spot_img
Home Blog Page 5231

IPL ବିଡିଂ ପ୍ରକ୍ରିୟାରେ ସାମିଲ ହେଲା କଟକ, ୨ଟି ନୂଆ ଟିମ ହେଲେ ସାମିଲ୍

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେଉଛି, କିନ୍ତୁ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ଆସନ୍ତା ବର୍ଷର ଆଇପିଏଲ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି। କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ଆଇପିଏଲ୍ ୨୦୨୨ ପାଇଁ ବିସିସିଆଇ ୬ଟି ସହର ଚୟନ କରିଛି, ସେଥିମଧ୍ୟରୁ ଦୁଇଟି ନୂତନ ଦଳ ଘୋଷଣା କରାଯିବ। ଏହି ୬ଟି ସହରରେ କଟକ ମଧ୍ୟ ସାମିଲ ହୋଇଛି । ପୂର୍ବାଞ୍ଚଳ ପାଇଁ ଗୁଆହାଟି, ରାଞ୍ଚି ଓ କଟକ ବିଡିଂରେ ସାମିଲ ହୋଇଥିବାବେଳେ ପଶ୍ଚିମରୁ ଅହମ୍ମଦାବାଦ, ସେଣ୍ଟ୍ରାଲ ଜୋନରୁ ଲକ୍ଷ୍ନୌ ଏବଂ ଦକ୍ଷିଣରୁ ଧର୍ମଶଳା ସାମିଲ ହୋଇଛି।

ଏହି ୬ଟି ସହର ପାଇଁ ନିଲାମ ତାରିଖ ସ୍ଥିର ହୋଇନାହିଁ, କିନ୍ତୁ  ଏହି ପ୍ରକ୍ରିୟା ପାଖାପାଖି ଆଉମାସେ ଲାଗିବ ବୋଲି ଆଶା କରାଯାଉଛି। ନୂଆ ଦଳ ପାଇଁ 2000 କୋଟି ଟଙ୍କାର ପ୍ରାରମ୍ଭିକ ମୂଲ୍ୟ ସ୍ଥିର କରାଯାଇଛି। ସୂଚନା ଅନୁଯାୟୀ, ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ କ୍ରିକେଟ୍ ଦର୍ଶକଙ୍କ ସଂଖ୍ୟା ଏତେ ଅଧିକ ଯେ ଏହା ଅନ୍ୟ ଅଞ୍ଚଳର ଭାଷା ଏହାର ନିକଟତର ବି ନୁହେଁ। କ୍ରିକବଜ୍ ଦେଇଥିବା ତଥ୍ୟ ଅନୁଯାୟୀ, ୨୦୨୦ରେ ଷ୍ଟାର୍ ସ୍ପୋର୍ଟ୍ସର ଚାରି ବିଲିୟନ ମିନିଟ୍ ଆଇପିଏଲ୍ କଭରେଜର ୬୫ ପ୍ରତିଶତ ଦର୍ଶକ ହିନ୍ଦୀ ଅଞ୍ଚଳର ଥିଲେ।

ହିନ୍ଦୀ ଭାଷାକୁ କେନ୍ଦ୍ର କରି ଏହି ସହରଗୁଡ଼ିକୁ ଚୟନ କରାଯାଇଛି। ତେଣୁ ଏଥିରେ କୋଚି ଏବଂ ବିଶାଖାପାଟନମ୍ ଅନ୍ତର୍ଭୁକ୍ତ ନ କରାଯିବାର କାରଣ ଦକ୍ଷିଣ ଭାରତର ତିନିଟି ଦଳ ପୂର୍ବରୁ ଆଇପିଏଲର ଅଂଶବିଶେଷ, ଯେଉଁଥିରେ ସନରାଇଜର୍ସ ହାଇଦ୍ରାବାଦ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ଅନ୍ତର୍ଭୁକ୍ତ। ତେବେ ବର୍ତ୍ତମାନ ପାଇଁ ଆଇପିଏଲରେ ଦକ୍ଷିଣ ଜୋନର ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗ୍ସ, ପୂର୍ବର କୋଲକାତା ନାଇଟ୍ ରାଇଡର୍ସ, ପଶ୍ଚିମରୁ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସେଣ୍ଟ୍ରାଲ ଜୋନରୁ ରାଜସ୍ଥାନ ରୟାଲ୍ସ ସାମିଲ ରହିଛି।

ସୂଚନାମୁତାବକ IPL ୨୦୨୨ ପାଇଁ ନିଲାମ ପ୍ରକ୍ରିୟା ଚଳିତ ବର୍ଷ ଶେଷସୁଦ୍ଧା ଅନୁଷ୍ଠିତ ହୋଇପାରେ । ଏହି ମେଗା ଅକ୍ସନରେ ଅନେକ ଖେଳାଳିଙ୍କୁ ଅଲଗା ଅଲଗା ଦଳରେ ଦେଖିବାକୁ ମିଳିବ। ଏହା ସହିତ ଦୁଇଟି ନୂଆ ଦଳରେ ନୂଆ ଅଧିନାୟକଙ୍କ ସହିତ ନୂଆ ଖେଳାଳି ବି ଚୟନ କରାଯିବ । ବର୍ତ୍ତମାନ, ଆଇପିଏଲ୍ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ୟୁଏଇରେ ଆରମ୍ଭ ହେବ, ଅବଶିଷ୍ଟ ମ୍ୟାଚ୍ ଦୁବାଇ, ଆବୁଧାବି ଏବଂ ଶାରଜାହଠାରେ ଖେଳାଯିବ। ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ।

