spot_img
Home Blog Page 5204

ଉପନିର୍ବାଚନ ପୂର୍ବରୁ ବଳଶାଳୀ ହେଉଛି ବିଜେଡ଼ି, ସାମିଲ ହେଲେ ବିଜେପି କର୍ମୀ

ପିପିଲି: ଉପନିର୍ବାଚନ ପୂର୍ବରୁ ଦଳକୁ ମଜଭୁତ କରୁଛି ବିଜେଡି  । ବିଜେଡିର ବୃକ୍ଷ ରୋପଣ ଓ ମିଶ୍ରଣ ପର୍ବ । ଉପନିର୍ବାଚନ ଯେତିକି ପାଖେଇ ଆସୁଛି, ପିପିଲିରେ ସେତିକି ମଜଭୁତ ହେଉଛି ବିଜେଡିର ସଂଗଠନ । ମିଶ୍ରଣ ପର୍ବ ଜାରି ଥିବା ବେଳେ ଆଜି ପୁଣି, ବିଜେଡିରେ ସାମିଲ ହୋଇଛନ୍ତି ୧୦ରୁ ଅଧିକ ବିଜେପି କର୍ମୀ । କୌଶଲ୍ୟାପୁର ଠାରେ ଅନୁଷ୍ଠିତ ଦଳୀୟ ସମାବେଶରେ, ଶଙ୍ଖ ଧରିଛନ୍ତି ଏହି କର୍ମୀ  ।

ଏଥିସହ ଦଳ ପକ୍ଷରୁ ପିପିଲି ପମସରା ପଞ୍ଚାୟତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲା ବିଜେଡି ସମ୍ପାଦକ ସତ୍ୟଜିତ ରାୟ ଚୌଧୁରୀଙ୍କ ନେତୃତ୍ବରେ ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବିଧାୟକ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଉପସ୍ଥିତ ଥିଲେ  । ନିର୍ବାଚନକୁ ଆଉ ହାତଗଣତି ଦିନ ବାକି ରହିଥିବାବେଳେ ବିଜେଡ଼ି ଦଳକୁ ଶକ୍ତିଶାଳୀ କରିବା ପାଇଁ ପକ୍ରିୟା ଆରମ୍ଭ କରିଦେଇଛି  ।

ଆନ୍ଧ୍ର ପୋଲିସ କବଳରେ ମାଣିକପାଟଣା, ଆତଙ୍କୀତ ଗ୍ରାମବାସୀ

ଗଜପତି: ଧସେଇ ପଶୁଛି ଆନ୍ଧ୍ର  । କୋଟିଆ ପରେ ଏବେ ଗଜପତି ଜିଲ୍ଲା ମାଣିକପାଟଣାରେ ନିର୍ମାଣ କରିଛି ଅଙ୍ଗନବାଡ଼ି କେନ୍ଦ୍ର  । ପ୍ରଶାସନିକସ୍ତର ଆଲୋଚନାକୁ ଖାତିର ନକରି ଗାଁରେ ଧସେଇ ପଶିଲା ଆନ୍ଧ୍ର ସଶସ୍ତ୍ର ପୋଲିସ ବାହିନୀ । ଏଥର ଖାଲି ଅଙ୍ଗନବାଡ଼ି କେନ୍ଦ୍ର ନୁହେଁ, ପୂରା ଗାଁକୁ କବଜାକୁ ନେବା ପାଇଁ ଷଡ଼ଯନ୍ତ୍ର କରିଛି ଆନ୍ଧ୍ର । ଗାଁରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାବେଳେ, ଭୟ ଓ ଆତଙ୍କିତ ଅବସ୍ଥାରେ ଅଛନ୍ତି ମାଣିକପାଟଣା ଗ୍ରାମବାସୀ । ଏପରକି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ଗାଁରେ ପୂରାଇ ଦେଇନି ଆନ୍ଧ୍ର ପୋଲିସ ।

