ମଦ ନିଶା ହେଲା କାଳ, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ

1 min read
Drunk Husband Killed Wife In Patnagarh

ବଲାଙ୍ଗିର: ସ୍ୱାମୀ-ସ୍ତ୍ରୀ କଳହର କରୁଣ ପରିଣତି । ମଦ୍ୟପ ସ୍ୱାମୀର ଟାଙ୍ଗିଆ ଚୋଟରେ ଗଲା ସ୍ତ୍ରୀର ଜୀବନ । ବଲାଙ୍ଗିର ପଟଣାଗଡ଼ ବ୍ଲକ ଭରତବାହାଳରେ ହତ୍ୟାକାଣ୍ଡ ଘଟିଛି । ପୋଷା ଠେକୁଆକୁ ଖାଇବାକୁ ଦେବାକୁ କେନ୍ଦ୍ରକରି ଗତ ରାତିରେ ଦମ୍ପତିଙ୍କ ମଧ୍ୟରେ କଳହ ଲାଗିଥିଲା । ମଦ୍ୟପ ସ୍ୱାମୀ ବାରମ୍ବାର ଟାଙ୍ଗିଆରେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ହିଁ ସ୍ତ୍ରୀର ମୃତ୍ୟୁ ହୋଇଛି । ମୃତକ ହେଲେ ଗାଁର ପଞ୍ଚୁ ନାଏକଙ୍କ ପତ୍ନୀ ଅମ୍ବିକା ।

ଏଥିସହ ପଢ଼ନ୍ତୁ: ଟାଟାରେ ଚାକିରି ନାଁରେ ଠକେଇ ମାମଲା, ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ରେଡ୍

ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ରାତି ପ୍ରାୟ ୮ଟା ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ଯରେ କୌଣସି ବିଷୟକୁ ନେଇ ଝଗଡ଼ା ହୋଇଥିଲା । ଏହାପରେ ସ୍ତ୍ରୀକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା ସ୍ୱାମୀ । ସ୍ଥାନୀୟ ଲୋକେ ଦେଖିବା ବେଳକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘର କବାଟ ପାଖରେ ଅମ୍ବିକା ପଡ଼ି ରହିଥିଲେ । ଅଭିଯୁକ୍ତ ସ୍ୱାମୀ ପଞ୍ଚୁ ଫେରାର ହୋଇଯାଇଛି ।

Leave a Reply