ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ୩ ଓଡ଼ିଆ ସିନେମା ପୁରସ୍କୃତ, ସୁଶାନ୍ତଙ୍କ ‘ଛିଛୋରେ’ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ ପୁରସ୍କୃତ

ନୂଆଦିଲ୍ଲୀ: ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଶଲା ବୁଢ଼ାର ବଦଲା’ ପୁରସ୍କୃତ ହୋଇଛି । ଫିଲ୍ମର ନିର୍ଦ୍ଦେଶକ ଏବଂ ପ୍ରଯୋଜକ ସବ୍ୟସାଚୀ ମହାପାତ୍ର ପୁରସ୍କୃତ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସମାରୋହରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସବ୍ୟସାଚୀ ମହାପାତ୍ରଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ।

ଅନ୍ୟପକ୍ଷରେ ବଲିଉଡର ଭର୍ସଟାଇଲ ଅଭିନେତା ମନୋଜ ବାଜପେୟୀ ଶ୍ରେଷ୍ଠ ଅଭିନେତା ରୂପେ ପୁରସ୍କୃତ ହୋଇଛନ୍ତି । ଫିଲ୍ମ ‘ଭୋସଲେ’ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ତାଙ୍କୁ ପରୁସ୍କାର ପ୍ରଦାନ କରିଛନ୍ତି। ସେହିପରି ସାଉଥ ସୁପରଷ୍ଟାର ଧନୁଷଙ୍କୁ ମଧ୍ୟ ଶ୍ରେଷ୍ଠ ଅଭିନେତା ରୂପେ ଫିଲ୍ମ ‘ଅସୁରନ୍‌’ ପାଇଁ ଜାତୀୟ ଫିଲ୍ମ ପୁରସ୍କାର ମିଳିଥିବା ବେଳେ କଙ୍ଗନା ରଣାୱତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ତାଙ୍କୁ ଫିଲ୍ମ ‘ପଙ୍ଗା’ ଓ ‘ମଣିକର୍ଣ୍ଣିକା’ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।  ବଲିଉଡ ଦିଂବଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଫିଲ୍ମ ଛିଛୋରେ’କୁ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଅନ୍ୟପଟେ ସାଉଥର ସୁପରଷ୍ଟାର ତଥା ଥଲାଇଭା ରଜନୀକାନ୍ତଙ୍କୁ ମିଳିଛି ୫୧ତମ ଦାଦା ସାହେବ ଫାଲକେ ଆୱାର୍ଡ।

67th national film awards full winners list

 ଓଡିଆ ଫିଲ୍ମ ‘ଶଲା ବୁଢ଼ାର ବଦଲା’ ବ୍ୟତୀତ ‘କାଲିର ଅତୀତ’କୁ ପୁରସ୍କାର ପ୍ରଦାନ କରାଯାଇଛି। ବେଷ୍ଟ ଆର୍ଟ ଆଣ୍ଡ କଲଚର ଫିଲ୍ମ ଭାବେ ‘ଶ୍ରୀକ୍ଷେତ୍ରରୁ ସାହି ଯାତ’କୁ ଜାତୀୟ ଫିଲ୍ମ ପୁରସ୍କାର ହାତେଇଛି।

Leave a Reply