spot_img
Home Blog Page 5245

କାଶ୍ମୀରର ମୁସଲମାନଙ୍କ ଲାଗି ସ୍ୱର ଉଠାଇବା ଆମ ଅଧିକାର: ତାଲିବାନ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ସରକାର ଗଢ଼ିବାକୁ ଯାଉଥିବା ତାଲିବାନ କାଶ୍ମୀରକୁ ନେଇ ବଡ଼ ବୟାନ ଦେଇଛି । ତାଲିବାନ ମୁଖପାତ୍ର ସୁହୈଲ ଶାହିନ କହିଛନ୍ତି, କାଶ୍ମୀରର ମୁସଲମାନଙ୍କ ଲାଗି ସ୍ୱର ଉଠାଇବା ପାଇଁ ଆମ ପାଖେ ଅଧିକାର ରହିଛି । ଆଶଙ୍କା କରାଯାଉଛି, ତାଲିବାନକୁ ବ୍ୟବହାର କରି କାଶ୍ମୀରରେ ମୁସଲମାନଙ୍କୁ ଉସୁକାଇବାକୁ ତାଲିବାନ ଷଡ଼ଯନ୍ତ୍ର କରୁଛି ।

ସୁହୈଲ କହିଛନ୍ତି, ମୁସଲମାନ ଭାବେ ଭାରତର କାଶ୍ମୀର ହେଉ ଅବା କୌଣସି ଦେଶରେ ମୁସଲମାନଙ୍କ ଲାଗି ସ୍ୱର ଉଠାଇବା ତାଲିବାନର ଅଧିକାର ରହିଛି । ଆମେ ସ୍ୱର ଉଠାଇବୁ କହିବୁ, ମୁସଲମାନ ଆପଣଙ୍କ ଲୋକ, ଆପଣଙ୍କ ଦେଶର ନାଗରିକ । ଆପଣଙ୍କ ଆଇନ୍ ଅନୁସାରେ ସମସ୍ତ ସମ୍ମାନ ।

ଏହା ପୂର୍ବରୁ ତାଲିବାନ ମୁଖପାତ୍ର ମୁଜାହିଦ କହିଥିଲା, କାଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ସକରାତ୍ମକ ଦୃଷ୍ଟିକୋଣ ରଖିବା ଉଚିତ୍ । ଉଭୟ ଦେଶ ଏକାଠି ବସି ବିବାଦକୁ ତୁଟାଇବା ଆବଶ୍ୟକ । ଆମେ ପଡ଼ୋଶୀ ହୋଇଥିବାରୁ ଜଣଙ୍କର ହିତ ଅନ୍ୟ ଜଣଙ୍କ ସହ ଜଡ଼ିତ ।

ବିଜେଡିରେ ସାମିଲ୍ ହେଲେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ

ଭୁବନେଶ୍ୱର: ଆହୁରି ସଶକ୍ତ ହେଉଛି ବିଜେଡି । ଦଳର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ଦଳର ଶକ୍ତି ବୃଦ୍ଧି ହେବାରେ ଲାଗିଛି । ଆଜି ବିଜେଡିରେ ସମ୍ବଲପୁର ନାକଟିଦେଉଳ ବ୍ଲକର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ବିଜେଡିରେ ସାମିଲ୍ ହୋଇଥିବା କହିଛନ୍ତି । ରେଢ଼ାଖୋଲ ବିଧାୟକ ତଥା ସରକାରୀ ଦଳର ଉପମୁଖ୍ୟ ସଚେତକ ରୋହିତ ପୂଜାରୀଙ୍କ ପ୍ରେରଣାରେ ନାକଟିଦେଉଳ ବ୍ଲକର ବିଜେଡି ବ୍ଲକ ସଭାପତିଙ୍କ ନେତୃତ୍ୱରେ ଆଜି ଭୁବନେଶ୍ୱରରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି ।