ଟ୍ୱିନ୍‌ସିଟିରେ ଅମାନିଆଙ୍କ ଠାରୁ ଆଦାୟ ହୋଇଛି ୨୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଜରିମାନା

0

ଭୁବନେଶ୍ୱର: ଟ୍ୱିନ୍ ସିଟିରେ ଅମାନିଆଙ୍କ ଠାରୁ ଆଦାୟ ହୋଇଛି ୨୧କୋଟି ୬୨ଲକ୍ଷ ୯୯ହଜାର ୧୦୦ ଟଙ୍କା ଜରିମାନା । ୨୦୨୦-୨୧ ବର୍ଷ ଅଗଷ୍ଟ ମାସ ଶେଷ ସୁଦ୍ଧା ଏହି ଜରିମାନା ଆଦାୟ କରିଛି ପୋଲିସ ।  ଟ୍ରାଫିକ ନିୟମ ଉଲଘଂନ କରି ୮ ମାସରେ ୧୧ କୋଟି ୮୩ ଲକ୍ଷ ୬୫ ହଜାର ୭୦୦ ଟଙ୍କା ଫାଇନ ଆଦାୟ ହୋଇଛି । ବିନା ହେଲମେଟ ଧାରୀଙ୍କ ଠୁଁ ୯ କୋଟି ୨୦ ଲକ୍ଷ ୯ ହଜାର ୩ ଶହ ଆଦାୟ ହୋଇଛି । ବିନା ସିଟ ବେଲ୍ଟ ୫୬ ଲକ୍ଷ ୬ ହଜାର ୧୦୦ ଟଙ୍କା ଫାଇନ ଆଦାୟ ହୋଇଛି । ବିନା ମାସ୍କ ଧାରୀଙ୍କଠୁଁ ୩ ଲକ୍ଷ ୧୮ ହଜାର ଟଙ୍କା ଆଦାୟ ହୋଇଥିବା ଗୃହରେ ଉତ୍ତର ରଖିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । କମିଶନରେଟ୍ ପୋଲିସ ଅଞ୍ଚଳରେ ଜରିମାନା ଆଦାୟ ସମ୍ପର୍କରେ ବିଧାୟକ ସୌଭିକ୍ ବିଶ୍ୱାଳ ପଚାରିଥିବା ପ୍ରଶ୍ନର ଉତ୍ତର ଏହା କହିଛନ୍ତି ମନ୍ତ୍ରୀ ଶ୍ରୀ ମିଶ୍ର ।

ଏଥିସହିତ ପଢ଼ନ୍ତୁ: ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ମୃତବ୍ୟକ୍ତିଙ୍କ ନାଁରେ ଚାଲାଣ କଟିଲା

ଅତିରିକ୍ତ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସ୍ୱାମୀ-ସ୍ତ୍ରୀ’ଙ୍କ ମାରପିଟ୍‌: ଥାନାରେ ଅଟକ

ବାଲେଶ୍ୱର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାଇ, ଭଉଣୀଙ୍କ ସହିତ ଅନ୍ୟ ଦୁଇଜଣ ମହିଳା ମାରପିଟ୍ କରୁଥିବାର ଦେଖିବାକୁ ମିଳିଥିଲା । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା ବିବାଦ ଯୋଗୁଁ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି । ବାଲେଶ୍ୱର ଟାଉନ ଥାନା ଅନ୍ତର୍ଗତ ବଙ୍କାଖଜୁରୀ ଛକ ନିକଟରେ ଥିବା ଆକଟପୁର ଗାଁର ସିଦ୍ଧାର୍ଥ ନାୟକ ଗତ ୨୦୧୮ ମସିହା ଜୁଲାଇ ୭ ତାରିଖରେ ବାହାନଗା ବ୍ଲକ୍‌ ଗଣ୍ଡସ୍ଥପୁର ଗାଁର ସୁବାସିନୀ ମହାନ୍ତିଙ୍କ ସହିତ ବିବାହ କରିଥିଲେ । ବିବାହ ପରଠାରୁ ସୁବାସିନୀଙ୍କୁ ପରିବାର ଲୋକେ ନିର୍ଯାତନା ଦେଉଥିବା ଅଭିଯୋଗ ହେଉଥିଲା । ତେବେ ଗତ ୨୦୨୦ ମସିହା ସେପ୍ଟେମ୍ବର ୨୨ ତାରିଖରେ ସୁବାସିନୀଙ୍କୁ ସ୍ୱାମୀ ସିଦ୍ଧାର୍ଥ, ନଣନ୍ଦ ମଧୁସ୍ମିତା ଓ ପରିବାର ଲୋକେ ମାଡ଼ ମାରି ଘରୁ ବାହାର କରିଦେଇଥିଲେ । ସେହି ଗାଁର ଅଙ୍ଗନବାଡ଼ି କର୍ମୀ ଗୌରୀ ନାୟକଙ୍କ ସହଯୋଗରେ ସୁବାସିନୀ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଥାନାରେ ଏତାଲା ଦେଇଥିଲେ । ଆଜି ଏହି ମାମଲାର ବାଲେଶ୍ୱର ପରିବାର ଅଦାଲତରେ ପ୍ରଥମ ତାରିଖ ଥିଲା । ଉଭୟ ସ୍ୱାମୀ-ସ୍ତ୍ରୀ ଅଦାଲତରେ ହାଜର ହୋଇ ଫେରିବା ସମୟରେ ବଚସା ହୋଇଥିଲେ । ଉଭୟେ ଉତକ୍ଷୀପ୍ତ ହେବା ପରେ ହତାହତି ହୋଇଥିଲେ । ତାଙ୍କ ସହିତ ଥିବା ଅଙ୍ଗନବାଡ଼ି କର୍ମୀ ଗୌରୀଙ୍କୁ ମଧ୍ୟ ସିଦ୍ଧାର୍ଥ ଓ ତାଙ୍କ ଭଉଣୀ ମଧୁସ୍ମିତା ମାଡ଼ ମାରିଥିବା ଅଭିଯୋଗ ହୋଇଛି । ସହଦେବଖୁଣ୍ଟା ଥାନାରେ ଅଭିଯୋଗ ହେବାପରେ ପୋଲିସ ସିଦ୍ଧାର୍ଥ ଓ ମଧୁସ୍ମିତାଙ୍କୁ ଥାନାରେ ପଚରା ଉଚରା କରୁଛି ।

