spot_img
Home Blog Page 5193

ଲଗାଣ ବର୍ଷା ଓ ବନ୍ୟାରେ କ୍ଷତିଗ୍ରସ୍ତ ୭ ହଜାର ୫୪୦ଟି ଘର, ୬ ମୃତ

ଭୁବନେଶ୍ୱର: ଲଘୁଚାପ ଦୁର୍ବଳ ହେବା ପରେ କମିଛି ଲଗାଣ ବର୍ଷା । ବର୍ଷା ସିନା କମିଛି ହେଲେ ତଳିଆ ଅଞ୍ଚଳରୁ ପାଣି ଛାଡ଼ିନି । ଆଜି ୧୨ ଜିଲ୍ଲାର ୨୩ ବ୍ଲକରେ ୫୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି । ସନ୍ଧ୍ୟା ୬ଟା ସୁଦ୍ଧା ଆଖୁଆପଦାରେ ବୈତରଣୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ ମଥାନୀରେ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇଛି । ସେପଟେ ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମର ଆଉ ୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି । ଏବେ ୨୮ଟି ସ୍ଲୁଇସ୍ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ । ବାମ ପାର୍ଶ୍ୱରୁ ୧୯ଟି ଓ ଡାହାଣ ପାର୍ଶ୍ୱରୁ ୯ଟି ଗେଟ୍ ଖୋଲା ରହିଛି ।

7540 House Damaged By Heavy Rain And Flood In Odisha

ଲଗାଣ ବର୍ଷାରେ ରାଜ୍ୟର ୨୪ଟି ଜିଲ୍ଲା ପ୍ରଭାବିତ ହୋଇଛି । ଅନୁଗୁଳ, ବରଗଡ଼, ବଲାଙ୍ଗିର, ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଟକ, ଦେବଗଡ଼, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଗଞ୍ଜାମ, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା,ପୁରୀ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଭାବିତ ହୋଇଛି ।

7540 House Damaged By Heavy Rain And Flood In Odisha

୨୪ ଜିଲ୍ଲାର ୧୩୯ଟି ବ୍ଲକର ୪ ହଜାର ୯୬୪ ଗାଁ ଓ ୩୩ଟି ସହରାଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିଛି । ଏହାଦ୍ୱାରା ମୋଟ ୨୩ ଲକ୍ଷ ୮୨ ହଜାର ୭୯୫ ଲୋକ ପ୍ରଭାବିତ ହୋଇଥିବା ବେଳେ ୨୦ ହଜାର ୫୫୨ ଜଣଙ୍କୁ ସୁରକ୍ଷିତ ଭାବେ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି । ୭ ହଜାର ୫୪୦ଟି ଘର ଲଗାଣ ବର୍ଷା ଓ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି । ପ୍ରାଥମିକ ରିପୋର୍ଟ ଅନୁସାରେ ୬ ଜଣଙ୍କ ମୃତ୍ୟୁ ହୋଇଛି ।

7540 House Damaged By Heavy Rain And Flood In Odisha

କେନ୍ଦ୍ରାପଡ଼ାରେ କାନ୍ଥ ଭୁଶୁଡ଼ି ୩ ଜଣ ପ୍ରାଣ ହରାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ବୁଡ଼ି ଯାଇ ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ଗଞ୍ଜାମ ଓ ଗଜପତିରେ କାନ୍ଥ ଭୁଶୁଡ଼ି ୨ ଜଣ ଜୀବନ ହାରିଛନ୍ତି । ବଲାଙ୍ଗିରର ପୁଇଁତଳାରେ ନାଳରେ ଭାସିଯାଇ ଜଣେ ନିଖୋଜ ଥିବାବେଳେ କଟକ ନିଶ୍ଚନ୍ତକୋଇଲିର ଜଣେ ନିଖୋଜ ଅଛନ୍ତି । ବାଲେଶ୍ୱରରେ ଓଡ୍ରାଫର ୨ଟି ଓ ଗୋଟିଏ ଏନଡିଆରଏଫ୍ ଟିମ୍ ମୁତୟନ ଅଛନ୍ତି । ଭଦ୍ରକରେ ଗୋଟିଏ ଓଡ୍ରାଫ ଓ ଗୋଟିଏ ଏନଡିଆରଏଫ୍ ଏବଂ କେନ୍ଦ୍ରାପଡ଼ାରେ ୨ଟି ଓଡ୍ରାଫ ଟିମ୍ ମୁତୟନ ଅଛନ୍ତି ।

ସମୁଦ୍ର ଭିତରେ ରହିଛି କି ’ଏଲିୟନ୍ସ’ଙ୍କ ଦୁନିଆ?

ଆଜିବି ଅଧିକାଂଶ ସାମୁଦ୍ରିକ ଜୀବ ଗଭୀର ମହାସାଗର ଭିତରେ ରହୁଛନ୍ତି । ଯାହା ସହ ମଣିଷ ସମାଜ ଅପରିଚିତ | ସମୁଦ୍ର ତଳେ ଥିବା ଜୀବନ ଏକ ବିଜ୍ଞାନଭିତ୍ତିକ ଚଳଚ୍ଚିତ୍ର ପରି । ଅଜବଗଜବ ଜୀବରେ ଭରପୂର ମହାସାଗର, ଯେଉଁ ଜୀବ ଗୁଡିକ ଚଳଚ୍ଚିତ୍ରରେ ଦେଖାଯାଉଥିବା ଏଲିଏନ୍ ପରି ଦେଖାଯାନ୍ତି । ଏହି ଜୀବମାନଙ୍କ ମଧ୍ୟରୁ ଅଧିକାଂଶ ଗଭୀର ସମୁଦ୍ର ତଳେ ରହିଥାନ୍ତି କିନ୍ତୁ ବେଳେବେଳେ ସେମାନେ କୂଳକୁ ଆସଯାଆନ୍ତି । ଆଉ ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇପଡନ୍ତି ସାଧାରଣ ଲୋକ।