BJP And Congress Workers From Sambalpur Joins BJD

ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ବାସଭବନ ଠାରେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ଦଳରେ ଯୋଗ ଦେଇଛନ୍ତି । ନାକଟିଦେଉଳ ବ୍ଲକର ୧୪ଟି ପଞ୍ଚାୟତରୁ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ମିଶିଛନ୍ତି । ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ନଳିନୀକାନ୍ତ ପ୍ରଧାନ ଓ ଜିଲ୍ଲା ସଭାପତି ସିଦ୍ଧାର୍ଥ ଉପସ୍ଥିତ ଥିଲେ । ନାକଟି ଦେଉଳ ବ୍ଲକ୍‌ରେ ବିଜେଡିକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରିବା ସହ ଓଡ଼ିଶାର ବିକାଶ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ସହଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ ।

BJP And Congress Workers From Sambalpur Joins BJD

ମିଶ୍ରଣ ପର୍ବରେ ନାକଟିଦେଉଳ ବ୍ଲକ କଂଗ୍ରେସର ଯୁବ ସଭାପତି ବାବୁଲା ସାହୁ, ପିସିସି ସଭ୍ୟ ପ୍ରମୋଦ କୁମାର ପ୍ରଧାନ, ପଞ୍ଚାୟତ ସଭାପତି ଧନେଶ୍ୱର ବେହେରା, ମହେଶ କୁମାର ସ୍ୱାଇଁ, ପୂର୍ବତନ ସରପଞ୍ଚ ଲକ୍ଷ୍ଣଣ ଦେଓ, ପୂର୍ବତନ ଜିଲ୍ଲା ପିରଷଦ ସଭ୍ୟ ହରେକୃଷ୍ଣ ମେହେର, ପଞ୍ଚାୟତର ପୂର୍ବତନ ସଭାପତି ଲବ କିଶୋକ ସାହୁ, ବିଶ୍ୱାବସୁ ସଦର ସମାଜର ସମ୍ବଲପୁର ଜିଲ୍ଲା ସଭାପତି ଗୋବିନ୍ଦ ଶବର, ବ୍ଲକ କଂଗ୍ରେସର ଉପସଭାପତି ବିଶ୍ୱଜିତ ବାନାର୍ଜୀ, ନାକଟିଦେଉଳ ବ୍ଲକ ବିଜେପି ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ବେହେରା, ସତ୍ୟାନନ୍ଦ ସାହୁ, ମୁରଲୀଧର ପ୍ରଧାନ, ସୁଲୋଚନା ପ୍ରଧାନ, ମୁରଲୀ ଧଳ ପ୍ରମୁଖ କର୍ମକର୍ତ୍ତାଙ୍କ ସମେତ ଶତାଧିକ କର୍ମୀ ବିଜେଡିରେ ଯୋଗଦାନ କରିଛନ୍ତି । ମିଶ୍ରଣ ପର୍ବରେ ସମ୍ବଲପୁର ବିଜେଡି ଜିଲ୍ଲା ଉପସଭାପତି ଅନାଦି ଚରଣ ସାହୁ, ଗୌତମ ବିଶ୍ୱାଳ, ମନୋଜ ରାଉଳ, କାଳିଆ ସାହୁ, ଦାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଆଜି ବି ଚାଲି ପାରିଲାନି ବିଧାନସଭା, କଂଗ୍ରେସର ହଟ୍ଟଗୋଳରୁ ଗୃହ ମୁଲତବି

ଭୁବନେଶ୍ୱର: ବିଧାନସଭା ଠପ୍ । ମୌସୁମୀ ଅଧିବେଶନରେ ଲଗାତାର ତୃତୀୟ ଦିନ ବିଧାନସଭା ଚାଲି ପାରିନାହିଁ । ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆଜି ବି ଗୃହ କାର୍ଯ୍ୟ ଠପ୍ ରହିଛି । ପ୍ରଶ୍ନକାଳ ଆରମ୍ଭରୁ ଗୃହରେ କଂଗ୍ରେସ ସଦସ୍ୟ ହୋ ହଲ୍ଲା କରିଥିଲେ । ଫଳରେ ବାଧ୍ୟ ହୋଇ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବି ରଖିଛନ୍ତି ।