ଏଥିସହିତ ପଢ଼ନ୍ତୁ: ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ମୃତବ୍ୟକ୍ତିଙ୍କ ନାଁରେ ଚାଲାଣ କଟିଲା

ତାଲିବାନ କଲେଜ, ପୁଅ-ଝିଅଙ୍କୁ ଅଲଗା କରୁଛି ପରଦା

ନୂଆଦିଲ୍ଲୀ: ଆଫଗାନିସ୍ତାନ ତାଲିବାନ କବଜାରେ ଆସିବା ପରେ ତାଲିବାନୀ ଉଚ୍ଚ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଯେଉଁଥିରେ କୁହାଯାଥିଲା ଯେ କଲେଜରେ ପୁଅ ଓ ଝିଅଙ୍କ କ୍ଲାସ ଅଲଗା ଅଲଗା ହେବ । ଆଉ ଯଦି ଏହା ସମ୍ଭବ ନ ହୁଏ ତେବେ କ୍ଲାସ ମଝିରେ ଏକ ପରଦା ଟଙ୍ଗାଯିବ। ତେବେ ତାଲିବାନର ଏହି ଆଦେଶ ପରେ ଆଫଗାନିସ୍ତାନର ଏକ କଲେଜର ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ଏହି ଫଟୋରେ ଦେଖିବାକୁ ମିଳୁଛି ଯେ କ୍ଲାସରୁମରେ ପୁଅ ଝିଅ ଏକାଠି କ୍ଲାସ ତ କରୁଛନ୍ତି ହେଲେ ଅଲଗା ଅଏଲଗା ବସି। ଆଉ ଏମାନଙ୍କ ମଝିରେ ଏକ ବଡ଼ ପରଦା ବି ଲଗା ହୋଇଛି । ଏହି ଫଟୋଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । କେବଳ ଏତିକି ନୁହେଁ କ୍ଲାସରେ ଛାତ୍ରମାନେ ପଠାନି କୁର୍ତ୍ତା ଓ ଝିଅମାନେ ନକାବ ପିନ୍ଧି ବସିଥିବା ଦେଖିବାକୁ ମିଳିଛି । ତାଲିବାନ ଜାରି କରିଥିବା ନିର୍ଦ୍ଦେଶାବଳୀରେ ଏହା ମଧ୍ୟ କୁହାଯାଇଛି ଯେ କେଲଜରେ ଛାତ୍ରୀମାନଙ୍କ ପାଇଁ ତୁରନ୍ତ ଶିକ୍ଷୟତ୍ରୀମାନଙ୍କୁ ନିଯୁକ୍ତ କରାଯାଉ । ନଚେତ କେବେଳ ବରିଷ୍ଠ ଶିକ୍ଷକ ହିଁ ଛାତ୍ରୀମାନଙ୍କୁ ପାଠ ପଢ଼ାଇପାରିବେ।

ଏହାବ୍ୟତୀତ ଏଥିରେ ଏହା ମଧ୍ୟ ଲେଖାଯାଇଛି ଯେ ସମସ୍ତ ୟୁନିଭରସିଟି ଓ କଲେଜରେ ପୁଅ ଓ ଝିଅଙ୍କ ଏଣ୍ଟ୍ରି ଏବଂ ଏଗଜିଟ୍ ଅଲଗା ଅଲଗା କରାଯିବ। ଏଥିସହ ଝିଅମାନେ ପୁଅମାନଙ୍କ ୫ ମିନିଟ୍ ପୂର୍ବରୁ ନିଜ କାମ ସାରି ବାହାରିବେ। ଯାହାଫଳରେ ସେମାନଙ୍କୁ ଆଉ ପୁଅଙ୍କ ସହ ମିଳିମିଶା କରିବାକୁ ସୁଯୋଗ ମିଳିବ ନାହିଁ । ଏବଂ କଲେଜରୁ ସବୁ ଝିଅ ଯାଇସାରିଲା ପରେ ଯାଇ ପୁଅମାନେ ବାହାରିବେ। ସେତବେଳ ପର୍ଯ୍ୟନ୍ତ ପୁଅମାନେ ୱେଟିଂରୁମରେ ବସିବେ।

