spot_img
Home Blog Page 5230

ଓଭାଲ ଟେଷ୍ଟରେ ଭାରତର ଜବରଦସ୍ତ ବିଜୟ: ୨ଅଙ୍କ ଛୁଇଁପାରିଲେନି ୫ ଇଂଲଣ୍ଡ ଖେଳାଳି

ଓଭାଲ: ବିଦେଶ ମାଟିରେ ଭାରତୀୟ ଦଳର ଆଉ ଏକ ଚମତ୍କାର ବିଜୟ । ଇଂଲଣ୍ଡ ବିପକ୍ଷ ଓଭାଲ ଟେଷ୍ଟରେ ୧୫୭ ରନ୍‌ରେ ବିଜୟୀ ହେଲା ଭାରତୀୟ ଦଳ । ୩୬୮ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଇଂଲଣ୍ଡ ଦଳ ଦ୍ୱିତୀୟ ଇନିଂସରେ ଜବରଦସ୍ତ ଆରମ୍ଭ କରିଥିଲା । ଦୁଇ ଓପନର ଭଲ ସ୍କୋର କରିବା ସହ ବିନା କୌଣସି ଓ୍ୱିକେଟ ହରାଇ ୧୦୦ ରନ୍ କରିଥିଲେ । ଶାର୍ଦ୍ଦୁଲ ଠାକୁର ବର୍ନସ୍‌ଙ୍କୁ ୫୦ ରନ୍‌ର ବ୍ୟକ୍ତିଗତ ସ୍କୋରରେ ଆଉଟ କରିବା ପରେ ଲଗାତାର ଓ୍ୱିକେଟ ପତନ ହେବାରେ ଲାଗିଥିଲା ।

Image

ସେଟ୍ ହୋଇସାରିଥିବା ହସିବ୍ ହମିଦଙ୍କୁ ସ୍ପିନ୍‌ରେ ଚକ୍‌ମା ଦେଇଥିଲେ ଜାଡେଜା । ଇଂଲଣ୍ଡର ଦଳୀୟ ସ୍କୋର ୧୪୧ ରନରେ ଥିବା ବେଳେ ଜାଡେଜା ହମିଦ୍‌ଙ୍କୁ କ୍ଲିନ୍ ବୋଲ୍ଡ କରି ଦଳକୁ ତୃତୀୟ ସଫଳତା ଦେଇଥିଲେ। ପ୍ରଥମ ଇନିଂସରେ ଇଂଲଣ୍ଡ ପାଇଁ ସର୍ବାଧିକ ରନ୍ କରିଥିବା ଓଲି ପପ୍ (୨) ଓ ଜନି ବେରିଷ୍ଟୋ (୦)ଙ୍କୁ ଯଶ୍ରପ୍ରୀତ ବୁମ୍ରା ବୋଲ୍ଡ କରିଥିଲେ। ସେହିପରି ସ୍ପିନ୍ ଅଲରାଉଣ୍ଡର ମୋଇନ୍ ଅଲୀ (୦)ଙ୍କୁ ପୁଣିଥରେ ଆଉଟ୍ କରିବାରେ ସଫଳ ହୋଇଥିଲେ ଜାଡେଜା।

Image

ଇନ୍‌ ଫର୍ମ ବ୍ୟାଟ୍ସମ୍ୟାନ୍ ଅଧିନାୟକ ଜୋ ରୁଟ୍ ଓ କ୍ରିସ୍ ଓକ୍ସ ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ। କିନ୍ତୁ ଏହି ଯୋଡ଼ିକୁ ଭାଙ୍ଗିଥିଲେ ଶାର୍ଦ୍ଦୁଲ ଠାକୁର। ।ଟିମର ସ୍କୋର ୧୮୨ ଥିବା ବେଳେ ଶାର୍ଦ୍ଦୁଲ ଇନଫର୍ମ ରୁଟ୍‌ଙ୍କୁ ୩୬ ରନ୍‌ର ବ୍ୟକ୍ତିଗତ ସ୍କୋରରେ କ୍ଲିନ୍ ବୋଲ୍ଡ କରିଥିଲେ। ଏହା ପରେ ଓକ୍ସଙ୍କ ମାତ୍ର ୧୮ରନର ବ୍ୟକ୍ତିଗତ ସ୍କୋରରେ ପ୍ୟାଭିଲିୟନ୍ ପଠାଇ ଉମେଶ ଯାଦବ ଇଂଲଣ୍ଡର ଅଷ୍ଟମ ୱିକେଟର ପତନ କରିଥିଲେ। ଏହା ପରେ କାଗ୍ରୀ ଓଭରଟନଙ୍କୁ ୧୦ରନ୍ ଓ ଜେମ୍ସ ଆଣ୍ଡରସନ୍‌ଙ୍କୁ ୨ ରନ୍‌ର ବ୍ୟକ୍ତିଗତ ସ୍କୋରରେ ଆଉଟ ହୋଇଥିଲେ । ଏଥି ସହିତ ଚତୁର୍ଥ ଟେଷ୍ଟକୁ ୧୫୭ରେ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ । ଏଥିସହିତ ୫ ଟିକିଆ ଟେଷ୍ଟର ସିରିଜ୍‌ରେ ୨-୧ରେ ଆଗୁଆ ରହିଛି ଭାରତୀୟ ଦଳ ।

