spot_img
Home Blog Page 5195

ମହାନଦୀର ତଳ ମୁଣ୍ଡରେ ଆସିବ ସ୍ୱଳ୍ପ-ମଧ୍ୟମ ଧରଣର ବନ୍ୟା, ଆଉ ୬ ହୀରାକୁଦ ଗେଟ୍ ଖୋଲିଲା

ଭୁବନେଶ୍ୱର: ମହାନଦୀର ତଳ ମୁଣ୍ଡରେ ଆସିବ ସ୍ୱଳ୍ପ-ମଧ୍ୟମ ବନ୍ୟା । ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ବଢୁଛି ଜଳସ୍ତର । ଆଜି ସକାଳେ ହୀରାକୁଦରେ ୬ଟି ଗେଟ ଖୋଲାଯାଇଥିବାବେଳେ ଦିନ ୨ଟାରେ ଆଉ ୬ଟି ଗେଟ ଖୋଲାଯାଇଛି । ଏବେ ମୋଟ ୧୮ଟି ଗେଟରେ ଖୋଲାଯାଇଛି ବନ୍ୟାଜଳ । ହୀରାକୁଦକୁ ୩ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୨.୨୫ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ମୁଣ୍ଡଳିରେ ୭ଲକ୍ଷ କ୍ୟୁସେକ ପାଖାପାଖି ବନ୍ୟାଜଳ ପ୍ରବାହିତ ହେବ ଏବେ ସୁଦ୍ଧା ୨୧ ଜିଲ୍ଲାର ୧୨୬ ବ୍ଲକ ପ୍ରବାଭିତ ହୋଇଛି ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।

୪୩୩୪ ଗାଁ ଓ ୩୯ଟି ପୌରାଞ୍ଚଳ ପ୍ରଭାବିତ ହୋଇଥିବାବେଳେ ୪ଜଣଙ୍କ ମୃତ୍ୟୁ, ୨ ଜଣ ନିଖୋଜ ହୋଇଛନ୍ତି । ୩ହଜାର ୮୩୯ ଘର ଓ ୧.୩୦ଲକ୍ଷ ହେକ୍ଟର ଜମି ପ୍ରଭାବିତ ହୋଇଛି । ଗତ ୨୪ ଘଣ୍ଟାରେ ବାଲେଶ୍ୱର ଭୋଗରାଇରେ ୧୨୨ ମିମି ବର୍ଷା ହୋଇଛି । ସୁନ୍ଦରଗଡ଼ ସବଡେଗାରେ ୧୧୮ ମିମି ବର୍ଷା ରେକର୍ଡ କରାଯାଇଛି । ୮ ଜିଲ୍ଲାର ୨୩ ବ୍ଲକରେ ୫୦ରୁ ଶହେ ମିମି ପର୍ଯ୍ୟନ୍ତ ବର୍ଷା ହୋଇଛି । ବୈତରଣୀ ଓ ବ୍ରାହ୍ମଣୀରେ ଜଳସ୍ତର ବଢୁଛି । ଜଳକାରେ ମଧ୍ୟ ବନ୍ୟା ପରିସ୍ଥିତି ରହିଛି । ବ୍ରାହ୍ମଣୀ ନଦୀର ତିନିଟି ସ୍ଥାନରେ ଘାଇ ହୋଇଛି । ତିନି ଦିନର ପ୍ରବଳ ବୃଷ୍ଟିପାତକୁ ରାଜ୍ୟ ସରକାର ରାଜ୍ୟ ଭିତ୍ତିକ ବିପର୍ଯ୍ୟୟ ଘୋଷଣା କରିଛନ୍ତି ।

କେନ୍ଦ୍ରକୁ ଟାର୍ଗେଟ କଲେ RBIର ପୂର୍ବତନ ଗଭର୍ଣ୍ଣର

ନୂଆଦିଲ୍ଲୀ: କରୋନା ଟିକାକରଣ ଓ ଜିଏସଟି ଆଦାୟକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ଆରବିଆଇର ପୂର୍ବତନ ଗଭର୍ଣ୍ଣର ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଡକ୍ଟର ରଘୁରାମ ରାଜନ।

