.୧୨ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ଏହା ଗତବର୍ଷ ଏହି ସମୟରେ ସଂଗ୍ରହ ହୋଇଥିବା ଜିଏସ୍‌ଟି ରାଜସ୍ୱ ଠାରୁ ୩୦% ଅଧିକ। କିନ୍ତୁ ଜୁଲାଇ ମାସରେ ହୋଇଥିବା ଜିଏସ୍‌ଟି ତୁଳନାରେ କମ୍ । ଜୁଲାଇ ମାସରେ ୧.୧୬ଲକ୍ଷ କୋଟି ଆଦାୟ ହୋଇଥିଲା । ୨୦୨୧ ମସିହା ଅଗଷ୍ଟ ମାସରେ ଜିଏସ୍‌ଟି ରାଜସ୍ୱ ସଂଗ୍ରହ ପରିମାଣ ୧,୧୨,୦୨୦ କୋଟି ରହିଛି। ଏହା ମଧ୍ୟରେ କେନ୍ଦ୍ରୀୟ ଜିଏସ୍‌ଟିର ପରିମାଣ ୨୦,୫୨୨ କୋଟି ଓ ରାଜ୍ୟ ଜିଏସ୍‌ଟି ୨୬,୬୦୫ କୋଟି ରହିଥିବା ବେେଳ ୫୬ ହଜାର ୨୪୭ କୋଟି ଆଜିଏସଟି ରହିଛି ।

ତେବେ ଏଥର ଜୁଲାଇ ମାସ ତୁଳନାରେ କମ ହୋଇଥିଲେ ହେଁ ୨୦୨୦ ଅଗଷ୍ଟ ମାସରେ ୮୬,୪୪୯ କୋଟିର ଜିଏସ୍‌ଟି ସଂଗ୍ରହ ତୁଳନାରେ ୩୦ ପ୍ରତିଶତ ଅଧିକ । ଦୀର୍ଘ ୯ ମାସ ଜିଏସ୍‌ଟି ରାଜସ୍ୱ ସଂଗ୍ରହ ୧ ଲକ୍ଷ କୋଟି ଟଙ୍କା ଉପରେ ରହିବା ପରେ ଚଳିତ ବର୍ଷ ଜୁନ ମାସରେ ଏହା ହ୍ରାସ ପାଇଥିଲା। ମହାମାରୀ କରୋନାର ଦ୍ୱିତୀୟ ଲହର ପାଇଁ ଏପରି ଘଟିଥିବା କୁହାଯାଇଥିଲା। ତେବେ ସଂକ୍ରମଣ କମିବା ପରେ କଟକଣା ହଟିବାରୁ ଜୁଲାଇ ମାସରେ ଜିଏସ୍‌ଟି ସଂଗ୍ରହ ରେକର୍ଡ ୧.୧୬ ଲକ୍ଷ କୋଟିରେ ପହଞ୍ଚିଥିଲା। ଆଗକୁ ମଧ୍ୟ ଏହା ବଢ଼ିବ ବୋଲି ଆଶା କରାଯାଉଛି ।

ଏଥିସହିତ ପଢ଼ନ୍ତୁ: ଆଫଗାନିସ୍ତାନକୁ ଫେରିଲା ଲାଡେନ୍ ସହଯୋଗୀ: କଶ୍ମୀର ସମସ୍ୟା ଘନିଭୂତ ଆଶଙ୍କା