ତେବେ ସବୁଠୁ ବଡ଼ କଥା ହେଉଛି ତାଲିବାନ ନିଜର ପ୍ରଥମ କାର୍ଯ୍ୟକାଳ (୧୯୯୬-୨୦୦୧)ରେ ମହିଳାଙ୍କ ସ୍ୱାଧିନତା ଓ ଅଧିକାର ଛଡ଼େଇନେଥିଲା । ହେଲେ ବର୍ତ୍ତମାନ ଆଫଗାନିସ୍ତାନରେ ଝିଅମାନଙ୍କୁ ସ୍କୁଲ କଲେଜ ଯିବାକୁ ଅନୁମତି ମିଳିଛି । ତାଲିବାନର କହିବା କଥା ଯେ ଏଥର ସେମାନେ ସମସ୍ତଙ୍କ ଅଧିକାରକୁ ସୁରକ୍ଷା ଦିଆଯିବ । କିନ୍ତୁ ତଥାପି ମହିଳାମାନେ ତାଲିବାନର ପୂର୍ବ ବର୍ବର୍ତାକୁ ଭୁଲିପାରୁନାହାଁନ୍ତି ଓ ଭୟରେ ଦେଶ ଛାଡ଼ି ପଳାଇବାକୁ ଚାହୁଁଛନ୍ତି।

 

ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ମୃତବ୍ୟକ୍ତିଙ୍କ ନାଁରେ ଚାଲାଣ କଟିଲା

ଭୁବନେଶ୍ୱର: ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ମୃତ ବ୍ୟକ୍ତିଙ୍କ ନାଁରେ କଟିଲା ଚାଲାଣ । ତମାଣ୍ଡ ଗାଁର ମୃତ ସୁଦାମ ପ୍ରଧାନଙ୍କ ନାଁରେ ଚାଲାଣ କାଟିଛି ପୋଲିସ । ଆଉ ଏହି ଚାଲାଣ କଟାଯିବା ନେଇ ମୃତ୍ୟ ବ୍ୟକ୍ତିଙ୍କ ପୁଅ ନିକଟକୁ ମେସେଜ୍ ଆସିଛି । ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି ପୁଅ । ଚାଲାଣ କଟାଯାଇଥିବା OD-02-5725 ନମ୍ୱର ବିଶିଷ୍ଟ ଗାଡ଼ିଟି ଗତ ୧ ବର୍ଷ ହେବ ଭଙ୍ଗା ଦଦରା ଅବସ୍ଥାରେ ଘରେ ପଡ଼ିରହିଛି ବୋଲି ପୁଅ କହିଛନ୍ତି । ତେବେ ସମାନ ନମ୍ୱର ଥିବା ଗାଡ଼ିଟି ହେଉଛି ହୋଣ୍ଡା ୟୁନିକର୍ଣ୍ଣ । ଯେଉଁଥରେ ଯୁବକ-ଯୁବତୀ ଯାଉଥିବା ବେଳେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିିଥିଲେ । ଯେଉଁଥିଲାଗି ଚାଲାଣ କଟାଯାଇଥିବା ଜଣାପଡ଼ିଛି । ତେବେ ସେହି ଗାଡ଼ିର ମଧ୍ୟ ସମାନ ନମ୍ୱର ଥିବା ବେଳେ ସେମାନେ ନକଲି ନମ୍ୱର ପ୍ଳେଟ୍ ବ୍ୟବହାର କରୁଛନ୍ତି ବୋଲି ଜଣାପଡ଼ିଛି । ଏହାପରେ ଉକ୍ତ ନକଲି ନମ୍ୱର ପ୍ଳେଟ୍ ଧାରୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯାଉ ବୋଲି ସେମାନଙ୍କ ଠାରୁ ଫାଇନ୍ ଆଦାୟ ହେଉ ବୋଲି ମୃତବ୍ୟକ୍ତିଙ୍କ ପୁଅ ପ୍ରଭାତ ପ୍ରଧାନ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଦୂତୀଙ୍କୁ ନେଇ ମିଥ୍ୟା ଖବର ପ୍ରସାରଣ ମାମଲା: ରିମାଣ୍ଡରେ ଗଲେ ସୁଧାଂଶୁ ଓ ସ୍ମୃତି ରଞ୍ଜନ

ଜାତୀୟ ରାଜପଥରେ ହେବ ଭାରତୀୟ ବାୟୁସେନା ବିମାନର ଜରୁରୀକାଳୀନ ଅବତରଣ

0

ଭାରତୀୟ ବାୟୁସେନାର ଏକ ବିମାନ ଚଳିତ ସପ୍ତାହରେ ରାଜସ୍ଥାନର ବାଡ଼ମେରାରେ ଏକ ଜାତୀୟ ରାଜପଥ ଉପରେ ଜରୁରୀକାଳୀନ ଅବତରଣର ଅଭ୍ୟାସ କରିବ । ଆଉ ଏହି ବିମାନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଉପସ୍ଥିତ ରହିବେ । ସୂଚନା ମୁତାବକ ଦୁଇ ମନ୍ତ୍ରୀ ବାଡ଼ମେରାରେ ଜାତୀୟ ରାଜପଥ ଉପରେ ୩.୫ କିଲୋମିଟର ଲମ୍ୱ ପଥର ଉଦ୍‌ଘାଟନ କରିବେ ଯେଉଁଥିରେ ବାୟୁସେନାର ଯୁଦ୍ଧ ବିମାନ ଏବଂ ଅନ୍ୟ ବିମାନର ଜରୁରୀକାଳୀନ ଅବତରଣ କରାଯାଇପାରିବ ।

