spot_img
Home Blog Page 5236

ବସରେ କମିଶନରଙ୍କ ସରପ୍ରାଇଜ୍ ଚେକ୍; ୧୩ କଣ୍ଡକ୍ଟରଙ୍କ ସମେତ ୧୪ ଡ୍ରାଇଭର ନିଲମ୍ବିତ  

କାନପୁର: ସାଧାରଣ ଲୋକଙ୍କ ଗ୍ରହଣକୁ ଯାଇ ଅଧିକାରୀ ସମସ୍ୟା ବୁଝିବାକୁ ଚେଷ୍ଟା କଲେ ସମାଧାନର ବାଟ ବାହାରିଥାଏ । କାରଣ ସେତେବେଳେ ସତ କ’ଣ ଜାଣିବା ପାଇଁ ଅଧିକାରୀ କାହାରି ଉପରେ ନିର୍ଭର କରନ୍ତି ନାହିଁ । କାନପୁର କମିଶନର ରାଜ ଶେଖର ସରପ୍ରାଇଜ୍ ଚେକ୍ କରିଛନ୍ତି । କମିଶନର ବସରେ ସାଧାରଣ ଲୋକଙ୍କ ସହ ଯାତ୍ରା କରି ପରିସ୍ଥିତିକୁ ବୁଝିଛନ୍ତି ।

ସରପ୍ରାଇଜ୍ ଚେକିଂ ପୂର୍ବରୁ କାନପୁର କମିଶନର ୬ ଅଧିକାରୀଙ୍କୁ ନେଇ ଏକ ଟିମ୍ ତିଆରି କରିଥିଲେ । ଅଧିକାରୀମାନେ ଭିନ୍ନ ଭିନ୍ନ ବସରେ ଯାତ୍ରା କରିବା ସହ କମିଶନର ୨ଟି ବସରେ ଯାତ୍ରା କରିଥିଲେ । କମିଶନର ହର୍ଷ ନଗରରୁ ଚୁନ୍ନିଗଞ୍ଜ ଓ ରାୱତପୁରରୁ ହର୍ଷ ନଗର ବସରେ ଯାତ୍ରା କରିଥିଲେ । ଯାତ୍ରା ବେଳେ ବସରେ କଣ୍ଡକ୍ଟର ଓ ମାସ୍କ ପିନ୍ଧିନଥିବା ଦେଖିବାକୁ ପାଇଥିଲେ କମିଶନର । କେତେକ ଯାତ୍ରୀ ମଧ୍ୟ ମାସ୍କ ନ ଲଗାଇ କରୋନା କଟକଣା ମାନୁନଥିବା ଦେଖିଥିଲେ । ବସରେ ଫାଷ୍ଟ ଏଡ୍ ବକ୍ସ ନଥିବା ବେଳେ ଏଲଇଡି ଡିସପ୍ଲେ ଖରାପ ଥିଲା । ରକ୍ଷାଣବେକ୍ଷଣ ଅଭାବରୁ ବସ୍ ଖରାପ ହେଉଥିବା ଦେଖାଯାଇଥିଲା ।

ଏହା ବାଦ୍ ୬ ଅଧିକାରୀ ଅଲଗା ଅଲଗା ବସରେ ଯାତ୍ରା କରି କମିଶନରଙ୍କୁ ରିପୋର୍ଟ ଦେଇଥିଲେ । ରିପୋର୍ଟ ଅନୁସାରେ, କେତେକ କଣ୍ଡକ୍ଟର ଓ ଡ୍ରାଇଭର ୟୁନିଫର୍ମ ପିନ୍ଧି ନଥିଲେ । ବସରେ ଯାତ୍ରୀ ମାସ୍କ ପିନ୍ଧୁ ନଥିବା ବେଳେ କଣ୍ଡକ୍ଟର କିଛି କହୁନଥିବା ରିପୋର୍ଟ ଆସିଥିଲା । ରିପୋର୍ଟ ପରେ କାନପୁର କମିଶନର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ୧୩ ଡଣ କଣ୍ଡକ୍ଟରଙ୍କୁ ନିଲମ୍ବିତ କରାଯାଇ ଥିବାବେଳେ ୧୪ ଡ୍ରାଇଭରଙ୍କୁ ହଟାଇ ଦିଆଯାଇଛି । ଏଥିସହ ବସର ରକ୍ଷାଣବେକ୍ଷଣ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କମିଶନର ।

