spot_img
Home Blog Page 5246

ପଞ୍ଜଶିର ଯୋଦ୍ଧାଙ୍କ ଡରରେ ମୃତଦେହ ଛାଡି ପଳାଇଲେ ତାଲିବାନୀ

ଆଫଗାନିସ୍ତାନକୁ ତାଲିବାନ କବଜ୍ଜା କରିନେଇଛି ସତ,କିନ୍ତୁ ଏବେ ବି ଏହିଭଳି ଏକ ଅଂଚଳ ରହିଛି,ଯାହାକୁ କବଜା କରିବାରେ ବିଫଳ ହୋଇଛନ୍ତି ତାଲିବାନୀ । ଆଫଗାନିସ୍ତାନର ପଞ୍ଜଶୀର ପ୍ରାନ୍ତକୁ ଏଯାଏଁ ପହଂଚିପାରିନି ତାଲିବାନୀଙ୍କ ଛାୟା । ଘାଟିର ସାହାସୀ ଯୋଦ୍ଧା ଲଗାତାର ତାଲିବାନୀଙ୍କୁ ଚକମା ଦେଉଛନ୍ତି । ନୂଆ ସରକାରଙ୍କ ପାଇଁ ପଞ୍ଜଶୀର ପ୍ରାନ୍ତରେ ଗତ କିଛିଦିନ ହେବ ତାଲିବାନ ଏବଂ ରେଜିଷ୍ଟାନ୍ସ ଫୋର୍ସ ତଥା ଉତ୍ତର ଆଲାଇନ୍ସ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏବେ ତାଲିବାନ ପଞ୍ଜଶୀର ଘାଟୀରେ ପ୍ରବେଶ କରିବାର ଚେଷ୍ଟା ଜାରି ରଖିଛି । ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଏବଂ ଅହମ୍ମଦ ମାସୁଦଙ୍କ ନେତୃତ୍ୱରେ ରେଜିଷ୍ଟାନ୍ସ ଫୋର୍ସ ତଥା ଉତ୍ତର ଆଲାଇନ୍ସ ସଠିକ ଜବାବ ଦେଇଛି ।

ଏହି ସମୟରେ ପଞ୍ଜଶୀରଙ୍କ ବାହିନୀ ୪୦ ତାଲିବାନିଙ୍କ ହତ୍ୟା କରିଛନ୍ତି । କେବଳ ସେତିକି ନୁହେଁ ପଞ୍ଜଶିରର ସାହାସୀ ଯୋଦ୍ଧାଙ୍କୁ ଭୟ କରି ସେମାନେ ନିଜ ସାଥୀମାନଙ୍କ ଶବ ଛାଡ଼ି ପଳାୟନ କରିଥିଲେ । ତେବେ ରେଜିଷ୍ଟାନ୍ସ ଫୋର୍ସ ଏହି ପ୍ରଦେଶରେ ସଂଘର୍ଷ ସମୟରେ ନିହତ ହୋଇଥିବା ୪୦ ତାଲିବାନ ଆତଙ୍କବାଦୀଙ୍କ ମୃତଦେହକୁ ତାଲିବାନ ଗୋଷ୍ଠୀକୁ ହସ୍ତାନ୍ତର କରିଛି।

ରେଜିଷ୍ଟାନ୍ସ ଫୋର୍ସର ମୁଖପାତ୍ର କହିଛନ୍ତି ଯେ, ତାଲିବାନୀ ବାରମ୍ବାର ପଞ୍ଜସିରର ପ୍ରଦେଶର ଶୋତୁଲ ଜିଲ୍ଲାକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ହେଲେ ସେମାନଙ୍କ ଚେଷ୍ଟା ବିଫଳ ହୋଇଥିଲା । ତେବେ ଜିଲ୍ଲାକୁ ପ୍ରବେଶ କରିବା ଉଦ୍ୟମ ଜାରି ଥିବାବେଳେ ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ହୋଇଥିଲା ଏବଂ ତାଲିବାନର ୪୦ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିଲା । ନିହତ ହୋଇଥିବା ଲୋକଙ୍କ ଶବ ତାଲିବାନକୁ ହସ୍ତାନ୍ତର କରାଯାଇଛି। ଏହା ପରେ ଗୁରୁବାର ଉଭୟ ପକ୍ଷରୁ କୌଣସି ବିବାଦ ସୃଷ୍ଟି ହୋଇନଥିଲା ବୋଲି କହିଛନ୍ତି ମୁଖପାତ୍ର ।