Odisha Assembly Adjourned Till 4 Pm After Congress MLA Rocks

ମୌସୁମୀ ଅଧିବେଶନ ଆରମ୍ଭ ଦିନରୁ ଗୃହରେ ଅଚଳାବସ୍ଥା ଲାଗି ରହିଛି । ପ୍ରଥମ ୨ ଦିନ ମରୁଡ଼ି ପ୍ରସଙ୍ଗକୁ ନେଇ ବିରୋଧୀ ହୋ ହଲ୍ଲା କରିଥିଲେ । ସର୍ବଦଳୀୟ ବୈଠକ ପରେ ମନ୍ତ୍ରୀ ଗୃହରେ ତଥ୍ୟ ରଖିଥିଲେ ମଧ୍ୟ ହଟ୍ଟଗୋଳ କରିଥିଲେ ବିରୋଧୀ ।

ଆଜି ଅଧିବେଶନର ତୃତୀୟ ଦିନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବାର ଥିଲା । ବିଜେପି ପକ୍ଷରୁ ଆଇନ୍ ଶୃଙ୍ଖଳା ପରିସ୍ଥିତି ନେଇ ମୁଲତବି ପ୍ରସ୍ତାବ ଅଣାଯାଇଥିଲା । ସେପଟେ ଆଜି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା, ଅନୁସୂଚିତ ଜାତି ଜନଜାତି, ଶକ୍ତି, କ୍ରୀଡ଼ା, ଶିଳ୍ପ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗର କଲ୍ୟାଣ, କ୍ଷୁଦ୍ର ମଧ୍ୟମ ଉଦ୍ୟୋଗର ପ୍ରଶ୍ନକାଳ ଉପରେ ଆଲୋଚନା ଥିଲା ।

ପାରା ଅଲମ୍ପିକ: ହାଇଜମ୍ପରେ ରୌପ୍ୟ ହାତେଇଲେ ପ୍ରବୀଣ

ଟୋକିଓ: ଟୋକିଓ ପାରା ଅଲମ୍ପିକ ୨୦୨୦ରେ ଭାରତର ଭଲ ପ୍ରଦର୍ଶନ ଜାରି ରହିଛି । ଶୁକ୍ରବାର ଭାରତକୁ ମିଳିଛି ଆଉ ଏକ ପଦକ । ନୋଏଡାର ପ୍ରବୀଣ କୁମାର ପୁରୁଷ ହାଇଜମ୍ପରେ ରୌପ୍ୟ ପଦକ ଜିତିଛନ୍ତି । ପ୍ରବଣୀ କୁମାର ୨.୦୭ ମିଟର ଲମ୍ପ ମାରି ଦ୍ୱିତୀୟ ସ୍ଥାନରେ ରହିଥିଲେ ।

ପ୍ରବୀଣଙ୍କ ବୟସ ୧୮ । ୨୦୦୩ରେ ମେ ୧୫ରେ ପ୍ରବୀଣ ଉତ୍ତରପ୍ରଦେଶର ନୋଏଡାରେ ଜନ୍ମ ଗ୍ରହଣ କରିଥିଲେ । ୨୦୧୯ରେ ଅନ୍ତର୍ଜାତୀୟ ଖେଳରେ ଭାଗ ନେଇଥିଲେ ପ୍ରବୀଣ । ଆଉ ୨ ବର୍ଷ ଭିତରେ ପାରା ଅଲମ୍ପିକରେ ପ୍ରବୀଣ ପଦକ ଜିତିଛନ୍ତି ।

Tokyo Paralympics Praveen Kumar Silver Medal High Jump

ସାମାନ୍ୟ ଛୋଟା ଥିବା ପ୍ରବୀଣ ଏହାକୁ ନିଜର ଶକ୍ତିରେ ରୂପାନ୍ତରିତ କରି ଆଜି ଇତିହାସ ରଚିଛନ୍ତି । ପ୍ରଥମରୁ ଭଲିବଲ ଖେଳୁଥିବା ପ୍ରବୀଣ ପରେ ହାଇଜମ୍ପ ଖେଳିଥିଲେ । ଦିଲ୍ଲୀର ଜବାହର ଲାଲ ନେହରୁ ଷ୍ଟାଡିୟମରେ କୋଚ ସତ୍ୟପାଲ ସିଂହ ପ୍ରବୀଣଙ୍କୁ ଲଗାତାର ଟ୍ରେନିଂ ଦିଅନ୍ତି ।