ଅକ୍ଟୋବର ୨୦୧୭ରେ ବୟୁସେନାର ଯୁଦ୍ଧ ବିମାନ ଏବଂ ପରିବହନ ବିମାନ ଲକ୍ଷ୍ଣୌ-ଆଗ୍ରା ଏକ୍ସପ୍ରେସ ଓ୍ୱେ ଉପରେ ଅବତରଣର ଅଭ୍ୟାସ କରିଥିଲା । ନ୍ୟାସନାଲ ହାଇଓ୍ୱେ ଅଥରିଟି ଅଫ୍ ଇଣ୍ଡିଆ (ଏନ୍‌ଏଚ୍ଏଆଇ)ର ଅଧିକାରୀ ବାଡ଼ମେରରେ ହାଇଓ୍ୱେକୁ ରନ୍‌-ଓ୍ୱେ  ଶୈଳୀରେ ବିକାଶିତ କରିବା ପାଇଁ ବାୟୁସେନା ଅଧିକରୀଙ୍କ ସହ ଯୋଗାଯୋଗରେ ରହିଛନ୍ତି । ଏଥିସହିତ ଦେଶର ମୋଟ ୧୨ଟି ସ୍ଥାନରେ ଜାତୀୟ ରାଜପଥକୁ ରନ୍-ଓ୍ୱେ ଶୈଳୀରେ ବିକଶିତ କରାଯାଉଛି ଯାହା ଦ୍ୱାରା ଜରୁରୀକାଳୀନ ଅବତରଣ କରାଯାଇପାରିବ ।

ଏଥିସହିତ ପଢ଼ନ୍ତୁ: ମୁଲ୍ଲା ବରାଦର ନୁହେଁ ହସନ୍ ଆଖୁଁଦ ହେବେ ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି

ହୀରା ମୁଦି ନଦେବାରୁ ଭାଙ୍ଗିଲା ନିର୍ବନ୍ଧ, କନ୍ୟାକୁ ପିଟିଲେ ପୁଅ ପକ୍ଷ

0

ଜଲନ୍ଧର: ପଞ୍ଜାବର ଜଲନ୍ଧରରେ ଘଟିଛି ଏକ ଅଭାବନୀୟ ଘଟଣା।  ବରକୁ ହୀରା ମୁଦି ନମିଳିବାର ଏଠି ଭାଙ୍ଗିଗଲା ନିର୍ବନ୍ଧ । କେବଳ ଏତିକି ନୁହେଁ ବରକୁ ହୀରା ମୁଦି ନ ଦେବାରୁ ବରପକ୍ଷ କନ୍ୟା ପକ୍ଷ ମଧ୍ୟରେ ମାରପିଟ୍ ବି ହୋଇଛି । ଜଲନ୍ଧରର  ରାମାମଣ୍ଡିର ଏକ ହୋଟେଲରେ ଚାଲିଥିବା ନିର୍ବନ୍ଧନରେ ହୀରା ମୁଦି ନେଇ କନ୍ୟା ଏବଂ ବର ପରିବାର ସଦସ୍ୟଙ୍କ ମଧ୍ୟରେ ଢଗଡ଼ା ହୋଇଥିଲା। ଝଗଡ଼ା ଏତେ ବଢ଼ିଗଲା ଯେ ଉଭୟ ପକ୍ଷ ମଧ୍ୟରେ ମାରପିଟ୍ ଆରମ୍ଭ ହୋଯାଇଥିଲେ ହୋଇଥିଲା। କେବଳ ଏତିକି ନୁହେଁ ହୀରା ମୁଦି ନ ପାଇବା କାରଣରୁ ପୁଅ ଘର ଲୋକେ କନ୍ୟାକୁ ଚୁଟି ଟାଣି ମାଡ଼ ମାରିଥିବା ଅଭିଯୋଗ ବି ହୋଇଛି।