ପଞ୍ଜସିର ଘାଟିରେ ଆଫଗାନିସ୍ତାନର କାର୍ଯ୍ୟନିର୍ବାହି ରାଷ୍ଟ୍ରପତି ଅମରୁଲ୍ଲାହ ସାଲେହ ଆଫଗାନିସ୍ତାନରୁ ତାଲିବାନୀକୁ ହଟାଇବା ନେଇ ଶପଥ ନେଇଛନ୍ତି। ଏହା ସହ ଅହମ୍ମଦ ଶାହଙ୍କ ପୁଅ ଅହମ୍ମଦ ମାସୁଦ ମଧ୍ୟ ହାର ନମାନିବାର ନିଷ୍ପତ୍ତି ନେଇଛନ୍ତି । ସେ କହିଛନ୍ତି ଯେ, ତାଙ୍କ ଡିକ୍ସନାରିରେ ଆତ୍ମସମର୍ପଣ ଭଳି କୌଣସି ଶବ୍ଦ ନାହିଁ । ତେଣୁ ଏଭଳି ପରିସ୍ଥିତିରେ ତାଲିବାନୀଙ୍କ ପାଇଁ ପଞ୍ଜଶୀର ଘାଟିକୁ ନିଜ କବଜ୍ଜାରେ କରିବା ଅତ୍ୟନ୍ତ କଷ୍ଟକର ହେବ।

ନିକଟରେ ତାଲିବାନ ନେତାମାନେ ଏହି ଚୁକ୍ତି ସମ୍ପର୍କରେ ବିଦ୍ରୋହୀ ଦଳର ନେତା ଅହମ୍ମଦ ମାସୁଦଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ଏହି ବାର୍ତ୍ତାଳାପ ଦ୍ୱାରା କୌଣସି ସମାଧାନ ହୋଇପାରିନଥିଲା । ଏହା ପରେ ତାଲିବାନ ପୁନର୍ବାର ପଞ୍ଜସିର ଉପରେ ଆକ୍ରମଣ କରିଥିଲା। ଅଗଷ୍ଟ ମଧ୍ୟଭାଗରୁ ପ୍ରସିଦ୍ଧ ଆଫଗାନୀ କମାଣ୍ଡର ଅହମ୍ମଦ ଶାହା ମସୁଦଙ୍କ ପୁଅ ଅହମ୍ମଦ ମାସୁଦଙ୍କ ନେତୃତ୍ୱରେ ତାଲିବାନ ବିଦ୍ରୋହୀମାନେ ପଞ୍ଜସିର ଘାଟିରେ ଏକଜୁଟ ହୋଇଥିଲେ। ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ମଧ୍ୟ ସେମାନଙ୍କ ସହ ଉପସ୍ଥିତ ଅଛନ୍ତି । ମିଳିତ ଭାବେ ସେମାନେ ଏଠାରେ ତାଲିବାନୀଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି।

କପ୍ତିପଦାରେ କ୍ରାଇମବ୍ରାଞ୍ଚ, ବିଦ୍ୟାଭାରତୀଙ୍କୁ ସାଢେ ୬ ଘଣ୍ଟା ଜେରା

ଭୁବନେଶ୍ୱର: ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ମାରାଥନ ଜେରା କରିଛି କ୍ରାଇମବ୍ରାଞ୍ଚ ଟିମ୍ । କ୍ରାଇମ ଏଗ୍‌ନଷ୍ଟ ଓମେନ ଶାଖାର ୨ଜଣ ମହିଳା ଅଫିସରଙ୍କ ସହ ୫ଜଣିଆ ଟିମ୍ କପ୍ତିପଦାରେ ପହଞ୍ଚି ବିଦ୍ୟାଙ୍କ ସମେତ ବାପାମାଆଙ୍କୁ କରିଛି ଜେରା । ସାଢେ ୬ ଘଣ୍ଟା ଧରି ଘଟଣା ପୂର୍ବପର ବିଷୟରେ ଗୁଡେଇ ତୁଡେଇ ପ୍ରଶ୍ନ କରିବା ସହ ରୋଷେୟା, ଡିଏଫଓ ଏବଂ ସୌମ୍ୟଙ୍କ ପରିବାର ଲୋକ ଦେଇଥିବା ବୟାନର କ୍ରସ୍‌ ଚେକ୍ କରିଛି ତଦନ୍ତକାରୀ ଟିମ୍ ।

ବିଦ୍ୟାଭାରତୀଙ୍କ ଆଗରେ ପ୍ରାୟ ୬୦ରୁ ୭୦ ପ୍ରଶ୍ନ ରଖିଥିଲା କ୍ରାଇମବ୍ରାଞ୍ଚ । ମାମଲାରେ ପୂର୍ବରୁ କ୍ରାଇମ୍‌ବ୍ରାଞ୍ଚ ମୃତ ସୌମ୍ୟଙ୍କ ବାପା, ମା, ମାମୁଁ, ମାଇଁ ଓ ବଡ଼ଭାଇଙ୍କ ସମେତ ମୋଟ 19 ଜଣଙ୍କ ବୟାନ ରେକର୍ଡ଼ କରିଛି । ଗତକାଲି କ୍ରାଇମ୍‌ବ୍ରାଞ୍ଚର ୪ଜଣିଆ ଟିମ୍ ଖଇରାର ବେଗୁନିଆରେ ପହଞ୍ଚି ସୌମ୍ୟଙ୍କ ପରିବାରର ସଦସ୍ୟଙ୍କୁ ପଚରାଉଚରା କରିଥିଲା ।

