ସାନିଆ ମିର୍ଜାଙ୍କ ପରେ ଚର୍ଚ୍ଚାରେ ହାସନ ଅଲ୍ଲୀଙ୍କ ପତ୍ନୀ ଶାମିଆ

1 min read

ନୂଆଦିଲ୍ଲୀ: ଆରମ୍ଭ ହୋଇସାରିଛି ଟି-୨୦ ବିଶ୍ୱକପ୍ । ଏହି ମେଗା ଇଭେଣ୍ଟରେ ଭାରତ ତା’ର ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ସହ ପ୍ରଥମ ମ୍ୟାଚ ଖେଳି ପରାଜୟରୁ ଅଭିଯାନ ଆରମ୍ଭ କରିଛି । ଯେତେବେଳେ ଭାରତ ପାକିସ୍ତାନ କ୍ରିକେଟ ମ୍ୟାଚ କଥା ଆସେ ତାହାର ରୋମାଞ୍ଚ ଅତ୍ୟନ୍ତ ଚରମ ସୀମାରେ ରହିଥାଏ । ଆଉ ବିଶ୍ୱକପ୍‌ରେ ଯେବେ ଏହି ଦୁଇ ଦଳ ମୁହାଁମୁହିଁ ହୁଅନ୍ତି ସେ ସମୟରେ ମ୍ୟାଚର ରୋମାଞ୍ଚ ଆହୁରି ବଢ଼ିଯାଏ । ଭାରତ ପାକିସ୍ତାନ ମ୍ୟାଚ ସମୟରେ ଉଭୟ ଦଳର ଖେଳାଳିଙ୍କ ସହ ତାଙ୍କ ପରିବାରବର୍ଗ ମଧ୍ୟ ଆସିଥାନ୍ତି ବେଶ ଚର୍ଚ୍ଚାରେ । ବିଶେଷ କରି ଶୋଏବ ମଲ୍ଲିକ ଓ ସାନିଆ ମିର୍ଜା ଆସିଥାନ୍ତି ବେଶ ଚର୍ଚ୍ଚାରେ । ତେବେ ଗତକାଲି ଖେଳାଯାଇଥିବା ମ୍ୟାଚରେ ଚର୍ଚ୍ଚାକୁ ଆସିଥିଲେ ପାକିସ୍ତାନ ଦ୍ରୁତ ବୋଲର ହାସନ ଅଲ୍ଲୀଙ୍କ ପତ୍ନୀ ଶାମିଆ ହାସନ ଅଲ୍ଲୀ । କାହିଁକି ନା ହାସନ ଅଲ୍ଲୀଙ୍କ ପତ୍ନୀ ଶାମିଆ ଜଣେ ଭାରତୀୟ । ଭାରତ ବିପକ୍ଷରେ ହାସନ ଅଲ୍ଲୀଙ୍କ ପ୍ରଦଶର୍ନ ଖରାଫ ରହିଥିଲା । ଯାହା ଫଳରେ ପାକିସ୍ତାନୀ ପ୍ରଶଂସକ ଶାମିଆଙ୍କୁ ଟ୍ରୋଲ କରିଥିଲେ । ସାନିଆ ମିର୍ଜାଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବରେ ଶାମିଆ ପାକିସ୍ତାନୀ କ୍ରିକେଟରଙ୍କୁ ବିବାହ କରିଛନ୍ତି ।
ତେବେ ଖାଲି ଶାମିଆ ଚର୍ଚ୍ଚାକୁ ଆସିନଥିଲେ ମ୍ୟାଚ ପୂର୍ବରୁ ସାନିଆ ମିର୍ଜା ମଧ୍ୟ ଚର୍ଚ୍ଚାକୁ ଆସିଥିଲେ । ସାନିଆ ମିର୍ଜା ମ୍ୟାଚ ପୂବର୍ରୁ କହିଥିଲେ କି ସେ ଏହି ଐତିହାସିକ ମ୍ୟାଚ ଦିନ ସେ ସୋସିଆଲ ମିଡିଆରୁ ଦୂରେଇ ରହିବେ । ଯେତେବେଳେ ବି ଭାରତ ପାକିସ୍ତାନ ମ୍ୟାଚ ହୁଏ ସେ ସମୟରେ ସାନିଆ ମିର୍ଜା ବେଶ ଚର୍ଚ୍ଚାରେ ରହିଥାନ୍ତି । ଆଉ ଏବେ ସାନିଆଙ୍କ ପରେ ହାସନ ଅଲ୍ଲୀଙ୍କ ପତ୍ନୀ ଶାମିଆ ମଧ୍ୟ ଭାରତ-ପାକିସ୍ତାନ ମ୍ୟାଚରେ ବେଶ ଚର୍ଚ୍ଚାରେ ଅଛନ୍ତି ।

Leave a Reply