spot_img
Home Blog Page 5184

ବସ-କାର ଦୁର୍ଘଟଣା: ଜଳିଗଲା ବସ, ୫ ଜଣଙ୍କର ମୃତ୍ୟୁ

0

କୋଲକାତା:  ପଶ୍ଚିମବଙ୍ଗରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କୋଲକାତାର ବୋକାରୋ ହାଇୱେ- 23ରେ ବସ୍‌ କାର୍‌ ଦୁର୍ଘଟଣା ଘଟି ୫ଜଣଙ୍କ ମୃତ୍ୟୁ ଘଟିଛି । କାର୍-ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ବସଟି ଜଳିଯାଇଥିବା ଦେଖିବାକୁ ମିଳିଛି  । ଦୁର୍ଘଟଣା ଅତ୍ୟନ୍ତ ଭୟଙ୍କର ରହିଥିବାହବେଳେ ଘଟଣାସ୍ଥଳରେ ହିଁ  ୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି  ।

ଅନ୍ୟପଟେ ଦୁର୍ଘଟଣା ସମ୍ବନ୍ଧରେ ଖବର ପାଇ ସ୍ଥାନୀୟ ପୋଲିସ ତୁରନ୍ଚତ ଘଟଣାସ୍ଥଳରେ ପହଁଚିଥିଲା  ।  ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ରାସ୍ତାରେ ବସଟି ହୁତୁ ହୁତୁ ହୋଇ ଜଳୁଥିବାବେଳେ ଅଗ୍ନିଶମ ବାହିନୀ ନିଆଁ ଲିଭାରେ ସଫଳ ହୋଇଛି  । କାର ଓ ବସକୁ ରାସ୍ତାରୁ ଖଲାସ ମଧ୍ୟ କରିଛି ପୋଲିସ  ।

ଧାନ ରୁଆ ମେସିନ୍ କିଣାରେ ଜାଲିଆତି କରି ୬ କୋଟି ସବସିଡ୍ ହଡ଼ପ, ଆଉ ଜଣେ ଗିରଫ

ସମ୍ବଲପୁର: ଧାନ ରୁଆ ମେସିନ୍ ଜାଲିଆତି କରି ୬ କୋଟି ସବସିଡ୍ ହଡ଼ପ ମାମଲା । ଆଉ ଜଣେ ଠକକୁ ଗିରଫ ରଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ମହୁଲପାଲି ପକେଲପଡ଼ାର ଲେଲିନ୍ ଚୌଧୁରୀଙ୍କ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଗୋବିନ୍ଦପାଲିରେ ଖୁସି ଏଗ୍ରୋଟେକ ଧାନରୁଆ ମେସିନ୍ ଡିଲରସିପ୍ ଖୋଲି ନିରୀହ ଚାଷୀଙ୍କ ନାଁରେ ଠକେଇ କରିଥିଲେ ଲେଲିନ୍ । ଗରିବ ଚାଷୀଙ୍କ କାଗଜପତ୍ର ନେବା ସହ ୧୦ ହଜାର ଟଙ୍କା ଦେଇ ଧାନ ରୁଆ ମେସିନ୍ କିଣିଥିବା ଦର୍ଶାଇ ଲେଲିନ୍ କୃଷି ବିଭାଗରୁ ସରକାରୀ ସବସିଡ୍ ହାତେଇ ଥିଲେ । ୫୦୦ ଚାଷୀଙ୍କ ନାଁରେ ୬ କୋଟି ଟଙ୍କା ଠକି ସେଥିରୁ ୧ କୋଟି ୩୨ ଲକ୍ଷ ନେଇଥିଲେ ଲେଲିନ୍ ।