ବର ପରିବାର ଲୋକେ ହୀରା ମୁଦି ନମିଳିବାରୁ ଝିଅକୁ ମାଡ଼ ମାରିବାପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଝିଅ ପକ୍ଷ ଅଭିଯୋଗରେ ପୋଲିସ ସେମାନଙ୍କୁ ଖୋଜୁଛି। ତେବେ ଏହି ସମୟରେ ପୁରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ସମସ୍ତ ଫୁଟେଜକୁ ଜବତ କରି ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, କନ୍ୟା ପରିବାର ପୋଲିସକୁ ଦେଇଥିବା ବୟାନରେ କହିଛନ୍ତି ଯେ ନିର୍ବନ୍ଧ ପୂର୍ବରୁ ପୁଅ ଘର ଲୋକେ ହୀରା ମୁଦି କହିଥିଲେ। କିନ୍ତୁ ଯେତେବେଳେ ରବିବାର ଦିନ ନିର୍ବନ୍ଧନରେ ମୁଦି ପିନ୍ଧା ପ୍ରଥା ଆରମ୍ଭ ହୋଇଥିଲା।, ପୁଅଘର ଲୋକ ଦୁଇଟି ହୀରା ମୁଦି, ସୁନା ବଳା ଏବଂ କାନଫୁଲ ମାଗିଥିଲେ । ଯାହାପରେ ଉଭୟ ପକ୍ଷ ମଧ୍ୟରେ ଢଗଡ଼ା ଆରମ୍ଭୱ ହୋଇଥିଲା ଯାହାପରେ ସେମାନେ ମାରପିଟ୍ କରିବା ଆରମ୍ଭ କରିଦେଇଥିଲେ । ତେବେ ପୋଲିଟ ମଧ୍ୟସ୍ଥିକୁ ପଚରାଚରା କରିବାପରେ ଜଣାପଡ଼ିଥିଲା ଯେ ପୁଅ ପୂର୍ବରୁ ବିବାହିତ ଏବଂ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛି। ପ୍ରଥମ ପତ୍ନୀଙ୍କୁ ସେ ଛାଡିଦେଇଛନ୍ତି। ଏହାଜାଣିବା ପରେ କନ୍ୟା ଘର ଲୋକେ ଆହୁରି ରାଗିୟାଇଥିଲେ।

 

ମୁଲ୍ଲା ବରାଦର ନୁହେଁ ହସନ୍ ଆଖୁଁଦ ହେବେ ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି

କାବୁଲ: କିଏ ହେବ ଆଫଗାନିସ୍ତାନର ରାଷ୍ଟ୍ରପତି ? ଦେଶ ଉପରେ ତାଲିବାନ କବଜାର ୧୫ ଦିନ ପରେ ଲାଗୁଛି ଏହାର ଉତ୍ତର ମିଳିଯାଇଛି । ଆଗରୁ ଯେଉଁ ମୁଲ୍ଲା ବରାଦରଙ୍କ ନାମ ରାଷ୍ଟ୍ରପତି ପଦ ପାଇଁ ଉଠୁଥିଲା ସେ ରାଷ୍ଟ୍ରପତି ହେଉ ନାହାନ୍ତି । ତାଙ୍କ ବଦଳରେ ହସନ ଅଖୁଁଦ ରାଷ୍ଟ୍ରପତି ହେବେ ବୋଲି ଖବର ଆସୁଛି । ଅଖୁଁଦ ବୁଧବାର ଦିନ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବାର ସମ୍ଭାବନା ରହିଛି ।
ପାକିସ୍ତାନୀ ୱେବସାଇଟ୍ ଦ ନ୍ୟୁଜକୁ ଦେଇଥିବା ସାକ୍ଷାତକାରରେ ଏଭଳି ଦାବି କରିଛନ୍ତି ଜଣେ ଟପ୍ ତାଲିବାନ କମାଣ୍ଡର । ଏହି କମାଣ୍ଡରଙ୍କ ଅନୁସାରେ ମୋମିନିନ୍ ଶେଖ ହୈବତୁଲ୍ଲା ଅଖୁଁଜାଦା ନିଜେ ମୁଲ୍ଲା ମହମ୍ମଦ ହସନ ଅଖୁଁଦର ନାମକୁ ଦେଶର ସର୍ବୋଚ୍ଚ ପଦବୀ ପାଇଁ ସୁପାରିସ କରିଥିଲେ । ମୁଲ୍ଲା ବରାଦ ଓ ମୁଲ୍ଲା ଅବ୍ଦୁସ ସଲାମା,ଅଖୁଁଦଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରିବେ ।
କାନ୍ଦାହରରେ ଜନ୍ମ
ଅଖୁଁଦର ଜନ୍ମ କାନ୍ଦାହାର ନିକଟରେ ଥିବା ଏକ ଗ୍ରାମରେ ହୋଇଥିଲା । ଏବେ ଅଖୁଁଦ ତାଲିବାନର ରହବାରୀ ଶୂରା ବା ନେତୃତ୍ୱ ପରିଷଦର ମୁଖ୍ୟ ଅଛି ।ଅଖୁଁଦ ତାଲିବାନର ପ୍ରତିଷ୍ଠାତା ସଦସ୍ୟଙ୍କ ମଧ୍ୟରୁ ଜଣେ । ରହବାରୀ ଶୁରାର ପ୍ରମ୍ମୁଖ ଭାବେ ୨୦ ବର୍ଷ କାମ କରି ସାରିଥିବା ଅଖୁଁଦର ତାଲିବାନ ପ୍ରମ୍ମୁଖ ଅଖୁଁଦଜାଦା ସହିତ ଭଲ ସମ୍ପର୍କ ରହଛି । ସାମରିକ ପୃଷ୍ଟଭୂମିରୁ ଆସିନଥିବା ଅଖୁଁଦଙ୍କୁ ମୁଲ୍ଲା ୟାକୁବଙ୍କ ସାହାଯ୍ୟ ମିଳିବ ବୋଲି ଆଶା କରାଯାଉଛି । ମୁଲ୍ଲା ୟାକୁବ,ତାଲିବାନ ପ୍ରତିଷ୍ଠାତା ମୁଲ୍ଲା ଓମାରର ପୁଅ । ମୁଲ୍ଲା ୟାକୁବକୁ ତାଲିବାନ ପ୍ରତିରକ୍ଷା ବିଭାଗର ମୁଖ୍ୟ କରାଯିବା ଏକାରକମ ସୁନଶ୍ଟିତ ବୋଲି କୁହାଯାଉଛି ।

