T20 ବିଶ୍ୱକପ୍: ପାକିସ୍ତାନ ବିପକ୍ଷ ମୁକାବିଲା ପୂର୍ବରୁ ଅଭ୍ୟାସରେ ବ୍ୟସ୍ତ ଭାରତ, ମେଣ୍ଟର ଭୂମିକାରେ ଧୋନି

1 min read

ଦୁବାଇ: ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷ ମ୍ୟାଚରୁ ଟି-ଟ୍ୱେଣ୍ଟି ବିଶ୍ୱକପ ଅଭିଯାନ ଆରମ୍ଭ କରିବ ଭାରତ । ଆସନ୍ତାକାଲି ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ଏହି ମ୍ୟାଚର୍ ଉପରେ ରହିଛି ସମସ୍ତଙ୍କ ନଜର । ଭାରତୀୟ କ୍ରିକେଟ ଦଳର ନେତୃତ୍ୱ ବିରାଟ କୋହଲି ନେଉଥିବା ବେଳେ ପାକିସ୍ତାନର ମଙ୍ଗ ସମ୍ଭାଳୁଛନ୍ତି ବାବର ଆଜମ ।

India Vs Pakistan World Cup Match Mentor MS Dhoni Gives Throwdowns To Indian Batters

ଏହି ମୁକାବିଲା ପାଇଁ ଜୋରସୋରରେ ଅଭ୍ୟାସ କରୁଛି ଟିମ୍ ଇଣ୍ଡିଆ । ଟି-ଟ୍ୱେଣ୍ଟି ବିଶ୍ୱକପରେ ଟିମ୍ ଇଣ୍ଡିଆର ମେଣ୍ଟର ଏମଏସ୍ ଧୋନି ମଧ୍ୟ ନେଟ୍ ପ୍ରାକ୍ଟିସରେ ଖେଳାଳିଙ୍କୁ ସହଯୋଗ କରୁଛନ୍ତି । ଅଭ୍ୟାସ ବେଳେ ଧୋନି ଥ୍ରୋ ଡାଉନ୍ କରୁଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ଧୋନିଙ୍କ ନେତୃତ୍ୱାଧିନ ଚେନ୍ନାଇ ସୁପର କିଙ୍ଗ୍ସ ଚତୁର୍ଥଥର ଆଇପିଏଲ୍ ଚାମ୍ପିଅନ୍ ହୋଇଛି । ଏହାପରେ ଦୁବାଇରେ ଭାରତୀୟ ଟିମ୍ ସହ ଯୋଗ ଦେଇଛନ୍ତି ଧୋନି । ଧୋନିଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୦୦୭ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିଥିଲା ।

ଏବେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଉପରେ ଭାରତର ନଜର ରହିଛି । ଭାରତୀୟ ଦଳ ଦୁଇଟି ୱାର୍ମ ଅପ୍ ମୁକାବିଲାରେ ବିଜୟୀ ହୋଇ ଶକ୍ତି ପ୍ରଦର୍ଶନ କରି ସାରିଛି । ପ୍ରଥମ ୱାର୍ମ ଅପ୍ ମୁକାବିଲାରେ ଭାରତୀୟ ଦଳ ଇଂଲଣ୍ଡକୁ ୭ ୱିକେଟରେ ମାତ୍ ଦେଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ବିରୋଧରେ ୮ ୱିକେଟରେ ଏକତରଫା ବିଜୟ ହାସଲ କରିଛି ।

India Vs Pakistan World Cup Match Mentor MS Dhoni Gives Throwdowns To Indian Batters

ଧୋନି ୨୦୨୦ ଅଗଷ୍ଟ ୧୫ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେଇଥିଲେ । ଭାରତ ପାଇଁ ଧୋନି ୩୫୦ଟି ଦିନିକିଆ, ୯୮ଟି ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ଓ ୯୦ଟି ଟେଷ୍ଟ ମ୍ୟାଚ୍ ଖେଳି ୧୭ ହଜାର ୨୬୬ ରନ୍ କରିଛନ୍ତି । ୧୦୮ଟି ଅର୍ଦ୍ଧଶତକ, ୧୬ଟି ଶତକ ମାହିଙ୍କ ନାଁରେ ରହିଛି । ଧୋନିଙ୍କ ନେତୃତ୍ୱରେ ଭାରତୀୟ ଦଳ ୩ଟି ଆଇସିସି ଟ୍ରଫି ଜିତିଛି ।

Leave a Reply