ଭେଟେରାନ୍ ଅଭିନେତ୍ରୀ ମିନୁ ମମତାଜଙ୍କ କାନାଡ଼ାରେ ପରଲୋକ

Bollywood Actress Minoo Mumtaz Passes Away

ମୁମ୍ବାଇ: ମିନୁ ମମତାଜ, ମନକୁ ମୋହି ନେଉଥିବା ନାଁ ଟିଏ । ନାଁ ଯେମିତି, ଅଭିନୟ ବି ସେମିତି । ୫୦ ଦଶକରେ ଯୁବକଙ୍କ ଦିୱାନୀ ଥିଲେ ସେ । କାନାଡ଼ାରେ ବଲିଉଡର ଭେଟେରାନ୍ ଅଭିନେତ୍ରୀ ମିନୁ ମମତାଜଙ୍କ ପରଲୋକ ଘଟିଛି । ମିନୁଙ୍କ ଦେହାନ୍ତ ନେଇ ସୂଚନା ଦେଇଛନ୍ତି ଭାଇ ଅନୱର ଅଲୀ ।

Bollywood Actress Minoo Mumtaz Passes Away

ବିଶିଷ୍ଟ କମେଡିଆନ୍ ମହମୁଦ ଅଲୀଙ୍କ ଭଉଣୀ ହେଉଛନ୍ତି ମିନୁ ମମତାଜ । ୧୯୫୦ରୁ ୧୯୬୦ ମସିହା ମଧ୍ୟରେ ମିନୁ ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ଦେଖାଇଥିଲେ ଅଭିନୟର ଯାଦୁ । ଡ୍ୟାନସର ଓ ଚରିତ୍ର ଅଭିନେତ୍ରୀ ଭାବେ ସେ ପ୍ରସିଦ୍ଧି ପାଇଥିଲେ । ମିନୁଙ୍କ ପ୍ରକୃତ ନାମ ମଲିକୁନିସା ଅଲୀ ଥିଲା, ଭେଟେରାନ ଅଭିନେତ୍ରୀ ମୀନା କୁମାରୀ ତାଙ୍କ ନାଁ ବଦଳାଇ ମିନୁ ରଖିଥିଲେ ।

ମିନୁ ମମତାଜଙ୍କ ପ୍ରଥମ ଫିଲ୍ମ ହେଉଛି ‘ସଖୀ ହାତିମ୍’ । ଏଥିରେ ସେ ବଲରାଜ ସାହିନଙ୍କ ଅପୋଜିଟ୍ ଲିଡ୍ ରୋଲରେ ନଜର ଆସିଥିଲେ । ଏହାଛଡ଼଼ା ଗୁରୁ ଦତ୍ତଙ୍କ ଏକାଧିକ ଫିଲ୍ମରେ ମିନୁ ମନତାଜ ଅଭିନୟ କରିଥିଲେ । କାଗଜ କା ଫୁଲ, ଚୌଦମ୍ବି କା ଚାନ୍ଦ, ସାହିବ ବିବି ଔର ଗୁଲାମ, ତାଜମହଲ, ଘୁଙ୍ଘଟ, ଇନସାନ ଜାଗ ଉଠା, ଘର ବସାକେ ଦେଖୋ, ଗଜଲ ଆଦି ଫିଲ୍ମରେ ଅଭିନୟ କରିଥିଲେ ମିନୁ ମମତାଜ ।

Bollywood Actress Minoo Mumtaz Passes Away

୧୯୬୩ ମସିହାରେ ନିର୍ଦ୍ଦେଶକ ଅଲୀ ଅକବରଙ୍କୁ ବିବାହ କରିଥିଲେ ମିନୁ । ତାଙ୍କର ତିନୋଟ ଝିଅ ଓ ଗୋଟିଏ ପୁଅ ଥିବାବେଳେ ସେ କାନାଡ଼ାରେ ଦୀର୍ଘ ବର୍ଷ ହେବ ରହୁଥିଲେ । ୭୯ ବର୍ଷ ବୟସରେ କ୍ୟାନସର ପୀଡ଼ିତ ମିନୁଙ୍କ ପରଲୋକ ହୋଇଛି ।

Leave a Reply