ସେହିପରି ସୌମ୍ୟଙ୍କ ବାପା, ମା, ମାମୁ ମାଇଁ ଓ ବଡଭାଇଙ୍କ ବୟାନ ମଧ୍ୟ ରେକର୍ଡ କରିଥିଲା ପୋଲିସ । ଚାକିରିରେ ସମସ୍ୟା ଓ ପାରିବାରିକ ସମସ୍ୟା ନେଇ ସୌମ୍ୟ କହିଥିବା କଥା, ଗୋଟି ଗୋଟି କରି କ୍ରାଇମବ୍ରାଞ୍ଚ ଆଗରେ କହିଥିଲେ ପରିବାର ଲୋକ । ପ୍ରାୟ ସାଢେ ୬ ଘଣ୍ଟା ଧରି କ୍ରାମବ୍ରାଞ୍ଚ ଟିମ ଏସିଏଫଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିଥିଲା  ।

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଘୋଷଣା, ଚଳିତବର୍ଷ ପୁରସ୍କୃତ ହେବେ ବିନୋଦିନୀ ଦେବୀ

ଭୁବନେଶ୍ୱର: ବିନୋଦିନୀ ଦେବୀ ପାଇବେ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର । ପୁରସ୍କାର ବାବଦରେ ତାଙ୍କୁ୧ଲକ୍ଷ ଟଙ୍କା, ଉତ୍ତରୀୟ ଓ ମାନପତ୍ର ମିଳିବ । ସେହିପରି ନୃତ୍ୟ ଶିଳ୍ପୀ ଆରୁଷି ଓ ମର୍ଦ୍ଦଳ ଶିଳ୍ପୀ ରାମଚନ୍ଦ୍ରଙ୍କୁ ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯିବ ।

ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ ହୋଇଥିବା ଉଭୟଙ୍କୁ ୨୫ହଜାର ଲେଖାଏଁ ଟଙ୍କା ସହ ଉତ୍ତରୀୟ ଓ ସ୍ମୃତିଫଳକ ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି । ୫ରୁ ୯ଯାଏ ହେବାକୁ ଥିବା ସମାରୋହରେ ପୁରସ୍କାର ପ୍ରଦାନ କରାଯିବ । ଏନେଇ ନୃତ୍ୟାନୁଷ୍ଠାନ ସୃଜନ ପକ୍ଷରୁ ସୂଚନା ଦିଆଯିବ ।

ସେଦିନ ମହାପ୍ରଭୁଙ୍କ ମହାପ୍ରସାଦକୁ ପ୍ରଶଂସା କରୁଥିଲେ ସିଦ୍ଧାର୍ଥ , ଭାଇରାଲ ହେଉଛି ‘ବିଗବସ୍’ର ଏହି ଭିଡିଓ

ନନ୍ଦିଘୋଷ ବ୍ୟୁରୋ: ସେଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦକୁ ମନେ ପକାଉଥିଲେ  । ଛୋପନ ଭୋଗର ବାଖ୍ୟା କରୁଥିଲେ  । କେତେ ସୁନ୍ଦର ଚାରି ଧାମ ଭିତରୁ ଶ୍ରୀକ୍ଷେତ୍ର ଧାମ  । କେତେ ଲୋଭନୀୟ ପ୍ରଭୁ ଜଗନ୍ନାଥଙ୍କ ପ୍ରସାଦ  । ଲୋକପ୍ରିୟ ଟେଲିଭିଜନ ସୋ ବିଗବସରେ ଏମିତି କିଛି ଶ୍ରୀମନ୍ଦିରକୁ ନେଇ ଆଲୋଚନା କରୁଥିଲେ ପ୍ରତିଯୋଗୀ  । ଆଉ ସେହି ପ୍ରତିଯୋଗୀ ମାନଙ୍କ ଭିତରେ ଆଜିର ଦିବଙ୍ଗତ ଟେଲି ଅଭିନେତା ସିଦ୍ଧାର୍ଥ ଶୁକ୍ଲା  । ପରବର୍ତ୍ତୀ ସମୟରେ ସେ ହିଁ ହୋଇଥିଲେ ବିଗବସ ୧୩ର ବିଜୟୀ  । କିନ୍ତୁ ଛପନଭୋଗର ବାଖ୍ୟା କରୁଥିବା ସିଦ୍ଧାର୍ଥ ସବୁଦିନ ପାଇଁ ବିଦାୟୀ  ।