ସୂଚନା ଅନୁଯାୟୀ, କେନ୍ଦ୍ରର ଦୁର୍ବଳ ନୀତି ଯୋଗୁ ଟିକାକରଣ ଆରମ୍ଭରୁ ସମସ୍ୟା ଦେଖାଦେଇଥିଲା। ସେହିପରି ଜିଏସଟି ଆଦାୟ ଯୋଗୁ ସେଭଳି କିଛି ଚମତ୍କାର ମଧ୍ୟ ହୋଇନାହିଁ। ଏହା ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ଭୁଲ । ସରକାର ନିଜ ଭୁଲରୁ ଶିକ୍ଷା ଗ୍ରହଣ କରନ୍ତୁ ବୋଲି ଡକ୍ଟର ରାଜନ କହିଛନ୍ତି।

ତେବେ ଏହି ଭୁଲ ପାଇଁ କେନ୍ଦ୍ର ସରକାରଙ୍କୁ ଦେଶ ବିରୋଧୀ କୁହାଯାଇପାରିବ କି ବୋଲି ପ୍ରଶ୍ନ କରିଛନ୍ତି ଡକ୍ଟର ରାଜନ। ସେହିପରି ଏହି ଭୁଲ ପାଇଁ କେନ୍ଦ୍ର ସରକାରଙ୍କୁ RSS ଦେଶ ବିରୋଧୀ ଆଖ୍ୟା ଦେବ କି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ଏହି ପୂର୍ବତନ ଗଭର୍ଣ୍ଣର ।

ପୋଲିସ ଗାଡ଼ି ଚୋରି କରୁଥିଲେ…

ଢେଙ୍କାନାଳ: ଚୋର ଚୋରି କରିନେଲା ପୋଲିସ ଗାଡ଼ି । ଢେଙ୍କାନାଳ ଟାଉନ ଥାନାର ପୋଲିସ ଗାଡିକୁ ଚୋରି କରିନେଇଥିଲା ଦୁର୍ବୃତ୍ତ । ନାଲିବତୀ ଗାଡିକୁ ଚୋରି କରି ଚୋର ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲା । ହେଲେ ଅଭିଯୁକ୍ତକୁ ଗୋଡାଇ କାବୁ କରିଛି ପୋଲିସ । ଖୁଣ୍ଟୁଣି ନିକଟ ବନଦୁର୍ଗା ମନ୍ଦିର ପାଖରୁ ଗାଡ଼ିକୁ ଉଦ୍ଧାର କରାଯିବା ସହ ଚୋରକୁ ଗିରଫ କରାଯାଇଛି । ପୋଲିସ ଅଭିଯୁକ୍ତକୁ ଥାନାରେ ରଖି ଅଧିକ ପଚରାଉଚରା କରୁଛି ।

ଲଗାଣ ବର୍ଷାରେ ଉବୁଟୁବୁ ଗୁଜରାଟ, ଜନଜୀବନ ଅସ୍ତବ୍ୟସ୍ତ

ଅହମ୍ମଦାବାଦ: ଲଗାଣ ବର୍ଷାରେ ଉବୁଟୁବୁ ଗୁଜରାଟ। ଯାହା ଫଳରେ ବିଭିନ୍ନ ଅଞ୍ଚଳରେ ଏକପ୍ରକାର ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ନ୍ୟାସନାଲ ହାଇଓ୍ବେରେ ଚାଲିଛି ମଣିଷ ଉଚ୍ଚାରେ ବର୍ଷା ଜଳ।