ଗାଁରେ ଆନ୍ଧ୍ର ଖୋଲିଥିବା ଅସ୍ଥାୟୀ ମିନି ଅଙ୍ଗନବାଡ଼ି କେନ୍ଦ୍ରକୁ ନେଇ ବିବାଦର ସୂତ୍ରପାତ ହୋଇଥିଲା । ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ରକୁ ସିଲ୍‌ କରାଯାଇଥିଲା । ସିଲ୍‌ ବେଳେ ତହସିଲଦାରଙ୍କୁ ଦୁର୍ବ୍ୟବ୍ୟବହାର ଦେଖାଇବା ଅଭିଯୋଗ ନେଇ ଗୁରୁନାଥ ଶବରଙ୍କୁ ବାନ୍ଧିଥିଲା ପୋଲିସ । ଏନେଇ ବିବାଦ ଥମିନଥିବା ବେଳେ ପୁଣି ଆନ୍ଧ୍ରର ମନ୍ତ୍ରୀ ତଥା ପଲାସା ବିଧାୟକ ଏସ ଆପ୍ପାଲା ରାଜୁ ସମର୍ଥକଙ୍କ ଆସି ଘଟଣାର ତଦନ୍ତ କରୁ ଥିବା ଗଜପତି ଏଡିଏମଙ୍କୁ ନାଲି ଆଖି ଦେଖାଇଥିଲେ । ଏପରକି ଜୋରଜବରଦସ୍ତ ସିଲ୍‌ ଭାଙ୍ଗି ଅଙ୍ଗନବାଡ଼ି କେନ୍ଦ୍ରରେ ପାଠ ପଢାଇବା ସହ ଅଣ୍ଡା ବାଣ୍ଟିଥିଲେ ।

ଗଜପତି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର ତଦନ୍ତ କରିଥିଲେ ଗଜପତି ଏଡିଏମ । ଗିରଫ ଗୁରୁନାଥ ଶବର ମାଣିକପାଟଣାର ସବିତା ଶବରଙ୍କ ଜାଗାରେ ଜବରଦସ୍ତି ଅସ୍ଥାୟୀ ମିନି ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରିଥିଲେ । ଏପରିକି ନିଜ ପତ୍ନୀ ଲକ୍ଷ୍ମୀଶବରଙ୍କୁ ଆନ୍ଧ୍ର ପକ୍ଷରୁ ଅଙ୍ଗନବାଡି କର୍ମୀ ଭାବେ ନିଯୁକ୍ତ କରାଇଥିଲେ । ଏତିକିରେ ଗୁରୁନାଥଙ୍କ କାରନାମା ସରିନଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ପକ୍କାଘର ସମେତ ଭଭୟ ଆନ୍ଧ୍ର ଓ ଓଡ଼ିଶାର ଆଧାରକାର୍ଡ ଓ ଭୋଟର ପରିଚୟ ପତ୍ର ସମେତ ମୌଳିକ ସୁବିଧା ସୁଯୋଗ ମଧ୍ୟ ହାତେଇଥିଲେ ।

ମାତ୍ର ଆନ୍ଧ୍ର ପକ୍ଷରୁ ଦଲାଲି କରିବା ସହ ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ନିଜ ମାଆଙ୍କୁ ୱାର୍ଡ ମେମ୍ବର ପ୍ରାର୍ଥୀ କରାଇଥିଲେ । କିନ୍ତୁ ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ପରେ ପ୍ରାର୍ଥୀପତ୍ର ପ୍ରତ୍ୟାହୃତ ହୋଇଥିଲା । ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀ ସାନି ସୀମା ନିର୍ଦ୍ଧାରଣ ପାଇଁ ରାଜି ହୋଇଥିଲେ । ଏହା ସହିତ ସ୍ଥିତାବସ୍ଥା ବଜାୟ ରଖିବାକୁ ସହମତି ହୋଇଥିଲା । କିନ୍ତୁ ଏହାକୁ ଖାତିର ନକରି ଆନ୍ଧ୍ରର ମନ୍ତ୍ରୀ ଓ ନେତା ନିଜର ଆଧିପତ୍ୟ ଜାହିର କରିବାକୁ ହୀନ ଉଦ୍ୟମ କରୁଛନ୍ତି ।