ସେହିପରି ଦେଖନ୍ତୁ କିଛି ଅଦ୍ଭୁତ ଜୀବ, ଯାହାକି ଗତ ଦଶନ୍ଧି ମଧ୍ୟରେ ସମୁଦ୍ର କୂଳରେ ଭାସୁଥିବାର ନଜର ଆସିଥିଲେ…

ବିଶାଳକାୟ ସ୍କ୍ୱିଡର ଓଜନର ୩୩୦ କିଗ୍ରାରୁ ଅଧିକ
୨୦୧୩ ମସିହା ଅକ୍ଟୋବର ମାସରେ ଏକ ବିଶାଳ ସ୍କ୍ୱିଡ୍ (Architeuthis dux) ସ୍ପେନର ସମୁଦ୍ର ତଟରେ ଭାସୁଥିବା ନଜର ଆସିଥିଲା । ଯାହାର ଆକାର ବିଶାଳକାୟ ଥିଲା । ବହୁ ଶତାବ୍ଦୀ ଧରି ବିଶାଳ ସ୍କ୍ୱିଡ୍ ବିଷୟରେ ବିଭିନ୍ନ କାଳ୍ପନିକ କଥା ଦାବି କରାଯାଉଛି । ପ୍ରାଣୀ ଜଗତରେ ସବୁଠାରୁ ବଡ଼ ଆଖି ହେଉଛି ସ୍କ୍ୱିଡର । ସେମାନେ ଗଭୀର ପାଣିରେ ରହୁଥିବା ବେଳେ ଖୁବ୍ କମ୍ ପାଣିରୁ ବାହାରକୁ ଆସନ୍ତି । ଲାଇଭ ସାଇନ୍ସର ରିପୋର୍ଟ ଅନୁଯାୟୀ ଅକ୍ଟୋବର ୨୦୧୩ରେ ଦେଖାଯାଇଥିବା ଏହି ସ୍କ୍ୱିଡର ଲମ୍ବ ୧୩ ଫୁଟରୁ ଅଧିକ ଏବଂ ଓଜନ ୬୬୦ ପାଉଣ୍ଡ ଅର୍ଥାତ୍ ୩୩୦ କିଲୋଗ୍ରାମରୁ ଅଧିକ ।

ସେହିଭଳି ଆଉ ଏକ ଘଟଣା ଘଟିଥିଲା ଫିଲିପାଇନ୍ସର ଓରିଏଣ୍ଟାଲ ମିଣ୍ଡୋରୋ ପ୍ରଦେଶରେ। ୨୦୧୮ ମସିହା ମେ ମାସରେ ସ୍ଥାନୀୟ ବାସିନ୍ଦା ଦେଖିଥିଲେ କିଛି ଏଭଳି ଦୃଶ୍ୟ, ଯାହାକୁ ଦେଖି ସମସ୍ତେ ଚକିତ ହୋଇପଡିଥିଲେ।  ବିଶେଷଜ୍ଞ ମାନେ ଏହି ଜୀବକୁ ଯାଞ୍ଚ କିମ୍ବା ଚିହ୍ନଟ କରିବା ପୂର୍ବରୁ ସ୍ଥାନୀୟ ଲୋକମାନେ ଏହି ୨୦ ଫୁଟ ଲମ୍ବର ଜୀବକୁ ‘The Globster’ ନାମକରଣ କରାଯାଇଥିଲା । ଏହା ଖୁବ୍ ଗନ୍ଧ ହେଉଥିଲା ବେଳେ ଶରୀରର ଉପର ଅଂଶ ଜାଲ ଭଳି ରହିଥିଲା ।

ତେବେ ଏହାକୁ ନେଇ ବୈଜ୍ଞାନିକ ମାନେ କହିଥିଲେ, ଫୁଲିଲା ଭଳି ଦେଖାଯାଉଥିବା ଏହି ଜୀବଟି ହୁଏତ୍ ଏକ ହ୍ୱେଲର। ଆଉ ମୃତଦେହ ଡିକମ୍ପୋଜ୍ ହେବା ଯୋଗୁଁ ଶରୀରରେ ଜାଲ୍ ସୃଷ୍ଟି ହୋଇଛି ।

୨୦୧୭ ମସିହା ମେ ମାସରେ ଦକ୍ଷିଣ ଆଫ୍ରିକା ଉପକୂଳରେ ଏକ ରହସ୍ୟମୟ ସାମୁଦ୍ରିକ ଜୀବ ଦେଖିବାକୁ ମିଳିଥିଲା । ତିନୋଟି ବିଶାଳକାୟ ଧଳା ସାର୍କ ସମୁଦ୍ରର କୂଳରେ ଭାସୁଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ବାସିନ୍ଦା । ସମସ୍ତ ତିନୋଟି ସାର୍କଙ୍କର ଲିଭର ଓ ଗୋଟିଏ ହାର୍ଟ ନଥିଲା । ମୃତ୍ୟୁର କାରଣ ଜାଣିବା ପାଇଁ ବୖେଜ୍ଞାନିକମାନେ ତିନୋଟି ସାର୍କର ଯାଞ୍ଚ କରିଥିଲେ। ଆଉ ମୃତ୍ୟୁର କାରଣ ଥିଲା ଅନ୍ୟ ଏକ ସମୁଦ୍ର ଜୀବ ତଥା  orcas ।  orcas (Orcinus orca)କୁ କିଲର ହ୍ୱେଲ୍ ମଧ୍ୟ କୁହାଯାଏ । ଏହା ସାର୍କ ଭଳି ଅନ୍ୟ ପ୍ରଜାତି ଉପରେ ଆକ୍ରମଣ କରି ସେମାନଙ୍କର ଅଙ୍ଗକୁ ଖାଇବା ପାଇଁ ବେଶ୍ ପରିଚିତ । ଆଉ ଏହାର ପ୍ରିୟ ଖାଦ୍ୟ ଲିଭର ବୋଲି କୁହାଯାଏ, କାରଣ ଏହା ଚର୍ବି ଓ ପୋଷକ ତତ୍ତ୍ୱରେ ପରିପୂର୍ଣ୍ଣ ।