 

ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ସେହି ଭିଡିଓ  । ଯେଉଁଦିନ ଶ୍ରୀମନ୍ଦିରକୁ ନେଇ ଆଲୋଚନା କରୁଥିଲେ ବିଗବସ ପ୍ରତିଯୋଗୀ  । ଆଲୋଚନା ହେଉ ହେଉ ସିଦ୍ଧାର୍ଥ ତତକ୍ଷଣାତ କହିଥିଲେ, ମୋତେ ବହୁତ ଭଲ ଲାଗେ ଶ୍ରୀକ୍ଷେତ୍ର ଧାମ  । ଆହୁରି ଭଲ ଲାଗେ ମହାପ୍ରଭୁଙ୍କ ମହାପ୍ରସାଦ ଛପନ ଭୋଗ  । ମୁଁ ବହୁତ ଭଲ ପାଏ ଛପନ ଭୋଗ ଖାଇବାକୁ  । ସତରେ ଅତ୍ୟନ୍ତ ଚମତ୍କାର ଶ୍ରୀମନ୍ଦିରରେ ପ୍ରସ୍ତୁତ ହେଉଥିବା  ସ୍ୱାଦିଷ୍ଟ ଛପନଭୋଗ  । ଏବଂ ସାଥି ପ୍ରତିଯୋଗୀ ମଧ୍ୟ ସେଠାରେ ବଖାଣିଥିଲେ ଛପନଭୋଗର ପ୍ରସ୍ତୁତି ପ୍ରକ୍ରିୟା  ।

ସେଫାଲି ଜରିୱାଲା, ଆରତି ସିଂହ, ସିଦ୍ଧାର୍ଥ ସୁକ୍ଳା ଏବଂ ପାରସ ଛାବ୍ରା ଗୋଟେ ଏପିସୋଡ୍‌ରେ ପୁରୀ ଶ୍ରୀମନ୍ଦିର ବିଷୟରେ କଥା ହେଉଥିଲେ। ଠିକ୍‌ ସେହି ସମୟରେ ସିଦ୍ଧାର୍ଥ ଶୁକ୍ଳା ଛପନଭୋଗର ସ୍ୱାଦକୁ ନେଇ ବେଶ୍‌ ପ୍ରଶଂସା କରିଥିଲେ। ଏହାପରେ ସାଥି ଆରତି ସିଂହ ଛପନ ଭୋଗର ଅର୍ଥ ପଚାରିଥିଲେ। ଆଉ ଏହାର ଉତ୍ତର ଦେଇ ସେଫାଳି ଜରିୱାଲା କହିଥିଲେ ଯେ,ଏହା ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ପ୍ରସ୍ତୁତ ହେଉଥିବା ୫୬ଟି ସ୍ୱାଦିଷ୍ଟ ଖାଦ୍ୟ । କିପରି ଗୋଟିଏ ଚୁଲିରେ ଅନେକ ବ୍ୟଞ୍ଜନ ପ୍ରସ୍ତୁତ ହୁଏ ତାହାକୁ ବର୍ଣ୍ଣନା କରିଥିଲେ  ।

ସକାଳୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲେ ସିଦ୍ଧାର୍ଥ ଶୁକ୍ଲା  । ବିଶ୍ୱାସ କରୁନଥିବା ଅସଂଖ୍ୟ ଶୁଭେଛୁ ଏବଂ ପ୍ରଶଂସକ ମଧ୍ୟ ଶେଷରେ ବାଧ୍ୟ ହୋଇଥିଲେ ବିଶ୍ୱାସ କରିବାକୁ  । ମାତ୍ର ୪୦ ବର୍ଷ ବୟସରେ ସିଦ୍ଧାର୍ଥ ଅକସ୍ମାତ ଆଖି ବୁଝିଥିଲେ  । ଏବଂ ଅଗଣିତ ପ୍ରଶଂସକଙ୍କ ଆଖିରୁ ଲୁହ ଝରାଇବାକୁ ବାଧ୍ୟ କରିଥିଲେ  । କିନ୍ତୁ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ସିଦ୍ଧାର୍ଥଙ୍କ ଛପନଭୋଗର ବାଖ୍ୟା ଜଗନ୍ନାଥଙ୍କ ପ୍ରତି ଥିବା ସମର୍ପଣକୁ ପୁଣି ସତେଜ କରିଦେଇଛି  ।

