ମନୀଷ ଦାସଙ୍କ ମୃତଦେହ ଉଦ୍ଧାର ମାମଲା, ଡାଏଟମ ଟେଷ୍ଟ ପ୍ରକ୍ରିୟା ଆରମ୍ଭ କଲା କମିଶନରେଟ ପୋଲିସ

ଭୁବନେଶ୍ୱର:  ଭୁବନେଶ୍ୱର ପାତ୍ରପଡା ମନୀଷ ଦାଶ ହତ୍ୟା ମାମଲା । ଡାଏଟମ ଟେଷ୍ଟ ପାଇଁ ପକ୍ରିୟା ଆରମ୍ଭ କଲା କମିସନରେଟ ପୋଲିସ । ଟେଷ୍ଟ ପାଇଁ ପୋଖରୀ ପାଣିର ସାମ୍ପୁଲ ସଂଗ୍ରହ କଲା ପୋଲିସ । ପୋଖରୀ ଓ ମୃତଦେହ ଭିତରୁ ପାଣିକୁ ଫରେନସିକ ଲାଵକୁ ପଠାଇବ ପୋଲିସ । ଆଜି ଫରେନସିକ ଲ୍ୟାବକୁ ପଠାଯିବ ନମୁନା । ପୋଖରୀ ପାଣିରେ ମନୀଷଙ୍କ ମୃତ୍ୟୁ ହୋଇଛି ନା ଅନ୍ୟ ସ୍ଥାନରେ ହତ୍ୟା କରି ପୋଖରୀରେ ଫିଙ୍ଗି ଦିଆଯାଇଛି । ଜାଣିବା ପାଇଁ ଡାଏଟମ ଟେଷ୍ଟ କରିବ ପୋଲିସ ।

ସେପଟେ ଭିସେରା ଟେଷ୍ଟ ପାଇଁ ନମୁନା ପଠାଇଛି ପୋଲିସ । ଗତକାଲି ପାତ୍ରପଡାର ନମକାନି ପଖୋରୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ମନୀଷ ହେଉଛନ୍ତି ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡପୁଅ । ମନୀଷଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଏବେବି ମୃତ୍ୟୁ କାରଣ ଅସ୍ପଷ୍ଟ ରହିଛି । ମନୀଷଙ୍କ ସାଙ୍ଗରେ ଯାଇଥିବା ୨ଜଣ ଯୁବକଙ୍କୁ ଠାବ କଲା ପରେ ମୃତ୍ୟୁର କାରଣ ଜଣାପଡିବ । ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ପ୍ରକୃତ କାରଣ କଣ ଜଣାପଡିବ ।

Leave a Reply