ଭୟ ବଢାଉଛି ଜଳକା ନଦୀ, ଲଘୁଚାପ ବର୍ଷା ସୃଷ୍ଟି କରୁଛି ବନ୍ୟାସ୍ଥିତି

ବାଲେଶ୍ୱର: ବିପଦ ସଂକେତ ଉପରେ ଜଳକା ନଦୀ । ଆତଙ୍କିତ ନଈକୂଳିଆ ଗ୍ରାମବାସୀ । ଲଘୁଚପଜନିତ ଲଗାଣ ବର୍ଷା ଯୋଗୁ ବାଲେଶ୍ଵର ଜିଲ୍ଲା ବସ୍ତା ଅଞ୍ଚଳରେ ପ୍ରବାହିତ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ନଦୀର ମଥାନିଠାରେ ବିପଦ ସଂକେତ 5 ଦଶମିକ 50 ମିଟର ଥିବାବେଳେ ଦିନ ଦୁଇଟା ସୁଦ୍ଧା 5 ଦଶମିକ 70 ମିଟରରେ ଜଳ ପ୍ରବାହିତ ହେଉଥିଲା ।

ଲଗାଣ ବର୍ଷା  ଫଳରେ ବନ୍ୟା ଆଶଙ୍କା ଦେଖାଦେଇଛି । ଯଦି ଏହିଭଳି ବର୍ଷା ଲାଗିରୁହେ, ତାହାହେଲେ ବସ୍ତା ବ୍ଳକର ମଥାନି, ବାହାର୍ଦା, ଦୁଧହଂସା, ସଦାନନ୍ଦପୁର, ବରୁଣଗାଡ଼ିଆ, ଚକୁରାଇ, ଦରିଡ଼ା , ଗଡ଼ିପଦା, ରାଉତପଡ଼ା ସମେତ ସଦର ବ୍ଲକର 2ଟି ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । ସେପଟେ ସ୍ଥାନୀୟ ଲୋକେ ଏପରି ସ୍ଥିତିକୁ ଦେଖି ଭୟଭୀତ ହୋଇ ପଡିଛନ୍ତି  ।

ରାଜଧାନୀରେ ଭୂମିକମ୍ପର ଭ୍ରମ, ପ୍ରବଳ ବର୍ଷାରେ ମାଟି ତଳକୁ ଧସିଲା ଘର

ଭୁବନେଶ୍ୱର: ରାଜଧାନୀକୁ ବର୍ଷା କରିଛି ବେହାଲ  । ଏମିତି ବର୍ଷା ହୋଇଛି ଯେ ବହୁତଳ କୋଠା ମଧ୍ୟ ଦବିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି  । ପ୍ରବଳ ବର୍ଷା ଯୋଗୁ ଧସୁଛି ଘର । ଡୁମୁଡୁମାରେ ଘର କାନ୍ଥ ଫାଟି ତଳକୁ ଧସୁଥିବା ଦେଖିବାକୁ ମିଳିଛି । ସେପଟେ ଘରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଛନ୍ତି ସ୍ଥାନୀୟ ଲୋକେ । ବର୍ଷା ବେଳେ ଘର ଧସୁଥିବା ଦେଖି ଘରେ ଥିବା ଲୋକେ ଭୂମିକମ୍ପ ବୋଲି ଅନୁମାନ କରିଥିଲେ  ।