ଟୋକିଓ ପାରା ଅଲମ୍ପିକ-୨୦୨୦ରେ ଭାରତ ଏଯାବତ୍ ୧୧ଟି ପଦକ ପାଇଛି । ଭାରତ ୨ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୩ଟି କାଂସ୍ୟ ପଦକ ପାଇଛି ।

୨୪ ଘଣ୍ଟାରେ ରାଜ୍ୟର ୨୮ ଜିଲ୍ଲାରୁ ୮୪୯ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ମାମଲାରେ ସାମାନ୍ୟ ବୃଦ୍ଧି ହୋଇଥିଲେ ମଧ୍ୟ ହଜାରେ ତଳେ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୮୪୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଶୂନରୁ ୧୮ ବର୍ଷ ମଧ୍ୟରେ ୧୨୦ ଜଣ ରହିଛନ୍ତି । କ୍ୱାରେଣ୍ଟାଇନରୁ ୪୯୫ଟି ମାମଲା ଚିହ୍ନଟ ହୋଇଥିବା ବେଳେ ୩୫୪ଟି ମାମଲା ସ୍ଥାନୀୟ ସଂକ୍ରମିତ ।

ଖୋର୍ଦ୍ଧାରୁ ସର୍ବାଧିକ ୩୪୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୨୦, ବାଲେଶ୍ୱରରୁ ୫୧, ବରଗଡ଼ରୁ ୩, ଭଦ୍ରକରୁ ୧୧, ବଲାଙ୍ଗିରରୁ ୪, ବୌଦ୍ଧରୁ ୧, କଟକରୁ ୧୧୭, ଦେବଗଡ଼ରୁ ୮, ଢେଙ୍କାନାଳରୁ ୨୬, ଗଜପତିରୁ ୧, ଗଞ୍ଜାମରୁ ୧, ଜଗତସିଂହପୁରରୁ ୧୨, ଯାଜପୁରରୁ ୩୨, ଝାରସୁଗୁଡ଼ାରୁ ୪, କଳାହାଣ୍ଡିରୁ ୪, କନ୍ଧମାଳରୁ ୧, କେନ୍ଦ୍ରାପଡ଼ାରୁ ୯, କେନ୍ଦୁଝରରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ମୟୂରଭଞ୍ଜରୁ ୨୧, ନବରଙ୍ଗପୁରରୁ ୪, ନୟାଗଡ଼ରୁ ୭, ପୁରୀରୁ ୩୧, ରାୟଗଡ଼ାରୁ ୧୨, ସମ୍ବଲପୁରରୁ ୧୬, ସୋନପୁରରୁ ୩, ସୁନ୍ଦରଗଡ଼ରୁ ୧୮ ଏବଂ ଷ୍ଟେଟପୁଲରୁ ୭୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୧୦ ହଜାର ୭୨କୁ ବୃଦ୍ଧି ପାଇଛି । କରୋନାକୁ ୯ ଲକ୍ଷ ୯୪ ହଜାର ୬୩୯ ଜଣ ମାତ୍ ଦେଇଥିବା ବେଳେ ଏବେ ରାଜ୍ୟରେ ୭ ହଜାର ୩୪୫ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

