ମାଓ ମୁକାବିଲା ଦିଗରେ ମାଲକାନଗିରି ପୋଲିସକୁ ବଡ଼ ସଫଳତା: ଜିଲ୍ଲା ଗସ୍ତରରେ ଯିବେ ଡିଜିପି

1 min read

ମାଲକାନଗିରି: ଗତ କିଛି ଦିନ ପରେ ମାଲକାନଗିରି ପୋଲିସକୁ ମିଳିଲା ଏକ ବଡ଼ ଧରଣର ସଫଳତା। ମାଲକାନଗିରି ଜିଲ୍ଲାକୁ ଏକ ସମ୍ପୂର୍ଣ୍ଣ ମାଓମୁକ୍ତ ଅଞ୍ଚଳ ଭାବେ ପରିଣତ କରିବାକୁ ପୋଲିସର ଏହା ଏକ ଦୃଢ଼ ପଦକ୍ଷେପ। ମାଥିଲି ବ୍ଲକ ଅନ୍ତର୍ଗତ ତୁଳସୀ ପାହାଡ଼ ସବୁବେଳେ ମାଓବାଦୀଙ୍କ କାର୍ଯ୍ୟକଳାପ ପାଇଁ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ଏହି ପାହାଡର ଅପର ପାର୍ଶ୍ଵରେ ଛତିଶଗଡ଼ ରହିଥିବା ଯୋଗୁଁ ମାଓବାଦୀଙ୍କ ପାଇଁ ସୁରକ୍ଷା ସ୍ଥଳୀ ଭାବେ ପରିଗଣିତ ହୋଇଆସୁଛି। ହେଲେ ଏହି ଅଞ୍ଚଳ ଉପରେ ଏବେ ପୋଲିସ ଓ ସୁରକ୍ଷା ବାହିନୀର ଫୋକସରେ ରହିଛି ।

ଗତକାଲି ଆରମ୍ଭ ହୋଇଥିଲା ମାଓଦମନ ଅପରେସନ। ସାମିଲ ହୋଇଥିଲେ SOG ଓ DVF ଯବାନ । ସର୍ଚିଂ ଅପରେସନ କରିବା ବେଳେ ମୁହାଁମୁହିଁ ହୋଇଥିଲେ ମାଓବାଦୀଙ୍କ ସହ। ଯବାନଙ୍କୁ ଦେଖି ମାଓବାଦୀ ଗୁଳି ଚଳାଇବାରୁ କାଉଣ୍ଟର ଜବାବ ଦେଇଥିଲା ପୋଲିସ । ଏହି ଘଟଣାରେ ୨ ମହିଳା, ମାଓବାଦୀ ସମେତ ୩ଜଣ ନିହତ ହୋଇଥିଲେ। ତୁଳସୀ ପାହାଡ଼ ଅପରେସନ ସାରି ଆଜି ଫେରିଛନ୍ତି ପୋଲିସ ଟିମ। ଦୀର୍ଘ ୧୮ ରୁ ୨୦ ଘଣ୍ଟାର ଅପରେସନ ଚାଲିଥିଲା । ୩ ମାଓବାଦୀଙ୍କ ଶବ ଓ ମାଓ ସାମଗ୍ରୀ ସହ ଫେରିଲା ଏହି ଦଳ। ଆଜି ଡିଜିପି ଅଭୟ କୁମାର ମାଲକାନଗିରି ପହଁଚି ଘଟଣାର ସମୀକ୍ଷା କରୁଛନ୍ତି । ତୁଳସୀ ପାହାଡ଼ ଏନକାଉଣ୍ଟର ଘଟଣାର ମଧ୍ୟ ସେ ସମୀକ୍ଷା କରୁଛନ୍ତି । ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା ଓ ମାଓଦମନ ନେଇ ମଧ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିବେ।

ଏଥିସହିତ ପଢ଼ନ୍ତୁ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ ଆଣ୍ଡାମାନ ସାଗରେ ସୃଷ୍ଟ ଘୂର୍ଣ୍ଣିବଳୟ

Leave a Reply