ଅପରାହ୍ଣରେ ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣି

ମୁମ୍ୱାଇ: ଆଜି କୋର୍ଟରେ କଣ ହେବ ଆର୍ଯ୍ୟନଙ୍କ ଭାଗ୍ୟ । ବେଲ୍ ମିଳିବ ନା ପୁଣି ଜେଲ । କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ଶାହାରୁଖଙ୍କ ପୁଅ ଆର୍ଯ୍ୟାନଙ୍କ ଆଜି ପୁଣି ହେବ ଜାମିନ ଶୁଣାଣି । ଅପରାହ୍ନ ୨ଟା ୪୫ରେ ଜାମିନ ଆବେଦନର ଶୁଣାଣି କରିବେ କୋର୍ଟ । ପୂର୍ବରୁ ବେଲ୍ ଆବେଦନ କରି ତିନି ଥର ନିରାଶ ହୋଇ ସାରିଛନ୍ତି ଆର୍ଯ୍ୟନ । ଗତ ୧୧ ତାରିଖରେ ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣି ହେବାର ଥିଲା ।

ମାତ୍ର କୋର୍ଟ ତାହାକୁ ଆଜି ପାଇଁ ସ୍ଥଗିତ ରଖିଥିଲେ । ଗିରଫ ପରେ ବାରମ୍ବାର କୋର୍ଟରୁ ନିରାଶ ହୋଇ ଆର୍ଯ୍ୟନ ଏବେ ମୁମ୍ବାଇ ଜେଲରେ ଅଛନ୍ତି । ମାମଲା ଗମ୍ଭୀର ଥିବାରୁ ତଳ କୋର୍ଟରେ ନୁହେଁ, ସେସନ୍ କୋର୍ଟକୁ ଯିବା ପାଇଁ ପୂର୍ବରୁ ଆର୍ଯ୍ୟନଙ୍କ ଓକଲିଙ୍କୁ କହିଥିଲେ କୋର୍ଟ । କୋର୍ଟରେ ଶୁଣାଣି ବେଳେ ଏନସିବି ଓ ଆର୍ଯ୍ୟନଙ୍କ ଓକିଲଙ୍କ ମଧ୍ୟରେ ହୋଇଥିଲା ଜବରଦସ୍ତ ଯୁକ୍ତିତର୍କ । ତଥାପି ଏପର୍ଯ୍ୟନ୍ତ ଆର୍ଯନଙ୍କୁ ଜାମିନ ମିଳିପାରିନାହିଁ । ତେବେ ଆଜି ତାଙ୍କୁ ଜାମିନ ମିଳିବ କି ନାହିଁ ତାହା ଉପରେ ନଜର ।

 

 

Leave a Reply