Crime Branch Arrested Another Person In Farmer Subsidy Case

ଏହି ଘଟଣାରେ ପୂବର୍ରୁ ମା’ ତାରିଣୀ ଅଟୋ ଏଜେନ୍ସି ସର୍ଭିସର ମାଲିକ ଶ୍ରୀନାଥ ରାଣାକୁ ଗିରଫ କରିଥିଲା ଇଓଡବ୍ଲୁ । ସୂଚନା ଅନୁସାରେ, କୃଷି ଓ କୃଷି ଜାତ କ୍ଷେତ୍ରରେ ଉନ୍ନତି ନେଇ ବେଙ୍ଗଳୁରୁ ଏକ ସଂସ୍ଥା ଭରୋଷାପ୍ରିୟ ଏଗ୍ରୋଟେକ ପ୍ରାଇଭେଟ ଲିମିଟେଡ, ଭୁବନେଶ୍ୱର ତମାଣ୍ଡୋ ଅଞ୍ଚଳରରେ ଅଫିସ ଖୋଲିଥିଲା । ବିଶେଷ କରି ଧାନ ମେସିନ୍ ଓ ବିଭିନ୍ନ କୃଷିଜାତ ମେସିନ୍ ବିକ୍ରି କମ୍ପାନୀର ମୁଖ୍ୟ କାମ ଥିଲା । ଏହା ଓଡ଼ିଶା ସରକାରଙ୍କ ସହ ସହବନ୍ଧିତ ଥିଲା । ୨୦୧୮ରୁ ୨୦୨୦ ଯାଏ କମ୍ପାନୀର ରିଜିଓନାଲ ମାନେଜର ଭାବେ ଗିରଫ ଅଭିଯୁକ୍ତ ଶ୍ରୀନାଥ ରାଣା କାମ କରୁଥିଲେ ।

Crime Branch Arrested Another Person In Farmer Subsidy Case

ସେହି ସମୟରେ ବାଲେଶ୍ୱରରେ ମା’ ତାରିଣୀ ଅଟୋ ଏଜେନ୍ସି ସର୍ଭିସ ଏକ ଡିଲରସିପ ୫୦୦ ଧାନ ରୁଆ ମେସିନ୍ ଓ  ଲେନିନଙ୍କ ଖୁସି ଆଗ୍ର ପ୍ରାଇଭେଟ ଲିମିଟେଡ୍ ସଂସ୍ଥା ଫେକ ଚେସିସ ନମ୍ବର ଓ ରେଜିଷ୍ଟ୍ରେସନ ନମ୍ବର ପକାଇ ଭରୋଷାପ୍ରିୟ ଏଗ୍ରୋଟେକ ପ୍ରାଇଭେଟ ସଂସ୍ଥାର ଆଇଡି ଓ ପାସ ୱାର୍ଡ ଜରିଆରେ ସରକାରୀ ସବସିଡ୍ ପାଇଁ ଆବେଦନ କରିଥିଲା । ଡିବିଟି ବା ଡାଇରେକ୍ଟ ବେନେଫିସିଆରି ଟ୍ରାନ୍ସଫର ଜରିଆରେ ସବସିଡ୍ ତୂରନ୍ତ ମିଳୁଥିଲା । ଗୋଟିଏ ମେସିନର ଦାମ ୨.୮ ଲକ୍ଷ ବା ହୋଇଥିବା ବେଳେ ମେସିନ୍ ପିଛା ଦେଢ଼ ଲକ୍ଷର ସବସିଡ୍ ମିଳିଥାଏ । ସେହି ପ୍ରକାରେ ଧାନ ମେସିନ କିଣା ଆଳରେ ବିଭିନ୍ନ ଚାଷୀଙ୍କ ନାଁରେ ୬ କୋଟିର ସବସିଡ୍ ହାତେଇ ଥିଲେ ।

ପ୍ରାପ୍ତବୟସ୍କ ବାଛିପାରିବେ ଜୀବନ ସାଥି, : ଆହ୍ଲାବାଦ ହାଇକୋର୍ଟ

ଉତ୍ତରପ୍ରଦେଶ: ଜଣେ ପ୍ରାପ୍ତବୟସ୍କ ନିଜର ଜୀବନ ସାଥୀଙ୍କୁ ବାଛିପାରିବେ । ଏହା ତାଙ୍କର ଅଧିକାର । ଯେକୌଣସି ଧର୍ମର ହୋଇଥିଲେ ବି ଏହା ଉଭୟ ପୁରୁଷ ଓ ମହିଳାଙ୍କର ଏହା ଅଧିକାର ବୋଲି କହିଛନ୍ତି ଆହ୍ଲାବାଦ ହାଇକୋର୍ଟ । ଜଷ୍ଟିସ ମନୋଜ କୁମାର ଗୁପ୍ତା ଓ ଜଷ୍ଟିସ ଦୀପକ ବର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ଜଣେ ମୁସଲମାନ ଓ ଜଣେ ହିନ୍ଦୁ ପ୍ରେମୀଯୁଗଳଙ୍କ ପକ୍ଷରୁ ଆଗତ ପିଟିସନର ଶୁଣାଣି କରି ଏହି ରାୟ ଦେଇଛନ୍ତି କୋର୍ଟ ।