ମିଳିଥିବା ସୂଚନା ମୁତାବକ ଖଣ୍ଡଗିରି ଡୁମୁଡୁମା ନିକଟସ୍ଥ ରଘୁନାଥ ନଗରରେ ଘଟିଛି ଏମିତି କିଛି ଘଟଣା । ପ୍ରବଳ ବର୍ଷା ଯୋଗୁଁ ଘର ମାଟିକୁ ଧସେଇ ପଶିବା ପରେ ଭଡାରେ ରହୁଥିବା ଲୋକେ ଏଣେତେଣେ ଚିତ୍କାର କରି ଦୌଡ଼ିବା ଆରମ୍ଭ କରିଥିଲେ । ପରେ ଘର ମାଲିକ ଶିବ ନାୟକ ଖବର ପାଇ ସେଠାରେ ପହଁଚିବା ସହ ସ୍ଥାନୀୟ ଲୋକଙ୍କ ସହାୟତାରେ ଜିନିଷପତ୍ର ବାହାରକୁ ବାହାର କରିଥିଲେ ।

ଅନ୍ୟପଟେ ଏହି ଘଟଣା ସମ୍ବନ୍ଧରେ ପୋଲିସ ସୂଚନା ପାଇବେ ମାତ୍ରେ ତୁରନ୍ତ ଘଟଣାସ୍ଥଳରେ  ପହଁଚିଥିଲା  । ପରେ ଉକ୍ତ ଘରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଥିବା ଜଣାପଡିଛି । ଘର ଟି ଅସୁରକ୍ଷିତ ଅବସ୍ଥାରେ ଥିବାରୁ ସେଠାକୁ ଯିବାକୁ ଲୋକଙ୍କୁ ବାରଣ କରାଯାଇଛି ।

ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ: କଟକରେ ମୁହାଁମୁହିଁ ଭର୍ତ୍ତୃହରି- ଦେବାଶିଷ

କଟକ: ପାର୍ବଣରେ ମୂର୍ତ୍ତି ଉଚ୍ଚତାକୁ ନେଇ କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ମୁହାଁମୁହିଁ ହୋଇଛନ୍ତି । କୋଭିଡ କଟକଣା ମଧ୍ୟରେ ପାର୍ବଣ ପାଳନ ଓ ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ଅଧିକ ଉଚ୍ଚ ନହେବା ନିଷ୍ପତ୍ତିକୁ ସାଂସଦ ଭର୍ତ୍ତୃହରି ମହତାବ ନାପସନ୍ଦ କରିଛନ୍ତି । ଏହାକୁ ନେଇ ଗତକାଲି ପୂଜା କମିଟି ଓ ଶାନ୍ତି କମିଟି ବୈଠକରେ ହଟ୍ଟଗୋଳ ହୋଇଥିଲା । ମୁଖ୍ୟମନ୍ତ୍ରୀ ମୂର୍ତ୍ତି ଉଚ୍ଚତାକୁ ପ୍ରସଙ୍ଗରେ ପୁନର୍ବିଚାର କରନ୍ତୁ ବୋଲି ଭର୍ତ୍ତୃହରି କହିଛନ୍ତି ।

ତେବେ ସାଂସଦ ଭର୍ତ୍ତୃହରି ତାଙ୍କ ବୟାନରେ କଟକବାସୀଙ୍କୁ ଉତ୍ତେଜିତ କରିବାକୁ ଉଦ୍ୟମ କରିଛନ୍ତି ବୋଲି ଦେବାଶିଷ ସାମନ୍ତରାୟ ଅଭିଯୋଗ କରିଛନ୍ତି । ପୂଜା କଟକଣାକୁ କୋହଳ କଲେ ଯଦି କରୋନା ସଂକ୍ରମଣ ବଢ଼ିବ, ଏଥିପାଇଁ ସାଂସଦ ଦାୟୀ ରହିବେ କି ବୋଲି ଦେବାଶିଷ ପ୍ରଶ୍ନ କରିଛନ୍ତି । ସେପଟେ ଭର୍ତ୍ତୃହରି କହିଛନ୍ତି ଯଦି ସରକାର ମୂର୍ତ୍ତିର ଉଚ୍ଚତା ଆଉ ଦୁଇ ରୁ ଅଢେଇଫୁଟ ବଢାଇ ଦିଅନ୍ତି ତେବେ କଣ କରୋନା କମିଯିବ  ।