ସେହିପରି ମେ, ୨୦୨୧ରେ ଜଣେ ମତ୍ସ୍ୟଜୀବୀ କାଲିଫର୍ନିଆର କ୍ରିଷ୍ଟାଲ୍ କୋଭ୍ ଷ୍ଟେଟ୍ ପାର୍କରେ ଏକ  ଆଙ୍ଗଲରଫିସର ଶବ ଦେଖିବାକୁ ପାଇଥିଲେ । ସାଧାରଣତଃ ଏହି ଜୀବ ମାନେ ଗଭୀର ସମୁଦ୍ରରେ ରହିଥାନ୍ତି । ଏହାର ଓଜନ ପ୍ରାୟ ୯୧୪ ମିଟର ହୋଇଥିବା ବେଳେ ଏହା ପାଖାପାଖି ୩୦୦୦ ଫୁଟ ଗଭୀର ପାଣିରେ ମିଳିଥାଏ । ଆଙ୍ଗଲରଫିସ ଦେଖିବାକୁ ଖୁବ୍ ଭୟାନକ ହୋଇଥିବା ବେଳେ କଠିନରୁ କଠିନ ପରିସ୍ଥିତିରେ ମଧ୍ୟ ଜୀବିତ ରହିପାରେ । କେବଳ ଗଭୀର ପାଣିରେ  ନୁହେଁ ବରଂ ବରଫ ଭଳି ତାପମାତ୍ରା ମଧ୍ୟ ଜୀବିତ ରହିବାରେ ସକ୍ଷମ  ଏହି ଆଙ୍ଗଲରଫିସ।

କଲିକତା ଉଠିଗଲା ଆଞ୍ଚଳିକ ଲାଇସେସିଂ କାର୍ଯ୍ୟାଳୟ, ସମସ୍ୟା ନେଇ କେନ୍ଦ୍ରକୁ ଜଣାଇଲେ MSME ସଚିବ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ବିଦେଶ ବାଣିଜ୍ୟ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟରତ ଆଞ୍ଚଳିକ ଲାଇସେସିଂ କାର୍ଯ୍ୟାଳୟ କଟକରୁ କଲିକତାକୁ ସ୍ଥାନାନ୍ତରିତ ହୋଇଛି । ଫଳରେ ରାଜ୍ୟରେ ସାମୁଦ୍ରିକ ମତ୍ସ୍ୟ, କୃଷି ଉତ୍ପାଦ ପରି ନଷ୍ଟ ଯୋଗ୍ୟ ଦ୍ରବ୍ୟର ରପ୍ତାନୀ କ୍ଷେତ୍ରରେ ବିଶେଷ ସମସ୍ୟା ଦେଖା ଦେଉଛି । ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଆଜି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ କେନ୍ଦ୍ର ବିଦେଶ ବାଣିଜ୍ୟ କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟରେ ଖଣିଜ, ଧାତୁ ଉତ୍ପାଦ, କୃଷି ଉତ୍ପାଦ, ସାମୁଦ୍ରିକ ଉତ୍ପାଦ (ମତ୍ସ୍ୟ), ହସ୍ତତନ୍ତ, ହସ୍ତଶିଳ୍ପ, କାଜୁ ଏବଂ ମସଲାଜାତୀୟ ଦ୍ରବ୍ୟ ରପ୍ତାନୀର ଅପାର ସମ୍ଭାବନା ରହିଛି । ରାଜ୍ୟରେ ରପ୍ତାନୀ ପ୍ରୋତ୍ସାହନ ପରିଷଦ ନଥିବାରୁ ରପ୍ତାନୀ କ୍ଷେତ୍ରରେ ଅନେକ ସମସ୍ୟା ଦେଖା ଦେଉଛି ।

ସେଥିପାଇଁ ତୁରନ୍ତ ରପ୍ତାନୀ ପ୍ରୋତ୍ସାହନ ପରିଷଦ ଖୋଲିବାକୁ ଦାବି କରିଛନ୍ତି ଏମ୍ଏସ୍ଏମ୍ଇ ସଚିବ । ରାଜ୍ୟରେ ପାରାଦୀପ, ଧାମରା ଓ ଗୋପାଳପୁର ପରି ତିନୋଟି ସକ୍ରିୟ ବନ୍ଦର ଅନ୍ୟାନ୍ୟ ପଣ୍ୟ ରପ୍ତାନୀ ଓ ଆମଦାନୀ କରୁଛନ୍ତି । କିନ୍ତୁ ସିପିଂ ଲାଇନର ଏବଂ ରିଫରି କଣ୍ଟେନର ନଥିବା ହେତୁ ସାମୁଦ୍ରିକ ଉତ୍ପାଦ ରପ୍ତାନୀ ସକାଶେ ପଡ଼ୋଶୀ ବିଶାଖପାଟଣା ଓ କଲିକତା ବନ୍ଦର ଉପରେ ନିର୍ଭର କରିବାକୁ ପଡ଼ୁଛି । ଅନ୍ୟପଟେ ଭୁବନେଶ୍ୱର ବିମାନବନ୍ଦରରେ ଏକ କାର୍ଗୋ କମ୍ପ୍ଲେକ୍ସ ଥିବା ସତ୍ତ୍ୱେ ନଷ୍ଟଯୋଗ୍ୟ ଦ୍ରବ୍ୟଗୁଡ଼ିକର ରପ୍ତାନୀ ସୁବିଧା ନାହିଁ ।