ଆରଏସଏସକୁ ତାଲିବାନ ସହ ତୁଳନା କଲେ ଜାଭେଦ, କ୍ଷମାଭିକ୍ଷା ଦାବି କଲା ବିଜେପି

0

ମୁମ୍ବାଇ: ସଂଗୀତଜ୍ଞ ଜାଭେଦ ଅଖତର ଆରଏସଏସକୁ ନେଇ ଏକ ବିବାଦୀୟ ବୟାନ ଦେବାପରେ ତାଙ୍କ ଘର ବାହାରେ ବଢିଲା ସୁରକ୍ଷା । ଆରଏସଏସକୁ ତାଲିବାନ ସହ ତୁଳନା କରି ବିବାଦୀୟ ବୟାନ ଦେବା ପରେ ଚର୍ଚ୍ଚାରେ ଥିବା ଅଖତାରଙ୍କ ପ୍ରତି ବିପଦ ଥିବା ଆଶଙ୍କା କରି ତାଙ୍କ ଘରର ସୁରକ୍ଷା ବୃଦ୍ଧି କରାଯାଇଛି। ଆରଏସଏସ ଓ ତାଲିବାନ ମଧ୍ୟରେ କିଛି ଫରକ ନାହିଁ ବୋଲି ଅଖତାର କହିବା ପରେ ଏହି ବିବୃତିକୁ ନେଇ ବଢିଛି ବିବାଦ।

ସେପଟେ ଆରଏସଏସର ପକ୍ଷ ନେଇଛି ଶିବସେନା। ତେଣେ ମହାରାଷ୍ଟ୍ରର ଜଣେ ବିଜେପି ବିଧାୟକ ରାମ କଦମ ଏହି ପ୍ରସଙ୍ଗରେ ଅଖତରଙ୍କ କ୍ଷମାଭିକ୍ଷା ଦାବି କରିଛନ୍ତି। ସେ କହିଛନ୍ତି ଅଖତର କ୍ଷମା ନ ମାଗିବା ଯାଏଁ ତାଙ୍କ ସହ ଜଡିତ ଥିବା କୌଣସି ଫିଲ୍ମକୁ ଚାଲିବାକୁ ଦିଆଯିବନାହିଁ। ଏକ ସାକ୍ଷାତକାରରେ ଅଖତାର କହିଥିଲେ- ଆଫଗାନିସ୍ତାନରେ ତାଲିବାନ ଏକ ଇସଲାମିକ ରାଷ୍ଟ୍ର ଆହ୍ୱାନ ଦେଉଛି। ଭାରତରେ ବି କିଛି ଗୋଷ୍ଠୀ ଏହାକୁ ଏକ ହିନ୍ଦୁ ରାଷ୍ଟ୍ରରେ ପରିଣତ କରିବା ଲାଗି ଉଦ୍ୟମ କରୁଛନ୍ତି।

ଯଦିଓ ଅଖତର ଆରଏସଏସର ନାଁ ନେଇ ନାହାନ୍ତି ତଥାପି ତାଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛି ଆରଏସଏସ। ମୁମ୍ବାଇ ଇସ୍କନ ମନ୍ଦିର ନିକଟସ୍ଥ ଜାଭେଦ ଅଖତରଙ୍କ ବାସଭବନ ସମ୍ମୁଖରେ ପୋଲିସ ମୁତୟନ କରାଯାଇଛି। ସେପଟେ ଅଖତରଙ୍କ ବୟାନକୁ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି।