ତାଲିବାନ ପ୍ରସଙ୍ଗରେ ISI ଚିଫଙ୍କ ଉତ୍ତର, ସବୁ କିଛି ଠିକ୍ ହେଇଯିବ…

ନୂଆଦିଲ୍ଲୀ: ପାକିସ୍ତାନର ଗୁପ୍ତଚର ଏଜେନ୍ସି ISIର ଚିଫ୍ ଲେଫ୍ଟନାଣ୍ଟ ଜେନେରାଲ୍ ଫେଜ୍ ହମିଦ ଶନିବାର ଦିନ କାବୁଲରେ ପହଞ୍ଚିଛନ୍ତି । ଏହି ଅବସରରେ ଆଫଗାନିସ୍ତାନରେ ତାଲିବାନର ସରକାର ଗଠନ ନେଇ ହମିଦ କହିଛନ୍ତି ଯେ, ଆଫଗାନିସ୍ତାନରେ ସବୁ କିଛି ଠିକ୍ ହେଇଯିବ ।

ପାକିସ୍ତାନର ଏକ ଖବରକାଗଜ ଅନୁଯାୟୀ, ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ISI)ର ଚିଫ୍ ଲେଫ୍ଟନାଣ୍ଟ ଜେନେରାଲ୍ ହମିଦଙ୍କ ନେତୃତ୍ୱରେ  ପାକିସ୍ତାନୀ ଅଧିକାରୀଙ୍କ ଏକ ପ୍ରତିନିଧି ଦଳ ତାଲିବାନ ସହ ଆଲୋଚନା କରିବା ଲାଗି କାବୁଲରେ ପହଞ୍ଚିଛି । ଏନେଇ ଏକ ଭିଡ଼ିଓ ମଧ୍ୟ ଭାଇରାଲ୍ ହୋଇଛି ।

ଯେଉଁଥିରେ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ପ୍ରଶ୍ନ କରୁଥିବାର ନଜର ଆସୁଛି । ଯେଉଁଥିରେ ସେ ହମିଦଙ୍କୁ ପ୍ରଶ୍ନ କରିଛନ୍ତି କ’ଣ ଆପଣ ତାଲିବାନୀଭ୍କ ସହ ବୈଠକରେ ଭାଗ ନେବେ? ଏନେଇ ହମିଦ କହିଥିଲେ, କିଛି ସ୍ପଷ୍ଟ ହୋଇନାହିଁ । ଅନ୍ୟପକ୍ଷରେ ସେ ଆଉ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ, ଚିନ୍ତା କରନ୍ତୁ ନାହିଁ ଆଫଗାନିସ୍ତାନରେ ସବୁ କିଛି ଠିକ୍ ହୋଇଯିବ ।

ରିପୋର୍ଟ ମୁତାବକ, ତାଲିବାନର ନେତୃତ୍ୱ ସମ୍ମୁଖରେ  ପାକିସ୍ତାନ-ଆଫଗାନିସ୍ତାନ ସୁରକ୍ଷା, ଅର୍ଥବ୍ୟବସ୍ଥା ଓ ଅନ୍ୟ ପ୍ରସଙ୍ଗ ଉଠାଇବେ । ତାଲିବାନ ଅଗଷ୍ଟ ୧୫ ତାରିଖରେ କାବୁଲ ଉପରେ କବଜା କରିଥିଲା । ଯାହା ପରେ ପାକିସ୍ତାନୀ ଅଧିକାରୀ ମାନଙ୍କର ଏହା ହେଉଛି ପ୍ରଥମ ଉଚ୍ଚସ୍ତରୀୟ ବୈଠକ । ତେବେ ତାଲିବାନ ଲଗାତାର ଭାବେ ସରକାର ଗଠନ କରିବା ଲାଗି ଚେଷ୍ଟା କରୁଥିବା ବେଳେ ଏଯାଏଁ ଆଧିକାରୀକ ଭାବେ କୌଣସି ଘୋଷଣା କରାଯାଇନାହିଁ ।

ରାଉରକେଲା ବିଜେଡିର ମହା ମିଶ୍ରଣ ପର୍ବ: କଂଗ୍ରେସ, ବିଜେପି ସମେତ ଅନ୍ୟ ଦଳର ଶତାଧିକ କର୍ମୀ ସାମିଲ

