ମଣ୍ଡପରେ ଆଜି ମାଆଙ୍କ ମହାଷ୍ଟମୀ, ପୀଠରେ ନବମୀ: କୋଭିଡ କଟକଣା ମଧ୍ୟରେ ଚାଲିଛି ଆରାଧାନା

କଟକ/ଭୁବନେଶ୍ୱର: କୋଭିଡ ସଂକଟରେ ଧରାବତରଣ କରିଛନ୍ତି ମାଆ । କଟକଣାରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ନାହିଁ ସୁଉଚ୍ଚ ତୋରଣ କିମ୍ବା ଆଖି ଝଲସିଲା ପରି ଆଲୁଅ ମାଳା । କେବଳ ବିଧି ଅନୁସାରେ ଚାଲିଛି ମାଆଙ୍କ ଆରାଧନା । ଆଜି ମଣ୍ଡପରେ ମାଆଙ୍କର ମହାଷ୍ଟମୀ, ପୀଠରେ ନବମୀ ପୂଜା । ଆଜି ଅଷ୍ଟମୀରେ ବ୍ରତ ପୂଜା କରାଯିବାର ପରମ୍ପରା ରହିଛି ।

ମହିଳା ମାନେ ମଣ୍ଡପରେ ଦୁର୍ଗାଷ୍ଟମୀ ବ୍ରତ ପୂଜା କରି ଧାରଣ କରିବେ । ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ଶକ୍ତି ପୀଠରେ ଷୋଡଶ ଉପଚାର ପୂଜାର୍ଚ୍ଚନା ହେଉଛି । ଆଜି ମାଆ କଟକ ଚଣ୍ଡୀ ଗଡଚଣ୍ଡୀ ସହିତ ଅନ୍ୟ ଶକ୍ତିପୀଠରେ ମଧ୍ୟ ନବମୀ ପୂଜା ଅନୁଷ୍ଠିତ ହେବ । ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଉଛନ୍ତି କଟକ ଚଣ୍ଡୀ । ସେହିଭଳି ଗଡଚଣ୍ଡୀ ମହାକାଳି ବେଶରେ ଦର୍ଶନ ଦେଉଛନ୍ତି । ଆସନ୍ତାକାଲିଠୁ ସନ୍ଧିପୂଜା ସହିତ ବଙ୍ଗୀୟ ମେଢ ଗୁଡିକରେ ସିନ୍ଦୁର ଖେଳ ହେବ । ଶୁକ୍ରବାର ଦଶମୀରେ ପୂଜା ଅନୁଷ୍ଠିତ ହେବ ।

Leave a Reply