ଏଥିସହିତ ପଢ଼ନ୍ତୁ: ପଞ୍ଜଶୀରରେ ନରସଂହାର ଆଶଙ୍କା: ତାଲିବାନ, ପାକିସ୍ତାନକୁ ଇରାନର ଚେତାବନୀ, ଲକ୍ଷ୍ମଣରେଖା ପାର ହୁଅନି

ପଞ୍ଜଶୀରରେ ନରସଂହାର ଆଶଙ୍କା: ତାଲିବାନ, ପାକିସ୍ତାନକୁ ଇରାନର ଚେତାବନୀ, ଲକ୍ଷ୍ମଣରେଖା ପାର ହୁଅନି

ତେହେରାନ: ରବିବାର ରାତିରେ ପାକିସ୍ତାନୀ ବାୟୁସେନା ସାହାଯ୍ୟରେ ତାଲିବାନ ପଞ୍ଜଶୀର ଉପରେ କବଜା କରିଛି । ପାକ୍ ଡ୍ରୋନ୍ ଆକ୍ରମଣରେ ପଞ୍ଜଶୀର ବିଦ୍ରୋହୀଙ୍କ ସୁରକ୍ଷା କବଚ ଧ୍ୱଂସ ହେବା ପରେ ବିଦ୍ରୋହୀଙ୍କ ନେତୃତ୍ୱ ନେଉଥିବା ପୂର୍ବତନ ଉପ-ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ତାଜିକସ୍ତାନ ପଳାୟନ କରିଥିବା ବେଳେ ଅହମ୍ମଦ ମାସୁଦ ଅଜ୍ଞାତ ସ୍ଥାନରେ ଆତ୍ମଗୋପନ କରିଛନ୍ତି । ପଞ୍ଜଶୀରର ପତନ ପରେ ତାଲିବାନ ବିଦ୍ରୋହଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧମକ ଦେଇଛି । ତାଲିବାନ ପଂଜଶୀରରେ ଗଣହତ୍ୟା କରିବାକୁ ଯୋଜନା କରୁଛି କିମ୍ବା ଆରମ୍ଭ କରିସାରିଲାଣି ବୋଲି ଆଶଙ୍କ ପ୍ରକାଶ କରୁଥିବା ବେଳେ ଇରାନ ପାକିସ୍ତାନ ଓ ତାଲିବାନକୁ ଚେତାବନୀ ଦେଇଛି ।
ପଞ୍ଜଶୀରରେ ତାଲିବାନ ଚଳାଇଥିବା ଗଣହତ୍ୟା ଉପରେ ପ୍ରଥମ ଥର ପାଇଁ ପଡ଼ୋଶୀ ଇରାନ ପ୍ରତିକ୍ରିୟା ପ୍ରକାଶ କରିଛି । ଇରାନ ବୈଦେଶିକ ବିଭାଗ ନିଜ ପ୍ରତିକ୍ରିୟାରେ କହିଛି ଯେ, ତାଲିବାନ ଲକ୍ଷ୍ମଣ ରେଖ ଅତିକ୍ରମ ନକରୁ । ଏହାସହିତ ପଞ୍ଜଶୀର ଆକ୍ରମଣରେ ପାକ୍ ବାୟୁସେନାର ଭୂମିକା ଉପରେ ଆମେ ତଦନ୍ତ କରୁଛୁ ବୋଲି ମଧ୍ୟ ଇରାନ କହିଛି । ସୂଚନାଯୋଗ୍ୟ ଯେ, ସିଆ ବହୁଳ ଇରାନ ତାଲିବାନ ବିରୋଧୀଙ୍କୁ ଆଗରୁ ସାହାଯ୍ୟ କରୁଥିଲା । ୧୯୯୬ରେ ଇରାନ ତାଜିକ୍ ବିଦ୍ରୋହୀଙ୍କୁ ସାହାଯ୍ୟ କରିଥିଲା । ଚଳିତ ସଂକଟ କାଳରେ ଇରାନ ଖୋଲାଖୋଲି ତାଲିବାନ ବିରୋଧୀ ମେଣ୍ଟକୁ ସମର୍ଥନ କରିନାହିଁ । କିନ୍ତୁ ଇରାନର ଏହି ନୂଆ ବୟାନ ନିଶ୍ଚିତ ଭାବେ ପାକିସ୍ତାନ ଓ ତାଲିବାନକୁ ଚିନ୍ତିତ କରିବ ।
ତେହେରାନ ଟାଇମ୍ସ ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ରଙ୍କ ବୟାନ ପ୍ରକାଶିତ କରିଛି । ଏହି ବୟାନରେ ମୁଖପାତ୍ର ଖତିବ ଜାଦେହ କହିଛନ୍ତି ଯେ, ପଞ୍ଜଶୀର ଆକ୍ରମଣ କାଳରେ ପାକିସ୍ତାନୀ ହସ୍ତକ୍ଷେପ ଯାଞ୍ଚ ହେଉଛି । ବିଭିନ୍ନ ଆଫଗାନୀ ଗୋଷ୍ଠୀଙ୍କ ମଧ୍ୟରେ ଆଲୋଚନା ଦ୍ୱାରା ହିଁ ଆଫଗାନ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ଆମେ ଭାବୁଛୁ । ମୁଁ ଚେତାବନୀ ଦେବାକୁ ଚାହୁଁଛି ଯେ, ସମସ୍ତେ ଲକ୍ଷ୍ମଣରେଖାକୁ ଅତିକ୍ରମ ନକରନ୍ତୁ ଓ ଅନ୍ତର୍ଜାତୀୟ ନିୟମ ଅନୁସାରେ ନିଜ ଦାୟିତ୍ୱ ନିର୍ବାହ କରନ୍ତୁ ।

