spot_img
Home Blog Page 5194

ପିପିଲି ପାଇଁ ବିଜେଡି ଜାରି କଲା ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା

ଭୁବନେଶ୍ୱର: ଉଷ୍ମ ହେଉଛି ପିପିଲି ରାଜନୀତି । ଆସନ୍ତା ୩୦ରେ ହେବ ଭୋଟ୍ ଗ୍ରହଣ । ହାତରେ ମାତ୍ର ପ୍ରଚାର ପାଇଁ ଆଉ ୧୩ଟା ଦିନ । ପ୍ରଚାର ଜମିବାକୁ ଯାଉଥିବା ବେଳେ ବିଜେଡି ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ଷ୍ଟାର ପ୍ରଚାରକ ତାଲିକାର ପ୍ରଥମେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଲିକାର ଦ୍ୱିତୀୟରେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ରହିଛନ୍ତି ।

Star Campaigner Of BJD For Pipili By Poll

ସେହିଭଳି ଅନ୍ୟମାନଙ୍କ ମଧ୍ୟରେ ପୁରୀର ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି, ପୁରୀ ସାଂସଦ ପିନାକୀ ମିଶ୍ର, ଦେବୀ ପ୍ରସାଦ ମିଶ୍ର, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରମିଳା ମଲ୍ଲିକ, ସଞ୍ଜୟ କୁମାର ଦାସ ବର୍ମା, ସମୀର ରଞ୍ଜନ ଦାସ, ସୁଶାନ୍ତ କୁମାର ସିଂହ, ସ୍ନେହାଙ୍ଗିନୀ ଛୁରିଆ, ପ୍ରୀତି ରଞ୍ଜନ ଘଡ଼ାଇ, ଉମାକାନ୍ତ ସାମନ୍ତରାୟ, ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ବିଭୂତି ବଳବନ୍ତରାୟ, ତୁଷାରକାନ୍ତି ବେହେରା, ଦେବୀ ରଞ୍ଜନ ତ୍ରିପାଠୀ ଓ ସୁଧୀର କୁମାର ସାମଲ ଅଛନ୍ତି ।

Star Campaigner Of BJD For Pipili By Poll

ବିଜେପି ଓ କଂଗ୍ରେସ ମଧ୍ୟ ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛନ୍ତି । ବିଜେପି ଷ୍ଟାର ପ୍ରଚାରକ ତାଲିକାରେ ତିନିଜଣ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡୁଙ୍କ ସହ ରାଜ୍ୟ ବିଜେପି ସଭାପତି ଓ ରାଜ୍ୟ ବିଜେପି ପ୍ରଭାରୀ ରହିଛନ୍ତି । ସେହିଭଳି କଂଗ୍ରେସ ଚେଲ୍ଲା କୁମାରଙ୍କ ସହ ୨୦ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି । ତେବେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ନାଁ ଷ୍ଟାର ପ୍ରଚାରକ ତାଲିକାରେ ନାହିଁ । ଯାହାକୁ ନେଇ ଚର୍ଚ୍ଚା ହେଉଛି । କିଛିଦିନ ତଳେ ତାରା, ନିରଞ୍ଜନଙ୍କ ବିରୋଧରେ ବିଷୋଦଗାର କରିବା ସହ ଦଳ ଛାଡ଼ିବେ ବୋଲି କହିଥିଲେ ।

ବ୍ୟାଙ୍କର ଭୁଲ୍ ଯୋଗୁଁ ଖାତାକୁ ଆସିଲା ୫.୫ ଲକ୍ଷ ଟଙ୍କା, ଗ୍ରାହକ କହିଲେ ଫେରାଇବିନି ‘ମୋଦି ପଠାଇଛନ୍ତି’