ମାର୍କ ଜାଲିଆତି ମାମଲାରେ ସ୍କୁଲ କର୍ତ୍ତୃପକ୍ଷଙ୍କ ସମେତ ସିବିଏସ୍‌ଇ ଅଧିକାରୀଙ୍କୁ ନୋଟିସ୍

ଭୁବନେଶ୍ୱର: ମାର୍କ ଜାଲିଆତି କରି ପିଲାଙ୍କ ଭବିଷ୍ୟତ ସହିତ ଖେଳିବା ଅଭିଯୋଗରେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନାଲ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି କମିଶନ । ଆସନ୍ତା ୧୬ତାରିଖ ସାଢେ ୩ଟା ସମୟରେ ସ୍କୁଲର ଚେୟାରମ୍ୟାନ୍‌, ପ୍ରିନ୍ସିପାଲଙ୍କ ସମେତ ସିବିଏସ୍‌ଇର ଆଞ୍ଚଳିକ ଅଧିକାରୀ ଓ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ କମିଶନଙ୍କ ପକ୍ଷରୁ ନୋଟିସ ଜାରି ହୋଇଛି । ଗତ ୨ତାରିଖରେ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ ନିଜ ଓକିଲଙ୍କୁ ପଠାଇଥିଲେ  । ହେଲେ ସିବିଏସ୍‌ଇ ଓ ଖୋର୍ଧା ଡିଇଓ କୌଣସି କାରଣରୁ ହାଜର ହୋଇନଥିଲେ । ଆସନ୍ତା ୧୬ତାରିଖରେ ନିର୍ଧାରିତ ସମୟରେ ବ୍ୟକ୍ତିଗତ ଭାବେ ଏହି ୪ଜଣ କମିଶନଙ୍କ କୋର୍ଟରେ ହାଜର ହେବ  । ନହେଲେ ସେମାନଙ୍କୁ ହାଜର କରାଇବାକୁ  କମିଶନରେଟ୍‌ ପୋଲିସକୁ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି କମିଶନ ଅଧ୍ୟକ୍ଷା । କେବଳ ଏହି ଗୋଟିଏ ସ୍କୁଲ ନୁହେଁ ବରଂ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ମଧ୍ୟ ଏକାଧିକ ବିଦ୍ୟାଳୟରୁ ସମାନ ଅଭିଯୋଗ ଆସିଛି । ଏବଂ ସେଗୁଡିକୁ କମିଶନ ତଦନ୍ତ ପରିସର ଭୁକ୍ତ କରିଥିବା ସେ ସୂଚନା ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଘରୋଇ ସ୍କୁଲରେ ମାର୍କ ଜାଲିଆତି: ହସ୍ତକ୍ଷେପ କଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ

ରେଡ୍ ଜୋନ୍‌କୁ ଫେରିଲା ଖୋର୍ଦ୍ଧା: ଭୟଭୀତ ନହେବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

ଖୋର୍ଦ୍ଧା: ରେଡ୍‌ ଜୋନକୁ ଫେରିଲା ଖୋର୍ଦ୍ଧା। ଜନସଂଖ୍ୟା, ପ୍ରବାସୀ ଓ ଅଧିକ ଟେଷ୍ଟିଂ ପାଇଁ ଜିଲ୍ଲାରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ଏଥିରେ ଭୟଭୀତ ନହେବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ତୃତୀୟ ଲହର ପୂର୍ବରୁ ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର । ଶିଶୁଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେପଟେ ଶିଶୁଙ୍କ ସୁରକ୍ଷା ନେଇ ନିୟମ କଡ଼ାକଡ଼ି ପାଳନ  କରିବା ଉପରେ ଜୋର୍‌ ଦେଇଛନ୍ତି ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା।

ଖୋର୍ଦ୍ଧା ଜିଲ୍ଲା ଓ ଭୁବନେଶ୍ୱର ମହାନଗର ନିଗମ। ଦୈନିକ ଲୋକଙ୍କ ସମାଗମ ବଢୁଛି। ଟେଷ୍ଟିଂ ବଢୁଥିବାରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ତେବେ ରେଡ ଜୋନ୍‌ ଚିହ୍ନଟ ହେବା ପରେ ମୁକାବିଲା ଜୋରଦାର କରାଯାଇଛି । ଏଯାଏ ଡେଲ୍ୱା ଭ୍ୟାରିଆଣ୍ଟ ଭୟ ଟଳିନି। ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ସଂକ୍ରମଣ ଭୟ ଥିବାରୁ, ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ଅନ୍ୟପଟେ ସଫଳତା ସହ ଟିକାକରଣ ଚାଲିଥିବା ବେଳେ ନକଲି ଟିକା ଚିନ୍ତା ବଢାଉଛି । ହେଲେ ଓଡ଼ିଶାରେ ଏଯାଏ ନକଲି ଟିକା ଦୃଷ୍ଟିକୁ ଆସିନଥିବା ଆଶ୍ୱସ୍ତି ଆଣିଛି ।

