ମନୀଷ ମୃତ୍ୟୁ ମାମଲାରେ ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେବ ପୋଲିସ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଭୁବନେଶ୍ୱର ମନୀଷ ଅନୁରାଗ ମୃତ୍ୟୁ ମାମଲା । ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବ ପୋଲିସ । କମିଶନରେଟ୍ ପୋଲିସ ପକ୍ଷରୁ ୫ ଦିନ ଲାଗି ରିମାଣ୍ଡ ଆବେଦନ କରାଯାଇଥିଲା । ଜେଏମଏଫସି କୋର୍ଟ ୪ ଦିନ ଲାଗି ରିମାଣ୍ଡ ଅନୁମତି ପ୍ରଦାନ କରିଛନ୍ତି ।

ଗତକାଲି ପୋଲିସ ମନୀଷ ମୃତ୍ୟୁର ଖୁଲାସା କରିବା ପରେ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା । ମନୀଷ ମୃତ୍ୟୁ ମାମଲାରେ ୩ ସାଙ୍ଗ ଦିନେଶ, ମୃତ୍ୟୁଞ୍ଜୟ ଓ ଅମ୍ରିତ ଗିରଫ ହୋଇଛନ୍ତି । ମନୀଷ ମୃତ୍ୟୁ ଘଟଣା ଉପରୁ ଗତକାଲି କମିଶନରେଟ୍ ପୋଲିସ ରହସ୍ୟ ହଟାଇଥିଲା ।

Manish Anurag Death Case, Court Give 4 Day Remand  Permission To Police

ବାରରେ ବିଲ ପେମେଣ୍ଟକୁ ନେଇ ସାଙ୍ଗମାନଙ୍କ ମଧ୍ୟରେ ହୋଇଥିଲା ବିବାଦ । ପରେ ଠେଲା ପେଲା ଓ ଆକ୍ରମଣ ଯୋଗୁ ଯାଇଥିଲା ମନୀଷଙ୍କ ଜୀବନ । ପରେ ପ୍ରମାଣ ନଷ୍ଟ କରିବାକୁ ସାଙ୍ଗ ରଚିଥିଲେ ଷଡ଼ଯନ୍ତ୍ର । ଅକ୍ଟୋବର ୯ ତାରିଖରେ ବାହାଘର ବ୍ୟାଚଲର ପାର୍ଟି ଦେଉଥିଲେ ମନୀଷ । ବାର୍ ମଧ୍ୟରେ ବିଲ ବାବଦକୁ ୮ରୁ ୧୦ ହଜାର ଟଙ୍କା  ହେବା ପରେ ପେମେଣ୍ଟକୁ ନେଇ ବିବାଦ ଓ ଝଗଡ଼ା ହୋଇଥିଲା । ବାରରୁ ବାହାରିବା ପରେ ୪ ଜଣଙ୍କ ଭିତରେ ମାରପିଟ ହୋଇଥିଲା ।

ସାଙ୍ଗମାନଙ୍କ ଆକ୍ରମଣରେ ମନୀଷଙ୍କର ମୃତ୍ୟୁ ହୋଇଥିଲା । ଶେଷରେ ପ୍ରମାଣ ନଷ୍ଟ କରିବାକୁ ପୋଖରିରେ ମୃତଦେହ ଫିଙ୍ଗି ଦେଇ ହୋଟେଲ ସ୍ୱାଗତ ପ୍ୟାଲେସରେ ୧୨ ଘଣ୍ଟା କାଟିଥିଲେ ସଇତାନ୍ ସାଙ୍ଗ । ଅଭିଯୁକ୍ତଙ୍କ ବିରୋଧରେ ୩୬୪ (କ) ଅପହରଣ କରି ଟଙ୍କା ମାଗିବା, ୩୦୨ ହତ୍ୟା ଓ ୨୦୧ ପ୍ରମାଣ ନଷ୍ଟ କରିବା ଧାରା ଲାଗିଛି ।

Leave a Reply