ଖଗାଡିଆ: ବିହାରର ଖଗାଡିଆ ଜିଲ୍ଲାରେ ଏଭଳି ଏକ ଘଟଣା ଘଟିଛି, ଯାହାକୁ ଶୁଣିଲେ ଯେକେହିବି ଚକିତ ହୋଇପଡିବେ । ସ୍ଥାନୀୟ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରେ ଅଚାନକ ସାଢେ ୫ ଲକ୍ଷ ଟଙ୍କା ଡିପୋଜିଟ୍ ହୋଇଥିଲା। ଆକାଉଣ୍ଟରେ ଏତେ ଟଙ୍କା ଥିବା ଦେଖି ବ୍ୟକ୍ତି ଜଣକ ସବୁ ଅର୍ଥରାଶି ଉଠାଇ ତାକୁ ଖର୍ଚ୍ଚ କରିବାରେ ଲାଗିଥିଲା ।

Black Money

ସୂଚନା ମୁତାବକ, ବ୍ୟାଙ୍କର ଭୁଲ୍ ପାଇଁ ବିପୁଳ ପରିମାଣର ଟଙ୍କା ରଞ୍ଜିତ ଦାସଙ୍କ ଆକାଉଣ୍ଟରେ ଡିପୋଜିଟ୍ ହୋଇଯାଇଥିଲା । ସାଢେ ୫ ଲକ୍ଷ ଟଙ୍କା ଭୁଲରେ ପଳାଇଥିବା ଜାଣିବା ପରେ ବ୍ୟାଙ୍କ ପକ୍ଷରୁ ରଞ୍ଜିତଙ୍କ ସହ ଯୋଗାଯୋଗ କରାଯାଇ ତାଙ୍କୁ ଟଙ୍କା ଫେରାଇବାକୁ କୁହାଯାଇଥିଲା। ସେ ଟଙ୍କା ଫେରାଇବାକୁ ମନା କରିବା ସହ ଏହି ଟଙ୍କା ମୋଦି ସରକାର ପଠାଇଥିବା ଓଲଟା ଯୁକ୍ତି ବାଢିଥିଲେ ।

RBI Committee Recommends Promoters UP To 26 Percent Exemption In Private Bank

ତେବେ ଟଙ୍କା ଫେରସ୍ତ ପାଇଁ ବ୍ୟାଙ୍କ ପକ୍ଷରୁ ତାଙ୍କୁ ଅନେକ ନୋଟିସ୍ ମଧ୍ୟ ପଠାଯାଇଛି । ହେଲେ ସେ ସଫାସଫା ମନା କରିଦେଇଥିଲେ । ପରବର୍ତ୍ତୀ ସମୟରେ ବ୍ୟାଙ୍କ ପକ୍ଷରୁ ରଞ୍ଜିତଙ୍କ ନାମରେ ଥାନାରେ ମାମଲା ରୁଜୁ କରାଯାଇଥିଲା । ଅଭିଯୋଗକୁ ଆଧାର କରି ପୋଲିସ ରଞ୍ଜିତଙ୍କୁ ଗିରଫ କରିବା ପରେ ଜେଲ୍ ପଠାଇଥିବା ଜଣାପଡିଛି ।

ପ୍ରତିରକ୍ଷା ବିଭାଗର ଗୁପ୍ତ ତଥ୍ୟ କେମିତି ହାତଉଥିଲେ ବିଦେଶୀ ଏଜେଣ୍ଟ, ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା ଘାଟିରୁ ଗୁପ୍ତତଥ୍ୟ ଲିକ୍ ଘଟଣା । ଘଟଣାର ତଦନ୍ତଭାର ନେଇଛି କ୍ରାଇମବ୍ରାଞ୍ଚ । ଡିଆରଡିଓର ଠିକା କର୍ମଚାରୀ କିଭଳି ବିଦେଶୀ ଏଜେଣ୍ଟକୁ ତଥ୍ୟ ଦେଉଥିଲ ତାର ତଦନ୍ତ କ୍ରାଇମବ୍ରାଞ୍ଚ କରିବା ନେଇ ବାଲେଶ୍ୱର ଏସପି ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି । କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସପି ପ୍ରଶାନ୍ତ ବିଷୋୟୀଙ୍କ ନେତୃତ୍ୱରେ ୪ ଜଣିଆ ତଦନ୍ତକାରୀ ଦଳ ବାଲେଶ୍ୱର ଅଭିମୁଖେ ଯାଉଛି ।

ମାମଲାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି । ବାଲେଶ୍ୱର ଏସଜେଡିଏମ୍ କୋର୍ଟ ୪ ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି । ଅନ୍ୟ ୨ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଅଟକ ଥିବା ଦୁଇ ଜଣ ହେଉଛନ୍ତି ପ୍ରକାଶ ବେହେରା ଓ ସଚିନ କୁମାର । ପ୍ରକାଶ ବେହେରା ଠିକା କର୍ମଚାରୀ ଭାବେ କାମ କରୁଥିବାବେଳେ ଷ୍ଟାଫ୍ ଡ୍ରାଇଭର ଥିଲେ ସଚିନ୍ କୁମାର । ଉଭୟଙ୍କ ବିରୋଧରେ ପ୍ରମାଣ ମିଳିଲେ ଏମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି ।

Balasore Police Arrested 4 Contractual Employee Of DRDO Chandipur

ବିଦେଶୀ ଏଜେଣ୍ଟଙ୍କୁ ଗୋପନ ତଥ୍ୟ ଯୋଗାଇବା ଅଭିଯୋଗରେ ୪ ଠିକା କର୍ମଚାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନାଁରେ ଦେଶଦ୍ରୋହ ସହ ଅନେକ ସଙ୍ଗୀନ ଦଫାରେ ମାମଲା ରୁଜୁ ହୋଇଛି । ୩ ମାସ ଧରି ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ହନିଟ୍ରାପ୍‌ ଦ୍ୱାରା ଗୁପ୍ତ ତଥ୍ୟ ହାତଉଥିଲେ ପାକିସ୍ତାନ ଏଜେଣ୍ଟ । ପାକିସ୍ତାନ ଏଜେଣ୍ଟଙ୍କୁ ମିଲିଟାରୀ ବ୍ଲୁପ୍ରିଣ୍ଟ ପଠାଉଥିଲେ ଅସ୍ଥାୟୀ କର୍ମଚାରୀ । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଲିକ୍‌ ହେଉଥିଲା ଗୁପ୍ତ ତଥ୍ୟ ।

ଏନେଇ ଓଡ଼ିଶା କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍‌ ସୁରାକ୍ ପାଇବା ପରେ ଧରିବାକୁ ଆରମ୍ଭ ହୋଇଥିଲା ସିକ୍ରେଟ୍‌ ପ୍ଲାନ୍ । ୪ ଅଭିଯୁକ୍ତ ବସନ୍ତ ବେହେରା, ସେକ୍‌ ମୁସାଫିର, ତାପସ ବେହେରା ଓ ହେମନ୍ତ ମିସ୍ତ୍ରୀକୁ କୋର୍ଟ ଚାଲାଣ କରାଯାଇଛି । ଆଇଟିଆର ୩ନଂ ଲଞ୍ଚପ୍ୟାଡ୍‌ରେ ଏମାନେ ଠିକା କର୍ମଚାରୀଭାବେ ନିୟୋଜିତ ହୋଇଥିଲେ । ଟଙ୍କା ଲୋଭ ଦେଖାଇ ଏମାନଙ୍କଠାରୁ କ୍ଷେପଣାସ୍ତ୍ର ସମ୍ପର୍କିତ ତଥ୍ୟ ହାତଉଥିଲେ ବିଦେଶୀ ଏଜେଣ୍ଟ ।

‘ଆତ୍ମନିର୍ଭର ସୁସ୍ଥ ଭାରତ ଯୋଜନା’କୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ, ଟେଲିକମ୍ ସେକ୍ଟରରେ ମଧ୍ୟ ପରିବର୍ତ୍ତନ