ଏହି ପ୍ରେମ ବିବାହକୁ ବିଭିନ୍ନ ମହଲରୁ ବିରୋଧ କରାଯାଉଛି । ତେଣୁ ସେମାନଙ୍କ ଜୀବନ ବିପଦରେ ରହିଛି ବୋଲି ପିଟିସନରେ ଦର୍ଶାଇଥିଲା । ପ୍ରେମୀଯୁଗଳଙ୍କୁ ସୁରକ୍ଷା ଯୋଗାଇଦେବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ସେମାନଙ୍କ ବିବାହ ପ୍ରସଙ୍ଗରେ ଦୁଇ ପକ୍ଷର ପିତାମାତା ହସ୍ତକ୍ଷେପ ନ କରିବା ଲାଗି କୋର୍ଟ କହିଛନ୍ତି । ଭିନ୍ନ ଧର୍ମ ସତ୍ତ୍ବେ ନିଜ ଜୀବନ ସାଥୀ ବାଛିବା ନେଇ କୌଣସି ଅସୁବିଧା ନାହିଁ । ଏନେଇ ସେମାନଙ୍କ ପିତାମାତା, ସମ୍ପର୍କୀୟ ବା ଅନ୍ୟ କେହି ହସ୍ତକ୍ଷେପ କରିପାରିବେ ନାହିଁ ବୋଲି କହିଛନ୍ତି ଆହ୍ଲାବାଦ କୋର୍ଟ ।

କୋରାପୁଟରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ରାଜସ୍ୱ ବିଭାଗର ପ୍ରମୁଖ ସଚିବ

ଜୟପୁର: କୋରାପୁଟରେ ବରିଷ୍ଠ ଆଇଏଏସ୍ ଅଧିକାରୀ । ଜୟପୁରରେ ବିକାଶମୂଳକ କାର୍ଯ୍ୟର ସ୍ଥିତି ପରଖିଛନ୍ତି ରାଜସ୍ୱ ବିଭାଗ ପ୍ରମୁଖ ସଚିବ ବିଷ୍ନୁପଦ ସେଠୀ ଓ କୃଷି ବିଭାଗ କମିଶନର ତଥା ସଚିବ ସୁରେଶ କୁମାର ବଶିଷ୍ଠ । ଜିଲ୍ଲାରେ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳସମ୍ପଦ, ଆର୍ଥିକ  ଓ ଦକ୍ଷତା ବିକାଶ, ଭିତ୍ତିଭୂମି ପ୍ରସଙ୍ଗରେ ଆଲୋଚନା କରାଯାଇଛି । ୪୯ଟି ମୁଖ୍ୟ ବିକାଶ ସୂଚୀକୁ ସମୀକ୍ଷା କରିଛନ୍ତି ବରିଷ୍ଠ ଅଧିକାରୀ ।

 Senior IAS Reviewed Developmental Work In Koraput Districts

ଏହା ସହିତ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଲାଗି ରହିଥିବା କୋଟିଆ ସୀମା ବିବାଦ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି । ବୈଠକରେ କୋରାପୁଟ ଜିଲ୍ଲାପାଳ ମହମ୍ମଦ ଅଫଦ୍ଦୁଲ ଅଖତାରଙ୍କ ସମେତ ଜଳସେଚନ, ଜଙ୍ଗଲ, କୃଷି, ରାଜସ୍ୱ ଓ ପରିବହନ ବିଭାଗ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ସେପଟେ ଅନ୍ୟ ଦୁଇ ବରିଷ୍ଠ ଆଇଏସ୍ ଅଧିକାରୀ ଅରବିନ୍ଦ ଅଗ୍ରୱାଲ ଓ ଆର.ରଘୁପ୍ରସାଦ ବଲାଙ୍ଗିର ଓ ରାୟଗଡ଼ା ଅଭିମୁଖେ ଯାଇ ଉନ୍ନୟନ କାମ ସମୀକ୍ଷା କରିଛନ୍ତି । ଆସନ୍ତାକାଲି ମଧ୍ୟ ରାଜ୍ୟର ବରିଷ୍ଠ ଅଧିକାରୀମାନେ ବିଭିନ୍ନ ଜିଲ୍ଲାକୁ ଯାଇ ସ୍ଥିତି ପରଖିବାର କାର୍ଯ୍ୟକ୍ରମ ରହିଛି ।