ରାଉରକେଲା: ରାଉରକେଲା ରେଲଓ୍ୱେ କଲୋନୀ ଇନ୍‌ଷ୍ଟିଚ୍ୟୁଟ୍ ଠାରେ ବିଜେଡିର ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଏଥିରେ କଂଗ୍ରେସ, ଵିଜେପି, ବଜରଙ୍ଗ ଦଳ ଓ ଆମ ଆଦମୀ ପାର୍ଟିର ଶତାଧିକ ନେତା ଓ କର୍ମୀ ଆଜି ବିଜୁ ଜନତା ଦଳରେ ଯୋଗଦେଇଛନ୍ତି । ରାଉରକେଲା ଵିଜୁ ଜନତା ଦଳର ସଭାପତି ଓ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ଉପସ୍ଥିତିରେ ଵିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି ଅନ୍ୟ ଦଳର ନେତା ଓ କର୍ମୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ ସ୍ୱଚ୍ଛ ଏବଂ ସୁଶାସନ ଅନୁପ୍ରାଣିତ ହୋଇ ସେମାନେ ଯୋଗଦେଇଥିବା କହିଥିବା ବେଳେ ସେମାନଙ୍କ ଯୋଗଦାନ ଦଳକୁ ଅଧିକ ସୁଦୃଢ଼ କରିବ ବୋଲି ଦଳୀୟ  ପର୍ଯ୍ୟବେକ୍ଷକଙ୍କ ପକ୍ଷରୁ କୁହାଯାଇଛି ।

ଏଥିସହିତ ପଢ଼ନ୍ତୁ: ଦକ୍ଷ ଶିଳ୍ପ ନୀତି ପାଇଁ ଓଡ଼ିଶା ପାଲଟିଛି ନିବେଶକଙ୍କ ପ୍ରଥମ ପସନ୍ଦ: ୨୧୭୧.୮୨ କୋଟି ଟଙ୍କାର ୧୦ ପ୍ରକଳ୍ପକୁ ମଞ୍ଜୁରୀ

ବନ୍ଦ ଘରୁ ଦମ୍ପତିଙ୍କ ମୃତଦେହ ଜବତ: ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା ସନ୍ଦେହ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଷୋଡକ ଗ୍ରାମ ପଞ୍ଚାୟତ ସାହିରେ ଶନିବାର ବିଳମ୍ବିତ ରାତିରେ ଅଘଟଣ । ସ୍ୱୀକୁ ହତ୍ୟା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ସନ୍ଦେହ । ମାତ୍ର ୪ ମାସ ତଳେ ବିବାହ କରିଥିଲେ । ମୃତକ ହେଉଛନ୍ତି ପାଣ ଗୌଡ଼ଙ୍କ ତୃତୀୟ ପୁଅ ବିପିନ ଗୌଡ଼ ଓ ବୋହୂ ଲିଲି ଗୌଡ଼। ଚାରି ମାସ ତଳେ ଅରଖପୁରର ମଦନ ଗୌଡ଼ଙ୍କ ଝିଅ ଲିଲିଙ୍କୁ ବିପିନ ବିବାହ କରିଥିଲେ।

ଶନିବାର ରାତିରେ ସ୍ୱାମୀ ସ୍ତ୍ରୀ ବାପା ମାଆଙ୍କ ସହିତ ମିଶି ଖାଇବା ପରେ ନିଜ କୋଠରୀରେ ଶୋଇଥିଲେ। ସକାଳୁ ପୁଅ ବୋହୂ ବାହାରକୁ ନ ଆସିବାରୁ ବାପା ସେମାନଙ୍କୁ ଡାକିବାକୁ ଯାଇଥିଲେ। ଝରକା ବାଟେ ଦେଖିବାକୁ ପାଇଥିଲେ ଯେ ରକ୍ତରଞ୍ଜିତ ବୋହୂର ଶରୀର ଖଟ ଉପରେ ପଡିଛି ଓ ପୁଅ କୋଠରୀ ଦୁଲାରେ ଝୁଲୁଛି। ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ । ସାଇଣ୍ଟିଫିକ ଟିମକୁ ଅପେକ୍ଷା କରିଛି । । କୋଠରୀ ଭିତରେ ହିଁ ଉଭୟେ ମୃତ୍ୟୁବରଣ କରିଥିବା ଜଣାପଡିଥିବା ବେଳେ ରକ୍ତଲଗା କଟୁରିକୁ ଜବତ କରିଛି ପୋଲିସ ।