ନୂଆଦିଲ୍ଲୀ: ‘ଆତ୍ମନିର୍ଭର ସୁସ୍ଥ ଭାରତ ଯୋଜନା’କୁ ବୁଧବାର ଦିନ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଏହା ୬୪ ହଜାର କୋଟି ଟଙ୍କାର ଯୋଜନା। ଏହି ଯୋଜନା ଅଧୀନରେ ସମସ୍ତ ଜିଲ୍ଲା ଏବଂ ୩,୩୮୨ ବ୍ଲକରେ ଇଣ୍ଟିଗ୍ରେଟେଡ୍ ପବ୍ଲିକ୍ ହେଲ୍ଥ ଲ୍ୟାବ୍ ପ୍ରତିଷ୍ଠା କରାଯିବ।

ଆର୍ଥୀକ ବର୍ଷ ୨୧-୨୨ର ବଜେଟ୍ ଅଭିଭାଷଣରେ ପ୍ରାୟ ଛଅ ବର୍ଷ ମଧ୍ୟରେ ୬୪,୧୮୦ କୋଟି ଟଙ୍କା (25-26 FY) ମଧ୍ୟରେ ଏହି ଯୋଜନା କରାଯିବ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହା ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ ହେବ।

ଅପରପକ୍ଷେ ବିଦ୍ୟୁତ୍ ଚାଳିତ ଯାନ ଉତ୍ପାଦନ, ହାଇଡ୍ରୋଜେନ୍ ଇନ୍ଧନ ଯାନ ଆଦି ଉତ୍ପାଦନର ପ୍ରୋତ୍ସାହନ ପାଇଁ ସରକାରଙ୍କ ପକ୍ଷରୁ ୨୫,୯୩୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହାବ୍ୟତୀତ ପାଇଁ ଡ୍ରୋନ ସେକ୍ଟର ଲାଗି ୧୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ଆହୁରି ମଧ୍ୟ ଟେଲିକମ୍ କ୍ଷେତ୍ର ଗୁଡିକୁ ସମସ୍ତ ଦେୟ ପାଇଁ ଚାରି ବର୍ଷର ମୋରାଟୋରିୟମ ପ୍ରଦାନ କରାଯିବ । ଏପରିକି ଏବେ ଟେଲିକମ୍ ସେକ୍ଟରରେ ୧୦୦% ଏଫଡିଆଇକୁ ଅନୁମତି ଦିଆଯାଇଛି । ଦୂରସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୖେଷ୍ଣବ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଟେଲିକମ୍ କ୍ଷେତ୍ର ପାଇଁ କ୍ୟାବିନେଟରେ ୯ ଷ୍ଟ୍ରକଚୁଆଲ୍ ରିଫମର୍ସ ଓ ୫ ପ୍ରୋସେସକୁ ଅନୁମୋଦନ ମିଳିଛି । ଏହି ପରିବର୍ତ୍ତନ ସମଗ୍ର ଟେଲିକମ୍ କ୍ଷେତ୍ରର ଚିତ୍ର ବଦଳାଇଦେବ ବୋଲି ସେ ପ୍ରକାଶ କରିଛନ୍ତି । ସେହିପରି ସମସ୍ତ ଅଣ-ଟେଲିକମ୍ ରେଭିନ୍ୟୁକୁ AGRରୁ ହଟାଇ ଦିଆଯିବ ।

