IPL Final: ୪ର୍ଥ ଥର ପାଇଁ ଚାମ୍ପିଅନ୍ ହେବକି ଚେନ୍ନାଇ? ଧୋନୀଙ୍କ ଉପରେ ନଜର

1 min read

ଦୁବାଇ: IPLର ୧୪ ତମ ସିଜନ ଫାଇନାଲରେ ଶୁକ୍ରବାର ଦିନ ମୁହାଁମୁହିଁ ହେବେେ ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ । ଭାରତୀୟ ସମୟନୁସାରେ ସନ୍ଧ୍ୟା ୭ଟା ୩୦ମି. ରେ ଦୁବାଇରେ ଖେଳାଯିବ ମ୍ୟାଚ୍ । କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀଙ୍କ ସମ୍ମୁଖରେ ଚ୍ୟାଲେଞ୍ଜ ଭାବେ ଠିଆ ହୋଇଛନ୍ତି ବିଶ୍ୱ ବିଜେତା କ୍ୟାପଟେନ୍ ଇୟୋନ୍ ମାର୍ଗନ ।

ଦଶହରା ଦିନ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ପାଇଁ କ୍ରିକେଟ୍ ପ୍ରେମୀଙ୍କ ନଜର କ୍ୟାପଟେନ୍ କୁଲଙ୍କ ଉପରେ ରହିଛି । ଯିଏକି ହଳଦିଆ ଜର୍ସି ପିନ୍ଧି ପୁଣିଥରେ ଚେନ୍ନାଇକୁ ଜିତାଇବା ଲାଗି ମଇଦାନକୁ ଓହ୍ଲାଇବେ । ରିପୋର୍ଟ ଅନୁସାରେ, ଚେନ୍ନାଇ ଟିମ୍ ୧୨ ସିଜନ ମଧ୍ୟରୁ ୯ମ ଥର ପାଇଁ ଫାଇନାଲରେ ପହଞ୍ଚିଛି । ଆଉ ୨ଟି ସିଜନରେ ସେ ଲିଗ୍ ରୁ ବାହାରି ଯାଇଥିଲା ।  ଏହାବ୍ୟତୀତ ଚେନ୍ନାଇ ୩ ଥର ଚାମ୍ପିଅନ୍ ହୋଇସାରିଥିବା ବେଳେ ୫ଥର ଫାଇନାଲରେ ହାରିଛି।

ସେହିପରି କୋଲକାତା ଦୁଇଟି ଜିତ୍ ଗୗେତମ ଗମ୍ଭୀରଙ୍କ କ୍ୟାପଟେନସିପରେ ପାଇଥିଲା । ୨୦୧୨ରେ ଶେଷ ଥର ପାଇଁ  KKR ମ୍ୟାଚ୍ ଜିତିଥିଲା । ଗତବର୍ଷ ଲିଗ୍ ପର୍ଯ୍ୟାୟରୁ ବାହାରିଥିବା ପ୍ରଥମ ଟିମ୍ ଥିଲା ଚେନ୍ନାଇ । ଆଉ ଚଳିତବର୍ଷ ଫାଇନାଲରେ ପହଞ୍ଚିଥିବା ପ୍ରଥମ ଟିମ୍ ହେଉଛି ଚେନ୍ନାଇ । KKRର ସ୍ପିନର ବରୁଣ ଚକ୍ରବର୍ତ୍ତୀ, ଶାକିବ ଅଲ ହସନ ଓ ସୁନିଲ୍ ନରେନଙ୍କୁ କେମିତି ସାମ୍ନା କରୁଛି CSK ଟିମ୍, ତାହା ଉପରେ ନିର୍ଭର କରୁଛି ଦଳର ଭାଗ୍ୟ ।

IPL: CSK vs KKR ଏମିତି ରହିଛି ରେକର୍ଡ

ଆଇପିଏଲ୍ (୨୦୦୮-୨୦୨୧)ରେ ଦୁଇ ଟିମ୍ ମଧ୍ୟରେ ଏବେ ଯାଏଁ ୨୪ଟି ମୁକାବିଲା ହୋଇଛି । ଯେଉଁଥିରୁ ୧୬ଟିରେ ଚେନ୍ନାଇ ବାଜିମାତ୍ କରିଥିବା ବେଳେ KKR ୮ଟିରେ ଜିତିଛି। ଗତ ୫ଟି ମ୍ୟାଚକୁ ଦେଖିଲେ ସବୁଥିରେ ଚେନ୍ନାଇ ଭାରି ପଡିଛି । ଖାଲି ଏତିକି ନୁହେଁ ସେ ୪ ଥର KKRକୁ ମାତ୍ ମଧ୍ୟ ଦେଇଛି ।

ଏପଟେ ଚେନ୍ନାଇ ପାଖରେ ନିଜେ ଧାେନୀ (୪୦), ଡବେନ୍ ବ୍ରାବୋ (୩୮), ଫାଫ୍ ଡୁ ପ୍ଲେସି (୩୭), ଅମ୍ବାତି ରାୟଡୁ ଓ ରବିନ୍ ଉଥପ୍ପା (୩୬)ଙ୍କ ଭଳି ଅଭିଜ୍ଞ ଖେଳାଳି ରହିଛନ୍ତି । ସେହିପରି KKR ପାଖରେ ମଧ୍ୟ ବିଶ୍ୱ ବିଜେତା କ୍ୟାପଟେନ୍ ମାର୍ଗନ ରହିଛନ୍ତି । ଯିଏକି ସୀମିତ ଓଭରରେ କ୍ରିକେଟରେ ଇଂଲଣ୍ଡ ଟିମର କାୟାକଳ୍ପ ବଦଳାଇ ଦେଇଥିଲେ ।

Leave a Reply