ଜୁମେ ନମାଜ ପରେ ଆଜି ସରକାର ଗଢ଼ିବ ତାଲିବାନ୍, ସରକାର ଚଳାଇବାକୁ ଚୀନ ଦେବ ଅର୍ଥ

କାବୁଲ: ଆଫଗାନିସ୍ତାନ କବଜାର ୨ ସପ୍ତାହ ପରେ ସରକାର ଗଠନ ପାଇଁ ପ୍ରସ୍ତୁତ ତାଲିବାନ । ଆଜି ଜୁମେ ନମାଜ ପାଠ ପରେ କାବୁଲରେ ଇରାନ ଢାଞ୍ଚାରେ ସରକାର ଘୋଷଣା ନେଇ ତାଲିବାନ ଘୋଷଣା କରିବ । ବରିଷ୍ଠ ନେତା ମୁଲ୍ଲା ହେବତୁଲ୍ଲା ଅଙ୍ଖୁଦଜାଦାଙ୍କୁ ରାଷ୍ଟ ମୁଖ୍ୟ କରାଯିବ । ପୂର୍ବରୁ ରାଜ୍ୟପାଳ ଓ ମେୟରଙ୍କୁ ନିଯୁକ୍ତି ଦେଇଛି ତାଲିବାନ । କ୍ୟାବିନେଟ୍ ମନ୍ତ୍ରୀଙ୍କ ନାମ ମଧ୍ୟ ସ୍ଥିର କରାଯାଇ ସାରିଛି । ନୂଆ ସରକାରରେ ରାଜ୍ୟପାଳ ରାଜ୍ୟର ମୁଖ୍ୟ ଓ ଜିଲ୍ଲାପାଳ ଜିଲ୍ଲାର ପ୍ରଭାରୀ ରହିବେ ବୋଲି ତାଲିବାନୀ ନେତା ରମାଙ୍ଗନୀ କହିଛନ୍ତି ।

Taliban To Form New Government In Afghanistan Today

ଇରାନ ଢାଞ୍ଚାରେ ତାଲିବାନ ଆଫଗାନିସ୍ତାନରେ ସରକାର ଗଢ଼ୁଛି । ଯେଉଁଠି ଦେଶର ସର୍ବୋଚ୍ଚ ନେତା ଦେଶର ବଡ଼ ରାଜନୈତିକ କିମ୍ବା ଧାର୍ମିକ ବର୍ଗରୁ ଥାଆନ୍ତି । ତାଙ୍କ ପଦ ରାଷ୍ଟ୍ରପତି ପଦଠାରୁ ଊର୍ଦ୍ଧ୍ୱରେ । ସେ ସେନା, ସରକାର ଓ ନ୍ୟାୟ ବ୍ୟବସ୍ଥାର ମୁଖ୍ୟଙ୍କୁ ନିଯୁକ୍ତି ଦେଇଥାନ୍ତି । ଦେଶର ରାଜନୈତିକ, ଧାର୍ମିକ ଓ ସୈନ୍ୟ ମାମଲାରେ ସର୍ବୋଚ୍ଚ ନେତାଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଥାଏ । ତାଲିବାନୀ ଏହି ଢାଞ୍ଚାରେ ସରକାର ଗଢ଼ୁଛନ୍ତି ।

Taliban To Form New Government In Afghanistan Today

ନୂଆ ପ୍ରଶାସନ କେଉଁ ବ୍ୟବସ୍ଥାରେ କାମ କରିବ, ରାଷ୍ଟ୍ରୀୟ ପତାକା ଓ ରାଷ୍ଟ୍ରୀୟ ସଂଗୀତ ନେଇ ତାଲିବାନ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହିଁ । ତେବେ ବିଗତ ୨୦ ବର୍ଷ ହେଲା ପୂର୍ବ ସରକାରରେ ସାମିଲ୍ ଥିବା କାହାରିକୁ ପ୍ରଶାସନରେ ସାମିଲ୍ କରାଯିବ ନାହିଁ ବୋଲି କହିଛି ତାଲିବାନ । ଆଗାମୀ ୪୮ ଘଣ୍ଟା ଭିତରେ ହାମିଦ କରଜଇ ଅନ୍ତର୍ଜାତୀୟ ବିମାନବନ୍ଦର କାର୍ଯ୍ୟକ୍ଷମ ହେବ ବୋଲି ତାଲିବାନ କହିଛି ।

Taliban To Form New Government In Afghanistan Today

ସରକାର ଚଳାଇବାକୁ ଚୀନ ଦେବ ଅର୍ଥ

ତାଲିବାନ ସରକାର ଚଳାଇବା ଲାଗି ଅର୍ଥ ପାଇଁ ଚୀନ ଉପରେ ନିର୍ଭର କରିବ । କିଛିଦିନ ତଳେ ତାଲିବାନର ଦ୍ୱିତୀୟ ନେତା କୁହାଯାଉଥିବା ମୁଲ୍ଲା ଅବ୍ଦୁଲ ଗନି ବରାଦର ବେଜିଂ ଗସ୍ତ କରିଥିଲେ । ଗସ୍ତ ବେଳେ ସେ ଚୀନ ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଆଫଗାନିସ୍ତାନରେ ୩ ଟ୍ରିଲିୟନ ଡଲାରର ଖଣିଜ ସମ୍ପଦ ରହିଛି । ଯାହା ଉପରେ ଚୀନର ନଜର ରହିଛି ।

ନିର୍ମାଣାଧୀନ ଓଭର ବ୍ରିଜ୍ ଉପରେ ଡବଲ ମର୍ଡର !