ଶିଶୁଙ୍କୁ ଅନେକ ଟିକାର ବୁଷ୍ଟର ଡୋଜ ଦିଆଯାଇଛି। ଯାହା ପ୍ରତିଷେଧକ ଭାବେ କାମ କରୁଛି । ହେଲେ ସେମାନଙ୍କ ଯତ୍ନ ଅଧିକ ଗୁରୁତ୍ୱପୂର୍ଣ୍ଣ । କାରଣ ଶିଶୁ ସଂକ୍ରମଣ ବଢୁଛି । ବିଶେଷ କରି ପରିବାର ଲୋକଙ୍କ ଦାୟିତ୍ୱହୀନତା ଯୋଗୁଁ ଶିଶୁ ସଂକ୍ରମିତ ହେଉଛନ୍ତି । କୋଭିଡ ସମୟରେ ଶିଶୁଙ୍କ ଉତ୍ତମ ସ୍ୱାସ୍ଥ୍ୟଗତ ପରିଚାଳନା ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା । ଶିଶୁଙ୍କ ଟିକାକରଣ ପାଇଁ ଗବେଷଣା ଚାଲିଛି । ସେପଟେ ବିନା ପାର୍ଶ୍ୱ ପ୍ରତିକ୍ରିୟାରେ ଏକ ଲକ୍ଷ ୧୪ ହଜାର ଗର୍ଭବତୀଙ୍କୁ କୋଭିଡ୍‌ ଟିକା ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ମୃତବ୍ୟକ୍ତିଙ୍କ ନାଁରେ ଚାଲାଣ କଟିଲା

ଚାକିରି ଦରମା ନ ଅଣ୍ଟିବାରୁ ଖୋଲିଲେ ଚା’ ଦାେକାନ: ଆଉ ଏବେ…

0

ରାଉରକେଲା: ଚା’ ଦୋକାନ  କରିଛନ୍ତି ଜଣେ ଯୁବ ଇଞ୍ଜିନିୟରି । ଇଞ୍ଜିନିୟରିଂ ଚାକିରି ଛାଡ଼ି ରାଉରକେଲା ସହରର ଉଦିତ ନଗର ଠାରେ ଚା ’ ଦୋକାନ କରି ନିଜର ଆର୍ଥିକ ସ୍ଥିତି ସ୍ୱଚ୍ଛଳ କରିଛନ୍ତି  ।  ନିଜେ ସ୍ୱାବଲମ୍ୱୀ ହେବା ସହ ଅନ୍ୟ ୩ ଜଣ ଯୁବକଙ୍କୁ ବି ଦେଇଛନ୍ତି ନିଯୁକ୍ତି ସୁଯୋଗ । ଇଞ୍ଜିନିୟରଙ୍କ ୨୦ରୁ ଅଧିକ ପ୍ରକାରର ସୁସ୍ୱାଦୁ ଚା’ ଓ କଫି ଗ୍ରାହକଙ୍କ ବେଶ୍ ପସନ୍ଦ ପାଲଟିଛି  ।

ଚାଏ କୁଲାଡ କାଫରେ ମିଳୁଛି ଇଞ୍ଜିନିୟରିଂ ଚାଏ  । ଚା ବିକ୍ରି କରୁଛନ୍ତି ଯୁବ ଇଞ୍ଜିନିୟର । ଚମତ୍କାର ଚା’ ସାଙ୍ଗକୁ ମିଳୁଛି ସୁଆଦିଆ କଫି  । ରାଉରକେଲା ସହରର ଉଦିତନଗରର, ଏ ହେଉଛି ଯୁବ ଇଞ୍ଜିନିୟର ଶତ୍ରୁଘ୍ନ ପ୍ରଧାନଙ୍କ ଚା’ ଦୋକାନ  । ଏଠାରେ ମିଳୁଛି ୨୦ ପ୍ରକାରରୁ ଅଧିକ ଚା ଓ କଫି । ଇଲାଇଚି ଚା, ଅଦରକ ଚା, ଲଵଙ୍ଗ ଚା, କଡକ ମସଲା ଚା ଓ କେଶର ଚା ଭଳି ବିଭିନ୍ନ ପ୍ରକାର ସୁଆଦିଆ କଫି ମଧ୍ୟ ପ୍ରସ୍ତୁତ ହେଉଛି । ମାଟି କପରେ ଚା ପିଇବା ପାଇଁ ସକାଳୁ ସଞ୍ଜ ଯାଏ ଜମୁଛି ଗ୍ରାହକଙ୍କ ଭିଡ଼  ।