ଏଥିସହିତ ପଢ଼ନ୍ତୁ: ସେକ୍ସ ରାକେଟ ଧରାପଡ଼ିବା ପରେ OYO ହୋଟେଲ ସିଲ୍: ମାଲିକ ଫେରାର

୬ ବର୍ଷର ଆଇନ୍ ଯୁଦ୍ଧ ଲଢ଼ି ୫ IAS ଅଧିକାରୀଙ୍କୁ ଜେଲକୁ ପଠାଇଲେ ବୃଦ୍ଧା

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କାର୍ଯ୍ୟରତ ୪ ଜଣ ଆଇଏଏସ୍ ଅଧିକାରୀଙ୍କ ସହ ଜଣେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଜେଲ୍ ଦଣ୍ଡାଦେଶ ସହ ଜରିମାନା ଲଗାଇଛନ୍ତି ହାଇକୋର୍ଟ । ଜଣେ ୬୨ ବର୍ଷୀୟା କୃଷକଙ୍କ ଆବେଦନର ଶୁଣାଣି କରି କୋର୍ଟ ଏଭଳି ରାୟ ଦେଇଛନ୍ତି । ବୃଦ୍ଧା ଜଣଙ୍କ ୬ ବର୍ଷ ଧରି ନିଜ ହକ୍ ପାଇଁ ଆଇନଗତ ଲଢ଼େଇ ଲଢ଼ୁଥିଲେ ।

ହାଇକୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ଅଧିକାରୀମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଏବଂ ଏସପିଏସ୍ ନେଲ୍ଲୋର ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ରେବୁ ମୃତ୍ୟାଲା ରାଜୁ, ପୂର୍ବତନ ଜିଲ୍ଲାପାଳ ଏମବି ଶେଷଗିରି ବାବୁ, ଏସପିଏସ୍ ନେଲୋର ଜିଲ୍ଲାର ଜିଲ୍ଲାପାଳ କେବିଏନ୍ ଚକ୍ରଧର, ପ୍ରମୁଖ ଅର୍ଥ ସଚିବ ରମଶେର ସିଂହ ରାୱତ ଓ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ମନମୋହନ ସିଂହ ରହିଛନ୍ତି ।

ମନମୋହନ ସିଂହଙ୍କୁ କୋର୍ଟ ଏକ ହଜାର ଟଙ୍କା ଜରିମାନା କରିବା ସହ ୪ ସପ୍ତାହ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ରାଜୁଙ୍କୁ ଦୁଇ ସପ୍ତାହ ଜେଲ୍ ସହ ୧ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି । ରାୱତଙ୍କୁ ୨ ହଜାର ଟଙ୍କା ଜରିମାନା ସହ ମାସେ ଜେଲ ଦଣ୍ଡ ହୋଇଛି । ବାବୁ ଓ ଚକ୍ରଧରଙ୍କୁ ୨ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି ହାଇକୋର୍ଟ ।

ଏସପିଏସ୍ ନେଲ୍ଲୋର ଜିଲ୍ଲାର ୬୨ ବର୍ଷୀୟା ଚାଷୀ ସବିଥ୍ରମ୍ମା ଏକ ଅବମାନନା ମାମଲା ଦାଏର କରିଥିଲେ । ସବିଥ୍ରମ୍ମାଙ୍କ ନାଁରେ ପଟ୍ଟା ଥିବାବେଳେ ୨୦୧୫ରେ ରାଜସ୍ୱ ଅଧିକାରୀ ଜମି ନେଇ କ୍ଷତିପୂରଣ ଦେଇନଥିଲେ । ମହିଳା କୃଷକ ଏନେଇ ଲୋକୟୁକ୍ତଙ୍କ ସହ ହାଇକୋର୍ଟରେ ଅବମାନନା ମାମଲା ଦାଏର କରିଥିଲେ । ଏହା ପରେ ଚଳିତ ମାର୍ଚ୍ଚରେ ତାଙ୍କୁ କ୍ଷତିପୂରଣ ରାଶି ମିଳିଥିଲା ।

କେରଳରେ ଚିନ୍ତା ବଢାଉଛି ନିପା ଭାଇରସ୍, ୧୨ ବର୍ଷୀୟ ବାଳକର ମୃତ୍ୟୁ

କୋଝିକୋଡ: କେରଳରେ ମାଡି ଚାଲିଛି ନିପା ଭାଇରସ୍। କେରଳ କୋଝିକୋଡରେ ନିପା ଭାଇରସରେ ସଂକ୍ରମିତ ହୋଇ ଜଣଙ୍କର ମୃତ୍ୟୁ ହୋଇଛି । ଏହି ମୃତକ ଜଣକ ହେଉଛନ୍ତି ୧୨ ବର୍ଷୀୟ ବାଳକ। ଗତ ୩ ତାରିଖରେ କୋଝିକୋଡର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ନିପା ଭାଇରସ୍ ଆକ୍ରାନ୍ତ ଚିହ୍ନଟ ପରେ ସବୁ ପ୍ରକାର ମୁକାବିଲା ଆରମ୍ଭ ହୋଇଥିବା ବେଳେ କଣ୍ଟାକ୍ଟ ଟ୍ରେସିଂ ଚାଲିଛି । ମୃତକଙ୍କ ପରିବାରରୁ କୌଣସି ବ୍ୟକ୍ତି ସଂକ୍ରମିତ ହୋଇନଥିବା ଜଣାପଡିଛି । ଏଭଳି ଖବର ଜଣାପଡିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନାସନାଲ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲର ଏକ ଟିମ୍ କେରଳକୁ ପଠାଯାଇଛି ।

