ନକଲି ଜାତି ପ୍ରମାଣପତ୍ରରେ ଚାକିରି କରିଛନ୍ତି ସମୀର ଓ୍ବାଙ୍ଖଡେ !

ମୁମ୍ବାଇ: ଦିନକୁ ଦିନ ବଢ଼ିବାରେ ଲାଗିଛି ଏନସିବି ଜୋନାଲ ଡାଇରେକ୍ଟର ସମୀର ଓ୍ବାଙ୍ଖଡେଙ୍କ ସମସ୍ୟା । ଆର୍ଯ୍ୟନ ଡ୍ରଗ୍ସ ମାମଲାରେ ବିବାଦକୁ ଆସିଥିବା ଓ୍ବାଙ୍ଖଡେ ଏବେ ଜାତିକୁ ନେଇ ଆଉ ଏକ ବିବାଦରେ ଫସିଛନ୍ତି । ମହାରାଷ୍ଟ୍ର ମନ୍ତ୍ରୀ ନଓ୍ବାବ ମଲିକ ତାଙ୍କ ଉପରେ ନକଳି ଜାତି ପ୍ରମାଣପତ୍ର ଦେଇ ସରକାରୀ ଚାକିରି କରିଥିବା ଅଭିଯୋଗ ଆଣିଛନ୍ତି । ମଲ୍ଲିକ ଏକ ଜନ୍ମ ପ୍ରମାଣପତ୍ର ଟ୍ବିଟ୍ କରିଛନ୍ତି । ଏହା ସମୀର ଓ୍ବାଙ୍ଖଡେଙ୍କର ବୋଲି ସେ ଦାବି କରିଛନ୍ତି ।ଏଥିରେ ତାଙ୍କ ବାପାଙ୍କ ନାଁ ଦାଉଦ କେ ଓ୍ବାଙ୍ଖଡେ ଲେଖାଯାଇଛି । ଏହାସହ ଧର୍ମରେ ମୁସଲିମ ଉଲ୍ଲେଖ ରହିଛି ।

ଜନ୍ମ ପ୍ରମାଣପତ୍ରର ଫଟୋ ଟ୍ବିଟ୍ କରି ମଲ୍ଲିକ ଲେଖିଛନ୍ତି, ‘ସମୀର ଦାଉଦ ଓ୍ବାଙ୍ଖଡେଙ୍କର ଏହିଠାରୁ ଆରମ୍ଭ ହୋଇଛି ଜାଲିଆତି ।’ ଆଉ ଏକ ଫଟୋ ସେୟାର କରି ଲେଖିଛନ୍ତି ‘ଚିହ୍ନିଲ ଦେଖି ଇଏ କିଏ ?’

 

ଓ୍ବାଙ୍ଖଡେ ଦ୍ବିତୀୟ ବିବାହ କରିଥିବା ଅଭିଯୋଗ

ସେତିକି ନୁହେଁ, ଏନସିପି ଓ୍ବାଙ୍ଖଡେଙ୍କ ବିରୋଧରେ ଆଉ ଏକ ଗୁରୁତର ଅଭିଯୋଗ ଲଗାଇଛି । ଏନସିପିର ଏକ କର୍ମକର୍ତ୍ତା ଦାବି କରିଛନ୍ତି ସମୀର ପ୍ରଥମେ ଆୟଶା ନାମକ ଜଣେ ଡାକ୍ତରଙ୍କୁ ବିବାହ କରିଥିଲେ । ଯେଉଁ ଫଟୋ ସେୟାର କରାଯାଇଛି ତାହା ସମୀରଙ୍କ ବିବାହର ବୋଲି କୁହାଯାଉଛି । ସୂଚନାଯୋଗ୍ୟ. ମରାଠୀ ଅଭିନେତ୍ରୀ ରେଡକର ସମୀରଙ୍କ ପତ୍ନୀ ଅଛନ୍ତି ।

ସୂଚନାଯେଗ୍ୟ, କ୍ରୁଜ୍ ଡ୍ରଗ୍ସ ମାମଲାରୁ ଆର୍ଯ୍ୟନଙ୍କୁ ଛଡ଼ି ଦେବା ପାଇଁ ୧୮ କୋଟିର ଡିଲ ହୋଇଥିଲା ବୋଲି ଏକ ଅଭିଯୋଗ ହୋଇଛି । ଯେଉଁଥିରୁ ୮ କୋଟି ଟଙ୍କା ସମୀର ଓ୍ବାଙ୍ଖଡେଙ୍କ ପାଖକୁ ଯାଇଥାନ୍ତି ବୋଲି ଆଭିଯୋଗ ହୋଇଛି ।

Leave a Reply