ଜିଏସଟି ଠକେଇରେ ଚାଟାର୍ଡ ଆକାଉଣ୍ଟାଣ୍ଟ, ବାନ୍ଧିଲା ଜିଏସଟି ଏନଫୋର୍ସମେଣ୍ଟ ସ୍ୱାର୍ଡ

ଝାରସୁଗୁଡ଼ା: ଜିଏସଟି ଠକେଇରେ ଗିରଫ ହେଲେ ଚାଟାର୍ଡ ଆକାଉଣ୍ଟାଣ୍ଟ । ୩ ଶହ ୨୩ କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗରେ ଝାରସୁଗୁଡାର ଅମିତ ଅଗ୍ରୱାଲଙ୍କୁ ଗିରଫ କରିଛି ସମ୍ବଲ ସିଟି ଏବଂ ଜିଏସଟି ଏନଫୋର୍ସ ମେଣ୍ଟ ସ୍ୱାର୍ଡ । ଅମିତଙ୍କ ସରବାହାଲ ସ୍ଥିତ କାର୍ଯ୍ୟାଳୟରେ ଚଢାଉ କରି ଅମିତଙ୍କୁ ଗିରଫ କରିଛି ଟିମ୍ । ଜାମିନ ନାମଞ୍ଜୁର ପରେ ଅମିତଙ୍କୁ ବିଚାରବିଭାଗୀୟ ଅଦାଲତକୁ ପଠାଇ ଦିଆଯାଇଛି ।

ସେହିପରି ମାମଲାରେ ସତ୍ୟେନ୍ଦ୍ର ଯାଦବ ନାମକ ବ୍ୟବସାୟୀଙ୍କୁ ଭୁବନେଶ୍ବରରୁ ଗିରଫ କରିଛି ପୋଲିସ । 323 କୋଟି ଟଙ୍କାର ଟିକସ ଠକେଇ ହୋଇଥିବା ବେଳେ ସିଧାସଳଖ ଭାବେ ରାଜ୍ୟ ଜିଏସଟି ବିଭାଗର 58 କୋଟି 14 ଲକ୍ଷ ଟଙ୍କାର କ୍ଷତି ହୋଇଛି । 13 ଟି ଫାର୍ମ ନାଁରେ ଠକେଇ କରିଛନ୍ତି । ଜିଏସଟି ଠକେଇ ଅଭିଯୋଗରେ ଗଲା 2 ବର୍ଷ ମଧ୍ୟରେ 23 ଜଣଙ୍କୁ ଗିରଫ କରିଥିବା ବେଳେ 29 ହଜାର 02 ଜଣଙ୍କ ପଞ୍ଜିକରଣ ରଦ୍ଦ କରାଯାଇଛି ।

ଦୂତୀ ଚାନ୍ଦଙ୍କ ସାମ୍ବାଦିକ ସମ୍ମିଳନୀ, ୱେବ ପୋର୍ଟାଲର ସାମ୍ବାଦିକଙ୍କୁ ଟାର୍ଗେଟ

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରୁ ଫେରିବା ପରେ ଧାବିକା ଦୂତୀ ଚାନ୍ଦ କଲେ ସାମ୍ବାଦିକ ସମ୍ମିଳନୀ । ଅଲିମ୍ପିକ୍ସରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ କିଛି ଗଣମାଧ୍ୟମରେ ତାଙ୍କ ପରିବାରକୁ ନେଇ ଖବର ପ୍ରସାରଣ ହୋଇଥିଲା । ଦୂତୀ ଏହାକୁ ବିରୋଧ କରିବା ସହ ଖେଳରେ ହାର ଜିତ ରହିଛି । ଜଣେ ଖେଳାଳିକୁ ଏପରି ହତୋତ୍ସାହିତ ନକରି ତାଙ୍କୁ ପ୍ରୋତ୍ସାହିତ କରିବାକୁ ସେ କହିଛନ୍ତି ।

ଏକ ୱେବ ପୋର୍ଟାଲର ସାମ୍ବାଦିକ ଏବଂ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ଦୂତୀ । ତାଙ୍କ ବିରୋଧରେ ଆଇନଗତ ଆଶ୍ରୟ ନେବେ ବୋଲି ଦୂତୀ ଚାନ୍ଦ କହିଛନ୍ତି । ଅଲମ୍ପିକ ପରି ଏକ ମେଗା ଇଭେଣ୍ଟ ଚାଲୁଥିବା ସମୟରେ ଜଣେ କ୍ରୀଡ଼ାବିତଙ୍କୁ ବାରମ୍ବାର ମାନସିକ ଚାପ ପକାଇବା ଘଟଣାକୁ ଦୂତିଙ୍କ କୋଚ୍‌ ବିରୋଧ କରିଛନ୍ତି ।