ଯାଜପୁର: ପାଣିକୋଇଲି ଥାନା ମିର୍ଜାପୁର ନିକଟ ଜାତୀୟ ରାଜପଥରୁ ୨ ଜଣଙ୍କ ମୃତଦେହ ମିଳିଛି । ମିର୍ଜାପୁର ନିକଟର ୧୬ ନମ୍ବର ଜାତୀୟ ରାଜପଥରେ ଚାଲିଥିବା ନିର୍ମାଣାଧୀନ ବ୍ରିଜ୍ ଉପରୁ ୨ ଜଣଙ୍କ ମୃତଦେହ ମିଳିଥିବା ବେଳେ ବାଇକ୍ ତଳକୁ ଖସି ପଡ଼ିଛି । ମୃତକଙ୍କ ଚପଲ ଏବଂ ଟୋପି ମଧ୍ୟ ପାଖରେ ପଡ଼ିଛି । ମୃତତେହ ତଳମୁହାଁ ହୋଇ ପଡ଼ିଥିବା ବେଳେ ଦେହରେ ରକ୍ତ ଲାଗିଛି ।

Two Dead Body Found In Constructional Over Bridge Of Jajpur

୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏହା ହତ୍ୟା ନା ଦୁର୍ଘଟଣା ସ୍ପଷ୍ଟ ହୋଇ ନାହିଁ ।  ତେବେ ଉଭୟଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି । ନିର୍ମାଣାଧୀନ ବ୍ରିଜକୁ ଆପ୍ରୋଚ୍ ରୋଡ୍ ସଂଯୋଗ ହୋଇ ନଥିବା ବେଳେ ପୋଲ ଉପରକୁ ୨ ଜଣ କେମିତି ଆସିଲେ, ବାଇକ୍ କିଭଳି ଖସିଲା । ଏସବୁ ଦିଗର ତଦନ୍ତ କରୁଛି ପୋଲିସ ।

ରକ୍ତ ବୋହୁଥିଲା, ତଥାପି ବୋଲିଂ କରୁଥିଲେ ଏଣ୍ଡରସନ

0

ଓଭାଲ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଲଣ୍ଡନର ଓଭାଲରେ ଖେଳା ଯାଉଛି । ଘରୋଇ ଦଳ ଟସ୍ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲେ ଅଧିନାୟକ ଜୋ ରୁଟ । ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ପ୍ରଥମ ଇନିଂସରେ ୧୯୧ ରନରେ ଅଲଆଉଟ୍ ହୋଇଛି ।

https://twitter.com/Abhicricket18/status/1433430181914431493

ଇଂଲଣ୍ଡର ବୋଲର ଏଣ୍ଡରସନ ପ୍ରଥମ ପାଳିରେ ସେଭଳି କିଛି ଖାସ୍ କମାଲ ଦେଖାଇ ନାହାଁନ୍ତି । ସେ କେବଳ ଗୋଟିଏ ୱିକେଟ୍ ନେଇଛନ୍ତି । ଟେଷ୍ଟ କ୍ରିକେଟରେ ୧୧ ତମ ଥର ପାଇଁ ସେ ଚେତେଶ୍ୱର ପୂଜାରାଙ୍କୁ ଆଉଟ୍ କରିଛନ୍ତି । ଏଣ୍ଡରସନ୍ ବୋଲିଂ କରୁଥିବାର ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