ଓଡ଼ିଶାକୁ ମିଳିବ ପୋଷକ ଅନାଜ ଆୱାର୍ଡ

ଭୁବନେଶ୍ୱର: ମିଲେଟ୍ ଚାଷକୁ ପ୍ରୋତ୍ସାହନ ଦେଉଥିବା ଦେଶର ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଶ୍ରେଷ୍ଠ । ଓଡ଼ିଶା ମିଲେଟ ମିଶନକୁ ପୂର୍ବରୁ ନୀତି ଆୟୋଗ ପ୍ରଶଂସା କରିଥିବା ବେଳେ ମିଳିବାକୁ ଯାଉଛି ପୁରସ୍କାର । ଆଇସିଏଆର୍-ଆଇଆଇଏମ୍ଆର ଓ ଏଫଓ ପକ୍ଷରୁ ଓଡ଼ିଶାକୁ ପୋଷକ ଅନାଜ ଆୱାର୍ଡ ମିଳିବ । ହାଇଦ୍ରବାଦର ଜାତୀୟ କନଭେନସନରେ ଆସନ୍ତା ୧୭ ତାରିଖରେ ଓଡ଼ିଶାକୁ ପୁରସ୍କୃତ କରିବ କେନ୍ଦ୍ର କୃଷି ମନ୍ତ୍ରଣାଳୟ ।

Odisha To Get Poshak Anaj Awards

ଓଡ଼ିଶା ମିଲେଟ ମିଶନର ସଫଳତା ପାଇଁ ଆଦିବାସୀ ଚାଷୀ, ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଏଫିଓ, ବିଦ୍ୟୁତ୍ ବିଭାଗ, ଏନିଡିଏସ୍, ସ୍ୱେଚ୍ଛାସେବୀ ସଂଗଠନ ଓ ୱାସନ ପ୍ରମୁଖଙ୍କ ସହଭାଗିତାକୁ କେନ୍ଦ୍ର କୃଷି ମନ୍ତ୍ରଣାଳୟ ପ୍ରଶଂସା କରିଛି । ମିଲେଟ ମିଶନର ସଫଳତା ପାଇଁ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି ।

ଓଡ଼ିଶାରେ ମାଣ୍ଡିଆ ଉତ୍ପାଦନ ବୃଦ୍ଧି ମାଧ୍ୟମରେ କୃଷକମାନଙ୍କୁ ବିବିଧ କୃଷି ପାଇଁ ପ୍ରୋତ୍ସାହିତ କରିବା ଏବଂ ଖାଦ୍ୟରେ ମାଣ୍ଡିଆର ବହୁଳ ବ୍ୟବହାର ମାଧ୍ୟମରେ ପୁଷ୍ଟିସାଧନକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ୨୦୧୭ ମସିହାରେ ଓଡ଼ିଶା ମିଲେଟ୍ ମିଶନ ଆରମ୍ଭ କରାଯାଇଥିଲା । ମାଣ୍ଡିଆ ଉତ୍ପାଦନ ବୃଦ୍ଧି ସହ ବଜାର ସୃଷ୍ଟି ନିମନ୍ତେ ସମନ୍ୱିତ ଶିଶୁ ବିକାଶ ଯୋଜନା, ମଧ୍ୟାହ୍ନ ଭୋଜନ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମାଣ୍ଡିଆକୁ ସାମିଲ କରିବା ନେଇ ବହୁମୂଖୀ ଯୋଜନାମାନ ମଧ୍ୟ ପ୍ରସ୍ତୁତ ହୋଇଥିଲା ।

ଗୁଜରାଟ ବିଜେପିରେ ଅସନ୍ତୋଷ, ଟଳିଲା ଶପଥ ଗ୍ରହଣ ସମାରୋହ

ନୂଆଦିଲ୍ଳୀ: ଆଜି ଅପରାହ୍ନ ୨ଟା ବେଳେ ଗୁଜରାଟରେ ଅନୁଷ୍ଠିତ ହେବାକୁ ଥିବା ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ କିଛି ସମୟ ପାଇଁ ସ୍ଥଗିତ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନୂଆ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ କ୍ୟାବିନେଟରେ ପ୍ରାୟ ୯୦ ପ୍ରତିଶତ ନୂଆ ମନ୍ତ୍ରୀ ରହିବେ, ଯେଉଁଥିପାଇଁ ଶପଥ ଗ୍ରହଣକୁ ଘୁଞ୍ଚାଇ ଦିଆଯାଇଛି। କେବଳ ଏତିକି ନୁହେଁ  ଭୁପେନ୍ଦ୍ର ପଟେଲ ପୂର୍ବତନ ମୁଖ୍ୟମନ୍ତ୍ରୀ ରୁପାନିଙ୍କ ପୁରା କ୍ୟାବିନେଟକୁ ବଦଳାଇବାକୁ ଚାହୁଁଛନ୍ତି, ଯେଉଁ କାରଣରୁ ଦଳରେ ବିବାଦ ଦେଖାଦେଉଥିବା ନଜର ଆସିଛି ।

