ଖୋର୍ଦ୍ଧା: ଗାଁ ମାଟିକୁ ଆସିଲା ସହିଦ ଯବାନ ଜ୍ୟୋତିପ୍ରକାଶ ମହାରଣାଙ୍କ ମରଶରୀର

ଭୁବନେଶ୍ୱର: ଜନ୍ମମାଟିକୁ ଫେରିଲା ବୀର ଯବାନଙ୍କ ମରଶରୀର । କାର୍ଯ୍ୟରତ ସମୟରେ ସହିଦ ହୋଇଥିଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଖଣତ ଗାଁର ଜ୍ୟୋତିପ୍ରକାଶ ମହାରଣା । ତାଙ୍କ ଗାଁ ଖଣନ୍ତରେ ମରଶରୀର ପହଞ୍ଚିବା ପରେ ଖେଳି ଯାଇଥିଲା ଶୋକର ଲହରୀ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନ ଜ୍ୟୋତିପ୍ରକାଶ ମହାରଣାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ଜ୍ୟୋତିପ୍ରକାଶ ୨୦୧୬ରେ ସେନାରେ ଭର୍ତ୍ତି ହୋଇଥିଲେ । ପ୍ରଥମେ ପଠାନକୋଟ ଏବଂ ପରେ ଭଟିଣ୍ଡାରେ କାର୍ଯ୍ୟରତ ଥିଲେ । ଗତ ଶୁକ୍ରବାର ମଧ୍ୟରାତ୍ରିରେ ଡ୍ୟୁଟି ସମୟରେ ଜ୍ୟୋତିଙ୍କ ଦେହାନ୍ତ ହୋଇଥିବା ନେଇ ଖବର ପାଇଥିଲେ ପରିବାର ଲୋକ । ଶୁକ୍ରବାର ରାତିରେ ଡ୍ୟୁଟିକୁ ବାହାରୁଥିବା ବେଳେ ମୂର୍ଚ୍ଛା ହୋଇ ପଡିଯାଇଥିଲେ ଜ୍ୟୋତି । ତାଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ଜଣେ ବୀର ଯବାନଙ୍କୁ ହରାଇ କାନ୍ଦୁଛି ଖଣନ୍ତ ଗାଁ ।

 

Leave a Reply