ସେହୱାଗଙ୍କ ପ୍ରଶ୍ନ, ବାଣ ଯଦି ବ୍ୟାନ୍ ତେବେ ପାକିସ୍ତାନ ଜିତିଲା ପରେ ବାଣ କେଉଁଠୁ ଆସିଲା ?

1 min read

ନୂଆଦିଲ୍ଲୀ: ଟି-୨୦ ବିଶ୍ବକପରେ ପାକିସ୍ତାନଠାରୁ ଭାରତ ପରାଜିତ ହେବା ପରେ ଦେଶରେ କିଛି ସ୍ଥାନରେ ବାଣ ଫୁଟାଇ ଉତ୍ସବ ମନାଇବାକୁ ଓ ଏହାର ଭିଡିଓକୁ ସୋସିଆଲ ମିଡ଼ିଆରେ ସେୟାର କରିବାକୁ ନେଇ ରାଗିଗଲେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଓପନର୍ ବୀରେନ୍ଦ୍ର ସେହଓ୍ବାଗ । ଟ୍ବିଟ କରି ସେହଓ୍ବାଗ ପ୍ରଶ୍ନ କରିଛନ୍ତି ‘ଭାରତରେ ବାଣ ଫୁଟା ନିଷିଦ୍ଧ ହୋଇଥିବା ବେଳେ ଏସବୁ କେଉଁଠୁ ଆସିଲା ।’

ସେ ତାଙ୍କ ଟ୍ବିଟରେ ଉଲ୍ଲେଖ କରିଛନ୍ତି, ‘ଦୀପାବଳିରେ ବାଣ ଫୁଟା ଉପରେ ପ୍ରତିବନ୍ଧକ ଲାଗିଛି । ହେଲେ ଗତକାଲି ଦେଶର କିଛି ସ୍ଥାନରେ ପାକିସ୍ତାନର ବିଜୟ ପରେ ଲୋକେ ଖୁସିରେ ପାଣ ଫୁଟାଇଲେ । ଆଚ୍ଛା ସେମାନେ କ୍ରିକେଟର ବିଜୟରେ ଉତ୍ସବ ମନାଉଛନ୍ତି । ତାହେଲେ ଦୀପାବଳିରେ ବାଣ ଫୁଟା ଉପରେ ପ୍ରତିବନ୍ଧକ କାହିଁକି ?’

ଗତକାଲିର ମ୍ୟାଚ ପରେ ଆଜି ବହୁ ସଂଖ୍ୟାରେ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି, ଯେଉଁଥିରେ ଲୋକେ ନିଜ ଦେଶର ପରାଜୟରେ ବାଣ ଫୁଟାଇ ଖୁସି ମନାଉଥିବା ଦେଖିବାକୁ ମିଳୁଛି ।

ତେବେ ଏହି ପୋଷ୍ଟର ସତ୍ୟାସତ୍ୟକୁ ନେଇ କୌଣସି ସୂଚନା ନାହିଁ । ଏହା ବର୍ତ୍ତମାନର ନା ପୁରୁଣା ଭିଡିଓ ତାହା ସ୍ପଷ୍ଟ ହୋଇନାହିଁ । ଗୋଟିଏ ଭିଡିଓ ଦିଲ୍ଲୀର ସୀଲମପୁର ଅଞ୍ଚଳର ବୋଲି କୁହାଯାଉଛି ।

Leave a Reply