ଭୁପେନ୍ଦ୍ର ପଟେଲଙ୍କ କ୍ୟାବିନେଟରେ ବହୁ ବରିଷ୍ଠ ନେତାଙ୍କ ଛୁଟି ହୋଇଯିବ ହୋଇଛି ବୋଲି କଳ୍ପନାଜଳ୍ପନା କରାଯାଉଛି। ସେମାନଙ୍କ ମଧ୍ୟରେ ବିଜୟ ରୁପାନିଙ୍କ ସମୟରେ ଡେପୁଟି ସିଏମ୍ ଥିବା ନିତିନ ପଟେଲଙ୍କ ନାମ ମଧ୍ୟ ସାମିଲ ରହିଛି । ଏଭଳି ସମୟରେ ଅସନ୍ତୁଷ୍ଟ ମନ୍ତ୍ରୀମାନେ ପଦରୁ ହଟିବା ଭୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ଘରେ ପହଞ୍ଚିଥିଲେ, ଯେଉଁଠି ଦୀର୍ଘ ସମୟ ଧରି ବୖେଠକ ଚାଲିଥିଲା।

ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ଗତ ଶନିବାର ଦିନ ବିଜୟ ରୁପାଣୀ ଇସ୍ତଫା ଦେଇଥିଲେ । ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କ ସହ ସାକ୍ଷାତ କରି ରୁପାଣୀ ନିଜ ଇସ୍ତଫା ହସ୍ତାନ୍ତର କରିଥିଲେ। ଯାହା ପରେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା।

 

ବଲିଉଡ ଅଭିନେତା ସୋନୁ ସୁଦଙ୍କ ଅଫିସରେ ଆୟକର ବିଭାଗ

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦଙ୍କ ଘର ତଥା ମୁମ୍ବାଇର ବାସଭବନରେ ଇନକମ୍ ଟ୍ୟାକ୍ସ ବିଭାଗର ଟିମ୍ ପହଞ୍ଚିଛନ୍ତି । ଲକ୍‌ଡାଉନ୍‌ ବେଳେ ଲୋକଙ୍କୁ ସାହାଯ୍ୟ କରି ଖୁବ୍ ଚର୍ଚ୍ଚାକୁ ଆସିଥିଲେ ସୋନୁ ।

ଏହି ଟିମ୍ ସୋନୁଙ୍କ ଘରେ ସର୍ଭେ କରିଛି । ଆଇଟି ବିଭାଗ ପକ୍ଷରୁ ଅଭିନେତାଙ୍କ ୬ଟି ସ୍ଥାନରେ ଏକ ସର୍ଭେ ଅଭିଯାନ ଚଲାଇଛନ୍ତି ।
ତେବେ ଏହା ପଛରେ ପ୍ରକୃତ କାରଣ କ’ଣ ଅଛି ସେନେଇ କିଛି ସ୍ପଷ୍ଟ ହୋଇନାହିଁ

ସୂଚନା ମୁତାବକ, ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଦିଲ୍ଲୀ ସରକାରଙ୍କ ମେଣ୍ଟରସିପ୍ ପ୍ରୋଗ୍ରାମ୍ ର ବ୍ରାଣ୍ଡ ଆମ୍ବାସଡର ହେବାର ଗୋଟିଏ ଦିନ ପରେ ଆୟକର ବିଭାଗ ପକ୍ଷରୁ ଏହି ସର୍ଭେ କରାଯାଇଛି।