ତେବେ ଏହି ଟିମ୍ ରାଜ୍ୟକୁ ଟେକନିକାଲ ସହାୟତା ଯୋଗାଇବାରେ ସହାୟକ ହେବ । ୨୦୧୮ରେ କେରଳ କୋଝିକୋଡ ଓ ମଲପୁରମରେ ନିପା ଭାଇରସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ରିପୋର୍ଟ ଅନୁଯାୟୀ ଏହି ଭାଇରସ୍ ବାଦୁଡି ଲାଳରୁ ସଂକ୍ରମିତ ହେଉଥିବା ଜଣାପଡିଛି।

 

ପାକିସ୍ତାନରେ ଆତ୍ମଘାତୀ ବିସ୍ଫାେରଣ, ୩ ମୃତ

ଲାହୋର: ପାକିସ୍ତାନର ମସ୍ତୁଙ୍ଗ ରୋଡ୍ ସ୍ଥିତ କ୍ୱେଟାରେ ଆତ୍ମଘାତୀ ବିସ୍ଫାେରଣ ଘଟିଛି। ଯେଉଁଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ଆଉ ଏହି ବିସ୍ଫାେରଣ ପାଇଁ ନିଜକୁ ଦାୟୀ କରିଛି ତେହରିକ୍-ଇ-ତାଲିବାନ (ଟିଟିପି) ।

ଏହି ବିସ୍ଫୋରଣରେ  ପାକିସ୍ତାନ ସିକ୍ୟୁରିଟି ଫୋର୍ସକୁ ଟାର୍ଗେଟ୍ କରାଯାଇଥିବା ନେଇ ପ୍ରାଥମିକ ତଦନ୍ତରୁ ପ୍ରକାଶ । ପୋଲିସର ସୂଚନାନୁସାରେ ଏହି ଆତ୍ମଘାତୀ ବିସ୍ଫୋରଣ ପାଇଁ ବାଇକ୍ ବ୍ୟବହାର କରାଯାଇଥିଲା । ଏହି ବିସ୍ଫୋରଣରେ ୩ ଜଣଙ୍କ ପ୍ରାଣ ଯାଇଛି ।

ଖବର ଅନୁଯାୟୀ ଆଫଗାନିସ୍ତାନରେ ସଙ୍କଟ ବଢିବା ପରେ ପାକିସ୍ତାନରେ ତାଲିବାନ ମାନେ ମୁଣ୍ଡ ଟେକିଛି। ଆତଙ୍କବାଦୀ ମାନେ କାବୁଲକୁ କବଜା କରିବା ପରେ ପାକିସ୍ତାନରେ ହୋଇଥିବା ବିଭିନ୍ନ ଆକ୍ରମଣରେ ୫୨ ଜଣ ପାକିସ୍ତାନୀଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ମଧ୍ୟ ହୋଇଛନ୍ତି। ତେବେ ଗତ ମାସରେ ସହରର ଜାର୍ଗୁନ୍ ରୋଡ ସ୍ଥିତ ବିଶ୍ୱବିଦ୍ୟାଳୟ ଛକ୍ ନିକଟରେ ଏକ ବିସ୍ଫୋରଣ ଘଟିଥିଲା। ଯେଉଁଠି ୧୫ ଜଣ ପୋଲିସ କର୍ମୀ ଏକ ଭ୍ୟାନରେ ଯାଉଥିଲେ ବୋଲି ଏକ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ ।

