ଗ୍ୟାଙ୍ଗଷ୍ଟର ସକିଲ୍‌ର ଗର୍ଲଫ୍ରେଣ୍ଡ ମାନସୀ ଗିରଫ: ବିଲ୍ଡରଙ୍କୁ କରିଥିଲା ଆକ୍ରମଣ

ଆଠଗଡ଼: ପୋଲିସ ପଞ୍ଝାରେ ଲେଡି ଡନ । ଗ୍ୟାଙ୍ଗଷ୍ଟର ସକିଲର ଗାର୍ଲଫ୍ରେଣ୍ଡ ମାନସୀକୁ ବାନ୍ଧିଛି କଟକ ଲାଲବାଗ ଥାନା ପୋଲିସ । ଗତ ୧୯ ତାରିଖ ସନ୍ଧ୍ୟାରେ ଜଣେ ବିଲ୍ଡରଙ୍କୁ ଆକ୍ରମଣ ଅଭିଯୋଗରେ ମାନସୀକୁ ଗିରଫ କରିଛି ପୋଲିସ । ସକିଲ ଜେଲରେ ରହି ନିଜ ଗଲଫ୍ରେଣ୍ଡ ଜରିଆରେ ଦାଦାବଟି ଆଦାୟ, ଆକମ୍ରଣ ଭଳି ବିଭନ୍ନ ଅପରାଧୀକ କାର୍ଯ୍ୟ ଚଳାଇଥିଲା । ଜେଲରୁ ମୋବାଇଲ ଜରିଆରେ ସକିଲ ନିଜ କ୍ରାଇମ ସିଣ୍ଡିକେଟ ଚଳାଉଥିବା ଅଭିଯୋଗ ହୋଇଛି । ୨୦୧୪ରେ ମାନସୀ ଏକ ହତ୍ୟା ମାମଲାରେ ମଧ୍ୟ ଗିରଫ ହୋଇଥିଲା । ଆଉ କିଛି ସମୟ ମଧ୍ୟରେ ତାକୁ କୋର୍ଟ ଚାଲାଣ କରାଯିବ ।

ତେବେ ଗତ ୨୦୨୦ମସିହାରେ ସକିଲ ଅନ୍ୟ ତିନି ବାନ୍ଧବିକୁ ବାନ୍ଧିଥିଲା ପୋଲିସ । ଏମାନଙ୍କ ଜରିଆରେ ସକିଲ ଦାବଟି, ଅପରାଧୀକ କାର୍ଯ୍ୟ ଚଳାଇଥିଲା । ଗିରଫ ତିନିଜଣ ବାନ୍ଧବୀ ଉଚ୍ଚଶିକ୍ଷିତ ଥିଲେ । ଜଣେ ଆଇନଛାତ୍ରୀ ଓ ଅନ୍ୟ ଜଣେ ଏୟାରହଷ୍ଟସ ଥିଲେ ବୋଲି ସୂଚନା ରହିଛି । ଏମାନଙ୍କୁ ଗିରଫ ପରେ ସକିଲ ବିରୋଧରେ ପୋଲିସ ହାତରେ ଲାଗିଥିଲା ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ । କଲେଜ ପଢୁଆ ଯୁବତୀ ଯୁବତୀଙ୍କୁ କାର୍ଯ୍ୟରେ ଲାଗଉଥିଲେ ସକିଲ । ଏଥିରେ ସହାୟତା କରୁଥିଲେ ଗାଲଫ୍ରେଣ୍ଡ । ଟଙ୍କା , ଚାକଚକ୍ୟ ଜୀବନ ବିତାଇବାର ସ୍ବପ୍ନ ହେଖାଇ ସେମାନଙ୍କୁ ଅପରାଧୀକ କାର୍ଯ୍ୟରେ ସଂଶ୍ଳୀଷ୍ଟ କରାଯାଉଥିଲା । ସେହିସମୟରୁ ପୋଲିସ ଘଟଣାକୁ ନେଇ ତଦନ୍ତ ଜାରି ରଖିଥିଲା ।

Leave a Reply