ପରିବାର ପ୍ରତିପୋଷଣ ପାଇଁ ଆବଶ୍ୟକ ଟଙ୍କା ରୋଜଗାର ନେହେବାରୁ ଇଞ୍ଜିନିୟର ଚାକିରି ଛାଡ଼ିଥିଲେ ଶତ୍ରୁଘ୍ନ  । ସେ ଏବେ ନିଜେ ଚା ଦୋକାନ କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି । ନିଜେ ସ୍ୱାବଲମ୍ୱୀ ହେବା ସହ ଅନ୍ୟ ୩ ଜଣ ଯୁବକଙ୍କୁ ବି ଦେଇଛନ୍ତି ନିଯୁକ୍ତି ସୁଯୋଗ । କର୍ମ କେବେ ବି ଛୋଟ କିମ୍ବା ବଡ ହୋଇ ନଥାଏ  । ଇଞ୍ଜିନିୟରଙ୍କ ଏହି ବାର୍ତ୍ତା ନିଶ୍ଚିତ ରୂପେ ଯବ ପିଢ଼ିଙ୍କୁ ପ୍ରେରଣା ଯୋଗାଇବ  ।

ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ, ତାଲିବାନକୁ ନେଇ ପାକିସ୍ତାନ ଓ ଚୀନର ନରମ ଆଭିମୁଖ୍ୟ ଉପରେ ଆଲୋଚନା

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଲାଗି ରହିଥିବା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଆୟୋଜିତ ବୈଠକରେ ଆଫଗାନ୍ ସ୍ଥିତି ଉପରେ ଆଲୋଚନା ହୋଇଛି। ଏବେ ସେଠାରେ କିଭଳି ରହିଛି ସ୍ଥିତି ତାହା ଉପରେ ବରିଷ୍ଠ ମନ୍ତ୍ରୀଙ୍କ ସହ ମୋଦି ଆଲୋଚନା କରିଛନ୍ତି।

ଏବେ ବି କିଛି ଭାରତୀୟ ଆଫଗାନିସ୍ତାନରେ ଫସି ରହିଥିବାରୁ ସେମାନଙ୍କୁ କିଭଳି ଉଦ୍ଧାର ଯିବ ସେ ନେଇ ମଧ୍ୟ ଆଲୋଚନା ହୋଇଛି। ଖାସ୍‌ କରି ତାଲିବାନକୁ ନେଇ ପାକିସ୍ତାନ ଓ ଚୀନର ନରମ ଆଭିମୁଖ୍ୟ ଉପରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା, NSA ଅଜିତ୍ ଡୋଭାଲ, CDS ବିପିନ୍ ରାୱତ ପ୍ରମୁଖ ଉପସ୍ଥିତ ଥିଲେ।

କରୋନା କଟକଣା ଯୋଗୁଁ ନିରୁତ୍ସାହିତ ପୂଜା ମଣ୍ଡପ କର୍ମକର୍ତ୍ତା: ମୂର୍ତ୍ତି ପୂର୍ବଭଳି ବଡ଼ କରିବାକୁ ଦାବି

