ବାଂଲାଦେଶରେ ଦୁର୍ଗା ପେଣ୍ଡାଲ ଉପରେ ଆକ୍ରମଣ ମାମଲା, ଶେଖ ହାସିନାଙ୍କ ଭାରତକୁ ପରାମର୍ଶ

1 min read

ନୂଆଦିଲ୍ଲୀ: ବାଂଲାଦେଶର କୋମିଲ୍ଲା ଜିଲ୍ଳାରେ ଦୁର୍ଗାପୂଜା ସମାରୋହ ବେଳେ ପେଣ୍ଡାଲରେ ଭଙ୍ଗାରୁଜା ଓ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣାର ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ଶେଖ ହାସିନା। ଏହି ଆକ୍ରମଣରେ ସାମିଲ ହୋଇଥିବା ବ୍ୟକ୍ତି ଯେକୗେଣସି ଧର୍ମ କିମ୍ବା ଜାତିର ହୋଇଥିଲେବି କଦାପି କ୍ଷମା ଦିଆଯିବନି ବୋଲି ଚେତାବନୀ ଦେଇଛନ୍ତି ସେ ।

ବିବିସି ବଙ୍ଗଳାର ଏକ ରିପୋର୍ଟ ଅନୁଯାୟୀ, ଭାରତରେ ଏଭଳି କିଛି ନହେବା ଉଚିତ୍ ଯାହାର ପ୍ରଭାବ ବାଂଲାଦେଶ ଉପରେ ପଡିବ । କିମ୍ବା ଏଠାକାର ହିନ୍ଦୁମାନଙ୍କ ଉପରେ ପଡିବ ।  ବାଂଲାଦେଶର ଚାନ୍ଦିପରୁ ସ୍ଥିତ ହାଜିଗଞ୍ଜ ଉପଜିଲାରେ ବୁଧବାର ଦିନ ଦୁର୍ଗା ପୂଜା ସମାରୋହ ବେଳେ ସାମ୍ପ୍ରଦାୟିକ ହିଂସାରେ  ୩ ଜଣଙ୍କର ମୃତ୍ୟୁ ହୋଇଥିଲା  । ଆଉ ୬୦ରୁ ଅଧିକ ଆହତ ହୋଇଥିଲେ । ଏକ ଫେସବୁକ୍ ପୋଷ୍ଟରେ କୋରାନକୁ ଅପମାନ କରାଯାଇଥିବା ଦର୍ଶାଇ ହିଂସା ହୋଇଥିଲା । ଯାହା ପରେ ଅନେକ ଦୁର୍ଗା ପେଣ୍ଡାଲରେ ଭଙ୍ଗାରୁଜା କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ହସିନା ଏକ ଭିଡିଓ କନଫରେନ୍ସି ଜରିଆରେ ଢାକାର ଢାକେଶ୍ୱରି ଜାତୀୟ ମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଡି ହୋଇଥିଲେ । ଏହି ଅବସରରେ ସମ୍ବୋଧନ ଦେଇ ସେ କହିଥିଲେ, କାମିଲ୍ଲା ଜିଲ୍ଲାରେ ହୋଇଥିବା ଘଟଣାର ଯାଞ୍ଚ କରାଯାଉଛି । ହିନ୍ଦୁ ମନ୍ଦିର ଓ ଦୁର୍ଗା ପୂଜା ମଣ୍ଡପ ଉପରେ ଯିଏଭି ଆକ୍ରମଣ କରିଛନ୍ତି ତାକୁ ଛଡା ଯିବନାହିଁ ।

 

Leave a Reply