କ୍ଷମତା ପାଇଁ ମୁହାଁମୁହିଁ ହେଲେ ତାଲିବାନର କମାଣ୍ଡର,ଗୁଳି ମାଡ଼ରେ ବରାଦର ଆହତ

କାବୁଲ : ଆଫଗାନିସ୍ତାନ ଉପରେ ତାଲିବାନର କବଜାକୁ ଦୁଇ ସପ୍ତାହରୁ ଅଧିକ ହୋଇ ସାରିଥିଲେ ମଧ୍ୟ କିଏ ଶାସନ ମୁଖ୍ୟ ହେବ ତାକୁ ନେଇ କିଛି ମଧ୍ୟ ନିଷ୍ପତ୍ତି ହୋଇ ପାରିନାହିଁ । କିଏ କ୍ଷମତାର ମଙ୍ଗ ଧରିବ ତାକୁ ନେଇ ପାକିସ୍ତାନ ସମର୍ଥିତ ହକ୍କାନୀ ନେଟୱର୍କ ଓ ତାଲିବାନ ନେତୃତ୍ୱ ମଧ୍ୟରେ ସଂଘର୍ଷ ହୋଇଥିବା ଖବର ଆସୁଛି । ମିଳୁଥିବା ସୂଚନା ଅନୁସାରେ ତାଲିବାନର ସହ ପ୍ରତିଷ୍ଠାତା ଅବ୍ବଦୁଲ ଗନି ବରାଦର ଓ ହକ୍କାନୀ ନେଟୱର୍କ ମଧ୍ୟରେ ଏହାକୁ ନେଇ ରକ୍ତାକ୍ତ ସଂଘର୍ଷ ହୋଇଛି । ଏହି ସଂଘର୍ଷରେ ଅବଦୁଲ ଗନି ବରାଦରକୁ ଗୁଳି ଲାଗିଥିବା କୁହାଯାଉଛି । କୁହାଯାଉଛି ଯେ, ହକ୍କାନୀ ଗ୍ରୁପର ଗୁଳିମାଡରେ ବରାଦର ଆହତ ହୋଇଛି ।

https://twitter.com/PanjshirObserv/status/1433965399003983873

ପଂଜଶୀର ଅବଜର୍ଭର ନାମକ ଆଫଗାନୀ ୱେବସାଇଟ୍ ଏଭଳି ଦାବି କରିଛି । ଅବଜର୍ଭର ଅନୁସାରେ ଶନିବାର ରାତିରେ ବରାଦର ଓ ହକ୍କାନୀ ନେଟୱର୍କର ମୁଖିଆ ଅନସ ହକ୍କାନୀ ମଧ୍ୟରେ କ୍ଷମତା ବଣ୍ଟନକୁ ନେଇ କଥା କଟାକଟି ହୋଇଥିଲା । ପରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପଂଜଶୀର ଘେରାବନ୍ଦୀକୁ କେମିତି ଶେଷ କରାଯିବ ତାକୁ ନେଇ ଆଲୋଚନା ଚାଲିଥିବା ବେଳେ ଏଭଳି ଘଟିଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ପଂଜଶୀର ବିବାଦର ସମାଧାନକୁ ନେଇ ଅସହମତି ରହିଛି । ମୁଲ୍ଲା ବରାଦର ଓ ହକ୍କାନୀର ସମର୍ଥକଙ୍କ ମଧ୍ୟରେ ଏହାକୁ ନେଇ ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ବରାଦର ଆହତ ହୋଇଥିଲା ।