SCO ବୈଠକରେ ମୋଦିଙ୍କ ମନ୍ତବ୍ୟ, ତାଲିବାନର କ୍ରୁରତାକୁ କରାଯାଉ ପ୍ରତିହତ

ନୂଆଦିଲ୍ଲୀ: ଶୁକ୍ରବାର ସାଂଘାଇ ସହଯୋଗ ସଂଗଠନ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ମନ୍ତବ୍ୟ ରଖିଛନ୍ତି  । ଭାରତର ଆଭିମୁଖ୍ୟ ଉପସ୍ଥାପନା କରିଛନ୍ତି  ।  ପ୍ରଧାନମନ୍ତ୍ରୀ ମୋଦି ପ୍ରମୁଖତଃ ଆଫଗାନିସ୍ତାନରେ ଘଟିଥିବା ବର୍ବରତା ଏବଂ ଗଣତନ୍ତ୍ରର ହତ୍ୟାକୁ ପ୍ରାଧାନ୍ୟ ଦେଇଥିଲେ  । ମୋଦି କହିଛନ୍ତି  ଆମ ଅଞ୍ଚଳ ପାଇଁ କଟ୍ଟରତା ବଡ ଚ୍ୟାଲେଞ୍ଜ । ଆଫଗାନିସ୍ତାନରେ ନିକଟରେ ଯାହା ହେଲା, ତାହା ଏହାର ବଡ ଉଦାହରଣ ।

ଆଫଗାନିସ୍ତାନକୁ ତାଲିବାନ କବ୍‌ଜା ପରେ ସମଗ୍ର ଆଫଗାନିସ୍ତାନରେ ଭୟ, ଆତଙ୍କ, ଅନିଶ୍ଚିତତା ଏବଂ ଅବିଶ୍ବାସର ବାତାବରଣ ଖେଳି ଯାଇଛି । ଶାନ୍ତି ଓ ସୁରକ୍ଷା ସହ ସମ୍ବନ୍ଧିତ ବିଷୟ ଆମ କ୍ଷେତ୍ର ପାଇଁ ବଡ ଚ୍ୟାଲେଞ୍ଜ । ଆଫଗାନିସ୍ତାନରେ ନିକଟରେ ଘଟିଯାଇଥିବା ଘଟଣାକ୍ରମ ଏହାର ସଦ୍ୟତମ ଉଦାହରଣ । କଟ୍ଟରତା ସହ ମୁକାବିଲା ପାଇଁ ଏସସିଓ ଦେଶଗୁଡିକୁ ପଦକ୍ଷେପ ନେବାକୁ ପଡିବ ବୋଲି କହିଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ।

15 ଜୁନ 2001ରେ ସାଂଘାଇ ସହଯୋଗ ସଂଗଠନ (SCO) ଘୋଷଣା କରାଯାଇଥିଲା । ସାଂଘାଇ ହେଉଛି ଚୀନର ସହର । ଏହା ପରେ ଏସସିଓ ୬ଟି ଦେଶ ଯଥା କିର୍ଗିଜସ୍ତାନ, କାଜାକିସ୍ତାନ, ଋଷ, ତାଜାକିସ୍ତାନ ଏବଂ ଉଜବେକିସ୍ତାନକୁ ନେଇ ଗଠିତ ହୋଇଥିଲା । 2017 ରେ ଭାରତ ଏବଂ ପାକିସ୍ତାନ ମଧ୍ୟ ଯୋଗ ଦେଇଥିଲେ। ଏହା ସହିତ ଏହାର ସଦସ୍ୟଙ୍କ ସଂଖ୍ୟା ଆଠକୁ ବୃଦ୍ଧି ପାଇଥିଲା । ଆଜି ପ୍ରଧାନମନ୍ତ୍ରୀ ମୋଦି ବୈଠକରେ ଯୋଗଦେବା ସହ ତାଲିବାନୀ ଆତଙ୍କର ବର୍ବରତାକୁ ଉଲ୍ଲେଖ କରିଥିଲେ  । ଏଥିପ୍ରତି ସମଗ୍ର ବିଶ୍ୱ ଆହ୍ୱାନ ଆଣିବାର ଆବଶ୍ୟକତା ରହିଥିବା ମଧ୍ୟ ପ୍ରକାଶ କରିଛନ୍ତି  ।