ସୂଚନା ଅନୁଯାୟୀ, ଅଧିକ ପ୍ରଭାବିତ ହୋଇଛି ଜାମନଗର, ପୌରବନ୍ଦ, ରାଜକୋଟ, ଜୁନାଗଡ ଆଦି ଅଞ୍ଚଳ। ଏହି ସବୁ ଅଞ୍ଚଳରେ ପ୍ରତିବର୍ଷ କମ ବର୍ଷା ରେକର୍ଡ ହୋଇଥାଏ। କିନ୍ତୁ ଚଳିତ ଥର ସେପ୍ଟେମ୍ବର ମାସରେ ରେକର୍ଡ ବର୍ଷାରେ ବେହାଲ ହୋଇଛି ସମସ୍ତ ଅଞ୍ଚଳ । ଯେଉଁ ପଟେ ଦେଖିଲେ ପାଣି ହିଁ ପାଣି । ନ୍ୟାସନାଲ ହାଇଓ୍ବେରେ ଚାଲିଛି ମଣିଷ ଉଚ୍ଚାରେ ବର୍ଷା ଜଳ । ଫଳରେ ଜୁନାଗଡ, ପୌରବନ୍ଦର, ଗିର ସେମାନାଥ ମଧ୍ୟରେ ଯୋଗାଯୋଗ ବିଛିନ୍ନ । ସବୁ ନଦୀରେ ବି ଜଳସ୍ତର ବୃଦ୍ଧି ପାଇବାରୁ ଆତଙ୍କିତ ଅଛନ୍ତି ଲୋକେ ।

ତେବେ ବିଭିନ୍ନ ସ୍ଥାନରେ ପାଣିରେ ବୁଡି ଏକର ଏକର ଫସଲ ନଷ୍ଟ ହୋଇଛି। ଜୁନାଗଡର କିଶୋର, ଭୂଷାଣ ଭଳି ଅନେକ ସହର ଏବେ ଜଳବନ୍ଦୀ। ଗୁଜୁରାଟର ରାଜକୋଟରେ ବି ବର୍ଷା ସୃଷ୍ଟି କରିଛି ଭୟଙ୍କର ପରିସ୍ଥିତି । ବିଭିନ୍ନ ଅଞ୍ଚଳରେ ଘର ବୁଡିଛି । ଲୋକେ ଜୀବନ ବଞ୍ଚାଇବାକୁ ପରିସ୍ଥିତି ସହ ଲଢୁଥିବା ଦେଖବାକୁ ମିଳିଛି ।

ସେହିପରି ସହରର ଅନେକ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରୁଛନ୍ତି ରେସକ୍ୟୁ ଟିମ୍ । ଉଦ୍ଧାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ଦେବଦୂତ ସାଜିଲେ ଅଗ୍ନିଶମ ବାହିନୀ: ଜଳବନ୍ଦୀ ଯୁବକଙ୍କୁ କଲେ ଉଦ୍ଧାର

ନୟାଗଡ଼: ମାଛ ଧରିବାକୁ ଯାଇ ଫସିଗଲେ ଯୁବକ । ନଈରେ ବଢ଼ି ପାଣି ଆସିବାରୁ ଫସିଗଲେ । ଗଛରେ ନେଲେ ଆଶ୍ରୟ, ଉଦ୍ଧାର କଲା ଅଗ୍ନିଶମ ବାହିନୀ । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଳକ କୁଞ୍ଜବିହାରୀପୁର ନିକଟରେ କୁସୁମୀ ନଦୀକୁ ନୂଆସାହସପୁର ଗ୍ରାମର ୩୯ବର୍ଷୀୟ କିଶୋର ଚନ୍ଦ୍ର ପ୍ରଧାନ କିଛି ବନ୍ଧୁଙ୍କ ସହ ମାଛ ଧରିବାକୁ ଯାଇଥିଲେ । ଠିକ ଏହି ସମୟରେ କୁସୁମୀ ନଦୀରେ ଧୀରେ ଧୀରେ ବନ୍ୟା ଜଳ ବଢ଼ି ଯାଇଥିଲା । ଏହାକୁ ଦେଖି ଅନ୍ୟ ବନ୍ଧୁମାନେ କୂଳକୁ ଚାଲି ଆସିଥିବା ବେଳେ କିଶୋର କିନ୍ତୁ ଏକ ଆମ୍ବ ଗଛ ଉପରେ ଚଢ଼ି ଯାଇଥିଲେ। ଅନ୍ୟ ବନ୍ଧୁମାନେ ଗାଁକୁ ଆସି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ସଙ୍ଗେ ସଙ୍ଗେ ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚି ବନ୍ୟା ଘେରରେ ଥିବା କିଶୋରଙ୍କୁ ଉଦ୍ଧାର କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟର ବିଭିନ୍ନ ନଦୀରେ ବଢ଼ୁଛି ଜଳସ୍ତର: ବିପଦ ସଂକେତ ଉପରେ ଜଳକା ଓ ବୈତରଣୀ