ତେବେ ଏବେ ବି ସୋସିଆଲ ମିଡିଆ ଜରିଆରେ ସେ ଲୋକମାନଙ୍କୁ ସହଯୋଗ କରୁଛନ୍ତି । ସୋନୁଙ୍କ ଘରେ ଆୟକର ବିଭାଗ ପହଞ୍ଚିବା ଘଟଣାରେ ଟ୍ବିଟରରେ ଫ୍ୟାନଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି । ବହୁ ପ୍ରଶଂସକ କହିଛନ୍ତି, ସୋନୁଙ୍କ ପ୍ରତି ଅସହିଷ୍ଣୁତା ବଢୁଛି । ଲକଡାଉନ ବେଳେ ସରକାର ଲୋକମାନଙ୍କ ପାଇଁ ଯାହା କରିବା କଥା, ତାହା ସୋନୁ କରିଥିଲେ । ଏହା ସରକାରଙ୍କୁ ହଜମ ହେଲାନି ବୋଲି ପ୍ରତିକ୍ରିୟା ରଖିଛନ୍ତି ସୋନୁଙ୍କ ଫ୍ୟାନ୍ ।

କୋଭିଡରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ

ବ୍ରହ୍ମପୁର: କୋଭିଡରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ । ରାଜ୍ୟ ସରକାରଙ୍କ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଗଞ୍ଜାମ ଜିଲ୍ଲାର ୭ ଜଣ ମୃତ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି ।

Covid Assistance To Dead Journalist Family Of Ganjam

କରୋନାରେ ଆକ୍ରାନ୍ତ ହୋଇ ସାମ୍ବାଦିକ ଗୋବିନ୍ଦ ବେହେରା, ନରେଶ କୁମାର ବେହେରା, ରତ୍ନାକର ମହାରଣା, ନିଳୟ ରଞ୍ଜନ ପଟ୍ଟନାୟକ, କିଶୋର ଚନ୍ଦ୍ର ଦାସ, କରୁଣାକର ସାହୁ ଓ ପ୍ରଦୀପ କିଶୋର ସାହୁଙ୍କର ପରଲୋକ ହୋଇଥିଲା । ଏମାନଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଇଛି ।

ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ସହାୟତା ରାଶି ଜିଲ୍ଲାପାଳ ପ୍ରଦାନ କରିଛନ୍ତି । କରୋନା କାଳରେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ହିତ ପାଇଁ ସମ୍ବାଦ ପରିବେଷଣ କରିଥିଲେ ଏହି ସାମ୍ବାଦିକମାନେ । ସେମାନଙ୍କ ବିୟୋଗରେ ରାଜ୍ୟ ସରକାର ବି ସମଦୁଃଖୀ ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି ।

ମହଙ୍ଗା ହୋଇପାରେ ଅନଲାଇନରେ ଖାଦ୍ୟ ଅର୍ଡର କରିବା

ନୂଆଦିଲ୍ଲୀ: ଆଗକୁ ଆପଣଙ୍କୁ ମହଙ୍ଗା ପଡିପାରେ ଅନଲାଇନରେ ଖାଦ୍ୟ ମଗାଇବା । ଅନଲାଇନ୍ ଫୁଡ ଡେଲିଭରି ଉପରେ ଅଧିକ ଦେବାକୁ ପଡିପାରେ ଦେୟ । ସ୍ୱିଗି ଓ ଜୋମାଟୋ ପରି ଫୁଡ ଡେଲିଭରି ସଂସ୍ଥା ଗୁଡିକୁ ୫ ପତିଶ୍ରତ ଜିଏସଟି ଅନ୍ତର୍ଭୁକ୍ତ କରିବାକୁ କିମଟିର ଫିଟମେଣ୍ଟ ପ୍ୟାନେଲ ସୁପାରିଶ କରିଛି ।

