କେବଳ ମହମ୍ମଦ ଶାମିଙ୍କୁ ଟ୍ରୋଲ, ମୁସଲମାନଙ୍କ ପ୍ରତି ଘୃଣାଭାବ

1 min read

ହାଇଦ୍ରାବାଦ: ଭାରତୀୟ ଟି-୨୦ ବିଶ୍ବକପ୍ କ୍ରିକେଟ ଟିମ୍ ସଦସ୍ୟ ମହମ୍ମଦ ଶାମିଙ୍କୁ ସୋସିଆଲ ମିଡିଆରେ କରାଯାଉଥିବା ସମାଲୋଚନା ଉପରେ ଆପତ୍ତି ଉଠାଇଲେ ଏଆଇଏମଆଇ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓ୍ବଓ୍ବେସୀ । ଭାରତ ପାକିସ୍ତାନଠାରୁ ହାରିବା ପରେ ଶାମିଙ୍କ ବିରୋଧରେ ମନ୍ତବ୍ୟ ଦିଆଯାଉଛି । ଏହା ମୁସଲମାନଙ୍କ ବିରୋଧରେ ଘୃଣାକୁ ଦର୍ଶାଉଛି ବୋଲି ସେ କହିଛନ୍ତି । ଏହାସହ ବିଜେପି ସରକାର ଏପରି ବୟାନବାଜିକୁ ନିନ୍ଦା କରନ୍ତୁ ବୋଲି ସେ ଦାବି କରିଛନ୍ତି ।

ଟ୍ବିଟ କରି ଓ୍ବଓ୍ବେସୀ ଲେଖିଛନ୍ତି, ‘ମ୍ୟାଚ ପରଠାରୁ ଶାମିଙ୍କୁ ସୋସିଆଲ ମିଡିଆରେ ଟାର୍ଗେଟ କରାଯାଉଛି । ଏହା ମୁସଲମାନଙ୍କ ପ୍ରତି ଘୃଣାଭାବକୁ ଦର୍ଶାଉଛି । କ୍ରିକେଟରେ ହାର ଜିତି ହୋଇଥାଏ । ଟିମରେ ୧୧ ଜଣ ଖେଳାଳି ଥିଲେ, କେବଳ ମୁସଲମାନ ଖେଳାଳିଙ୍କୁ ଟାର୍ଗେଟ କରାଯାଉଛି । ବିଜେପି ସରକାର କ’ଣ ଏହାକୁ ନିନ୍ଦା କରିବେ ।’

ସୂଚନାଯେଗ୍ୟ, ପାକିସ୍ତାନଠାରୁ ଭାରତ ହାରିବା ପରେ ପ୍ରଶଂସକଙ୍କ ମଧ୍ୟରେ ଆକ୍ରୋସ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ କିଛି ପ୍ରଶଂସକ ଶାମିଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ । ଏହାପରେ ବୀରେନ୍ଦ୍ର ସେହଓ୍ବାଗଙ୍କ ସମେତ ଅନ୍ୟ କ୍ରିକେଟରମାନେ ଶାମିଙ୍କ ସପକ୍ଷରେ ବାହାରିଛନ୍ତି । ହେଲେ ଓ୍ବଓ୍ବେସୀ ପୂରା ଘଟଣାକୁ ରାଜନୈତିକ ରଙ୍ଗ ଦେଇ ମୋଦି ସରକାରଙ୍କୁ ଏପରି ଘଟଣାକୁ ଆଲୋଚନା କରିବାକୁ ଦାବି କରିଛନ୍ତି ।

ପୂବର୍ରୁ ମଧ୍ୟ ଏମିତି ଘଟଣାକୁ ନେଇ ଓ୍ବଓ୍ବେସୀ ଟ୍ବିଟ କରିଥାନ୍ତି । କିଛିଦିନ ପୂର୍ବରୁ ଉତ୍ତରପ୍ରଦେଶରେ ଧର୍ମାନ୍ତରିକରଣ ମାମଲାରେ ଫସିଥିବା ଆଇଏଏସ ଅଫିସର ଇଫତେଖାରୁଦ୍ଦିନଙ୍କ ସପକ୍ଷରେ ଓ୍ବଓ୍ବେସୀ ବାହାରି ଥିଲେ । ଇଫତେଖାରୁଦ୍ଦିନ ମୁସଲମାନ ହୋଇଥିବାରୁ ସରକାର ଜାଣିଶୁଣି ଭିଡିଓ ଭାଇରାଲ କରୁଛନ୍ତି ବୋଲି ଓ୍ବଓ୍ବେସୀ ଅଭିଯେଗା ଆଣିଥିଲେ । ଏପରିକି ଯୋଗୀ ସରକାର ମୁସଲାମନ ବିରୋଧୀ ଏବଂ ବିରୋଧୀ ଦଳମାନେ ମୁସଲମାନଙ୍କୁ ନେଇ ଚୁପ ବସିଥିବା ଆଭିଯୋଗ କରିଥିଲେ ।

Leave a Reply