ସ୍ୱରୂପଙ୍କ ନିସ୍ୱାର୍ଥପର ସେବା ଜନସେବା ପାଇଁ ଉଦାହରଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନିଜ ନିର୍ବାଚନ ମଣ୍ଡଳୀରେ ନିସ୍ୱାର୍ଥପର ସେବା ପାଇଁ ଜନସେବାରେ ଉଦାହରଣ ସୃଷ୍ଟି କରିଛନ୍ତି ବାଲେଶ୍ୱର ବିଧାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମିତି କିଛି ଲେଖି ବାଲେଶ୍ୱର ବିଧାୟକ ସ୍ୱରୂପ ଦାସଙ୍କ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି- ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ ନିଜ ନିର୍ବାଚନ ମଣ୍ଡଳୀର ବନ୍ୟା ପ୍ରଭାବିତ ଗାଁ ମୁଣ୍ଡାଧରରୁ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିଛନ୍ତି । ବିଧାୟକଙ୍କ ଏଭଳି ନିସ୍ୱାର୍ଥପର ସେବା ଜନସେବା କ୍ଷେତ୍ରରେ ଉଦାହରଣ ।

Balasore MLA Swarup Sets Example In Public Service Says CM

ଏଥିସହ ପଢ଼ନ୍ତୁ: ବିଧାୟକଙ୍କ ମହାନତା, ବନ୍ୟାଞ୍ଚଳରୁ ଗର୍ଭବତୀଙ୍କୁ ଉଦ୍ଧାର କରି ମେଡିକାଲରେ କଲେ ଭର୍ତ୍ତି

ବାଲେଶ୍ୱରରେ ବଢ଼ି ପାଣି ବଢ଼ୁଥିବା ବେଳେ ବିଭିନ୍ନ ନଦୀର ଜଳସ୍ତର ବଢ଼ୁଥାଏ । ବନ୍ୟା ପାଣିରୁ ଲୋକଙ୍କୁ ଉଦ୍ଧାର କଲା ବେଳେ ଗୁରୁବାର ହଠାତ୍ ଖବର ଆସେ ପାଣି ଭିତରେ ଜଣେ ଗର୍ଭବତୀ ଅଛନ୍ତି । ବିଧାୟକ ତୁରନ୍ତ କାଳବିଳମ୍ବ ନକରି ବଢ଼ି ପାଣିରେ ବୋଟ୍ ଯୋଗେ ୫ କିଲୋମିଟର ଯାଇ ମୁଣ୍ଡାଧରରୁ ଗର୍ଭବତୀ ମହିଳାଙ୍କୁ ବୋଟ୍ ଯୋଗେ ଆଣିଥିଲେ । ବୋଟରୁ ଷ୍ଟ୍ରେଚରରେ ମହିଳାଙ୍କୁ ନେବା ସହ ନିଜ କାରରେ ମେଡିକାଲରେ ପହଞ୍ଚାଇଥିଲେ ସ୍ୱରୂପ । ମହିଳା ଜଣଙ୍କ ଗତରାତିରେ ଏକ ପୁତ୍ର ସନ୍ତାନକୁ ସୁରକ୍ଷିତ ଜନ୍ମ ଦେଇଛନ୍ତି ।

ଲୁଣା ନଦୀରେ ଭାସିଗଲେ ଦୁଇ ନାବାଳକ ଭାଇ

ପିପିଲି: ଡେଲାଙ୍ଗରେ ଘଟିଛି ଅଘଟଣ । ଲୁଣା ନଦୀରେ ବୁଡ଼ି ୨ଭାଇଙ୍କ ଘଟିଛି ମୃତ୍ୟୁ । ଡେଲାଙ୍ଗ ଧାନକେରା ପଞ୍ଚାୟତ ନାଗଣ ଗାଁରେ  ଘଟିଛି ଏହି ଅଘଟଣ । ମିଳିଥିବା ସୂଚନା ମୁତବାକ ଦୁଇ ଭାଇ ଲୁମା ନଦୀକୁ  ଗାଧୋଇବା ଯାଇଥିଲେ  । ଏହି ସମୟରେ ନଦୀରେ ପ୍ରଖର ସୁଅ ଥିବାବେଳେ ଦୁଇ ଭାଇଙ୍କ ପାଦ ଖସି ଯାଇଥିଲା  ।  ଫଳରେ  ନଦୀ ସୁଅରେ ଭାସିଯାଇଛନ୍ତି  ଦୁଇ ଭାଇ।