କୋରାପୁଟ କଂଗ୍ରେସକୁ ବଡ଼ ଝଟ୍‌କା: ବିଜେଡିରେ ଯୋଗଦେଲେ ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝି

ଭୁବନେଶ୍ୱର: କୋରାପୁଟ କଂଗ୍ରେସକୁ ଶକ୍ତ ଧକ୍କା । ବିଜେଡିରେ ଯୋଗଦେଲେ କଂଗ୍ରେସର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝି । ଗତକାଲି ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଆଜି ବିଧିବଦ୍ଧ ଭାବେ ବିଜେଡିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଶଙ୍ଖ ଧରିଛନ୍ତି । ଚନ୍ଦ୍ରଶେଖରଙ୍କ ଯୋଗଦାନ ପରେ କୋରାପୁଟ ଜିଲ୍ଲାରେ ବିଜେଡିର ଆହୁରି ଶକ୍ତି ବୃଦ୍ଧି ହେବ । କୋଟପାଡର ପୂର୍ବତନ ବିଧାୟକ ଥିଲେ ଚନ୍ଦ୍ରଶେଖର ମାଝି । ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ପଦ୍ମିନୀ ଦିଆନ, ସାଂସଦ ରମେଶ ମାଝି, ସୁବାସ ସିଂହ, ବିଜେଡି ବିଧାୟକ ପ୍ରତାପ ଦେବ, ବିଜେଡି ଗଣମାଧ୍ୟମ ବ୍ୟାପାର ସାଧାରଣ ସଂପାଦକ ମାନସ ମଙ୍ଗରାଜ, ପୂର୍ବତନ ବିଧାୟକ ରବି ନନ୍ଦ ପ୍ରମୁଖଙ୍କ ଉପସ୍ଥିତିରେ ଚନ୍ଦ୍ରଶେଖର କଂଗ୍ରେସକୁ ବାଏ ବାଏ କହି ବିଜେଡିରେ ଯୋଗଦେଇଛନ୍ତି ।

ଚନ୍ଦ୍ରଶେଖରଙ୍କ ସହ ଶହ ଶହ କର୍ମୀ ଓ ସମର୍ଥକ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ୨୦୧୪ରେ କୋରପୁଟ କୋଟପାଡ଼ରୁ ବିଧାୟକ ଥିଲେ ଚନ୍ଦ୍ରଶେଖର । ୨୦୧୯ରେ କୋଟପାଡ଼ କଂଗ୍ରେସ ଦଳର ବିଧାୟକ ପାର୍ଥୀ ଥିଲେ । ପାଖାପାଖି ୬୦ ହଜାର ଭୋଟ ପାଇଥିଲେ ଚନ୍ଦ୍ରଶେଖର ମାଝି । ବିଜେଡିରେ ସାମିଲ ହେବା ପରେ ଚନ୍ଦ୍ରଶେଖର ମାଝି ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ, ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହେଲେ । ବିଜେଡିର ଛୋଟ କର୍ମୀ ଭାବେ କାମ କରୁଛି । ଏହି ଅବସରରେ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସାଂଗଠନିକ ଦକ୍ଷତାକୁ ସେ ଖୁବ ପ୍ରଶଂସା କରିଥିଲେ । ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଚନ୍ଦ୍ରଶେଖର ଦଳ ଛାଡିଲେ କୌଣସି ପ୍ରଭାବ ପଡ଼ିବନି ।

