ଟିଉସନ ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ଅପହରଣ କରି ଜେଲ ଗଲେ ଶିକ୍ଷକ

କନ୍ଧମାଳ: ବନ୍ଧା ହେଲେ ରସିକିଆ ସାର୍ । ଟିଉସନ ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ଅପହରଣ କରି ଜେଲ ଗଲେ ଶିକ୍ଷକ । ଅପହୃତ ନାବାଳିକାଙ୍କୁ ଉଦ୍ଧାର କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଗତ ୧୮ ତାରିଖ ଦିନ ଦାରିଙ୍ଗବାଡି ଥାନା ଗ୍ରୀନବାଡ଼ି ଗାଁରେ ଟ୍ୟୁସନ୍ କରୁଥିବା ସରିଫ ଡିଗାଲ ଜଣେ ନାବାଳିକାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରେମ ଜାଲରେ ଫସାଇ ଅପହରଣ କରିନେଇଥିବା ଦାରିଙ୍ଗବାଡି ଥାନାରେରେ ଅଭିଯୋଗ ହୋଇଥିଲା ।

ଅଭିଯୋଗ ଆଧାରରେ ପୋଲିସ ବହୁ ଖୋଜାଖୋଜି କରିବା ପରେ ଦାମନଯୋଡି ଅଞ୍ଚଳରୁ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଶିକ୍ଷକଙ୍କୁ ଗିରଫ କରିଛି । ଦାମନଯୋଡିରେ ଉଭୟେ ସ୍ୱାମୀ ଓ ସ୍ତ୍ରୀର ପରିଚୟ ଦେଇ ରହୁଥିବା ସୂଚନା ଦେଇଛି ପୋଲିସ ।

Leave a Reply