ପୁଞ୍ଚରେ ଆତଙ୍କବାଦୀଙ୍କ ଗୁଳିମାଡ଼, ୪ ଯବାନ ଓ ଜଣେ ଜେସିଓ ସହିଦ

1 min read

ଜମ୍ମୁ ଓ କାଶ୍ମୀର:  ପୁଞ୍ଚରେ ପୁଣି ଆତଙ୍କବାଦୀଙ୍କ ସହ ଯବାନଙ୍କ ସଂଘର୍ଷ  । ଆତଙ୍କବାଦୀଙ୍କ ଗୁଳିରେ  ୪ ଯବାନ ଓ ଜଣେ ଜେସିଓ ସହିଦ ହୋଇଥିବା ସୂଚନା । ପୁଞ୍ଚ ଜିଲ୍ଲାର ଚମରେର ଜଙ୍ଗଲରେ ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇ ସେଠାରେ ଯବାନମାନେ ଅପରେସନ ଆରମ୍ଭ କରିଥିଲେ । ଅପରେସନ ବେଳେ ଦୁଇ ପକ୍ଷ ମଧ୍ୟରେ ତୁମୂଳ ସଂଘର୍ଷ ଘଟିଥିଲା । ଫଳରେ କିଛି ଯବାନ ଓ ଜଣେ ଜୁନିଅର କମିଶନଡ ଅଫିସର ଆହତ ହୋଇଥିଲେ । ପରେ ସେମାନଙ୍କ ମଧ୍ୟରୁ ୪ ଯବାନ ଓ ଜେସିଓଙ୍କ ମୃତ୍ୟୁ ଘଟିଥିଲା ।

ସୁରକ୍ଷା କର୍ମୀମାନେ ସାରା ଅଞ୍ଚଳକୁ ସିଲ୍ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଜଙ୍ଗଲରେ ଅଧିକ ଆତଙ୍କବାଦୀ ଲୁଚିଥିବା ଆଶଙ୍କା କରି ବିଭିନ୍ନ ସ୍ଥାନରେ ଅପରେସନ ଜାରି ରହିଛି । ସେପଟେ ଜାମ୍ମୁ ଓ କାଶ୍ମୀରରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି । ବାନ୍ଦିପୋରା ଜିଲ୍ଲା ହାଜିନ ଇଲାକାର ଗୁନ୍ଦଜାହାଙ୍ଗିରରେ ନିରାପତ୍ତା ରକ୍ଷୀଙ୍କ ଗୁଳିମାଡରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଛି ।

ଆତଙ୍କବାଦୀ ଟଳିବା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ନିରାପତ୍ତାରକ୍ଷୀଙ୍କ ଗୁଳିମାଡରେ ପ୍ରାଣ ହରାଇଥିବା ଆତଙ୍କୀର ନାଁ ହେଉଛି ଇମିତିଆଜ ଅହମ୍ମଦ ଦର ଓ ସେ ଲସକର-ଏ-ତଏବା ସଂଗଠନର ଏକ ଛାମୁଆ ବାହିନୀ ଭାବେ ପରିଚିତ ଦି ରେଜିଷ୍ଟାନସ ଫୋର୍ସର ସଦସ୍ୟ । ସେ ବାନ୍ଦିପୋରରେ ସାହଗନ୍ଦଠାରେ ଘଟିଥିବା ଗଣହତ୍ୟା ଘଟଣାରେ ସମ୍ପୃକ୍ତ ଥିଲା ।

Leave a Reply