ତେଣୁ ରାଜ୍ୟର ଉକ୍ତ ତିନୋଟି ବନ୍ଦରରେ ଆନୁସଙ୍ଗିକ ବ୍ୟବସ୍ଥା ଉପଲବ୍ଧ କରାଇଲେ କୃଷିଜାତ ଦ୍ରବ୍ୟ ଓ ସାମୁଦ୍ରିକ ଉତ୍ପାଦ ପରି ଶୀଘ୍ର ନଷ୍ଟ ହୋଇ ଯାଉଥିବା ଦ୍ରବ୍ୟକୁ ସହଜରେ ରପ୍ତାନୀ କରାଯାଇ ପାରନ୍ତା । ରାଜ୍ୟରେ ରପ୍ତାନୀ ପ୍ରୋତ୍ସାହନ ଏବଂ ବିପଣନ ନିର୍ଦ୍ଦେଶାଳୟକୁ ରପ୍ତାନୀ କାରବାର ତଦାରଖ ନିମନ୍ତେ ନୋଡାଲ ସଂସ୍ଥା ଘୋଷଣା କରାଯାଇଛି । ରପ୍ତାନୀଜନିତ ସମସ୍ୟାର ସମାଧାନ ପାଇଁ ବୃତ୍ତିଗତ କର୍ମଚାରୀଙ୍କ ଅଭାବ ରହିଛି । ତେଣୁ ତୁରନ୍ତ ଜଣେ ଦକ୍ଷ ବୃତ୍ତିଗତ ଅଧିକାରୀଙ୍କୁ ଓଡ଼ିଶାରେ ନିୟୋଜନ କରିବା ପାଇଁ ଏମ୍ଏସ୍ଏମ୍ଇ ସଚିବ ପ୍ରସ୍ତାବ ଦେଇଛନ୍ତି ।

୫ ମେଗାପିକ୍ସଲ୍ କ୍ୟାମେରା ସହ ଲଞ୍ଚ ହେଲା Xiaomi ସ୍ମାର୍ଟ ଫୋନ୍

ଚାଇନାର ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ ସାଓମି ଏକ ନୂଆ ସ୍ମାର୍ଟ ଚଷମା ଲଞ୍ଚ କରିଛି। ଏହି ସ୍ମାର୍ଟ ଗ୍ଲାସ୍ ସାଧାରଣ ଚଷମା ପରି ଦେଖାଯାଉଥିଲେ ମଧ୍ୟ ସେନ୍ସର ସମେତ ଅନ୍ୟାନ୍ୟ ସ୍ମାର୍ଟ ଫିଚର୍ସ ରହିଛି। ଏହି ସ୍ମାର୍ଟ ଗ୍ଲାସରେ କଲିଂ, ମେସେଜିଂ, ନେଭିଗେସନ୍ ଏବଂ ଫଟୋ ଉଠାଇବାର ସୁବିଧା ରହିଛି ।

ଏହି ଚଷମାରେ ଆପଣ ଆରାମରେ କଲ କରିପାରିବେ। କେବଳ ଏତିକି ନୁହେଁ, ଏଥିରେ ନାଭିଗେସନ୍ ଏବଂ ରିଅଲ୍-ଟାଇମ୍ ଟେକ୍ସଟ୍ ଟ୍ରାନ୍ସଲେସନ୍ ଆଦି ସାମିଲ ରହିଛି । ଆଉ ଆପଣ ନିଜ ଆଖି ସାମ୍ନାରେ ଇଚ୍ଛା ଅନୁଯାୟୀ ଯେକୗେଣସି ଶବ୍ଦକୁ ଅନୁବାଦ କରିପାରିବେ ।

ତେବେ କମ୍ପାନୀ ଏହି ସ୍ମାର୍ଟ ଗ୍ଲାସର ମୂଲ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ। ରିପୋର୍ଟ ଅନୁଯାୟୀ, ସିଓମିର ଏହି ସ୍ମାର୍ଟ ଗ୍ଲାସ୍ ପ୍ରଥମେ ଚାଇନା ବଜାରରେ ଲଞ୍ଚ ହେବ। ଏହି ସ୍ମାର୍ଟ ଗ୍ଲାସ୍ ଖୁବ୍ ହାଲୁକା ଓ ଏହାର ଓଜନ ରହିଛି ୫୧ ଗ୍ରାମ୍। ଏହାର ନୂଆ ମାଇକ୍ରୋଏଲଇଡି ଅପ୍ଟିକଲ୍ ୱେବଗାଇଡ୍ ଟେକ୍ନୋଲୋଜି ପାଇଁ ଆଖି ସାମ୍ନାରେ ମେସେଜ୍ ଓ ନୋଟିଫିକେସନର ଡିସପ୍ଲେ ଦେଖିପାରିବେ ।