ଅନ୍ୟପକ୍ଷରେ ନର୍ଦ୍ଦନ ଆଲାଏନ୍ସ ମଧ୍ୟ ଟ୍ୱିଟ୍ କରି ଏହି ଘଟଣା ବାବଦରେ ସୂଚନା ଦେଇଛି । ନର୍ଦ୍ଦର୍ଣ୍ଣ ଆଲଏନ୍ସ ଅନୁସାରେ ବରାଦର ପଂଜଶୀରରୁ ତାଲିବାନୀ ଯୋଦ୍ଧା ଫେରି ଆସନ୍ତୁ ବୋଲି ଚାହୁଁଛି । ଯାହାକୁ ହକ୍କାନୀ ବିରୋଧ କରୁଛି । ଆଲାଏନ୍ସ ଅନୁସାରେ ଗୁରୁତର ଆହତ ବରାଦରକୁ ଚିକିତ୍ସା ପାଇଁ ପାକିସ୍ତାନ ନିଆଯାଇଛି । ତାଲିବାନ ମଧ୍ୟରେ ଚାଲିଥିବା ଏହି କ୍ଷମତା ସଂଘର୍ଷକୁ ନେଇ ମିଡିଆ କାହିଁକି ଚୁପ୍ ଅଛି ବୋଲି ଆଲାଏନ୍ସ ପ୍ରଶ୍ନ କରିଛି ।
କେବଳ ନର୍ଦ୍ଦର୍ଣ୍ଣ ଆଲାଏନ୍ସ ନୁହେଁ ଆଫଗାନିସ୍ତାନର ଜଣେ ପୂର୍ବତନ ମହିଳା ସାଂସଦ ମରିୟମ ସୋଲେମାନଖିଲ ମଧ୍ୟ ଏଭଳି ଦାବି କରିଛନ୍ତି । ତାଙ୍କ ଅନୁସାରେ ହକ୍କାନୀ ନେଟୱର୍କର ଅନସ ହକ୍କାନୀ ଓ ଖଲିଲ ହକ୍କାନୀର ତାଲିବାନ ନେତା ମୁଲ୍ଲା ବରାଦର ଓ ମୁଲ୍ଲା ୟାକୁବ ସହିତ ଝଗଡା ହୋଇଛି । ମୁଲ୍ଲା ବରାଦର ଆଫଗାନିସ୍ତାନର ଶାସନ ମୁଖ୍ୟ ହେବା ପାକିସ୍ତାନ ଚାହୁଁ ନାହିଁ ବୋଲି ସେ ଦାବି କରିଛନ୍ତି ।
ତାଲିବାନ ମଧ୍ୟରେ ଏଭଳି ସଂଘର୍ଷ ଖବରରେ କିଛି ସତ୍ୟତା ଥିବା ଜଣା ପଡୁଛି । କାରଣ ରବିବାର ଦିନ ପାକ୍ ଗୁଇନ୍ଦା ଏଜେନ୍ସୀ ଆଇଏସଆଇର ମୁଖ୍ୟ ଆଫଗାନିସ୍ତାନରେ ପହଂଚିଛନ୍ତି । ଶାସନରେ ହକ୍କାନୀ ନେଟୱର୍କକୁ ଅଧିକ ଗୁରୁତ୍ୱ ଯେମିତି ମିଳିବ ତାହା ପାକିସ୍ତାନର ଲକ୍ଷ୍ୟ ।
ସୂଚନାଯୋଗ୍ୟ ଯେ, ମୁଲ୍ଲା ୟାକୁବ ହେଉଛି ତାଲିବାନର ପ୍ରତିଷ୍ଠାତା ମୁଲ୍ଲା ଓମାରର ପୁଅ । ମୁଲ୍ଲା ଓମାର ତାଲିବାନ ସେନା ଆୟୋଗର ମୁଖ୍ୟ ହେବାକୁ ଇଛା ରଖିଛି । କାରଣ ଏହା ତାଲିବାନରେ ସମ୍ମାନଜନକ ପଦ ହେବା ସହିତ ସାମିରକ ବାହିନୀ ତା’ ନିୟନ୍ତ୍ରଣରେ ରହିବ । ତେବେ ହକ୍କାନୀ ଗ୍ରୁପ ଏହାକୁ ବିରୋଧ କରୁଛନ୍ତି । ହକ୍କାନୀ ଗ୍ରୁପକୁ କାବୁଲ ସୁରକ୍ଷା ଭାର ଦିଆଯିବାକୁ ନେଇ ମଧ୍ୟ ୟାକୁବ ଅସନ୍ତୁଷ୍ଠ ଥିଲା । ବରାଦର ଓ ୟାକୁବ ପାକିସ୍ତାନ ନିୟନ୍ତ୍ରଣରେ ରହିବେ ନାହିଁ ବୋଲି ପାକିସ୍ତାନ ମନେ କରୁଛି ।

ଅମରୁଲ୍ଲାହ ସାଲେହଙ୍କୁ ଡରାଉଛି ନରସଂହାର ଭୟ, ମାଗିଲେ ସହାୟତା

କାବୁଲ: ଆଫଗାନିସ୍ତାନ ଉପରେ ସମ୍ପୂର୍ଣ୍ଣ କବଜା କରିଛି ତାଲିବାନ । ଏବେ ସରକାର ଗଠନ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ତାଲିବାନୀ ନେତା । ହେଲେ ପଞ୍ଜଶୀର ଏବେବି ଏହି ଆତଙ୍କବାଦୀଙ୍କ ବିରୋଧରେ ସଂଗ୍ରାମ ଜାରି ରଖିଛି। ଖାଲି ଏତିକି ନୁହେଁ ଆଫଗାନିସ୍ତାନର ଉପ-ରାଷ୍ଟ୍ରପତି ଅମରୁଲ୍ଲାହ ସାଲେହ ମଧ୍ୟ ତାଲିବାନକୁ ଲଗାତାର ବିରୋଧ କରିଆସୁଛନ୍ତି । ଏହା ମଧ୍ୟରେ ନରସଂହାର ଆଶଙ୍କା କରି ସେ ସଂଯୁକ୍ତ ରାଷ୍ଟ୍ରକୁ ଚିଠି ଲେଖି ସାହାଯ୍ୟ ଲୋଡିଛନ୍ତି।

