ହିନ୍ଦୁ ଧର୍ମ ଗ୍ରହଣ କରିବେ ଇଣ୍ଡୋନେସିଆ ପୂର୍ବତନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ ଝିଅ ସୁକ୍‌ମାଓ୍ୱତି

ଜାକାର୍ତ୍ତା: ହିନ୍ଦୁ ଧର୍ମ ଗ୍ରହଣ କରିବେ ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତି ସୁକୋର୍ଣ୍ଣଙ୍କ ଝିଅ ସୁକ୍‌ମାଓ୍ୱତି ସୁକର୍ଣ୍ଣୋପୁତ୍ରୀ । ଏ ନେଇ ବାର୍ଲି ସ୍ଥିତ ସିଙ୍ଗରାଜ୍ ହଲ୍‌ରେ ରୀତିନୀତି ଅନୁଷ୍ଠିତ ହେବ । ଏ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିବା ବେଳେ ତାଙ୍କ ଓକିଲ ଏହାକୁ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଧର୍ମ ପରିବର୍ତ୍ତନର ପ୍ରକ୍ରିୟା ଆସନ୍ତା ୨୬ ତାରିଖରେ ଅନୁଷ୍ଠିତ ହେବ । ସୁକମାଓ୍ୱତୀ ଦୀର୍ଘ ବର୍ଷ ଧରି ହିନ୍ଦୁଜିମ୍‌କୁ ଅଧ୍ୟୟନ କରିଆସୁଛନ୍ତି । ତାଙ୍କ ଜେଜେ ମାଆ ଇଦା ଆୟୁ ନୀୟୋମନ୍ ରାଇ ଶ୍ରୀମବେନ୍ ମଧ୍ୟ ଜଣେ ହିନ୍ଦୁ ଥିଲେ । ଧର୍ମ ପରିବର୍ତ୍ତନ ସୁକମାଓ୍ୱତୀଙ୍କ ବ୍ୟକ୍ତିଗତ ଇଚ୍ଛା ଏଣୁ ଆମକୁ ତାଙ୍କ ଇଚ୍ଛାକୁ ସମ୍ମାନ ଦେବାର ଆବଶ୍ୟକତା ଥିବା ତାଙ୍କ ଓକିଲ କହିଛନ୍ତି । ଅନ୍ୟ ପକ୍ଷରେ ଧର୍ମ ପରିବର୍ତ୍ତନ ଉତ୍ସବ ଦାୟିତ୍ୱରେ ଥିବା ଆଇ ଗୁସ୍ତି ନୁଗୁରାଡ୍ ଆର୍ଯ୍ୟ ଓ୍ୱେଦକର୍ଣ୍ଣ ମହେନ୍ଦ୍ରଦତ୍ତା ବେଦଶାସ୍ତ୍ରପୁଦ୍ର ସୁୟାସ ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି ।

ଅପରପକ୍ଷରେ ଧର୍ମ ପରିବର୍ତ୍ତନ ନେଇ ସୁକମାଓ୍ୱତୀ ତାଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିବା ବେଳେ ପରିବାର ଲୋକେ ମଧ୍ୟ ଏହାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ସୁକର୍ଣ୍ଣୋ ସ୍ୱାଧୀନ ଇଣ୍ଡୋନେସିଆର ପ୍ରଥମ ରାଷ୍ଟ୍ରପତି ଥିଲେ ସେ ୧୮ ଅଗଷ୍ଟ ୧୯୪୫ ମସିହାରୁ ୧୨ ମାର୍ଚ୍ଚ ୧୯୬୭ ଯାଏଁ ରାଷ୍ଟ୍ରପତି ଦାୟିତ୍ୱ ସମ୍ଭାଳିଥିଲେ । ସୁକର୍ଣ୍ଣୋଙ୍କ ତୃତୀୟ ଝିଅ ହେଉଛନ୍ତି ସୁକମାଓ୍ୱତୀ । ତେବେ ସୁକର୍ଣ୍ଣୋଙ୍କ ଭଳି କୌଣସି ରାଜନୈିତିକ ସଫଳତା ହାସଲ କରିପାରିନାହାନ୍ତି ସୁକମାଓ୍ୱତୀ ।

Leave a Reply