ଭୋପାଳରେ ଲୋକଙ୍କୁ ଦଳିଲା କାର୍, ୩ ଗୁରୁତର

ଭୋପାଲ: ପୁଣି ହିଟ୍ ଆଣ୍ଡ ରନ୍ ଘଟଣା । ଦୁଗାର୍ ମେଢ଼ ଭସାଣ ବେଳେ ଲୋକଙ୍କ ଉପରେ ଚଢ଼ିଗଲା କାର । ୩ ଗୁରୁତର, ମେଡିକାଲରେ ଭର୍ତ୍ତି। ଏମିତି ଘଟଣା ଘଟିଛି ମଧ୍ୟପ୍ରଦେଶର ଭୋପାଲରେ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଦୁର୍ଘଟଣା ବେଳର ଦୃଶ୍ୟ ।

ଭୋପାଳର ବଜରିୟା ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା ।  ପ୍ରାୟ ରାତି ୧୧ଟା ସମୟରେ ଭସାଣ ଶୋଭାଯାତ୍ରାରେ ଲୋକେ ନାଚି ନାଚି ଯାଉଛ ଥିବା ବେଳେ ଏକ କାର୍ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା। ହଠାତ୍ କାରଟି ଧକ୍କା ଦେବା ପରେ ଲୋଙ୍କ ମଧ୍ୟରେ ଧାଁଦୌଡ ଆରମ୍ଭ ହୋଇଯାଇଥିଲା । ପରେ ପୋଲିସ ଡ୍ରାଇଭରକୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି ।

ସୂଚନାଯୋଗ୍ୟ, ପ୍ରଥମେ ଲଖିମପୁର, ପରେ ଛତିଶଗଡ଼ ଓ ଏବେ ଭୋପାଲ । ତିନୋଟି ସ୍ଥାନରେ ଲୋକଙ୍କ ଉପରେ ଦ୍ରୁତଗତିରେ ମାଡ଼ିଗଲା କାର୍ । ବାରମ୍ବାର ସମାନ ଢଙ୍ଗରେ ଦୁର୍ଘଟଣା ଘଟିବା ଚିନ୍ତା ବଢ଼ାଇବା ସହ ପ୍ରଶ୍ନ ମଧ୍ୟ ଛିଡ଼ା କରିଛି । ୩ଟି ଦୁର୍ଘଟଣା ଭିତରେ କିଛି ଲିଙ୍କ ଅଛି କି ? ନା ଏହା କେବଳ ଏକ ସଂଯୋଗ ତାହାର ତଦନ୍ତ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇବାରେ ଲାଗିଛି ।

Leave a Reply