0

କଟକ ପ୍ରସିଦ୍ଧ ଦୁର୍ଗାପୂଜା । ସିଲଭର ସିଟିରେ ଦଶହରା ବେଶ୍‌ ଧୁମଧାମରେ ପାଳନ କରାଯାଉଥିବା ବେଳେ କରୋନା ପାଇଁ ଲଗାଯାଇଥିବା କଟକଣା ବିଭିନ୍ନ ପୂଜା ମଣ୍ଡପ କର୍ମକର୍ତ୍ତାଙ୍କୁ ନିରୁତ୍ସାହିତ କରିଛି । କଟକଣା କୋହଳ ପାଇଁ ବିଭିନ୍ନ ସାମାଜିକ ସଂଗଠନ ପ୍ରତିବାଦ ଜାରି ରଖିଛନ୍ତି । ସାମାଜିକ ସଂଗଠନ ପକ୍ଷରୁ ଚାଲିଥିବା ପ୍ରତିବାଦ ଆଜି ସପ୍ତମ ଦିନରେ ପହଞ୍ଚିଛି । ମୂର୍ତ୍ତି ପୂର୍ବଭଳି ବଡ଼ କରାଯିବା ସହ ଆବଦ୍ଧ ମଣ୍ଡପରେ ପୂଜା ନିଷ୍ପତ୍ତିର ପୁନର୍ବିଚାର ପାଇଁ ସଂଗଠନ ପକ୍ଷରୁ ଦାବି ହୋଇଛି । ଆଜି ଜିଲ୍ଲାପାଳଙ୍କୁ ଭେଟି ଏ ନେଇ ସଂଗଠନ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ତେବେ ଏ ସମ୍ପର୍କରେ ସରକାରଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ । ଅନ୍ୟପଟେ ଦୁର୍ଗାପୂଜା ପାଳନ ଉପରେ କଟକଣାକୁ ବିରୋଧ କରିଛି ବିଜେପି । ଆସନ୍ତା ୧୩ ତାରିଖରେ କଟକ ନଗର ବିଜେପି ପକ୍ଷରୁ କଟକ ବନ୍ଦ ଡାକରା ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ସ୍ୱଦେଶ ପେରିଲେ ସ୍ୱର୍ଣ୍ଣ ବିଜେତା ପ୍ରମୋଦ, କହିଲେ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ

ନୃଶଂସ ତାଲିବାନ: ୮ ମାସର ଗର୍ଭବତୀ ପୋଲିସ ଅଧିକାରୀଙ୍କୁ କଲା ହତ୍ୟା

ନୂଆଦିଲ୍ଲୀ: ତାଲିବାନୀ ବର୍ବରତାର ଆଉ ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ଘୋର୍ ପ୍ରଜାତନ୍ତ୍ରର ଫିରୋଜକୋରେ ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ହତ୍ୟା କରିଛନ୍ତି ତାଲିବାନୀ। ମହିଳା ଅଫିସର ଜଣକ ଏକ ଜେଲରେ କାର୍ଯ୍ୟରତ ଥିଲେ। ସେ ୮ ମାସର ଗର୍ଭବତୀ ଥିବା ବେଳେ ସ୍ୱାମୀ ଓ ପରିବାର ସଦସ୍ୟଙ୍କ ଆଗରେ ଏହି ମହିଳାଙ୍କୁ ତାଲିବାନ ବର୍ବର ହତ୍ୟା କରିଛି।

ବର୍ତ୍ତମାନ ତାଲିବାନ ଘରକୁ ଘର ବୁଲି ଟାର୍ଗେଟରେ ଥିବା ଲୋକଙ୍କୁ ସନ୍ଧାନ କରି ହତ୍ୟା କରୁଛି। ପୂର୍ବରୁ ମହିଳା ବିଚାରପତି ମାନଙ୍କୁ ତାଲିବାନ ଟାର୍ଗେଟ କରିଆସୁଛି। ଜୀବନ ବିକଳରେ ସେମାନେ ଦେଶ ଛାଡି ଚାଲିଯିବା ସହ ଅନ୍ୟମାନେ ଆଶଙ୍କା ଘେରରେ ରହିଛନ୍ତି। ସେପଟେ ଦେଶରୁ ବିପନ୍ନଙ୍କୁ ଉଦ୍ଧାର ପ୍ରକ୍ରିୟା ପୁଣି ଆରମ୍ଭ କରିବା ନେଇ ତାଲିବାନ ସହ କଥାବାର୍ତ୍ତା କରିବାକୁ ପ୍ରସ୍ତାବ ଦେଇଛନ୍ତି ଜର୍ମାନ ଚାନସେଲର ଆଞ୍ଜେଲା ମର୍କେଲ। ଆଫଗାନିସ୍ତାନରେ ସରକାର ଗଠନ ହେବା ମାତ୍ରେ ଏହି ପ୍ରକ୍ରିୟା ଆରମ୍ଭ ହେବା ନେଇ ସେ ସୂଚନା ଦେଇଛନ୍ତି । ଯେଉଁମାନେ ଦେଶ ଛାଡି ପଳାୟନ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ସହାୟତା କରାଯିବ ବୋଲି ସେ ପ୍ରସ୍ତାବ ଦେଇଛନ୍ତି ।

