ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଜେଏମ୍‌ଏମ୍ କର୍ମୀଙ୍କ ଅସମ୍ମାନ: ପ୍ରତିବାଦରେ ବିଜେଡି ନେତା ଓ କର୍ମୀଙ୍କ ଧାରଣା

ବାରିପଦା: ମୟୂରଭଞ୍ଜ ବନ୍ଦ ପାଳନ ବେଳେ ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ କରିଛନ୍ତି ଜେଏମ୍ଏମ କର୍ମୀ । ଏହାସହ ବିଜେଡି ପତକା ଚିରିଛନ୍ତି । ପୋଲିସ ସହିତ ବି ଧସ୍ତାଧସ୍ତି କରିଛନ୍ତି କର୍ମୀ । ଏଭଳି ଆଚରଣକୁ ଘୋର ନିନ୍ଦା କରିଛି ବିଜେଡି । ଶତାଧିକ ବିଜେଡି କର୍ମୀ ଓ ନେତା ବିଜୁ ପଟ୍ଟନାୟକ ଗୋଲେଇ ଛକ ନିକଟରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି । ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ପୁର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପୁର୍ବତନ ସାଂସଦ ସରୋଜିନୀ ହେମ୍ବ୍ରମ, ପୁର୍ବତନ ବିଧାୟକ ଭାଦବ ହାଁସଦା, ରାଜ୍ୟ ସାଧାରଣ ସମ୍ପାଦକ ଦେବାଶିଷ ମାରାଣ୍ଡି ସହ ବାରିପଦା ପୌରପାଳିକାର ସମସ୍ତ ୱାର୍ଡ କାଉନସିଲର ଓ ଶତାଧିକ ମହିଳା, ଯୁବ, ଛାତ୍ର କର୍ମୀ ଧରାଣାରେ ବସିଛନ୍ତି ।

ବାରିପଦାର ପୂର୍ବତନ ଉପନଗରପାଳ ଜିତେନ୍ଦ୍ର ମହାନ୍ତି ଓ କିଛି ବିଜୁ ବାବୁଙ୍କ ସମର୍ଥକ ଜେଏମ୍ଏମ କର୍ମୀଙ୍କ ଆଚରଣକୁ ନିନ୍ଦା କରିଛନ୍ତି । ସ୍ବର୍ଗତ ବିଜୁ ପଟ୍ଟନାୟକ ଜଣେ ଆଦର୍ଶ, ତାଙ୍କର ନୀତି ଓ ଆଦର୍ଶରେ ଅନେକ ଜନନେତା ନିଜକୁ ଗଢ଼ି ତୋଳିଛନ୍ତି । ବିଜୁ ବାବୁଙ୍କ ଫୋଟଚିତ୍ରକୁ ଧରି ପ୍ରତିବାଦ କରିବା ସମସ୍ତଙ୍କର ଅଧିକାର ରହିଛି । କିନ୍ତୁ ଜେ.ଏମ.ଏମ କର୍ମୀ କରିଥିବା ବିଜୁ ବାବୁଙ୍କୁ ଅସମ୍ମାନ ଓ ଉନ୍ମକ୍ତ କାଣ୍ଡକୁ ବିଜେଡି ପକ୍ଷରୁ ନିନ୍ଦା କରାଯାଇଛି । ବରପୁତ୍ର ବିଜୁ ବାବୁଙ୍କୁ କ୍ଷମା ପ୍ରାଥନା କରିବା ସହିତ ଦୁର୍ବୁତ୍ତ ମାନଙ୍କୁ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ସେପଟେ ଘଟଣାରେ ସମ୍ଫୃକ୍ତ ଜେଏମ୍ଏମର ୫ରୁ ଉର୍ଦ୍ଧ କର୍ମୀଙ୍କୁ ଗିରଫ କରିଛି ପୋଲିସ ପକ୍ଷରୁ ।

ଉଲ୍ଲେଖ ଥାଉ କି, ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତ ବେଳେ କିଛି ବିଜେପି ଓ ଜେଏମ୍‌ଏମ୍‌ କର୍ମୀ ବିଶୃଙ୍ଖଳା ସୃଷ୍ଟି କରିଥିଲେ । ଏହା ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ୱରୂପ ସେମାନଙ୍କୁ ଗିରଫ କରିଥିଲା । ଏହାର ବିରୋଧରେ ସୋମବାର ଉଭୟ ଦଳ ପକ୍ଷରୁ ବନ୍ଦ ପାଳନ ଡକାଯାଇଥିବା ବେଳେ ସେମାନେ ବିଜୁ ବାବୁଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରିଛନ୍ତି ।

Leave a Reply