ଉଭୟ ନାବାଳକ ହୋଇଥିବା ନେଇ ସୂଚନା  ରହିଥିବାବେଳେ ଜଣକୁ ୭ବର୍ଷ ଏବଂ ଅନ୍ୟ ଜଣଙ୍କୁ ୪ ବର୍ଷ  ।  ସେପଟେ ଦୁଇ ନାବାଳକଙ୍କ ସହ କେଉଁ ସ୍ଥିତିରେ ଅଘଟଣ ଘଟିଲା  । ସେମାନେ ଦୁହେଁ ଯାଇଥିଲେ ନା ସାଥିରେ ଆଉ କିଏ ଯାଇଥିଲେ ଏନେଇ ଖୋଳତାଡ଼ ଆରମ୍ଭ କରିଛି ଡେଲାଙ୍ଗ ପୋଲିସ  ।

ବୃଦ୍ଧାଶ୍ରମରେ ଚକ୍ଷୁ ଓ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର କରି ଜନ୍ମଦିନ ପାଳିଲେ ଆକାଶ

ଭୁବନେଶ୍ୱର: ଓଡିଆ ସିନେ ଜଗତର ଲୋକପ୍ରିୟ ଅଭିନେତା, ଓଡ଼ିଶା ସରକାରଙ୍କ ‘ମୋ କଲେଜ ଅଧ୍ୟକ୍ଷ’, ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟର ଉପଦେଷ୍ଟା ଆକାଶ ଦାସନାୟକଙ୍କ ଆଜି ଜନ୍ମଦିନ ସେପ୍ଟେମ୍ବର ୧୭ । ପ୍ରତିବର୍ଷ ଆକାଶ ଦାସନାୟକ ତାଙ୍କର ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଆସୁଛନ୍ତି । ସେ ପ୍ରତିବର୍ଷ ତାଙ୍କ ଜନ୍ମଦିନ ଅନାଥ ଆଶ୍ରମର କୁନି କୁନି ପିଲା, ସେବାଶ୍ରମ, ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହିତ ପାଳନ କରି ଆସୁଛନ୍ତି । ଏହି ବର୍ଷ ଭୁବନେଶ୍ୱର ସ୍ଥିତ ‘ଶ୍ରୀକୃଷ୍ଣା ବୃଦ୍ଧାଶ୍ରମ’ରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି ।

Akash Das Nayak Celebrates His Birthday In Old Age Home

ଆକାଶଙ୍କ ଜନ୍ମଦିନ ଉପଲକ୍ଷେ ‘ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟ’ ଏହି ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ଚକ୍ଷୁ ଓ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା । ଚକ୍ଷୁ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକ ଉପକରଣ ଓ ଔଷଧ ଦିଆଯାଇଥିଲା । ‘ଶ୍ରୀ ହସ୍ପିଟାଲ’ର ଡାକ୍ତର, ‘ଭୂମିକା ଚକ୍ଷୁ ଚିକିତ୍ସାଳୟ’ର ଡାକ୍ତର, CYTOPOT ଡାକ୍ତର ଏହି ଚକ୍ଷୁ ଓ ସ୍ୱାସ୍ଥ୍ୟ ଚିକିତ୍ସା ଶିବିରକୁ ସହଯୋଗ କରିଥିଲେ । ଜନ୍ମଦିନରେ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଆକାଶଙ୍କର ଏହା ଥିଲା ଏକ ନିଆରା ପ୍ରୟାସ ।

Akash Das Nayak Celebrates His Birthday In Old Age Home

‘ଶ୍ରୀକୃଷ୍ଣା ବୃଦ୍ଧାଶ୍ରମ’ର ଅନ୍ତେବାସୀମାନେ ତାଙ୍କ ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଆକାଶଙ୍କ ଦୀର୍ଘଜୀବନ ପାଇଁ ଠାକୁରଙ୍କ ପାଖରେ ଶୁଭ ମନାସୀ ଥିଲେ ଏବଂ କେକ୍ କାଟି ଜନ୍ମଦିନ ଶୁଭେଚ୍ଛା ଜଣାଇଥିଲେ । ଆକାଶ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହ ଖୁସି ବାଣ୍ଟିଥିଲେ । ସେ କହିଥିଲେ ‘ଖୁସି ବାଣ୍ଟିଲେ ଖୁସି ବଢ଼େ’ । ଆକାଶଙ୍କର ସିନେ ପ୍ରଶଂସକ, ରାଜନୈତିକ ପ୍ରଶଂସକ, ବୁଦ୍ଧିଜୀବୀ ମହଲରୁ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିବାରେ ଲାଗିଛି ।

Akash Das Nayak Celebrates His Birthday In Old Age Home

ଅନେକ ବିଶିଷ୍ଟ ବ୍ୟକ୍ତି ଆକାଶଙ୍କୁ ତାଙ୍କର ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଆକାଶ ମଧ୍ୟ ତାଙ୍କ ଜନ୍ମଦିନରେ ସମସ୍ତଙ୍କୁ ବାର୍ତ୍ତା ଦେଇ ଅନୁରୋଧ କରିଛନ୍ତି ଯେ, ସମସ୍ତେ ସେମାନଙ୍କର ଛୋଟ ପିଲାମାନଙ୍କୁ ଘରେ ରଖନ୍ତୁ, ମାସ୍କ ବ୍ୟବହାର କରନ୍ତୁ, ସମଦୂରତ୍ୱ ରକ୍ଷା କରନ୍ତୁ, ଜରୁରୀ କାମ ଥିଲେ ପିଲାମାନଙ୍କୁ ବାହାରକୁ ଯିବା ପାଇଁ ଅନୁମତି ଦିଅନ୍ତୁ, କୋଭିଡ୍ ମହାମାରୀରୁ ରକ୍ଷା ପାଆନ୍ତୁ ।

Akash Das Nayak Celebrates His Birthday In Old Age Home

ଏହି ଜନ୍ମଦିନ ପାଳନ ଉତ୍ସବରେ ‘ଶ୍ରୀ ହସ୍ପିଟାଲ’ର ଡାକ୍ତର, ଭୂମିକା ହସ୍ପିଟାଲର ଡାକ୍ତ. CYTOPOT ଡାକ୍ତର ଓ ‘ଉଡ୍ର ଚାରିଟେବୁଲ୍‌ର ଟ୍ରଷ୍ଟ’ର ସୁଭଶ୍ରୀ ମଙ୍ଗରାଜ, ବୈଷ୍ଣବ ଚରଣ ଭୋଳ, ଭବାନୀ ଶଙ୍କର ଜେନା, ଦେବୀ ପ୍ରସାଦ ମଙ୍ଗରାଜ, ରୋଜାଲିନ୍ ଖଣ୍ଡୁଆଳ, କିଶୋର ଦାସ, ସୌମ୍ୟ ରଞ୍ଜନ ରାଉତ, ପ୍ରମୋଦ ବଳ, ଭାଗ୍ୟଧର ସାମଲ, ପ୍ରୟାଗ ସାମଲ, ଶୁଶ୍ରୀ ଏମ୍ ପ୍ରମୂଖ ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ ।

ରାଜ୍ୟରେ ପ୍ରଥମ ଡୋଜ୍ କୋଭିଡ୍ ଟିକା ନେଲେଣି ୨ କୋଟିରୁ ଅଧିକ ଲୋକ

ଭୁବନେଶ୍ୱର: କୋଭିଡ୍ ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଓଡ଼ିଶା । ଜାନୁଆରୀ ୧୬ରୁ ଦେଶବ୍ୟାପୀ ଟିକାକରଣ ଜାରି ରହିଛି । ରାଜ୍ୟରେ ଟିକାକରଣ ଜାରି ରହିଛି । ଏବେ ସୁଦ୍ଧା ୨ କୋଟିରୁ ଅଧିକ ପ୍ରଥମ କୋଭିଡ୍ ଟିକା ନେଇଥିବା ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । କୋଭିଡ୍ ବିରୋଧୀ ଯୁଦ୍ଧରେ ଲୋକଙ୍କ ସହଯୋଗ ସହ ସ୍ୱାସ୍ଥ୍ୟକର୍ମୀଙ୍କ ନିଷ୍ଠାପର ଉଦ୍ୟମକୁ ପ୍ରଶଂସା କରିଛି ସ୍ୱାସ୍ଥ୍ୟ ବିଭାଗ ।

ରାଜ୍ୟରେ ୧୬୦୬ଟି ଟିକାକରଣ କେନ୍ଦ୍ର ରହିଛି । ଆଜି ସୁଦ୍ଧା ୨ କୋଟି ୬୭ ହଜାର ୧୮୮ ଜଣ ଲୋକ ପ୍ରଥମ ଡୋଜ୍ ଟିକା ନେଇଛନ୍ତି । ସେହିଭଳି ୬୯ ଲକ୍ଷ ୨୦ ହଜାର ୫୩୬ ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଥିବା ଜଣାପଡ଼ିଛି । ବୟସାନୁପାତରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ସର୍ବାଧିକ ୧ କୋଟି ୩୨ ଲକ୍ଷ ୮୧ ହଜାର ୮୭୮ ଡୋଜ୍ ଟିକା ଦିଆଯାଇଛି । ୪୫ରୁ ୬୦ ବର୍ଷ ବୟସ୍କ ମଧ୍ୟରେ ୮୧ ଲକ୍ଷ ୬୦ ହଜାର ୩୩୭ ଡୋଜ୍ ଟିକା ଦିଆଯାଇଥିବା ବେଳେ ୬୦ ବର୍ଷ ବୟସ୍କରୁ ଅଧିକ ୫୫ ଲକ୍ଷ ୪୫ ହଜାର ୫୦୯ ଡୋଜ୍ ଦିଆଯାଇଛି ।

Odisha Vaccinated More Than 2 Cr Persons With 1st dose of COVID19 Vaccine

ମୋଟ ୨ କୋଟି ୩୪ ଲକ୍ଷ ୪୬ ହଜାର ୭୬୪ କୋଭିସିଲ୍ଡ ଡୋଜ୍ ଦିଆଯାଇଥିବା ବେଳେ ୩୫ ଲକ୍ଷ ୩୫ ହଜାର ୨୭୪ ଡୋଜ୍ କୋଭିସିଲ୍ଡ ଡୋଜ୍ ଦିଆଯାଇଛି । ଲିଙ୍ଗ ଅନୁପାତରେ ମହିଳାଙ୍କ ଠାରୁ ଅଧିକ ପୁରୁଷ ଟିକା ନେଇଛନ୍ତି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୯ ଲକ୍ଷ ୪୩ ହଜାର ୨୩୮ ଜଣ ପ୍ରଥମ ଡୋଜ୍ ନେଇଥିବା ବେଳେ ଦ୍ୱିତୀୟ ଡୋଜ୍ କ୍ଷେତ୍ରରେ ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା । ଖୋର୍ଦ୍ଧାରେ ସର୍ବାଧିକ ୧୨ ଲକ୍ଷ ୬ ହଜାର ୩୮୪ ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି ।

ମାଟି ତଳୁ ମିଳିଲା ମୃତଦେହ, ପୁଅକୁ ମାରି ଜଙ୍ଗଲରେ ପୋତି ଦେଇଥିଲା ବାପା

ବାଲିଗୁଡ଼ା: ପୁଅକୁ ମାରି ଜଙ୍ଗଲରେ ପୋତି ଦେଇଥିଲା ବାପା । ଘଟଣା ସ୍ଥଳରୁ ମାଟି ଖୋଳି ମୃତଦେହ ଉଦ୍ଧାର କଲା ପୋଲିସ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପାଙ୍ଗୁରୁମିଲା ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ଘଟଣା ସମ୍ପର୍କରେ ପରମପଙ୍ଗା ସରପଞ୍ଚ ରମେଶ ମଲ୍ଲିକ ବାଲିଗୁଡ଼ା ଥାନାରେ ଅଭିଯୋଗ କରିବା ପରେ ଆଜି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମାଟିତଳୁ ମୃତଦେହ ଉଦ୍ଧାର କରିଛି । ପୋଲିସ ତଦନ୍ତ କରି ହତ୍ୟାକାରୀ ବାପା ଭୁସ୍କର ପୂଜାରୀକୁ ଗିରଫ କରିଛି ।

Father Killed His Son In Baliguda

ପାଙ୍ଗୁରୁମିଲା ଗାଁର ଭୁସ୍କର ପୂଜାରୀ ଓ ପୁଅ ଚୈତନ୍ୟ ପୂଜାରୀ ମଧ୍ୟରେ କୌଣଶି କାରଣରୁ ଅଧିକାଂଶ ସମୟରେ ଝଗଡ଼ା ଲାଗି ରହୁଥିଲା । ପ୍ରତିଶୋଧ ପରାୟଣ ହୋଇ ବାପା ଭୁସ୍କର ପୂଜାରୀ ଗତ ୧୪ ତାରିଖ ବିଳମ୍ବିତ ରାତିରେ ପୁଅ ଚୈତନ୍ୟକୁ ହତ୍ୟା କରି ଗାଁ ନିକଟ ମୁସୁକୁଟି ଜଙ୍ଗଲରେ ମାଟିତଳେ ପୋତି ଦେଇଥିଲା । ଏନେଇ ଅଭିଯୋଗ ପରେ ଆଜି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଟିତଳୁ ଶବ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଛେଦ ପାଇଁ ପଠାଇଛି ।