ପେଟ୍ରୋଲ ଓ ଡିଜେଲରୁ ୧ଲକ୍ଷ କୋଟିରୁ ଅଧିକ ଆୟ କଲେ କେନ୍ଦ୍ର ସରକାର: ଆୟରେ ୪୮ ପ୍ରତିଶତର ବୃଦ୍ଧି

ନୂଆଦିଲ୍ଲୀ: ଚଳିତ ବର୍ଷ ପେଟ୍ରୋଲ ଏବଂ ଡିଜେଲ ଭଳି ପେଟ୍ରୋଲିୟମ୍ ପଦାର୍ଥ ଉପରେ ଲାଗୁ ଟ୍ୟାକ୍ସ ଜରିଆରେ ସରକାର ୧ଲକ୍ଷ କୋଟି ଟଙ୍କାରୁ ଅଧିକ ଆୟ କରିଛନ୍ତି, ଯାହା ହାରାହାରି ପୂର୍ବ ଆଦାୟ ଅପେକ୍ଷା ୪୮ ପ୍ରତିଶତ ଅଧିକ । ଅର୍ଥମନ୍ତ୍ରାଳୟର କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଆକାଉଣ୍ଟସ(ସିଜିଏ)ଙ୍କ ରିପୋର୍ଟରେ ପ୍ରକାଶ ।

वित्त मंत्रालय के आंकड़ों से यह जानकारी सामने आई

ସୂଚନା ଯୋଗ୍ୟ ଯେ, ୨୦୧୬ରେ ବସ୍ତୁ ଏବଂ ସେବା କର ବା ଜିଏସ୍‌ଟି ବ୍ୟବସ୍ଥା ଆରମ୍ଭ ହୋଇଥିଲା । ପରେ ଆଭିଏସନ୍ ଟର୍ବାଇନ୍ ଫର୍ମୁଲା, ପେଟ୍ରୋଲ, ଡିଜେଲ ଏବଂ ପ୍ରାକୃତିକ ଗ୍ୟାସ ଉପରେ କେନ୍ଦ୍ର ସରକାର କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଆଦାୟ କରୁଛନ୍ତି । ଏତଦ୍‌ବ୍ୟତୀତ ଅନ୍ୟ ସବୁ ଉତ୍ପାଦ ଉପରେ ମଧ୍ୟ ଜିଏସଟି ଆଦାୟ କରାଯାଏ । ଚଳିତ ଆର୍ଥିକ ବର୍ଷର ପ୍ରଥମ ଚାରି ମାସରେ ଆଦାୟ ହୋଇଥିବା ଟିକସ ପରିମାଣରେ ୪୮ ପ୍ରତିଶତର ବୃଦ୍ଧି ଘଟିଛି ।

उत्पाद शुल्क का संग्रह 1 लाख करोड़ रुपये से ज्यादा

ଗତ ବର୍ଷ ସରକାର ପେଟ୍ରୋଲ ଉପରେ ଏକ୍ସାଇଜ୍ ଡ୍ୟୁଟିକୁ ୧୯.୯୮ ପ୍ରତିଶତକୁ ବୃଦ୍ଧି କରି ଲିଟର ପିଛା ଦର ୩୨.୯ ଟଙ୍କା କରିଛନ୍ତି । ସେହିପରି ଡିଜେଲ ଉପରେ ୩୧.୮୦ ପଇସା ପ୍ରତି ଲିଟର ଶୁଳ୍କ ଆଦାୟ ହୁଏ । ଗତ ବର୍ଷ ତୁଳନାରେ ଚଳିତ ଥର ଅତିରିକ୍ତ ଟ୍ୟାକ୍ସ କଲେକ୍ସନ ହୋଇଛି । ସରକାରଙ୍କ ପକ୍ଷରୁ ଅଏଲ ବଣ୍ଡ ବାବଦକୁ ଦେବାକୁ ଥିବା ଟଙ୍କା ଠାରୁ ଚଳିତ ଆର୍ଥିକ ବର୍ଷରେ ୩ଗୁଣା ଅଧିକ ଟ୍ୟାକ୍ସ ଆଦାୟ ହୋଇଛି । ସିଏଜି ରିପୋର୍ଟ ଅନୁଯାୟୀ ଅପ୍ରେଲରୁ ଜୁଲାଇ ମଧ୍ୟରେ ଉତ୍ପାଦ ଶୁଳ୍କ ସଂଗ୍ରହ ୧ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥାତ ୧୦୦୩୮୭ ହୋଇଛି । ଯେତେବେଳେ କି ଗତ ବର୍ଷ  ଏହି ଅବଧି ମଧ୍ୟରେ ସଂଗ୍ରହ ୬୭ହଜାର ୮୯୫ କୋଟି ସଂଗ୍ରହ କରିଥିଲେ ।