Ind Vs Eng Oval Test James Anderson Bowling With Bleeding Knee

ବୋଲିଂ ବେଳେ ଏଣ୍ଡରସନଙ୍କ ଡାହାଣ ଗୋଡ଼ ଆଣ୍ଠୁ ଉପରେ କ୍ୟାମେରା ପଡ଼ିବାରୁ ଦେଖା ଯାଇଥିଲା ରକ୍ତ ଲାଗିଛି । ଭାରତୀୟ ଦଳ ବ୍ୟାଟିଂ କରିବାର ୪୨ତମ ଓଭରରେ ଏହା ଦେଖା ଯାଇଥିଲା । ସେତେବେଳେ କ୍ରିଜରେ ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେ ଥିଲେ ।

ସୋସିଆଲ୍ ମିଡିଆରେ ଏହି ଫଟୋ ଭାଇରାଲ୍ ହେବା ପରେ ସମସ୍ତେ ଏଣ୍ଡରସନଙ୍କୁ ପ୍ରଶଂସା କରିଛନ୍ତି । ତେବେ ଏଣ୍ଡରସନ କେବେ ଓ କେମିତି ଆହତ ହେଲେ ଜଣାପଡ଼ିନାହିଁ ।

‘ମୋ ବସ୍’ର ୨ଟି ଅତ୍ୟାଧୁନିକ ଡିପୋର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ‘ମୋ ବସ୍’ର ଦୁଇଟି ଡିପୋକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରରେ ‘ମୋ ବସ୍’ ପାଇଁ ଦୁଇଟି ଅତ୍ୟାଧୁନିକ ଡିପୋ କରାଯାଇଛି । ଡିପୋ ମଧ୍ୟରେ ବସ୍ ରହିବା ସହ ତେଲ ପକାଇବାର ବ୍ୟବସ୍ଥା କରାଯାଇଛି । ଏଥିସହ ଏଠାରେ ବସ୍ ଗୁଡ଼ିକୁ ମେସିନ୍ ଜରିଆରେ ପରିଷ୍କାର କରାଯାଇ ପାରିବ । ଅଳ୍ପ ସମୟରେ ବସ୍ ଗୁଡ଼ିକୁ କିପରି ଭଲଭାବରେ ସଫା କରାଯାଇପାରିବ, ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

CM Naveen To Inaugurate Mo Bus Depot

ଏହି ଡିପୋକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ୫ଟାରେ ଉଦଘାଟନ କରିବେ । ଦୁଇଟି ଡିପୋ ମଧ୍ୟରୁ ଗୋଟିଏ ପଟିଆରେ ରହିଥିବା ବେଳେ, ଅନ୍ୟଟି ଭଗବାନପୁର ନିକଟରେ କରାଯାଇଛି । ୨ବର୍ଷ ତଳୁ ଏହି ଦୁଇଟି ଡିପୋର କାମ ଆରମ୍ଭ ହୋଇଥିଲା ।

ଗିରଫ ପରେ ଜେଲରେ ରାତି କାଟିଲେ ବାପ-ପୁଅ

ଖୋର୍ଦ୍ଧା: ଖୋର୍ଦ୍ଧା ଜେଲ୍‌ରେ କଟିଲା ବାପ-ପୁଅଙ୍କ ପ୍ରଥମ ରାତି । ମାନବବାଦୀ ସଂଗଠନର ମୁଖ୍ୟ ମାନସ ଦାସ ଓ ପୁଅ ମନୋରଞ୍ଜନ ଦାସ ଗିରଫ ପରେ ଜେଲରେ ରାତି କାଟିଛନ୍ତି । କୋଭିଡ ଗାଇଡଲାଇନ୍ ଅନୁଯାୟୀ ବାପାପୁଅଙ୍କୁ ୧୪ ଦିନ ଲାଗି ଦୁଇ ନମ୍ବର ଆଇସୋଲେସନ୍ ୱାର୍ଡରେ ରଖାଯାଇଛି । ଜେଲର ଖାଦ୍ୟ ଖାଇଛନ୍ତି ବାପାପୁଅ । ଗତକାଲି ଖୋର୍ଦ୍ଧା ଏସଡିଜେମ କୋର୍ଟରେ ବେଗୁନିଆ ପୋଲିସ ଅଭିଯୋଗ ଫର୍ଦ୍ଦ ଦାଖଲ କରିବା ପରେ ବିଚାରପତି ଜାମିନ ନାମଞ୍ଜୁର କରିଥିଲେ । ଏହାପରେ ଉଭୟଙ୍କୁ ଖୋର୍ଦ୍ଧା ଜେଲ ପଠାଇ ଦିଆଯାଇଛି । ଭୁବନେଶ୍ୱର ସହିଦନଗର ସ୍ଥିତ ବାସଭବନରୁ ମାନସଙ୍କୁ ଗିରଫ କରିଥିଲା ପୋଲିସ । ପୂର୍ବରୁ ସତ୍ୟବ୍ରତ ନାୟକ ହତ୍ୟା ମାମଲାରେ ମାନସଙ୍କୁ ଗିରଫ କରାଯାଇଛି ।