ଭୂପେନ୍ଦ୍ର ପଟେଲ ଗୁଜରାଟ ମୁଖ୍ୟମନ୍ତ୍ରୀ , ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ

ଗାନ୍ଧୀନଗର: ଗୁଜୁରାଟର ନୂତନ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି  ଭୂପେନ୍ଦ୍ର ପଟେଲ  । ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ହେବା ନେଇ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନେଇଛନ୍ତି ଗୁଜରାଟ ବିଜେପି ବିଧାୟକ  ।  ବିଧାୟକ ଦଳ ବୈଠକରେ  ନେତା ନିର୍ବାଚିତ ହେବା ପରେ ଏବେ ଏନେଇ ସ୍ପଷ୍ଟ ହୋଇଛି  ।

ଗୁଜରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେଉଛନ୍ତି ଅର୍ଥାତ କାହା ନାମରେ ଦଳ ମୋହର ମାରୁଛି ସେନେଇ ଶନିବାର ଠାରୁ ଚାଲିଥିଲା ମାନସ ମନ୍ଥର  । ମୁଖ୍ୟମନ୍ତ୍ରୀ ପଦବୀରେ ବସିଥିବା ବିଜୟ ରୂପାଣୀ ପଦବୀରୁ ଅଚାନକ ଇସ୍ତଫା ଦେବା ପରେ ଚର୍ଚ୍ଚା ହୋଇଥିଲା  । ସେପଟେ ବିଜୟ ରୂପାଣୀ ଦଳର ନିଷ୍ପତ୍ତି ମୁତାବକ ଇସ୍ତଫା ଦେଇଥିବା ଘୋଣଣା କରିଥିଲେ  ।

ରବିବାର ବସିଥିବା ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ ହୋଇଛନ୍ତି ଭୂପେନ୍ଦ୍ର ଭାଇ ପଟେଲ  ।  ସେପଟେ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ପ୍ରହ୍ଲାଦ ଯୋଶୀ ଏହି ବୈଠକରେ  ଯୋଗଦେଇଥିଲେ ।  ବର୍ତ୍ତମାନ ଘାଟୋଲୋଡିଆ ଆସନରୁ ବିଧାୟକ ଅଛନ୍ତି ଭୂପେନ୍ଦ୍ର ପଟେଲ । ଗତ ବିଧାନ ସଭା ନିର୍ବାଚନରେ ସେ ତାଙ୍କ ପ୍ରତିଦ୍ବନ୍ଦୀଙ୍କଠାରୁ ଲକ୍ଷାଧିକ ଭୋଟରେ ବିଜୟୀ ହୋଇଥିଲେ । ଗୁଜରାଟର ୧୭ତମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଭୂପେନ୍ଦ୍ର ପଟେଲ  ।

 

ଛୁଆର ବେକରେ ଫଣା ଟେକି ଘଣ୍ଟାଏ ରହିଲା ନାଗ

ମୁମ୍ବାଇ: ସାପର ନାଁ ଶୁଣିଲେ ଅନେକଙ୍କ ଦେହ ଶିହରୀ ଉଠେ । ଆଉ ଯାହା ପୁଅକୁ ସାପ କାମୁଡ଼ି ଥାଏ ତା ମାଆ ତ ପାଳ ଦଉଡ଼ି ଦେଖିଲେ ଡରେ । ହେଲେ ମହାରାଷ୍ଟ୍ରର ଏହି ଦୃଶ୍ୟ ଆପଣଙ୍କୁ ଡରାଇ ଦେବ । ମହାରାଷ୍ଟ୍ରର ବର୍ଦ୍ଧା ଜିଲ୍ଲାରେ ଏକ ନାଗ ସାପ ୭ ବର୍ଷର ଝିଅ ବେକରେ ଫଣା ଟେକି ଘଣ୍ଟାଏ କାଳ ରହିଥିଲା ।