ଆଫଗାନିସ୍ତାନ ଘଟଣାକ୍ରମ ଉପରେ ନଜର
ଇରାନୀ ବୈଦେଶିକ ବିଭାଗ ମୁଖପାତ୍ରଙ୍କ ଅନୁସାରେ ତାଙ୍କ ଦେଶ ଆଫଗାନିସ୍ତାନରେ ଯାହା କିଛି ଘଟୁଛି ତାହା ଉପରେ ନଜର ରଖିଛି । ପଂଜଶୀର ଆକ୍ରମଣରେ ପାକିସ୍ତାନୀ ବାୟୁସେନାର ଭୂମିକା ଓ ନରସଂହାରରେ ପାକ୍ ସୈନିକଙ୍କ ସଂଲିପ୍ତତାକୁ ନେଇ ଯାଂଚ୍ ଚାଲୁଛି ବୋଲି ମଧ୍ୟ ସେ କହିଛନ୍ତି ।
ଇରାନ ଚାହେଁ ନିର୍ବାଚନ
ଆଫଗାନିସ୍ତାନରେ ତୁରନ୍ତ ନିର୍ବାଚନ ହେଉ ବୋଲି ଇରାନ ଚାହୁଁଛି । ଇରାନ ଅନୁସାରେ ଆଫଗାନିସ୍ତାନରେ ନିର୍ବାଚନ ଦ୍ୱାରା ସରକାର ଗଠନ ହେବା ଉଚିତ । ବାହ୍ୟ ହସ୍ତକ୍ଷେପ ଦ୍ୱାରା ଗଠିତ ସରକାର କେବେ ମଧ୍ୟ ଆଫଗାନିସ୍ତାନରେ ତିଷ୍ଟିନାହିଁ ବୋଲି ସେ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ:ତାଲିବାନକୁ ପଞ୍ଜଶୀର ଦେଲା ପାକିସ୍ତାନ, ଡ୍ରୋନ୍ ଆକ୍ରମଣ କାରଣରୁ ଦେଶ ଛାଡ଼ିଲେ ସାଲେହ

ସେପ୍ଟେମ୍ବର ୨୭ରେ ଚାଷୀ ସଂଗଠନର ଭାରତ ବନ୍ଦ ଡାକରା

ନୂଆଦିଲ୍ଲୀ: ପୁଣି ତେଜୁଛି ଚାଷୀ ଆନ୍ଦୋଳନ। କେନ୍ଦ୍ର ବିରୋଧରେ ପୁଣି ସ୍ୱର ଶାଣିତ କରିବାକୁ ଚାଷୀ ଏକାଠି ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ଚାଷୀ ବିରୋଧୀ ଆଭିମୁଖ୍ୟକୁ ବିରୋଧ କରି ଚାଷୀ ସଂଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି। ଆସନ୍ତା ୨୭ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି।

ସୂଚନା ମୁତାବକ ଏହିଦିନ ସାରା ଦେଶରେ ଟ୍ରେନ ଏବଂ ବସ ଚଳାଚଳ ବନ୍ଦ କରାଯିବ। ଏହାଛଡ଼ା ଆଗାମୀ ଦିନରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଅନ୍ୟାନ୍ୟ ନିର୍ବାଚନରେ ବିଜେପି ବିରୋଧରେ ଚାଷୀ ସଂଗଠନ ରାଲି କରିବ ବୋଲି ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି । କରୋନାଠାରୁ କେନ୍ଦ୍ର ସରକାରଙ୍କ କୃଷି ଆଇନ ଓ ଅନ୍ୟାନ୍ୟ ଆଇନ ଅଧିକ ଭୟାନକ ବୋଲି ଟିକାୟତ କହିଛନ୍ତି। ଦିଲ୍ଲୀ ସୀମାରେ ଦୀର୍ଘ ମାସ ଧରି ଚାଷୀ ଆନ୍ଦୋଳନରେ ବସିଥିଲେ ବି ଚାଷୀଙ୍କ ପ୍ରତି ସରକାର ଯେଉଁ ଭଳି ଆଭିମୁଖ୍ୟ ଦେଖାଇଛନ୍ତି, ତା’ର କଡ଼ା ପ୍ରତିବାଦ କରିବାକୁ ପ୍ରସ୍ତୁତ ହୋଇଛି ରଣନୀତି ।