ଖୋଲୁଛି ମନୀଷଙ୍କ ମୃତ୍ୟୁ ରହସ୍ୟ: ଆତ୍ମସମର୍ପଣ କଲେ ୨ ସନ୍ଦିଗ୍ଧ

ଭୁବନେଶ୍ୱର: ମନୀଷ ଅନୁରାଗ ମୃତ୍ୟୁ ମିଷ୍ଟ୍ରି । ଖୋଲିଲା ଆଉ ଏକ ରହସ୍ୟ । ଫୁଲବାଣୀ ଟାଉନ ଥାନାରେ ଆତ୍ମସମର୍ପଣ କଲେ ଦୁଇ ସନ୍ଦିଗ୍ଧ । ଦୁଇ ସନ୍ଦିଗ୍ଧ ହେଲେ ଲିଟୁ ଓରଫ ଦିନେଶ ମହାପାତ୍ର ଓ ମୁନା ଓରଫ ମୃତ୍ୟୁଞ୍ଜୟ । ମୃତ୍ୟୁ ପୂର୍ବରୂ ଏହି ଦୁଇ ଜଣ ହୋଟେଲରେ ମନୀଷଙ୍କ ସହ ଥିଲେ । ସନ୍ଦେହରେ ପୋଲିସ ଉଭୟ ଲିଟୁ ଓ ମୁନ୍ନାଙ୍କୁ ଖୋଜୁଥିଲା ।

ଆଜି ଉଭୟଙ୍କୁ ଭୁବନେଶ୍ୱର ଆଣି ଅଧିକ ପଚରାଉଚରା କରିବ ପୋଲିସ । ଲିଟୁ ଓ ମୁନ୍ନାଙ୍କୁ ଘଟଣା ଦିନ ଫେରାର କରିବା ଅଭିଯୋଗରେ ହିମାଂଶୁ ନାମକ ଜଣେ ଯୁବକଙ୍କୁ ଅଟକ ରଖିଛି ପୋଲିସ । ସମୁଦାୟ ୪ ଜଣଙ୍କୁ ଅଟକ ରଖି ପୋଲିସ ମନୀଷ ମୃତ୍ୟୁ ରହସ୍ୟ ଖୋଜିବାରେ ଲାଗିଛି । ସେପଟେ ଗତକାଲି ମନୀଷଙ୍କ ମୃତ୍ୟୁ ପୂର୍ବର ଶେଷ ଫଟୋ ସାମ୍ନାକୁ ଆସିଥିଲା ।

 

ପାତ୍ରପଡ଼ା ସାଉଥ୍‌ ସିଟି ବାର ନିକଟ ରାସ୍ତାରେ ଚାଲି ଯାଉଥିବାର ସିସିଟିଭି ଫଟୋ ଆସିଥିଲା । ହୋଟେଲ୍‌ରୁ ବାହାରି ମନୀଷ ସାଙ୍ଗଙ୍କ କାର ନିକଟକୁ ଯାଉଥିବା ବେଳର ଏହି ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା । ହୋଟେଲ୍‌ରୁ ବାହାରିବା ପରେ ମନୀଷ କୁଆଡ଼େ ଯାଇଥିଲେ ? କେମିତି ହୋଇଥିଲା ମୃତ୍ୟୁ ? ପୋଖରୀ ପାଖକୁ କେମିତି ଗଲେ ମନୀଷ ? ମୃତ୍ୟୁ ପଛରେ ରହିଛି କି ସାଙ୍ଗଙ୍କ ଲିଙ୍କ ? ଶେଷ ଫଟୋରୁ ମନୀଷ ମୃତ୍ୟୁର ସୁରାକ୍‌ ଖୋଜୁଛି ପୋଲିସ ।

ଏଥିସହିତ ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ନିରୁପମାଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ଭାଙ୍ଗିଛି ବେକ ହାଡ଼

Leave a Reply