ଅନ୍ୟ ରାଜ୍ୟରୁ ତାଙ୍କୁ ଖେଳିବା ପାଇଁ ଅଫର ମିଳିବା ସତ୍ୱେ ଦୂତୀ ଓଡିଶା ପାଇଁ ଖେଳୁଛନ୍ତି । ତେଣୁ ତାଙ୍କୁ ପ୍ରୋତ୍ସାହିତ କରିବା ଆବଶ୍ୟକ ବୋଲି ଦୂତିଙ୍କ କୋଚ କହିଛନ୍ତି । ଅନ୍ୟ ପକ୍ଷରେ ମିଥ୍ୟା ଏବଂ ବିଭ୍ରାନ୍ତିଙ୍କର ଖବର ପ୍ରସାରଣ କରି ଦୁତିକୁ ବଦନାମ କରିଥିବା ଲୋକଙ୍କ ବିରୋଧରେ 5 କୋଟିର ମାନ ହାନୀ ମକଦମା ଦାୟର କରାଯାଇଛି । ଏହା ସହ ଯାହାବି ଆଇନଗତ ଆଶ୍ରୟ ଆବଶ୍ୟକ ପଡିବ ତାହା ମଧ୍ୟ ନିଆଯିବ ବୋଲି ଦୂତିକ ଲିଗାଲ ଆଡ଼ଭାଇଜର କହିଛନ୍ତି ।

JEE ମେନ୍ସ ପରୀକ୍ଷା ଅନିୟମିତତା ମାମଲାରେ ୨୦ଟି ସ୍ଥାନରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ: ଜେଇଇ ମେନ୍ସ ପରୀକ୍ଷା ସହ ଜଡ଼ିତ ଏକ ମାମଲାରେ ସିବିଆଇ ଚଢ଼ାଉ କରିଛି । ଦିଲ୍ଲୀ/ଏନସିଆର ସମେତ କେତେକ ୨୦ଟି ସ୍ଥାନରେ ରେଡ୍ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଏହି ଚଢ଼ାଉ ହୋଇଛି । ଦିଲ୍ଲୀ ଏନସିଆର ସମେତ ପୁଣେ, ଜାମସେଦପୁର ଆଦି ସହରରେ ସିବିଆଇ ଅଧିକାରୀ ଛାନଭିନ୍ କରିଛନ୍ତି ।

ଏକ ଘରୋଇ ଶିକ୍ଷାନୁଷ୍ଠାନ ଓ ନିର୍ଦ୍ଦେଶକ ଦ୍ୱାରା ହୋଇଥିବା ଜେଇଇ ମେନ୍ସ ପରୀକ୍ଷା ୨୦୨୧ରେ ହୋଇଥିବା ଅନିୟମିତତା ମାମଲାରେ ସିବିଆଇ ମାମାଲ ରୁଜୁ କରିଥିଲା । ସିବିଆଇ ଆଜି ଘରୋଇ ଶିକ୍ଷାନୁଷ୍ଠାନ, ତାର ନିର୍ଦ୍ଦେଶକ ଓ ତିନିଜଣ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ଜେଇଇ ମେନ୍ସ ଏକକ ପରୀକ୍ଷା ହୋଇଥାଏ । ଚଳିତବର୍ଷ ୪ଟି ପର୍ଯ୍ୟାୟରେ ପରୀକ୍ଷା ହୋଇଥିଲା । ପ୍ରାୟ ୭ ଲକ୍ଷ ପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ ।

ବିଦ୍ୟୁତ କାର୍ଯ୍ୟାଳୟରେ ପଶି ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ ମାରିଲେ ବିଜେପି ନେତା

ଜୟପୁର: ବିଜେପି ନେତାଙ୍କ ଦାଦାଗିରି । ଜୟପୁର ବିଦ୍ୟୁତ କାର୍ଯ୍ୟାଳୟରେ ପଶି ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ ମାରିଲେ ବିଜେପିର ଜୟପୁର ନିର୍ବାଚନମଣ୍ଡଳୀରୁ ପାର୍ଥୀ ହୋଇଥିବା ନେତା ଗୌତମ ସାମନ୍ତରାୟ । ଏନେଇ ଜୟପୁର ସଦର ଥାନାରେ ଏତଲା ଦିଆଯାଇଛି । ବାଲିଆ ପଞ୍ଚାୟତର ନୂଆଗଡ଼ ଗାଁରେ ଟ୍ରାନ୍ସଫରମର ପୋଡିଯାଇଥିଲା । ଏହି ଅଭିଯୋଗ ନେଇ ଗାଁର ୩୦ ଜଣ ଲୋକ ଅଫିସ ଭିତରକୁ ପଶି ଭଙ୍ଗାରୁଜା କରିବା ସହ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ ମାରିଥିଲେ । ତୁରନ୍ତ ଟ୍ରାନ୍ସଫରମର ମରାମତି କରିବାକୁ ଦାବି କରିଥିଲେ ।