ରାଜ୍ୟର ବିଭିନ୍ନ ନଦୀରେ ବଢ଼ୁଛି ଜଳସ୍ତର: ବିପଦ ସଂକେତ ଉପରେ ଜଳକା ଓ ବୈତରଣୀ

ଭୁବନେଶ୍ୱର: ବର୍ଷା କମିଛି, ହେଲେ ବଢୁଛି ନଦୀର ଜଳସ୍ତର । ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ ଓ ଜଳକା ନଦୀର ଜଳସ୍ତର । ଆଖୁଆପଦାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ । ଏଠାରେ ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ଏବେ ବନ୍ୟାଜଳ ୧୮.୩୩ ମିଟର ଉପରେ ପ୍ରବାହିତ ହେଉଛି । ସେହିପରି ମଥାନିରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳଳାର ଜଳସ୍ତର ।

ଜଳକାରେ ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ପ୍ରବାହିତ ହେଉଛି ୬.୫୧ ମିଟର । ସେପଟେ ଉପରେ ମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦରେ ଖୋଲାଯାଇଛି ୬ଟି ଗେଟ୍ । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୨ ଲକ୍ଷ ୬୦ ହଜାର ୬୦୯ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ, ୧ ଲକ୍ଷ ୨୭ ହଜାର ୧୯୪ ଘନଫୁଟ ଜଳ ନିଷ୍କାସିତ ହେଉଛି । ହୀରାକୁଦର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ, ବର୍ତ୍ତମାନ ନଦୀବନ୍ଧର ଜଳସ୍ତର ୬୨୭. ୮୩ ଫୁଟରେ ପହଞ୍ଚିଛି ।

 

ବଢ଼ୁଛି ହୀରାକୁଦ ଜଳସ୍ତର: ଖୋଲିଲା ଆଉ ୬ ଗେଟ୍

ସମ୍ୱଲପୁର: ଉପରେ ମୁଣ୍ଡରେ ବର୍ଷା ଯୋଗୁଁ ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ହୀରାକୁଦରୁ ଖୋଲିଲା ଆଉ ୬ଟି ଗେଟ୍ । ପୂର୍ବରୁ ୬ଟି ଗେଟ୍ ଖୋଲାଯାଇଥିବା ବେଳେ ମୋଟ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୨ ଲକ୍ଷ ୬୦ ହଜାର ୬୦୯ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ, ବର୍ତ୍ତମାନ ୧ ଲକ୍ଷ ୨୭ ହଜାର ୧୯୪ ଘନଫୁଟ ଜଳ ନିଷ୍କାସିତ ହେଉଛି । ହୀରାକୁଦର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ, ବର୍ତ୍ତମାନ ନଦୀବନ୍ଧର ଜଳସ୍ତର ୬୨୭. ୮୩ ଫୁଟରେ ପହଞ୍ଚିଛି ।

