ସମୁଦ୍ରରେ ବୁଡ଼ି ଯିବେ ଏସିଆର ୫୦ ସହର

ବିପଦରେ ଏସିଆର ୫୦ ସହର। ସମୁଦ୍ରରେ ହୋଇଯିବେ ଲୀନ। ଭାରତର ମୁମ୍ବାଇ ସମେତ ଚୀନ, ଇଣ୍ଡୋନେସିଆ, ବାଂଲାଦେଶ ଓ ଭିଏତମାନରେ ଦେଖା ଦେବ ଜଳ ପ୍ରଳୟ। ବଢ଼ି ଚାଲିଥିବା ପ୍ରଦୃଷଣ ବିଶେଷ କରି କାର୍ବନ ଡାଇଅକ୍ସାଇଡ ହେବ ଏସିୟ ଦେଶଙ୍କ ବିନାଶର କାରଣ।

କ୍ଲାଇମେଟ କଣ୍ଟ୍ରୋଲ ନାମକ ସାଇଟରେ ଏହି ରିର୍ପୋଟର୍ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି, ବିଶ୍ୱର ରେଡ ଜୋନରେ ଥିବା ଦେଶରେ ସମୁଦ୍ରର ଜଳସ୍ତର ବଢ଼ିବା କାରଣରୁ ୧୫ ପ୍ରତିଶତ ଜନବସତି ପ୍ରଭାବିତ ହେବ। ଏଥିରେ ଭାରତର ମୁମ୍ବାଇକୁ ବିପଦରେ ଥିବା ଦର୍ଶାଯାଇଛି।

 

 

ଏଥିରେ ଆହୁରି ଦର୍ଶାଯାଇଛି ଯେ, ବିଶ୍ୱର ପ୍ରାୟ ୧୮୪ ସ୍ଥାନରେ ସମୁଦ୍ର ଜଳସ୍ତର ବୃଦ୍ଧିର ପ୍ରଭାବ ପଡ଼ିବ। ଫଳରେ ଏସବୁ ସହରଗୁଡ଼ିକର ବଡ଼ ଅଞ୍ଚଳ କିମ୍ବା ପୂରା ସହର ସମୁଦ୍ରରେ ଲୀନ ହୋଇଯିବ।

 

ଷ୍ଟଡି ରିର୍ପୋଟରେ କୁହାଯାଇଛି, ଆଗାମୀ ୨୦୦ରୁ ୨୦୦୦ ବଷର୍ ମଧ୍ୟରେ ପୃଥିବୀର ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯିବ। ସ୍ଥଳଭାଗ ଉଭାନ ହୋଇଯାଇଥିବ। ଯଦି ୧.୫ ଡିଗ୍ରୀରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ ତେବେ ସବୁ ଗ୍ଲେସିୟର ତରଳି ଯିବ। ହିମାଳୟ ପରି ପର୍ବତ ଓ ଏଥିରେ ଥିବା ବରଫ ତରଳି ତଳି ଅଞ୍ଚଳରେ ଜଳ ପ୍ରଳୟ ସୃଷ୍ଟି କରିବେ। ଯାହା ଫଳରେ ପୃଥିବୀର ବଡ଼ ଅଂଶ ସମୁଦ୍ରରେ ବୁଡ଼ିଯିବ।

ଭାରତ, ଚୀନ, ଇଣ୍ଡୋନେସିଆ, ବାଂଲାଦେଶ ଓ ଭିଏତନାମ ଭଳି ଏସିୟ ଦେଶରେ ଅଧିକ ସଂଖ୍ୟାରେ ପାୱାର ପ୍ଲାଣ୍ଟ ରହିଛି। ଏହି ଦେଶଗୁଡ଼ିକର ଜନସଂଖ୍ୟା ମଧ୍ୟ ବହୁ ଅଧିକ। ଏଥିପାଇଁ ଏହି ଦେଶଗୁଡିକ ଉପରେ ଗ୍ଲୋବାଲ ୱାର୍ମିଂର ପ୍ରଭାବ ସବୁଠାରୁ ଅଧିକ ପଡ଼ିବ। ଏହାବାଦ ଅଷ୍ଟ୍ରେଲିଆ ଓ ଆଣ୍ଟାର୍କଟିକାରେ ବହୁ କ୍ଷତି ହେବ। ଏଠାରେ ୧୦ ଭାଗ ଅଂଶ ସମୁଦ୍ରରେ ବୁଡ଼ିଯିବ। ବହୁ ଦୀପଦେଶର ପୃଥିବର ମାନଚିତ୍ରରୁ ଉଭେଇ ଯିବ।

 

 

ସୂଚନାଯେଗ୍ୟ, ଗତ ଅଗଷ୍ଟରେ ଆଇପିସିସିର କ୍ଲାଇମେଟ୍ ରିପୋଟର୍ରେ ଦର୍ଶା ଯାଇଥିଲା ମାତ୍ର ୭୯ ବର୍ଷ ଅର୍ଥାତ ୨୧୦୦ ମସିହା ବେଳକୁ କେବଳ ଭାରତର ୧୨ ସାମୁଦ୍ରିକ ସହର ଉପରକୁ ୩ ଫୁଟ ଉଚ୍ଚାର ପାଣି ଭାଡ଼ିଯିବ। ଫଳରେ ସମୁଦ୍ର ତଟ ସଂକୁଚିତ ହୋଇଯିବ। ଏହି ସ୍ଥାନରେ ରହୁଥିବା ଲୋକଙ୍କୁ ଅନ୍ୟ ସ୍ଥାନକୁ ଯିବାକୁ ପଡ଼ିବ।

Leave a Reply