ସେହି ଗାଁରେ ବିଦ୍ୟୁତ ଦେୟ ପାଖାପାଖି ୪ ଲକ୍ଷ ଟଙ୍କା ବକେୟା ଥିବା ବେଳେ ଏହାର ୨୦ ପ୍ରତିଶତ ଦେବା ପାଇଁ ନିର୍ବାହୀ ଯନ୍ତ୍ରୀ କହିଥିଲେ । କିନ୍ତୁ ଗାଁ ଲୋକେ ଅର୍ଥ ଦେବାକୁ ମନା କରିଥିଲେ । ତୁରନ୍ତ ଟ୍ରାନ୍ସଫରମର ମରାମତି କରିବାକୁ କହିଥିଲେ । ଏହାରି ଭିତରେ ବିଜେପି ନେତା ଗୌତମ ସାମନ୍ତରାୟ ନିର୍ବାହୀ ଯନ୍ତ୍ରୀଙ୍କୁ ଟାଣିଟାଣି ଅଫିସ ବାହାରକୁ ନେଇଯାଇଥିଲେ । ତେବେ ଏ ବିଷୟରେ ପୋଲିସ୍‌କୁ ଜଣାଇଲେ ଗୁଳି କରି ହତ୍ୟା କରିବେ ବୋଲି ଗୌତମ ସାମନ୍ତରାୟ ଧମକ ଦେଇଥିବା ନିର୍ବାହୀ ଯନ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି ।

କାଲି ସରକାର ଗଠନ କରିବ ତାଲିବାନ, କେଉଁ ଦେଶ ସହ କେମିତି ରହିବ ସମ୍ପର୍କ ?

କାବୁଲ: ଆଫଗାନିସ୍ତାନ କବଜାର ୨ ସପ୍ତାହ ପରେ ଦେଶରେ ସରକାର ଗଠନ ପାଇଁ ତାଲିବାନ ପ୍ରସ୍ତୁତ ହୋଇଛି । ସୂତ୍ର ଅନୁସାରେ, ଶୁକ୍ରବାର ଜୁମେ ନମାଜ ପାଠ ପରେ ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ କରିବ । ଅଗଷ୍ଟ ୧୫ରେ ତାଲିବାନ କାବୁଲକୁ କବଜା କରିବା ପରେ ପୂରା ଦେଶକୁ ନିଜ ନିୟନ୍ତ୍ରଣକୁ ନେଇଥିଲା । ଆଉ ଅଗଷ୍ଟ ୩୦ରେ ଆମେରିକା ସୈନ୍ୟ ଆଫଗାନିସ୍ତାନ ଛାଡ଼ିବା ପରେ ଇସଲାମିକ ଆତଙ୍କବାଦୀ ସମୂହ ଖୁସି ମନାଇଥିଲେ । ଏଥିସହ ଦଶନ୍ଧି ଧରି ଚାଲିଥିବା ଯୁଦ୍ଧ ପରେ ଦେଶରେ ଶାନ୍ତି ଓ ସୁରକ୍ଷା ଆଣିବା ପାଇଁ ପ୍ରତିଜ୍ଞା କରିଥିଲେ ।

Taliban Are All Set To Form Government In Afghanistan After Friday Prayers

ଆମେରିକା ସୈନ୍ୟ ଚଳିତ ସପ୍ତାହରେ ଦେଶ ଛାଡ଼ିବା ପୂର୍ବରୁ ତାଲିବାନ, ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ରୂପେ କବଜା କରି ନେଇଥିଲା । କେବଳ ପଞ୍ଜଶିରରେ ତାଲିବାନ ପଶି ପାରିନାହିଁ । ଏବେ ତାଲିବାନ ଦେଶକୁ ଶାସନ କରିବାର ଆଶା ଉଜ୍ଜୀବିତ ହୋଇଛି । ତେବେ ଆଫଗାନିସ୍ତାନର ଆର୍ଥିକ ସ୍ଥିତି ଖରାପ ଥିବାରୁ ତାଲିବାନ ଅନ୍ତରାଷ୍ଟ୍ରୀୟ ସହାୟତା ଉପରେ ନଜର ରଖିଛି ।

Taliban Are All Set To Form Government In Afghanistan After Friday Prayers

ସର୍ବୋଚ୍ଚ ନେତା ହିବତୁଲ୍ଲାହ ଅଙ୍ଖୁଦଜାଦାଙ୍କୁ ତାଲିବାନ ନେତା ଭାବେ ଚୟନ କରିଛି । ସେ ରାଷ୍ଟ୍ରପତି ହେବେ । ଶୁକ୍ରବାର ସରକାର ଗଠନ ପରେ କେଉଁ ଦେଶ ସହ ତାଲିବାନ କିଭଳି ସମ୍ପର୍କ ରଖୁଛି ତା’ଉପରେ ସମସ୍ତଙ୍କ ନଜର ରହିଛି । ତେବେ ଆର୍ଥିକ ସଂକଟ ସହ ଯୁଝୁଥିବା ଆଫଗାନିସ୍ତାନକୁ ଟଙ୍କାର ଆବଶ୍ୟକତା ରହିଛି ।