Manas Das And His Son's First Night In Khordha Jail

ମାନସଙ୍କ ବିରୋଧରେ ୩୬୩, ୩୬୪, ୩୦୨, ୨୦୧, ୧୦୨(ବି), ୧୦୯, ୩୪ ଆଇପିସି ଧାରା ଲାଗିଛି । ମାନସଙ୍କ ପୁଅ ମନୋରଞ୍ଜନ ଦାସଙ୍କୁ ବେଗୁନିଆ ଥାନାରେ ଥିବା ୨ ମାମଲାରେ ଗିରଫ କରାଯାଇଛି । ମନୋରଞ୍ଜନଙ୍କ ବିରୋଧରେ ୩୬୩, ୩୦୭, ୩୨୩, ୧୦୯, ୧୨୦(ବି), ୩୪ ଆଇପିସି ଧାରା ଲାଗିଛି । ଅଗଷ୍ଟ ୨ରେ ସତ୍ୟବ୍ରତଙ୍କୁ ହତ୍ୟା ନେଇ ଅଭିଯୋଗ କରିଥିଲେ ଅଭିମାନପୁର ଗାଁର ବାପ-ପୁଅ । ଏହି ହତ୍ୟା ମାମଲାରେ ମାନସଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ନଥିଲେ ବି ପରୋକ୍ଷରେ ହତ୍ୟା ଧମକ ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗ ହୋଇଛି । ପୂର୍ବରୁ ମାନସ ଏକାଧିକ ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ନେଇ ପ୍ରମାଣ ରହିଛି । ୨୦୧୯ରେ ଖୋର୍ଦ୍ଧା ସଦର ଥାନା ଝିଙ୍କିଝାରି ଗାଁର ଜଣେ ଯୁବକଙ୍କୁ ମାନସ ଦାସ ଧମକ ଦେଉଥିବା ନେଇ ମାମଲା ରୁଜୁ ହୋଇଥିଲା । ସତ୍ୟବ୍ରତ ନାୟକ ହତ୍ୟା ଘଟଣାରେ ମାନସ ଗିରଫ ହୋଇଥିବା ବେଳେ, ନିର୍ଯାତନା ମାମଲାରେ ପୁଅ ମନୋରଞ୍ଜନଙ୍କୁ ଗିରଫ କରିଛି ପୋଲିସ ।

Manas Das And His Son's First Night In Khordha Jail

ହତ୍ୟା ମାମଲାରେ ପୂର୍ବରୁ ଅଗଷ୍ଟ ୪ରେ ୬ ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ରିମାଣ୍ଡରେ ଆଣି ପଚରାଉଚରା ଚାଲିଛି । ମାନସଙ୍କ ବିରୋଧରେ ଅନ୍ୟ ଯେକେହି ମଧ୍ୟ ଏତଲା ଦେଇପାରିବେ । ଏଥିସହ ସବୁ ଅଭିଯୋଗର ନିରପେକ୍ଷ ତଦନ୍ତର ଆଶ୍ୱାସନା ଦେଇଛି ପୋଲିସ । ବାପପୁଅଙ୍କୁ ପିଟିବା ଭିଡିଓ ଭାଇରାଲ ପରେ ବିବାଦରେ ଥିଲେ ମାନସ । ବେଗୁନିଆ ଅଞ୍ଚଳରେ ଆତଙ୍କରାଜ ଚଳାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ମାଡ଼ମରା ଘଟଣା ପରେ ପୋଲିସ ମାନସ ଦାସଙ୍କ ବିରୋଧରେ ତଦନ୍ତ ଚଳାଇଥିଲା ।