ଗାଈ ଫସଲ ଖାଇବାକୁ ନେଇ ଜହ୍ନକଣା ଗାଁରେ ସଂଘର୍ଷ, ୫ ଆହାତ

Group Clash In Jajpur, 5 Injured

ଯାଜପୁର: ପାଣିକୋଇଲି ଥାନା ଜହ୍ନକଣା ଗାଁରେ ଗୋଷ୍ଠୀ ସଂଘର୍ଷ ଘଟିଛି । ପଡ଼ୋଶୀଙ୍କ ଗାଈ ବାଡ଼ିରେ ପଶି ଫସଲ ଖାଇବାକୁ ନେଇ ମୁହାଁମୁହିଁ ହୋଇଛନ୍ତି ୨ ପରିବାର । ସଂଘର୍ଷରେ ଉଭୟ ପରିବାରର ୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଯାଜପୁର ରୋଡ୍ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କ ଅବସ୍ଥା ବିଗିଡ଼ିବାରୁ କଟକ ସ୍ଥାନାନ୍ତର କରାଯାଇଛି ।

Group Clash In Jajpur, 5 Injured (2)

ସୂଚନା ମୁତାବକ ଗତ ୧୩ ତାରିଖରେ ଗାଁର ଅନାଦି ବିଶ୍ୱାଳଙ୍କ ଗାଈ ପଡୋଶୀ ପ୍ରତାପ ମହାପାତ୍ରଙ୍କ ଧାନ ବିଲରେ ପଶି ଫସଲ ଖାଇ ଦେଇଥିଲା । ପରେ ଏହାକୁ କେନ୍ଦ୍ରକରି ଉଭୟ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା । ଏହାକୁ ନେଇ ଅନାଦି, ପ୍ରତାପଙ୍କ ପରିବାର ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ଏହାକୁ କେନ୍ଦ୍ରକରି ଆଜି ପୁଣି ଉଭୟ ପରିବାର ମଧ୍ୟରେ ଝଗଡ଼ା ହେବା ସହ ସଂଘର୍ଷ ଘଟିଛି ।

ଏଥିରେ ଉଭୟ ପରିବାରରୁ ୫ ଜଣ ଆହାତ ହୋଇଛନ୍ତି । ଆହତ ବ୍ୟକ୍ତି ମାନଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ୍ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଅନାଦିଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a Reply