ଏହି ଚଷମାରେ ୫ ମେଗାପିକ୍ସଲ କ୍ୟାମେରା ଦିଆଯାଇଛି, ଯାହା ଅନ୍ୟମାନଙ୍କ ଫଟୋ କ୍ଲିକ୍ କରିବାରେ ସହାୟକ ହେବ। କମ୍ପାନୀର କହିବାନୁଯାୟୀ, ଏହା ଅଡିଓକୁ ମଧ୍ୟ ଟ୍ରାନ୍ସଲେଟ୍ କରିବାରେ ସକ୍ଷମ ।

ଜେଲ୍ ଗଲେ କୋଟିପତି ଅଙ୍ଗନୱାଡ଼ି ଦିଦି

ଭୁବନେଶ୍ୱର: ଝାରପଡ଼ା ଜେଲ୍ ଗଲେ କୋଟିପତି ଅଙ୍ଗନୱାଡ଼ି ଦିଦି । ଗିରଫ କୋରଡକଣ୍ଟାର ଅଙ୍ଗନୱାଡ଼ି ଦିଦି କବିତା ମଥାନଙ୍କ ଡାକ୍ତରୀ ପରୀକ୍ଷା ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ମାରାଥନ ରେଡ୍ ପରେ ଦିଦିଙ୍କ ମୋଟ ୨ କୋଟି ୯୬ ଲକ୍ଷ ୩୯ ହଜାର ଆୟ ବହିର୍ଭୂତ ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ ବିଭାଗ । ଗତକାଲି ୬ଟି ସ୍ଥାନରେ ମାରାଥନ୍ ରେଡ୍ ପରେ ଦିଦିଙ୍କ ସମ୍ପତ୍ତି ଦେଖି ଟେରା ହୋଇ ଯାଇଥିଲା ଭିଜିଲାନ୍ସ । ତାଙ୍କୁ ଗିରଫ ପରେ କୋର୍ଟରେ ହାଜର କରାଯାଇଥିଲା ।

Crorepati Anganwadi Didi Forwarded To Jharpada Jail

ଆଜି କବିତାଙ୍କ ମେଡିକାଲ ଟେଷ୍ଟ ପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏବେ ସୁଦ୍ଧା କବିତାଙ୍କ ପାଖରୁ ଠାବ ହୋଇଥିବା ସମ୍ପତ୍ତି ମଧ୍ୟରେ ରହିଛି ଭୁବନେଶ୍ୱର କୋରଡକଣ୍ଟାରେ ଏକ ଦୁଇ ମହଲା ବିଶିଷ୍ଟ ଘର, ଝାରପଡାରେ ଚାରି ମହଲା ଘର ସାଙ୍ଗକୁ ଏକ ତିନିମହଲା ଓ ଦୁଇଟି ଦୁଇ ମହଲା ଘର । ଏହାସହ ଦିଦିଙ୍କ ପାଖରୁ ୧୪ଟି ପ୍ଲଟ ଠାବ ହୋଇଛି । ଯେଉଁଥିରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୧୦ଟି ପ୍ଲଟ ରହିଛି ।

ଏଥିସହ ପଢ଼ନ୍ତୁ: ୪ କୋଟି ସମ୍ପତ୍ତିର ମାଲିକାଣୀ ଅଙ୍ଗନୱାଡ଼ି ଦିଦି

ଗୋଟିଏ କାର ସାଙ୍ଗକୁ ୩ଟି ବାଇକ୍, ଦୁଇ ଲକ୍ଷରୁ ଅଧିକ ବୀମା ଜମା ଟଙ୍କା, ୬ ଲକ୍ଷ ୩୬ ହଜାର ଟଙ୍କାର ସୁନା ଗହଣା ସାଙ୍ଗକୁ ବହୁ ମୂଲ୍ୟବାନ ଆସବାବପତ୍ର ଠାବ କରିଛି ଭିଜିଲାନ୍ସ । ତାଙ୍କ ସ୍ୱାମୀ ମୋହରୀର ଅଛନ୍ତି । ତେବେ କିଭଳି ଏତେ ସମ୍ପତ୍ତିର ମାଲିକ ହେଲେ କବିତା ? ଦରମା ବ୍ୟତୀତ ଆଉ କଣ ଥିଲା ଇନକମ ସୋର୍ସ ? ଯାହାର ତଦନ୍ତ କରୁଛି ଭିଜିଲାନ୍ସ ବିଭାଗ ।

ତାଲିବାନ ସରକାରରେ ଫାଟ; ହକ୍କାନୀ ନେତାଙ୍କ ସହ ବଚସା ପରେ କାବୁଲ ଛାଡିଲେ ବରାଦର

କାବୁଲ: ଆଫଗାନିସ୍ତାନରେ ତାଲିବାନ ସରକାର ଆରମ୍ଭ ହେଉ ହେଉ ବିବାଦ ମୁଣ୍ଡ ଟେକିବାରେ ଲାଗିଛି । ତାଲିବାନ ସରକାରରେ ଡେପୁଟି ପ୍ରାଇମ୍ ମିନିଷ୍ଟର ହୋଇଥିବା ମୁଲ୍ଲା ଗନି ବରାଦର କାବୁଲ ଛାଡିଛନ୍ତି । ହକ୍କାନୀ ନେଟୱର୍କର ନେତାମାନଙ୍କ ସହ ମତଭେଦ ଯୋଗୁଁ ସେ କାବୁଲ ଛାଡିଥିବା କୁହାଯାଉଛି । ଗତ ସପ୍ତାହରେ  ରାଷ୍ଟ୍ରପତି ଭବନରେ ବରାଦର ଓ ହକ୍କାନୀ ନେଟୱର୍କର ନେତା ଖଲିଲ ଉର-ରହମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ଯାହା ପରେ ଦୁଇ ନେତାଙ୍କ ସମର୍ଥକ ମାନେ ମୁହାଁମୁହିଁ ହୋଇଥିଲେ।

Taliban Claim To Have Captured 4 Districts In Panjshir Valley

ତାଲିବାନର ଜଣେ ବରିଷ୍ଠ ନେତାଙ୍କ ଏକ ରିପୋର୍ଟ ଅନୁଯାୟୀ, କାବୁଲର ରାଷ୍ଟ୍ରପତି କାର୍ଯ୍ୟାଳୟରେ ମଧ୍ୟବର୍ତ୍ତୀକାଳୀନ କ୍ୟାବିନେଟକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ମତଭେଦ ହୋଇଥିଲା। ଅଗଷ୍ଟ ୧୫ରେ  କାବୁଲକୁ ତାଲିବାନ କବଜା କରିବା ପରଠାରୁ କ୍ଷମତା ଓ ସରକାର ଗଠନକୁ ନେଇ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା। ବହୁ ବାଦବିବାଦ ପରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ନେଇ ଘୋଷଣା କରାଯାଇଥିଲା।

Taliban Tea With An Afghan Folk Singer Few Days Llater They Shot Him Dead

ତେବେ ହକ୍କାନି ନେଟୱର୍କକୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିବା ଅଭିଯୋଗ କରି ବିରୋଧ କରାଯାଉଛି। ସେପଟେ  ହକ୍କାନି ନେଟୱର୍କ ନିଜକୁ ତାଲିବାନର ସବୁଠୁ ଫାଇଟର ୟୁନିଟ୍ ଭାବରେ ବୋଲି କହୁଛି। ତେବେ ବରାଦରଙ୍କ ଦଳର କହିବାନୁଯାୟୀ ସେମାନଙ୍କ କୂଟନୈତିକ ନୀତି ଯୋଗୁଁ ଆଫଗାନିସ୍ତାନରେ ତାଲିବାନକୁ ସତ୍ତା ମିଳିଛି । କିନ୍ତୁ ଅନ୍ୟପଟେ ହକ୍କାନି ନେଟୱର୍କ ଦଳ କହୁଛନ୍ତି ଯୁଦ୍ଧ ମାଧ୍ୟମରେ ଆଫଗାନିସ୍ତାନକୁ ଜିତ୍ ହାସଲ ହୋଇଛି ।

କୂଳ ଲଂଘିଲା ବୈତରଣୀ, ପାଣି ଘେରରେ ୨୫ରୁ ଅଧିକ ଘର

ଆରଡି: ଉପରମୁଣ୍ଡରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ଦ୍ୱିତୀୟ ବନ୍ୟା ଜଳ ଆସିଛି । ଏବେ ଉପରମୁଣ୍ଡରେ ବନ୍ଯାଜଳ ସାମନ୍ଯ ହ୍ରାସ ପାଇଥିଲେ ମଧ୍ଯ ତଳମୁଣ୍ଡରେ ଅର୍ଥାତ ଭଦ୍ରକ ଜିଲ୍ଲାର ଆରଡି, ଓଳଗ, ସୁନ୍ଦରପୁର, ନାନ୍ଦପୁର ଆଦି ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀର ବନ୍ଯାଜଳ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ଏସକେପ ଓ ମାହାରା ଦେଇ ବନ୍ଯାଜଳ ଜନବସତି ଆଡ଼କୁ ମାଡ଼ିବାରେ ଲାଗିଛି ।

Baitarani Flood Water Entered In Village

ବୁଧବାର ସନ୍ଧ୍ୟାରେ ବୈତରଣୀ ନଦୀର ବନ୍ଯା ଜଳ ବୃଦ୍ଧି ପାଇ କୂଳ ଲଂଘି ଓଳଗ ପଞ୍ଚାୟତର ବୋଡ଼କ ତଳସାହିରେ ପ୍ରବେଶ କରିଛି । ଗାଁର ୨୫ରୁ ଉର୍ଦ୍ଧ୍ୱ ଘର ଏବେ ଜଳବନ୍ଦୀ ହୋଇ ରହିଛି । ଲୋକମାନେ ଅଣ୍ଟାଏ ପାଣିରେ ପଶି ଯାତାୟତ କରୁଛନ୍ତି । ଅନେକ ସ୍ଥାନରେ ନଳକୂପ ବୁଡ଼ି ଯାଇଥିବାରୁ ପିଇବା ପାଣିର ସମସ୍ଯା ଦେଖା ଦେଇଛି ।

UNHRCରେ ଭାରତ ଦେଖାଇଲା ପାକିସ୍ତାନର ଅସଲ ଚେହେରା

ନୂଆଦିଲ୍ଲୀ: ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ପରିଷଦ (UNHRC)ରେ ଭାରତ ପୁଣିଥରେ ପାକିସ୍ତାନର ଅସଲ ଚେହେରା ବିଶ୍ୱ ଆଗରେ ଉପସ୍ଥାପନ କରିଛି। UNHRCରେ ଭାରତ କହିଛି- ପାକିସ୍ତାନ ଖୋଲାଖୋଲି ଭାବେ ଆତଙ୍କବାଦୀଙ୍କ ସମର୍ଥନ କରୁଛି। ଶିଖ, ହିନ୍ଦୁ, ଖ୍ରୀଷ୍ଟିଆନ ଏବଂ ଅହମାଦିୟାଙ୍କ ସମେତ ସଂଖ୍ୟାଲଘୁ ସମ୍ପ୍ରଦାୟର ଅଧିକାରକୁ ସଂରକ୍ଷଣ କରିବାରେ ବିଫଳ ହୋଇଛି ପାକିସ୍ତାନ।

ଏହାପୂର୍ବରୁ ଜାତିସଂଘର ମାନବାଧିକାର ଉଚ୍ଚ କମିଶନର ମିସେଲ ବେଶଲେଟ୍ ଭାରତରେ UAPA ର ବ୍ୟବହାର ଏବଂ ଜାମ୍ମୁ କାଶ୍ମୀରରେ ଟେଲିକମ୍ ସେବା ଉପରେ ବାରମ୍ବାର କଟକଣା ଲଗାଇବାକୁ ଚିନ୍ତାଜନକ ବୋଲି କରିଛନ୍ତି। ଏହା ଉପରେ ମଙ୍ଗଳବାର ଦିନ ଭାରତ, ଜାମ୍ମୁ କାଶ୍ମୀର ଉପରେ UNHRC ମୁଖ୍ୟଙ୍କ ମନ୍ତବ୍ୟକୁ ନେଇ ନିରାଶା ପ୍ରକାଶ କରିଥିଲା । ଆଉ କହିଥିଲା ତାଙ୍କ ଟିପ୍ପଣୀ ମୂଳ ସତ୍ୟତା ପ୍ରକାଶ କରୁନି ।

ପୂର୍ବରୁ ବିଶ୍ୱ ଆଗରେ ସତ୍ୟତା ରଖିଥିଲା ଭାରତ

ବାସ୍ତବରେ ଭାରତ ପୂର୍ବରୁ ମଧ୍ୟ ମାନବାଧିକାର ପରିଷଦରେ ପାକିସ୍ତାନର କାର୍ଯ୍ୟକଳାପକୁ ପରିପ୍ରକାଶ କରିସାରିଛି। ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଦୂରାବସ୍ଥା ସମ୍ପର୍କରେ ବିଶ୍ୱକୁ ଜଣାଇବା ଲାଗି ଭାରତ ନିରନ୍ତର ଚେଷ୍ଟା କରିଆସିଛି।

ମିଳିତ ଜାତିସଂଘର ଏକ ଉଚ୍ଚସ୍ତରୀୟ ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆଫଗାନିସ୍ତାନରେ ଦାରିଦ୍ର୍ୟତା ନେଇ ମାନବାଧିକାର ସମେତ ପୂରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ କହିଛନ୍ତି ଯେ ଏହି ଅସମୟରେ ଆଫଗାନିସ୍ତାନ ଲୋକଙ୍କ ସହ ଭାରତ ଦୃଢ  ଭାବରେ ଛିଡା ହୋଇଛି।

ସେହିପରି ବୈଠକରେ ତାଲିବାନ ଶାସନ ଆସିବା ପରେ ଆଫଗାନିସ୍ତାନର ସ୍ଥିତାବସ୍ଥା କିଭଳି ରହିଛି ସେନେଇ ପ୍ରକାଶ କରିଥିଲେ ଜୟଶଙ୍କର ।

ଟ୍ବିନସିଟିରେ ହେବ ୭ଟି ଫରେଷ୍ଟ ପାର୍କ

ଭୁବନେଶ୍ୱର: କଟକ ଓ ଭୁବନେଶ୍ବରରେ ପ୍ରତିଷ୍ଠା ହେବ ୭ଟି ସହରାଞ୍ଚଳ ବନ ଉଦ୍ୟାନ ବା ଅର୍ବାନ୍‌ ଫରେଷ୍ଟ ପାର୍କ । ସହରରେ କଂକ୍ରିଟ ଜଙ୍ଗଲ ଭିତରେ ସୃଷ୍ଟି ହେବ କୃତ୍ରିମ ଜଙ୍ଗଲ । ଜଙ୍ଗଲ ପରିବେଶ ମଧ୍ୟରେ ଚିତ୍ତବିନୋଦନର ସୁଯୋଗ ପାଇବେ ଲୋକେ । ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ବନ ବିଭାଗ । ସହରରେ ମିଳିବ ଜଙ୍ଗଲ ପରିବେଶ । ଟ୍ବିନସିଟିରେ ହେବ ୭ଟି ଫରେଷ୍ଟ ପାର୍କ । କଟକରେ ୫ଟି ଓ ଭୁବନେଶ୍ବରରେ ୨ଟି । OFDC ନେବ ପାର୍କର ପରିଚାଳନା ଦାୟିତ୍ୱ ।

7 Urban Forest Park To Be Setuped In Twin City

ଜଙ୍ଗଲ ନଷ୍ଟ ସାଙ୍ଗକୁ କଂକ୍ରିଟ ଜଙ୍ଗଲ ବୃଦ୍ଧି ଯୋଗୁଁ ପରିବେଶ ଦୂଷିତ ହେଉଛି । ସହର ଭିତରେ ଜଙ୍ଗଲ ପରିବେଶ ସୃଷ୍ଟି କରିବାକୁ ଯାଇ ସରକାରୀ ସ୍ତରରେ ନିଆଯାଇଛି ନିଷ୍ପତ୍ତି । ପ୍ରଥମ ପର୍ଯ୍ୟାୟରେ କଟକ ଓ ଭୁବନେଶ୍ବରରେ ପ୍ରତିଷ୍ଠା ହେବ ୭ଟି ଅର୍ବାନ୍‌ ଫରେଷ୍ଟ ପାର୍କ । ଭୁବନେଶ୍ବରରେ କୁଆଖାଇ ନଦୀ ତଟ କରୋଡକଣ୍ଟାରେ, କଟକରେ ଉତ୍ତମପୁର, ବେଲଗାଛିଆ, ଅରିଲୋ, ସେକ୍ଟର-୮, ବ୍ରଜରାଜପୁର ଆଦି ଅଞ୍ଚଳରେ ସ୍ଥାନ ଚିହ୍ନଟ ହୋଇଛି । ୧୫ ଏକରରୁ ଅଧିକ ଜମିରେ ପ୍ରତିଷ୍ଠା ପାଇଁ ବ୍ଲୁ ପ୍ରିଷ୍ଟ ପ୍ରସ୍ତୁତ କରିଛି ବନ ବିଭାଗ । ଭୁବନେଶ୍ବରରେ ଥିବା ଜୟଦେବ ବାଟିକା ଶୈଳୀରେ ହେବ ଏହି ପାର୍କ । ବିଏମ୍‌ସି. ସିଏମ୍‌ସି ଅଥବା ଓଡ଼ିଶା ବନ ଉନ୍ନୟନ ନିଗମକୁ ଏହାର ନିର୍ମାଣ ଦାୟିତ୍ୱ ଦିଆଯିବ ।

7 Urban Forest Park To Be Setuped In Twin City

ଟ୍ୱିନସିଟିରେ ଲୋକଙ୍କ ଆବଶ୍ୟକତା ମେଣ୍ଟାଇବାକୁ ପାର୍କର ଅଭାବ ରହିଛି । ଯାହା ଅର୍ବାନ୍‌ ଫରେଷ୍ଟ ପାର୍କର ପ୍ରତିଷ୍ଠା ସହିତ ପୂର୍ଣ୍ଣ ହୋଇପାରିବ । ଭୁବନେଶ୍ବର ଓ କଟକରେ ଅଧିକ ଅର୍ବାନ୍‌ ଫରେଷ୍ଟ ପାର୍କର ପ୍ରତିଷ୍ଠା ନେଇ ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଯୁବପିଢ଼ି । ଏହା ବ୍ୟତୀତ ରାଜ୍ୟରେ ଖୁବ୍‌ଶୀଘ୍ର ପ୍ରତିଷ୍ଠା ହେବ ୨ଟି ‘ନଗର ବନ’ । ଗୋଟିଏ ଭୁବନେଶ୍ବର ପାତ୍ରପଡ଼ା ସ୍ଥିତ ଔଷଧୀୟ ବୃକ୍ଷ ସଂଜ୍ଞାନ କେନ୍ଦ୍ର ନିକଟରେ ଏବଂ ଅନ୍ୟଟି ଇସ୍ପାତ ନଗରୀ ରାଉରକେଲାରେ ପ୍ରତିଷ୍ଠା କରାଯିବ ।

କଂଗ୍ରେସ ଭବନରେ ହାଇଡ୍ରାମା; ଭିତରେ ବୈଠକ, ବାହାରେ ହୋ ହଲ୍ଲା

ଭୁବନେଶ୍ୱର: କଂଗ୍ରେସ ଭବନରେ ହାଇଡ୍ରାମା । ଭିତରେ ସର୍ବଦଳୀୟ ବୈଠକ ଚାଲିଥିବା ବେଳେ ବାହାରେ ହୋ ହଲ୍ଲା ଦେଖିବାକୁ ମିଳିଛି । ବାଇକ ରାଲି କରି କଂଗ୍ରେସ ଭବନ ଭିତରେ ପଶିଛନ୍ତି ଯୁବ କଂଗ୍ରେସ ସଭାପତିଙ୍କ ବିରୋଧୀ ଗୋଷ୍ଠୀ । କେହି କିଛି ବୁଝିବା ପୂର୍ବରୁ ଯୁବ କଂଗ୍ରେସ ସଭାପତି ସ୍ମୃତି ଲେଙ୍କାଙ୍କ ବିରୋଧରେ ଆରମ୍ଭ ହୋଇଯାଇଥିଲା ନାରାବାଜି । ସଭାପତି ପଦ ପାଇବା ପରେ ସ୍ମୃତି କଂଗ୍ରେସ ସଂଗଠନକୁ ବନ୍ଧାପକାଇଥିବା ଅଭିଯୋଗ ଆଣି ନାରାବାଜି କରିବା ସହ ତୁରନ୍ତ ଇସ୍ତଫା ଦେବାକୁ ବିରୋଧୀ ମାନେ ଦାବି କରିଛନ୍ତି ।

Youth Congress Protest During PCC Meeting

କରୋନା ସମୟରେ ସାରା ଭାତରରେ ଯୁବ କଂଗ୍ରେସ ନେତୃତ୍ୱ ଲୋକମାନଙ୍କୁ ସାହାଯ୍ୟ କରୁଥିବା ବେଳେ ଓଡ଼ିଶା ଯୁବ କଂଗ୍ରେସ ସଭାପତିଙ୍କର ଦେଖା ନଥିଲା । ସଭାପତି ସଂଗଠନ କି କର୍ମୀଙ୍କ ସହ ରହି ନାହାଁନ୍ତି । ଦିଲ୍ଲୀରେ ଚଞ୍ଚକତା କରି ପଦବୀ ହାତେଇଛନ୍ତି । ତାଙ୍କର ଜଣେ ବି ସମର୍ଥକ ନାହାନ୍ତି । ଇସ୍ତଫା ନ ଦେଲେ ଆଗାମୀ ଦିନରେ ଜୋରଦାର ବିରୋଧ ହେବ ବୋଲି ଚେତାବନୀ ବିରୋଧୀ ଗୋଷ୍ଠୀ ଦେଇଛି ।