ମାଇଲେଜ୍ ନେବାକୁ ସମାନ ଘଟଣାରେ ଦ୍ୱିତୀୟ ଏଫଆଇର ଦେବାକୁ ଯାଇଥିଲା ବିଜେପି: ବିଜେଡି

1 min read

ଭୁବନେଶ୍ୱର: ମମିତା ମେହେର ହତ୍ୟା ମାମଲାରେ ବିଜେଡି ପ୍ରେସମିଟ୍ । ମମିତାଙ୍କ ହତ୍ୟା ଘଟଣାର ରାଜନୀତିକରଣ ନେଇ ବିଜେପକୁ ଟାର୍ଗେଟ କଲା ବିଜେଡି । ଏଭଳି ଏକ ସ୍ପର୍ଶକାତର ଘଟଣାକୁ ରାଜନୈତିକ ରୂପ ଦେବା ଲଜ୍ଜାଜନକ । ବିଜେପିର ଭାଷା ନିନ୍ଦନୀୟ। ଆଗରୁ ଶସ୍ତା ରାଜନୀତି କରୁଥିଲେ, ଏବେ ହୀନ ରାଜନୀତି କରୁଛନ୍ତି। ଦ୍ଵିତୀୟ ଥର ସମାନ ଘଟଣାରେ ଏଫ୍‌ଆଇଆର ହୁଏ ନାହିଁ । କିନ୍ତୁ ଗତକାଲି କ୍ୟାପିଟାଲ ଥାନା ଗଲେ । ସେମାନେ ମାଇଲେଜ ନେବାକୁ ଏଭଳି କରୁଥିବା କହିଛନ୍ତି ଛାତ୍ର ବିଜେଡି ମହାସଚିବ ଇପ୍‌ସିତା ସାହୁ ।

ସେହି ଶିକ୍ଷାନୁଷ୍ଠାନକୁ ବଦନାମ କରି ଶିଶୁଙ୍କ ଭବିଷ୍ୟତ ଅନ୍ଧାର କରିବାକୁ ଚାହୁଁଛନ୍ତି । ଯେଉଁ ରାଜ୍ୟ ବିଜେପି ଶାସନରେ ଅଛି, ସେଠି ମହିଳା ବିରୋଧୀ ହିଂସା ବଢୁଛି । ବିଜେପି ନେତା ହିଁ ସେହି ଅପରାଧରେ ସମ୍ପୃକ୍ତ । ସେ ସବୁ ଘଟଣାରେ ଓଡ଼ିଶା ବିଜେପିର ଭାଷା ଅଲଗା। କୁହନ୍ତି ଯେ ପ୍ରଶାସନ ଉପରେ ଭରସା ରଖ। ସେ ସବୁ ରାଜ୍ୟରେ ପୋଲିସ ପାଖରେ ପ୍ରମାଣ ଅଛି। ଏଠି ତ ଅଭିଯୁକ୍ତ ଗିରଫ ହୋଇଛି। ହେଲେ ଗତକାଲି ଯେଉଁ ବ୍ୟବହାର କଲେ ଥାନାରେ, ଠେଲାପେଲା କଲେ। ପ୍ରମାଣ ନେଇ ପୀଡିତାଙ୍କ ପରିବାର ପାଖକୁ ଯାଆନ୍ତୁ। ବୋଧେ ମହିଳା ବିଜେପିର ଶିକ୍ଷାଗତ ଯୋଗ୍ୟତା ନାହିଁ। କାରଣ ସେମାନେ ଦ୍ଵିତୀୟ ଥର FIR ନ ହେବା କଥା ଜାଣି ନାହାନ୍ତି। ଚେତି ଯାଅ ବିଜେପି, ନ ହେଲେ ରାଜ୍ୟବାସୀ ଜବାବ ଦେବେ। ସ୍କୁଲ ଓ ଛାତ୍ରକୁ ବଦନାମ କଲେ ଅଭିଭାବକ ଜବାବ ଦେବେ। ଆମ ହୃଦୟ ବି କାନ୍ଦୁଛି। ପୀଡିତା ନ୍ୟାୟ ପାଉ ଆମେ ତାହା ଚାହୁଁଛୁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।

Leave a Reply