Cobra Snake For One Hour With A Hood Spread Around Girls Neck

ଘରେ ଶୋଇଥିବା ବେଳେ ରାତି ପ୍ରାୟ ୧୧ଟା ସମୟରେ ଏଭଳି ଘଟିଥିଲା । ଝିଅଟି ଯେବେ ଉଠିଲା ତ ସାପକୁ ଦେଖି ବହୁତ ଡରି ଯାଇଥିଲା । ନାବାଳିକା ଚିତ୍କାର ଶୁଣି ପରିବାର ଲୋକ ସାପକୁ ଦେଖି ବିଚଳିତ ହୋଇ ପଡ଼ିଥିଲେ । ପ୍ରାୟ ଘଣ୍ଟାଏ ଧରି ସାପଟି ଫଣା ଟେକି ଝିଅ ବେକ ଉପରେ ରହିଥିଲା । ଝିଅଟି ଡରି ଯାଇ ହଲିଯିବାରୁ ସାପ କାମୁଡ଼ି ଦେଇ ପଳାଇଥିଲା । ନାବାଳିକାଙ୍କୁ ମେଡିକାଲ ନିଆଯାଇ ଚିକିତ୍ସା କରାଯାଉଛି ।

ଚାନ୍ଦବାଲିରେ ବିଜେପି ଓ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲେ ଶତାଧିକ କର୍ମୀ

ଆରଡି: ଭଦ୍ରକରେ ଶକ୍ତିଶାଳୀ ହେଉଛି ବିଜେଡି । ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଓଳଗ ପଞ୍ଚାୟତ ବୋଡ଼କ ଗାଁର ବହୁ ଲୋକ ବିଜେଡିରେ ମିଶିଛନ୍ତି । କଂଗ୍ରେସ ଓ ବିଜେପି ଦଳ ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି । ମୁଖ୍ଯମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନାରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ୍ ହୋଇଛନ୍ତି ।

ଏଥିସହ ପଢ଼ନ୍ତୁ: ସୁନ୍ଦରଗଡ଼ରେ ବଢ଼ୁଛି ବିଜେଡି ଶକ୍ତି, କୋଇଡା ବ୍ଲକ ଅଧ୍ୟକ୍ଷାଙ୍କ ସହ ଶତାଧିକ କର୍ମୀ ଦଳରେ ସାମିଲ୍

ଶନିବାର ସନ୍ଧ୍ୟାରେ ସ୍ଥାନୀୟ ବିଧାୟକ ବ୍ଯୋମକେଶ ରାୟ, ସରପଞ୍ଚଙ୍କ ପ୍ରତିନିଧି ପ୍ରଫୁଲ ସେଠୀ, ଯୁବ ସଭାପତି ପ୍ରଫୁଲ ବେହେରା, ବ୍ଲକ ଯୁବନେତା ରଞନ ସାହୁ, ପୂର୍ବତନ ସରପଞ୍ଚ ସରୋଜ ଦାସ ପୁଷ୍ପଗୁଛ ଓ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ ।

ଉପକୂଳ ଓଡ଼ିଶାର ୭ ଜିଲ୍ଲାରେ ୨ ଦିନ ଯାଏଁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଛି ୱେଲ ମାର୍କଡ ଲୋ ପ୍ରେସର । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ପରବର୍ତ୍ତୀ ୧୨ ଘଣ୍ଟାରେ ଅବପାତର ରୂପ ନେବ । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ୧୪ ତାରିଖ ଯାଏଁ ପ୍ରବଳ ବର୍ଷା ଲାଗି ରହିବ ।

ଅତି ପ୍ରବଳ ବର୍ଷା ନେଇ ଆଜି ପାଇଁ ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ନୟାଗଡ଼ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦିଆ ଯାଇଥିବା ବେଳେ ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଯାଜପୁର ଓ ଭଦ୍ରକ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ସେହିଭଳି କଳାହାଣ୍ଡି, ବଲାଙ୍ଗିର, ସୋନପୁର, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।

