ରାବଣକୁ କାହିଁକି ଅଭିଶାପ ଦେଇଥିଲେ ସୁର୍ପଣଖା? ଜାଣନ୍ତୁ….

1 min read

ଦଶହରା ଦିନ ରାବଣକୁ ବଧ କରିଥିଲେ ଭଗବାନ ରାମ । ହେଲେ ଖୁବ୍ କମ୍ ଲୋକ ଜାଣିଥିବେ ବହୁ ଲୋକଙ୍କ ଠାରୁ ମିଳିଥିବା ଅଭିଶାପ ଯୋଗୁ ରାବଣ ଏଭଳି  ପରିଣାମ ଭୋଗିଥିଲା । ନିଜ ଜୀବନ କାଳ ମଧ୍ୟରେ କରିଥିବା କାମ ଯୋଗୁଁ ରାବଣ ଅଭିଶାପ ପାଇଥିଲେ। ଯେଉଁଥିପାଇଁ ପୂରା ବଂଶ ଲୋପ ପାଇ ଯାଇଥିଲା ।

ଆସନ୍ତୁ ଜାଣିବା ରାବଣକୁ କେବେ ଓ କେଉଁମାନେ ଅଭିଶାପ ଦେଇଥିଲେ?…

ରଘୁବଂଶୀ ଅନରଣ୍ୟଙ୍କ ଅଭିଶାପ-

ରଘୁବଂଶୀ ଅନରଣ୍ୟ ହେଉଛନ୍ତି ଜଣେ ରାଜା । ରାବଣ ବିଶ୍ୱ ବିଜୟ ସମୟରେ ବାହାରିଥିବା ବେଳେ ରାଜା ଅନରଣ୍ୟଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧରେ ରାଜା ମୃତ୍ୟୁ ବରଣ କରିବା ପୂର୍ବରୁ ରାବଣକୁ ଅଭିଶାପ ଦେଇଥିଲେ ।

ନନ୍ଦୀଙ୍କ ଅଭିଶାପ-

ଏକଦା ରାବଣ ଭଗବାନ ଶିବଙ୍କୁ ଭେଟିବା ଲାଗି କୈଳାଶ ପର୍ବତ ଯାଇଥିଲେ । ସେଠାରେ ରାବଣ ଶିବଙ୍କ ବାହନ ନନ୍ଦୀଙ୍କ ମଜାକ ଉଡାଇଥିଲେ । କିନ୍ତୁ ନନ୍ଦୀ କୌଣସି ସାଧାରଣ ଷଣ୍ଢ ନୁହେଁ ବରଂ ଅପାର ଶକ୍ତିର ଅଧିକାରୀ ବୋଲି ଜାଣିନଥିଲା ରାବଣ । ଯାହା ଫଳରେ ମଜାକ ଉଡାଇବାରୁ କ୍ରେଧାନ୍ୱିତ ହୋଇ ନନ୍ଦୀ ରାବଣକୁ ଅଭିଶାପ ଦେଇଥିଲେ ।

ନାରୀ ଅଭିଶାପ-

ନିଜ ପୁଷ୍ପକ ବିମାନରେ ବସି ଏକଦା ରାବଣ ଯାତ୍ରା କରୁଥିଲା । ସେହି ସମୟରେ ସେ ତପସ୍ୟାରତ ଜଣେ ସୁନ୍ଦରୀ ନାରୀଙ୍କୁ ଦେଖିବା ସହ ତା’ପ୍ରତି ଆକର୍ଷିତ ହୋଇପଡିଥିଲେ । ଆଉ ସେହି ନାରୀ ଭଗବାନ ବିଷ୍ଣୁଙ୍କ ଆରାଧନାରେ ମଗ୍ନ ଥିଲେ । କୁହାଯାଏ ରାବଣ ନାରୀଙ୍କୁ ସମ୍ମାନ ଦେଉନଥିଲା। ସେ ସମ୍ପୃକ୍ତ ମହିଳାଙ୍କୁ ନିଜ ସହ ନେବା ପାଇଁ କେଶକୁ ଟାଣିଥିଲା, ଯାହା ପରେ ସେ ରାବଣଙ୍କୁ ଅଭିଶାପ ଦେଇ ପ୍ରାଣତ୍ୟାଗ କରିଥିଲେ।

ସୁର୍ପଣଖାଙ୍କ ଅଭିଶାପ- 

ରାବଣଙ୍କୁ ନିଜ ପ୍ରାଣପ୍ରିୟା ଭଉଣୀ ଠାରୁ ମଧ୍ୟ ଅଭିଶାପ ମିଳିଥିଲା । ସୁର୍ପଣଖାଙ୍କ ସ୍ୱାମୀଙ୍କ ନାମ ବିଦ୍ୟୁତ ଜିହ୍ୱା ହୋଇଥିବା ବେଳେ ସେ ରାଜା କାଳକେୟଙ୍କ ସେନାପତି ଥିଲେ । କାଳକେୟଙ୍କ ସହ ହୋଇଥିବା ଯୁଦ୍ଧରେ ରାବଣ ବିଦ୍ୟୁତ ଜିହ୍ୱାଙ୍କୁ ମାରି ଦେଇଥିଲେ । ଯେଉଁ ଘଟଣାରେ କ୍ରୋଧାନ୍ୱିତ ହୋଇ ସୁର୍ପଣଖା ଭାଇ ରାବଣକୁ ଅଭିଶାପ ଦେବାକୁ ପଛାଇନଥିଲେ।

 

 

 

Leave a Reply