ସୂଚନା ଅନୁସାରେ, ଜିଏସଟି କାଉନସିଲ କମିଟିର ବୈଠକରେ ଏନେଇ ଆଲୋଚନା କରାଯିବ। ଜିଏସଟି କାଉନସିଲ ବୈଠକ ଶୁକ୍ରବାର ଲକ୍ଷ୍ନୌରେ ଅନୁଷ୍ଠିତ ହେବ । ଏଥିରେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀ ଯୋଗ ଦେବେ । ବର୍ତ୍ତମାନର ଅର୍ଥିକ ବ୍ୟବସ୍ଥା ଅନୁଯାୟୀ ଟ୍ୟାକ୍ସ ଆକାରରେ ସରକାରଙ୍କୁ ବାର୍ଷିକ ୨ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି ।

 

ତେଣୁ ଏହି ବ୍ୟବସ୍ଥା ଉପରେ ପୁନଃ ବିଚାର କରି ପରିବର୍ତ୍ତନ କରାଯିବ ବୋଲି କୁହାଯାଉଛି । ଏହାସହ ପେଟ୍ରୋଲ ଓ ଡିଜେଲର ଦର ସହ କରୋନା ସମୟରେ ଅତ୍ୟାବଶ୍ୟକ ସାମଗୀଗୁଡିକର ଦରଦାମ ଉପରେ ମଧ୍ୟ ଆଲୋଚନା କରାଯିବାର ସୂଚନା ରହିଛି ।

ହିଂସ୍ର ହାତୀଙ୍କୁ ରେଡିଓ କଲାରିଂ ପାଇଁ ବେଙ୍ଗଳୁରୁରୁ ଆସିଲେ ୬ ଜଣିଆ ଟିମ୍

ମେଣ୍ଢାଶାଳ: ହିଂସ୍ର ହାତୀ ରାମୁ ଓ ମାଖେନାକୁ କରାଯିବ ରେଡିଓ କଲାରିଂ । ଚନ୍ଦକା ଜଙ୍ଗଲ ଅଞ୍ଚଳ ସହ ଭୁବନେଶ୍ୱର ଉପକଣ୍ଠ ପାଖାପାଖି ୫୦ ଖଣ୍ଡ ମଉଜା ଅଞ୍ଚଳରେ ଆତଙ୍କ ରଚିଥିଲେ ରାମୁ ଓ ମାଖେନା । ୨ ହାତୀଙ୍କୁ ରେଡିଓ କଲାରିଂ ପାଇଁ ବେଙ୍ଗଳୁରୁରୁ ୬ ଜଣିଆ ଟିମ୍ ଆସି ଚନ୍ଦକା ଡମପଡ଼ା ଅଭୟାରଣ୍ୟରେ ପହଞ୍ଚିଛନ୍ତି ।

Radio Collaring Of Wild Elephant To Track Chandaka

ଚନ୍ଦକା ଗୋଡ଼ିବାରୀ ଜଙ୍ଗଲରେ ପ୍ରଥମେ ୨ ହିଂସ୍ର ହାତୀଙ୍କୁ ନିରୀକ୍ଷଣ କରାଯାଇ ଟ୍ରାଙ୍କୁଲାଇଜ କରିବାକୁ ଯୋଜନା ରହିଛି । ପରେ ରେଡିଓ କଲାରିଂ କରି ହାତୀଙ୍କ ଚଲାପଥକୁ ନିରୀକ୍ଷଣ କରାଯାଇ ଜନବସତି ମୁହାଁ ହେବାରୁ ରୋକିବାରେ ବନ ବିଭାଗ ସଫଳ ହୋଇପାରିବ । ଏହାଦ୍ୱାରା ଉଭୟ ଧନ ଜୀବନ କ୍ଷତିକୁ ରୋକାଯାଇ ପାରିବ ବୋଲି ସୂଚନା ଦେଇଛନ୍ତି ଚନ୍ଦକା ଡମପଡ଼ା ଅଭୟାରଣ୍ୟ କର୍ତ୍ତୃପକ୍ଷ ।