ସମୀର ୱାଙ୍ଖେଡେ କରିଛନ୍ତି ଦୁଇଥର ବିବାହ ? ବଦଳାଇଥିଲେ ଧର୍ମ ? ନବାବ ମଲ୍ଲିକଙ୍କ ଅଭିଯୋଗର ଜବାବ ରଖିଲେ କ୍ରାନ୍ତି ୱାଙ୍ଖେଡେ

2 min read

ମୁମ୍ବାଇ: ଚାରିଆଡ଼େ ଏବେ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାନକେଡେଙ୍କ ଚର୍ଚ୍ଚା । ନିକଟରେ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକ ସମୀରଙ୍କୁ ଦଲିତ ନୁହେଁ ବରଂ ମୁସଲିମ ହୋଇଥିବା ଅଭିଯୋଗ କରିଛନ୍ତି । ବର୍ତ୍ତମାନ ସମୀରଙ୍କ ପତ୍ନୀ କ୍ରାନ୍ତି ରେଡକର ଏହାର ଉତ୍ତର ଦେଇଛନ୍ତି । ତାଙ୍କର ଶେଷ ଟ୍ୱିଟରେ କ୍ରାନ୍ତି କହିଛନ୍ତି ଯେ ସେ ଏବଂ ସମୀର ହେଉଛନ୍ତି ହିନ୍ଦୁ । ଉଭୟ ଜନ୍ମରୁ ହିନ୍ଦୁ ଏବଂ ଉଭୟ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ ଏବଂ ଉଭୟ ଅନ୍ୟ ଧର୍ମକୁ ସମ୍ମାନ କରନ୍ତି ।

ସମୀରଙ୍କ ପତ୍ନୀ ରଖିଲେ ଉତ୍ତର

ସମୀର ୱାଙ୍ଖେଡେଙ୍କ ପତ୍ନୀ କ୍ରାନ୍ତି ରେଡକର ୱାଙ୍ଖେଡେ ସେମାନଙ୍କ ବିବାହର ଦୁଇଟି ଫଟୋ ସେୟାର କରି ଲେଖିଛନ୍ତି, ‘ମୁଁ ଏବଂ ମୋ ସ୍ୱାମୀ ସମୀର ଜନ୍ମରୁ ହିନ୍ଦୁ । ଆମେ କଦାପି ଅନ୍ୟ ଧର୍ମକୁ ଗ୍ରହଣ କରିନାହୁଁ । ଆମେ ସମସ୍ତ ଧର୍ମକୁ ସମ୍ମାନ କରୁ । ସମୀରଙ୍କ ପିତା ମଧ୍ୟ ଜଣେ ହିନ୍ଦୁ । ସେ ମୋର ମୁସଲମାନ ଶାଶୁଙ୍କୁ ବିବାହ କରିଥିଲେ, ଯିଏ ଆଉ ଏହି ଦୁନିଆରେ ନାହାଁନ୍ତି । ସମୀରଙ୍କ ପୂର୍ବ ବିବାହ ସ୍ୱତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ କରାଯାଇଥିଲା । ସେମାନେ ୨୦୧୬ରେ ତାଙ୍କର ଛାଡପତ୍ର ହୋଇଯାଇଥିଲା । ଆମେ ହିନ୍ଦୁ ବିବାହ ଅଧିନିୟମ ଅନୁଯାୟୀ ୨୦୧୭ରେ ବିବାହ କରିଥିଲୁ ।

ମୋ ବାପା ହିନ୍ଧୁ ଥିଲେ, ମାଆ ମୁସଲିମ

ସମୀର ୱାନଖେଡେ ପ୍ରେସ ବିଜ୍ଞପ୍ତି ଜାରି କରି କହିଛନ୍ତି, ‘ମୋ ବିନା ଅନୁମତିରେ ମୋ ବ୍ୟକ୍ତିଗତ ଦସ୍ତାବିଜ ସାର୍ବଜନୀନ କରାଯାଇଛି…ମହାରାଷ୍ଟ୍ର ସରକାରଙ୍କ ଜଣେ ମନ୍ତ୍ରୀ ଗତ କିଛି ଦିନ ହେଲା ଲଗାତାର ମୋ ଉପରେ ଚାପ ପକାଉଛନ୍ତି ଏବଂ ଉତ୍ତେଜକ ମନ୍ତବ୍ୟ ଦେଉଛନ୍ତି। ସେଥିପାଇଁ ମୋ ପତ୍ନୀ, ମୋ ପିତା ସମସ୍ତେ ମାନସିକ ଚାପରେ ଅଛନ୍ତି।’

ୱାଙ୍ଖେଡେ କହିଛନ୍ତି ଯେ, ‘ମୋ ପରିବାର ଓ ମୋ ସ୍ୱର୍ଗୀୟ ମା’ଙ୍କୁ ଅପମାନ କରାଯାଉଛି। ମୋ ପକ୍ଷ ନ ଜାଣି ମନ୍ତ୍ରୀ ମୋ ଉପରେ ଆରୋପ ଲଗାଉଛନ୍ତି। ପିତା ଧ୍ୟାନଦେବ ୱାଙ୍ଖେଡେ ରାଜ୍ୟ ଅବକାରୀ ବିଭାଗରେ ଇନ୍ସପେକ୍ଟର ଥିଲେ। ୨୦୦୭ ରେ ଅବସର ନେଇଥିଲେ। ତାଙ୍କ ପିତା ହିନ୍ଦୁ ଓ ମା’ ମୁସଲମାନ ଥିଲେ। ଦୁହେଁ ଅଲଗା ଅଲଗା ଧର୍ମର ଏବଂ ତାଙ୍କ ଉତ୍ତରାଧିକାରୀ ଭାବେ ମୁଁ ଗର୍ବିତ।’

ସମୀର ୱାନଖେଡେ କହିଛନ୍ତି,’ମୋ ଦିବଙ୍ଗତ ମା’ଙ୍କୁ ଟାର୍ଗେଟ କରାଯାଉଛି। ମୋର ଗିରଫଦାରୀକୁ ନେଇ ବିପଦ ରହିଛି। କାରଣ ଏହା ସଚ୍ଚୋଟ ଓ ନିରପେକ୍ଷ ଯାଞ୍ଚ କରିବା କିଛି ନ୍ୟସ୍ତ ସ୍ୱାର୍ଥ ପାଇଁ ଅନୁକୂଳ ନୁହେଁ। ମୁଁ ସବୁକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛି ଯାହା ଆଇନଗତ ଓ ସ୍ପଷ୍ଟ ଭାବେ ମୋ ନିର୍ଦ୍ଦୋଷତାକୁ ପ୍ରକାଶ କରିବ। ଅଦାଲତ ନିରପେକ୍ଷ ଯାଞ୍ଚର ପବିତ୍ରତାକୁ ବଜାୟ ରଖିବାକୁ ଏବଂ ସୁରକ୍ଷିତ ରଖିବାକୁ ଉଚିତ ଆଦେଶ ପାରିତ କରିପାରନ୍ତି।’ ନବାବ ମଲିକ ଆରମ୍ଭରୁ ହିଁ ଆର୍ଯ୍ୟନ ଖାନଙ୍କ ବିରୋଧରେ ଏନସିବିର କାର୍ଯ୍ୟାନୁଷ୍ଠାନକୁ ନେଇ ସମାଲୋଚନା କରିଛନ୍ତି।

Leave a Reply