 Heavy Rain Red Alert For Coastal Odisha Districts

୧୩ ତାରିଖ ପାଇଁ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ନୟାଗଡ଼ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଯାଜପୁର ଓ ଭଦ୍ରକ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ସେହିଭଳି ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୪ ତାରିଖ ପାଇଁ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଦିଆଯାଇଛି ।

ରେଡ୍ ୱାର୍ଣ୍ଣିଂ ଜିଲ୍ଲାରେ ତଳିଆ ଅଞ୍ଚଳ ଜଳମଗ୍ନ ହେବା ଆଶଙ୍କା ରହିଛି । ମାଟି ରାସ୍ତା ଓ ଘର ଭୁଶୁଡ଼ିପାରେ । ଉପକୂଳ ଓଡ଼ିଶାରେ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟରେ ବେଗରେ ବହିପାରେ । ସମୁଦ୍ର ଅଶାନ୍ତ ରହୁଥିବାରୁ ୧୪ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

୧୩ ଗରିଲା କୋଭିଡ୍ ପଜିଟିଭ୍

ନୂଆଦିଲ୍ଲୀ: ଗରିଲାଙ୍କୁ କରୋନା । ଆମେରିକା ଆଟଲାଣ୍ଟା ଚିଡ଼ିଆଖାନାରେ ୧୩ଟି ଗରିଲା କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛି ୬୦ବର୍ଷ ବୟସ୍କ ଓଜି । ଚିଡ଼ିଆଖାନାରେ ରହିଥିବା ସମସ୍ତ ଗରିଲାଙ୍କ ମଧ୍ୟରେ ଓଜି ହେଉଛି ସବୁଠାରୁ ବୟସ୍କ । ଗତ ଶୁକ୍ରବାର ଏହି ଗରିଲାମାନଙ୍କ ନିକଟରେ କାଶ ହେବା ସହ ନାକରୁ ତରଳ ପଦାର୍ଥ ନିର୍ଗତ ହେବା ପରିଲକ୍ଷିତ ହୋଇଥିଲା । ପରେ ଜର୍ଜିଆ ବିଶ୍ବବିଦ୍ୟାଳୟର ଏକ ଡାକ୍ତର ଟିମ୍ ପହଞ୍ଚି ସେମାନଙ୍କୁ ପରୀକ୍ଷା କରିଥିଲେ ।

13 Gorillas Test Positive For Covid at Atlanta Zoo

ସେମାନଙ୍କ ନମୁନା କୋଭିଡ୍ ପଜିଟିଭ ଆସିଛି । ପୂର୍ବରୁ ବିଶ୍ବର ବିଭିନ୍ନ ଭାଗରେ ଚିଡ଼ିଆଖାନାରେ କୋଭିଡ ବ୍ୟାପିବା ଦେଖାଯାଇଛି । ଆଟଲାଣ୍ଟା ଚିଡ଼ିଆଖାନା କର୍ତ୍ତୃପକ୍ଷ ଏଠାରେ ଥିବା ଅନ୍ୟ ୨୦ଟି ଗରିଲାଙ୍କ ପରୀକ୍ଷା କରିଛନ୍ତି । ସେମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ସମ୍ପୂର୍ଣ୍ଣ ସୁରକ୍ଷିତ ପୋଷାକ ପିନ୍ଧି ଚିକିତ୍ସା କରୁଛନ୍ତି । କୋଭିଡ ଏବେ ଆଉ ମଣିଷ ମଧ୍ୟରେ ସୀମାବଦ୍ଧ ହୋଇ ରହିନାହିଁ । ବିଭିନ୍ନ ଜୀବଜନ୍ତୁଙ୍କୁ ଆକ୍ରମଣ କରିବା ଦେଖାଯାଉଛି ।