ନେପାଳକୁ ହରାଇ ୮ମ ସାଫ୍ ଚାମ୍ପିଅନସିପ୍ ମୁକୁଟ ପିନ୍ଧିଲା ଭାରତ

1 min read

ନୂଆଦିଲ୍ଲୀ: ନେପାଳକୁ ୩-୦ ଗୋଲରେ ହରାଇ ୮ମ ଥର ପାଇଁ ସାଫ୍ ଚାମ୍ପିଅନସିପ୍ ମୁକୁଟ ପିନ୍ଧିଛି ଭାରତ । ଅଧିନାୟକ ସୁନୀଲ ଛେତ୍ରୀ ଧମାକାଦାର ପ୍ରର୍ଦଶନ ସହ ୮୦ତମ ଆନ୍ତର୍ଜାତୀୟ ଗୋଲ୍ ଦେଇ ଲିୟୋନେଲ ମେସିଙ୍କ ସମକକ୍ଷ ହୋଇଛନ୍ତି ।

ଏହି ହାଇ ପ୍ରୋଫାଲଇ ଫାଇନାଲର ଆରମ୍ଭରୁ ଭାରତୀୟ ଫୁଟବଲ୍ ଟିମର ଦବଦବା ଦେଖିବାକୁ ମିଳିଥିଲା । ପ୍ରଥମାର୍ଦ୍ଧରେ ଭାରତୀୟ ଦଳ ମ୍ୟାଚକୁ ନିୟନ୍ତ୍ରଣରେ ରଖିଥିଲେ ବି ଗୋଲ୍ ଦେବାକୁ ସକ୍ଷମ ହୋଇନଥିଲା ।

ଦ୍ବିତୀୟାର୍ଦ୍ଧର ୪୯ତମ ମିନିଟରେ ସୁନୀଲ ପ୍ରଥମ ଗୋଲ୍ ଦେଇ ଭାରତକୁ ଆଗୁଆ କରିଥିଲେ । ଏହାର ମାତ୍ର ୧ ମିନିଟ ପରେ ସୁରେଶ ସିଂହ ଦ୍ବିତୀୟ ଗୋଲ୍ ସ୍କୋର୍ କରିଥିଲେ । ମ୍ୟାଚର ୯୦ ମିନିଟରେ ସହଲ୍ ଅବଦୁଲ୍ ସମାଦ ବିଜୟ ସୂଚକ ତୃତୀୟ ଗୋଲ୍ ଦେଇଥିଲେ ।

ଏହି ବିଜୟ ସହ ଭାରତ ୮ମ ଥର ସାଫ୍ ଚାମ୍ପିଅନସିପ୍ ଜିତିଛି । ମୁଖ୍ୟ କୋଚ୍ ଇଗରୋ ଷ୍ଟିମାକଙ୍କ ତତ୍ବାବଧାନରେ ଭାରତ ଏହି ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇଛି । କୌଣସି ବିଦେଶୀ କୋଚଙ୍କ ତତ୍ବାବଧାନରେ ଏହା ଭାରତର ତୃତୀୟ ସାଫ୍ ଚାମ୍ପିଅନସିପ୍  ବିଜୟ ।

Leave a Reply