उत्पाद शुल्क का संग्रह 1 लाख करोड़ रुपये से ज्यादा

ଅର୍ଥାତ ଚଳିତ ବର୍ଷ ସରକାର ୩୨ହଜାର ୪୯୨ କୋଟି ଟଙ୍କାର ଅତିରିକ୍ତ ଟ୍ୟାକ୍ସ ଆଦାୟ କରିଛନ୍ତି । ଯେତେବେଳେ କି ପୂରା ବର୍ଷର ଅଏଲ ବଣ୍ଡ ବାବଦକୁ ସରକାରଙ୍କୁ ୧୦ହଜାର କୋଟି ଟଙ୍କା ଦେବାକୁ ପଡ଼ିଥାଏ । ଅଏଲ ବଣ୍ଡ ଏକ ସ୍ୱତନ୍ତ୍ର ଧରଣର ସିକ୍ୟୁରିଟି, ଯାହାକୁ ସରକାରଙ୍କ ପକ୍ଷରୁ ମାର୍କେଟିଂ କମ୍ପାନୀଙ୍କୁ କ୍ୟାସ୍ ସବ୍‌ସିଡି ଆକାରରେ ଦିଆଯାଏ । ଯାହା ଦ୍ୱାରା ତୈଳ ଦର ବୃଦ୍ଧିର ବୋଝ ସାଧାରଣ ଜନତାଙ୍କ ଉପରେ ପଡ଼ିବ ନାହିଁ ।

ଏଥିସହିତ ପଢ଼ନ୍ତୁ: IPL ବିଡିଂ ପ୍ରକ୍ରିୟାରେ ସାମିଲ ହେଲା କଟକ, ୨ଟି ନୂଆ ଟିମ ହେଲେ ସାମିଲ୍

ସ୍ୱଦେଶ ପେରିଲେ ସ୍ୱର୍ଣ୍ଣ ବିଜେତା ପ୍ରମୋଦ, କହିଲେ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ସ୍ୱଦେଶକୁ ଫେରିଛନ୍ତି ବ୍ୟାଡମିଣ୍ଟନ ଷ୍ଟାର୍ ପ୍ରମୋଦ ଭାଗତ। ଦିଲ୍ଲୀରେ ପହଁଚିବା ପରେ ତାଙ୍କୁ ସ୍ପୋର୍ଟସ ଅଥୋରିଟି ଅଫ୍ ଇଣ୍ଡିଆ ପର୍ଷରୁ ଭଗ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ସେ ଓଡିଶା ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି।

ଅଲମ୍ପିକ୍ସ ପ୍ରସ୍ତୁତି ସମୟରେ ପ୍ରମୋଦଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ପ୍ରକାର ସହଯୋଗ ଯୋଗାଇଦେଇଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି। ପ୍ରମୋଦ ତାଙ୍କ ବିଜୟର ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି । ସେ କହିଛନ୍ତି ଯେ ଫାରାଲିମ୍ପିକ୍ସ ପାଇଁ  ତାଙ୍କୁ ଯାହା ବି ସହୋଯୋଗ ଦରକାର ଥିଲା ସେ ସବୁକିଛି ମୁଖ୍ୟମନ୍ତ୍ରୀ ଯୋଗାଇଦେଇଥିଲେ। ଏମିତିକି କୋଭିଡ ମହାମାରୀ ଭିତରେ ମଧ୍ୟ ରାଜ୍ୟ ସରକାର ତାଙ୍କ ଟ୍ରେନିଂର ପୂରା ଧ୍ୟାନ ରଖିଥିଲେ । ତାଙ୍କ ଟ୍ରେନିଂ ପ୍ରତି ଯେମିତି କିଛି ବି ଆଞ୍ଚ ନ ଆସେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଥିଲା।

ତେବେ କେବଳ ପ୍ରମୋଦ ନୁହେଁ ତାଙ୍କ ସହ ଅନ୍ୟ କ୍ରିଡାବିତମାନେ ମଧ୍ୟ ଆଜି ସ୍ଫେୱଦେଶକୁ ଫେରିଛନ୍ତି। ଏବଂ ଦିଲ୍ଲୀ ବିମାନବନ୍ଦରରେ ସମସ୍ତଙ୍କୁ ଭବ୍ୟ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଇଛି।