ମୁହଁ ଖୋଲିଲେ କିରଣ: କହିଲେ- ସମୀର ଓ୍ବାଙ୍ଖଡେଙ୍କୁ ଚିହ୍ନିନି

ନୂଆଦିଲ୍ଲୀ: ଦିନକୁ ଦିନ ଜଟିଲ ହେବାରେ ଲାଗିଛି ଆର୍ଯ୍ୟନଙ୍କୁ ଛାଡ଼ିବାକୁ ହୋଇଥିବା ଟଙ୍କା ଡିଲ ଅଭିଯୋଗ । ଆର୍ଯ୍ୟନଙ୍କ ସହ ସେଲଫି ନେଇ ଭାଇରାଲ ହୋଇଥିବା  କିରଣ ଗୋଭାସି ଏହି ଟଙ୍କା ମାଗିଥିବା ତାଙ୍କ ପୂର୍ବତନ ବଡିଗାର୍ଡ ପ୍ରଭାକର ସାଇଲ ଅଭିଯେଗା କରିଥିବା ବେଳେ ଏହାକୁ ନେଇ କିରଣ ମୁହଁ ଖୋଲିଛନ୍ତି ।

ପ୍ରଭାକର ଏକ ପ୍ରମାଣ ଦେଖାଇଥିଲେ ଯେଉଁଥିରେ ସେ ଆଶ୍ଚର୍ଯ୍ୟ କରିଦେବା ଭଳି ଦାବି କରିଥିଲେ । ପ୍ରଭାକରଙ୍କ ଦାବି ଅନୁସାରେ, ‘ଆର୍ଯ୍ୟନଙ୍କୁ ଛାଡ଼ିବାକୁ କିରଣ ୨୫ କୋଟି ଟଙ୍କା ମାଗିଥିଲେ । ଏହା ସେ ଏନସିବି ଜୋନାଲ ଡାଇରେକ୍ଟର ସମୀର ଓ୍ବାଙ୍ଖଡେଙ୍କ ତରଫରୁ ମାଗିଥିଲେ ।’

କିରଣ ଏସବୁ ଅଭିଯୋଗକୁ ଖଣ୍ଡନ କରିବା ସହ ସମୀରଙ୍କୁ ଆଗରୁ ଜାଣି ନଥିବା କହିଛନ୍ତି । ସେ ଆହୁରି କହିଛନ୍ତି, ‘ଆର୍ଯ୍ୟନଙ୍କ ପାଖରେ ସେତେବେଳେ ଫୋନ ନଥିଲା । ସେ ତାଙ୍କ ମ୍ୟାନେଜର କିମ୍ବା ମାଆବାପାଙ୍କ ସହ କଥା କରାଇ ଦେବାକୁ ଅନୁରୋଧ କରିଥିଲେ । ଆର୍ଯ୍ୟନ ମ୍ୟାନେଜର ପୂଜାଙ୍କ ନମ୍ବର ଦେଇଥିଲେ । ମୁଁ ଫୋନ କଲି ସେ ଉଠାଇଲେନି ।’

ପ୍ରଭାକର ତାଙ୍କ ପ୍ରମାଣପତ୍ରରେ ସୋମ୍ ନାମକ ଜଣେ ବ୍ୟକ୍ତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, ‘କିରଣଙ୍କ ଏନସିବି ଅଫିସ ବାହାରେ ସୋମଙ୍କ ସହ ଦେଖିଛି । ସେଠାକୁ ଏକ ନୀଳ ରଙ୍ଗର ଗାଡ଼ି ଆସିଥିଲା, ଏଥିରେ ଶାହରୁଖଙ୍କ ମ୍ୟାନେଜର ପୂଜା ଥିଲେ । କିରଣ ଓ ସୋମ ୨୫ କୋଟି ଟଙ୍କା ମାଗିଥିଲେ, ହେଲେ ୧୮ କୋଟି ଟଙ୍କାରେ କଥା ଛିଡ଼ିଥିଲା । ଏଥିରୁ ୮ କୋଟି ଟଙ୍କା ସମୀର ଓ୍ବାଙ୍ଖଡେଙ୍କ ପାଖକୁ ଯିବ ବୋଲି ନିଜେ କିରଣ କହିଥିଲେ ।’

ସୂଚନାଯୋଗ୍ୟ, ପ୍ରଭାକର ପୂବର୍ରୁ କିରଣଙ୍କ ବଡ଼ିଗାର୍ଡ ଥିଲେ । ଏବେ କ୍ରୁଜ୍ ଡ୍ରଗ୍ସ ମାମଲାରେ ଏନସିବିର ସାକ୍ଷୀ ଅଛନ୍ତି । ଅନ୍ୟପକ୍ଷରେ ଏନସିବି ଏକ ବୟାନ ଜାରି କରି ପ୍ରଭାବରଙ୍କ ଅଭିଯୋଗକୁ ଅସ୍ବୀକାର କରିଛି ।

Leave a Reply