ଏଥିସହିତ ପଢ଼ନ୍ତୁ: ରସୁଲପୁର ବ୍ଳକ୍ ଅଞ୍ଚଳରେ ଭାଙ୍ଗିଲା ବ୍ରାହ୍ମଣୀ ନଦୀବନ୍ଧ

ସିଙ୍ଗଲ୍ ଡୋଜ୍ ଟିକା ସ୍ଫୁଟନିକ୍ ଭି ଲାଇଟର କ୍ଳିନିକାଲ ଟ୍ରାଏଲକୁ ଅନୁମତି

ନୂଆଦିଲ୍ଲୀ: ଋଷ ଟିକାକୁ ଭାରତରେ ଅନୁମତି । ଋଷ ଟିକା ସ୍ଫୁଟନିକ୍ ଭି ଲାଇଟକୁ ତୃତୀୟ ପର୍ଯ୍ୟାୟ କ୍ଳିନିକାଲ ଟ୍ରାଏଲ ଲାଗି ଅନୁମତି ଦେଇଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) । ‘ସ୍ପୁଟ୍‌ନିକ୍‌ ଲାଇଟ୍‌’ର ତୃତୀୟ ପର୍ଯ୍ୟାୟ କ୍ଳିନିକାଲ୍ ପରୀକ୍ଷା ନି‌ମନ୍ତେ ‘ଡିସିଜିଆଇ’ର ‘ସବ୍‌ଜେକ୍ଟ୍‌ ଏକ୍ସପର୍ଟ କମିଟି’ (ଏସ୍‌ଇସି) ସୁପାରିସ କରିଥିଲା । ପୂର୍ବରୁ ଦେଶରେ ଋଷ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଅନାବଶ୍ୟକ କହି ଜୁଲାଇ ମାସରେ, ‘ଡିସିଜିଆଇ’ର ‘ସବ୍‌ଜେକ୍ଟ୍‌ ଏକ୍ସପର୍ଟ କମିଟି’ ‘ସ୍ପୁଟ୍‌ନିକ୍‌-ଲାଇଟ୍‌’ର ଜରୁରୀକାଳୀନ ବ୍ୟବହାର ସ୍ୱୀକୃତି ମଞ୍ଜୁର କରିବାକୁ ଅଗ୍ରାହ୍ୟ କରି ଦେଇଥିଲା।

ଏଥିସହିତ ପଢ଼ନ୍ତୁ: ଭାରତରେ ଆତଙ୍କୀ ଆକ୍ରମଣ ପାଇଁ ପାକିସ୍ତାନର ଷଡ଼ଯନ୍ତ୍ର, ୬ ଗିରଫ

 

ଫୁଲୁଛି ମହାନଦୀ: ଜଗନ୍ନାଥ ସଡ଼କ ଉପରେ ୫ଫୁଟର ବନ୍ୟା ଜଳ ପ୍ରବାହିତ

ବୌଦ୍ଧରେ ଫୁଲୁଛି ମହାନଦୀ । ବନ୍ୟପାଣି ଆସିବା ଫଳରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ହରଭଙ୍ଗା । ଜଗନ୍ନାଥ ସଡ଼କ ଉପରେ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ହରଭଙ୍ଗା ବ୍ଲକର ହାଟଗାଁ ଓ କୃଷ୍ଣମୋହନପୁର ରାସ୍ତା ଉପରେ ଦେଶୀ ଡଙ୍ଗା ସାହାଯ୍ୟରେ ଲୋକେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି । ସେହିଭଳି ଧଳପୁର, କୁଡ଼ାସିଙ୍ଗା, ପାଣିଘରା, ତେନ୍ତୁଳିପଦର ଆଦି ସ୍ଥାନରେ ୫ ଫୁଟର ବନ୍ୟାଜଳ ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ।

ଗତକାଲି ଜିଲ୍ଲା ପ୍ରଶାସନ ତରଫରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଥିବା ବେଳେ ନଦୀକୂଳିଆ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି । ଗତକାଲି ସନ୍ଧ୍ୟାରେ ହୀରାକୁଦ ଜଳ ଭଣ୍ଡାରରୁ ୬ଟି ଗେଟ୍ ଖୋଲିବା ପରେ ମହାନଦୀରେ ବନ୍ୟା ଜଳ ବଢିବାରେ ଲାଗିଛି ।

ଏଥିସହିତ ପଢ଼ନ୍ତୁ: ରସୁଲପୁର ବ୍ଳକ୍ ଅଞ୍ଚଳରେ ଭାଙ୍ଗିଲା ବ୍ରାହ୍ମଣୀ ନଦୀବନ୍ଧ