ମସଜିଦରେ ବିସ୍ଫୋରଣ: ୩୨ ମୃତ, ଏକାଧିକ ଗୁରୁତର

କାନ୍ଦାହର: ଆଫଗାନିସ୍ତାନରେ ପୁଣି ଆତଙ୍କବଦୀ ଆକ୍ରମଣ। ବିସ୍ଫୋରଣରେ ଥରିଛି କାନ୍ଦାହର। ଆତଙ୍କବଦୀ ସରକାରଙ୍କ ଉପରେ ଆତଙ୍କୀ ଆକ୍ରମଣ। ଟାର୍ଗେଟରେ ମସଜିଦ୍। ୩୨ ଜଣଙ୍କ ମୃତ୍ୟୁ, ଏକାଧିକ ଗୁରୁତର। ବଢ଼ିପାରେ ମୃତକଙ୍କ ସଂଖ୍ୟା । ଗୋଟିଏ ସପ୍ତାହ ମଧ୍ୟରେ ମସଜିଦରେ ଉପରେ ଏହା ଦ୍ୱିତୀୟ ଆକ୍ରମଣ ।

ଟୋଲୋ ନ୍ୟୁଜ୍ ରିର୍ପୋଟ ଅନୁସାରେ କାନ୍ଧାହାରରେ ଥିବା ପ୍ରସିଦ୍ଧ ବିବି ଫତିମା ମସଜିଦରେ ନମାଜ ପଢ଼ିବାକୁ ଶତାଧିକ ଲୋକ ଏକାଠି ହୋଇଥିଲେ। ଠିକ୍ ଏହି ସମୟରେ ହୋଇଥିଲା ଧମାକାଦାର ବିସ୍ଫୋରଣ । ୩୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରତକ୍ଷଦର୍ଶୀଙ୍କ ଅନୁସାରେ ବହୁ ସଂଖ୍ୟାରେ ଲୋକେ ଗୁରୁତର ଆହତ ହୋଇଛନ୍ତି ।

ତେବେ ବିସ୍ଫୋରଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ତେବେ ଏହି ବିସ୍ଫୋରଣ ପଛରେ ଆଇଏସଆଇଏସର ହାତ ଥିବା ଅନୁମାନ କରାଯାଉଛି। କାରଣ ଆଇଏସଆଇଏସ ସିହା ମୁସଲମାନଙ୍କ ବଡ଼ ବିରୋଧୀ । ଗତ ଶୁକ୍ରବାର କୁନ୍ଦୁଜରେ ସିହା ମସଜିଦରେ ନମାଜ ପାଠ ବେଳେ ବିସ୍ଫୋରଣରେ ଘଟି ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହି ବିସ୍ଫୋରଣ ପାଇଁ ଆଇଏସଆଇଏସ ନିଜକୁ ଦାୟୀ କରିଥିଲା ।

Leave a Reply