ମାନସ ଦାସ ଓ ପୁଅ ମନୋରଞ୍ଜନ ଦାସ ଗିରଫ, ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କଲେ କେନ୍ଦ୍ରାଞ୍ଚଳ ଆଇଜି

ଖୋର୍ଦ୍ଧା: ମାନବବାଦୀ ସଂଗଠନର ମୁଖ୍ୟ ମାନସ ଦାସ ଓ ପୁଅ ମନୋରଞ୍ଜନ ଦାସ ଗିରଫ । ମାନସ ଓ ମନୋରଞ୍ଜନଙ୍କୁ ଗିରଫ କରିଛି ଖୋର୍ଦ୍ଧା ପୋଲିସ । ଭୁବନେଶ୍ବର ସହିଦନଗର ସ୍ଥିତ ବାସଭବନରୁ ମାନସଙ୍କୁ ଗିରଫ କରିଛି ପୋଲିସ । ପୂର୍ବରୁ ସତ୍ୟବ୍ରତ ନାୟକ ହତ୍ୟା ମାମଲାରେ ମାନସଙ୍କୁ ଗିରଫ କରିଛି ପୋଲିସ । ମାନସଙ୍କ ବିରୋଧରେ ୩୬୩, ୩୬୪, ୩୦୨, ୨୦୧, ୧୦୨(ବି), ୧୦୯, ୩୪ଆଇପିସି ଧାରା ଲାଗିଛି । ମାନସଙ୍କ ପୁଅ ମନୋରଞ୍ଜନ ଦାସଙ୍କୁ ବେଗୁନିଆ ଥାନାରେ ଥିବା ୨ମାମଲାରେ ଗିରଫ କରାଯାଇଛି । ମନୋରଂଜନଙ୍କ ବିରୋଧରେ ୩୬୩. ୩୦୭,୩୨୩, ୧୦୯, ୧୨୦(ବି), ୩୪ ଆଇପିସି ଧାରା ଲାଗିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ।

ଅଗଷ୍ଟ ୨ରେ ସତ୍ୟବ୍ରତଙ୍କ ହତ୍ୟା ନେଇ ଅଭିଯୋଗ କରିଥିଲେ ଅଭିମାନପୁର ଗାଁର ବାପ-ପୁଅ । ଏହି ହତ୍ୟା ମାମଲାରେ ମାନସଙ୍କ ପ୍ରତ୍ୟେକ୍ଷ ସଂପୃକ୍ତି ନଥିଲେ ବି ପରୋକ୍ଷରେ ହତ୍ୟା ଧମକ ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗ ହୋଇଛି । ପୂର୍ବରୁ ମାନସ ଏକାଧିକ ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ନେଇ ପ୍ରମାଣ ରହିଛି । ୨୦୧୯ରେ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଝିଙ୍କିଝାଡ଼ି ଗ୍ରାମର ଜଣେ ଯୁବକଙ୍କୁ ମାନସ ଦାସ ଧମକ ଦେଉଥିବା ନେଇ ମାମଲା ରୁଜୁ ହୋଇଥିଲା । ସତ୍ୟବ୍ରତ ନାୟକ ହତ୍ୟା ଘଟଣାରେ ମାନସ ଗିରଫ ହୋଇଥିବା ବେଳେ, ନିର୍ଯାତନା ମାମଲାରେ ପୁଅ ମନୋରଞ୍ଜନଙ୍କୁ ଗିରଫ କରିଛି ପୋଲିସ । ହତ୍ୟା ମାମଲାରେ ପୂର୍ବରୁ ଅଗଷ୍ଟ ୪ରେ ୬ ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ ।

ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ରିମାଣ୍ଡରେ ଆଣି ପଚରାଉଚରା ଚାଲିଛି । ଗିରଫ ପରେ ମାନସଙ୍କୁ କୋର୍ଟ ଚାଲାଣ କରାଯିବ । ମାନସଙ୍କ ବିରୋଧରେ ଅନ୍ୟ ଯେକେହି ମଧ୍ୟ ଏତଲା ଦେଇପାରିବେ ବୋଲି ପ୍ରେସମିଟରେ କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି । ଏଥିସହ ସବୁ ଅଭିଯୋଗର ନିରପେକ୍ଷ ତଦନ୍ତର ଆଶ୍ୱାସନା ଦେଇଛନ୍ତି । ବାପପୁଅଙ୍କୁ ପିଟିବା ଭିଡିଓ ଭାଇରାଲ ପରେ ବିବାଦରେ ଥିଲେ ମାନସ । ବେଗୁନିଆ ଅଞ୍ଚଳରେ ଆତଙ୍କରାଜ ଚଳାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ମାଡ଼ମରା ଘଟଣା ପରେ ପୋଲିସ ମାନସ ଦାସଙ୍କ ବିରୋଧରେ ତଦନ୍ତ ଚଳାଇଥିଲା ।