Taliban To Form New Government In Afghanistan Today

ପଞ୍ଜଶୀରରେ ତାଲିବାନ ଓ ସୁରକ୍ଷା ବଳଙ୍କ ମଧ୍ୟରେ କଡ଼ା ଯୁଦ୍ଧ ଦେଖିବାକୁ ମିଳିଛି । ପଞ୍ଜଶୀରରେ ଚାଲୁଥିବା ଯୁଦ୍ଧରେ ତାଲିବାନୀ ଶକ୍ତିଶାଳୀ ହେଉଥିବା ମନେ କରି ଶୁକ୍ରବାର ଦିନ କାବୁଲରେ ଫାୟାରିଂ କରି ଉତ୍ସବ  ମନାଇଥିଲେ । ଯେଉଁଥିରେ ୧୭ ଜଣ ମୃତ୍ୟୁବରଣ କରିଥିବା ବେଳେ ୪୧ ଜଣ ଆହତ ହୋଇଥିଲେ ।

ସଂଯୁକ୍ତ ରାଷ୍ଟ୍ରକୁ ଚିଠି ଲେଖି ସାଲେହ କହିଛନ୍ତି ଯେ, କାବୁଲ ଓ ଅନ୍ୟ ବଡ଼ ସହରର ପତନ ପରେ ପଞ୍ଜଶୀରରେ ପହଞ୍ଚିଥିବା ସ୍ଥାନୀୟ ମହିଳା, ଶିଶୁ, ବୟସ୍କ ଓ ୧୦ ହଜାର ଆଇଡିପିଙ୍କ ସହିତ ପାଖାପାଖି ୨,୫୦,୦୦୦ ଲେକ ଏହି ଘାଟିରେ ଫସି ରହିଛନ୍ତି । ଆଉ ସେମାନେ ଏହି ଯୁଦ୍ଧର ଦୁସ୍ପରିଣାମରେ ଜୁଝୁଛନ୍ତି । ଯଦି ଏଥିପ୍ରତି ଧ୍ୟାନ ନଦିଆଯାଏ, ତାହେଲେ ବହୁ ମାତ୍ରାରେ ଦୁର୍ଭିକ୍ଷ ଓ ନରସଂହାରର ବିପଦ ରହିଛି ।

Afghanistan Crisis Taliban Violets Ceasefire Attack In Panjshir

ସେ ଆହୁରି କହିଛନ୍ତି ଯେ, ଦୁଇ  ଦଶକର ସଂଘର୍ଷ, ବାରମ୍ବାର ହେଉଥିବା ପ୍ରାକୃତିକ ବିପର୍ଯ୍ୟୟ, କୋଭିଡ-୧୯ ମହାମାରୀ ଓ ତାଲିବାନର କବଜା ଆଫଗାନିସ୍ତାନକୁ ସବୁଠୁ ବଡ଼ ସଙ୍କଟରେ ପକାଇଛି । ତେଣୁ କରି ପଞ୍ଜଶୀର ପ୍ରାନ୍ତରେ ତାଲିବାନୀ ଆକ୍ରମଣ ରୋକିବା ଲାଗି ଆମେ ସଂଯୁକ୍ତ ରାଷ୍ଟ୍ର ଓ ଅନ୍ତରାଷ୍ଟ୍ରୀୟ ସମୁଦାୟକୁ ସବୁ ପ୍ରକାର ଚେଷ୍ଟା କରିବା ଲାଗି ଆହ୍ୱାନ କରୁଛୁ ।

ଜମିବାଡ଼ିକୁ କେନ୍ଦ୍ରକରି ଭାଇ ଭଉଣୀଙ୍କୁ ମରଣାନ୍ତକ ଆକ୍ରମଣ: ଗୁରୁତର ଅବସ୍ଥାରେ ଭାଇ ମୃତ

କଟକ: କଟକ ସିଦ୍ଧେଶ୍ୱର ସାହିରେ ଜମିବାଡି ବିବାଦକୁ କେନ୍ଦ୍ରକରି ହତ୍ୟାକାଣ୍ଡ । ଜମିବାଡି ବିବାଦକୁ କେନ୍ଦ୍ରକରି ଭାଇ ଭଉଣୀଙ୍କ ସମେତ ଅନ୍ୟ ସମ୍ପର୍କୀୟଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର ଅବସ୍ଥାରେ ଭାଇ ଭଉଣୀଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ଭାଇ ଦୀପକ ସାମଲଙ୍କର ମୃତ୍ୟୁ ହୋଇଛି । ଦୁଇ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଘଟଣାରେ ପୋଲିସ ୫ ଜଣଙ୍କୁ ଅଟକ ରଖିଛି । ଲାଲବାଗ ପୋଲିସ ଘଟଣାର ତଦନ୍ତ କରୁଛି । ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ସିଦ୍ଧେଶ୍ୱର ସାହିରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି ।