ସଫାରୀରେ ଖାଇବାକୁ ଦେବା ବେଳେ ଗାଇଡଙ୍କ ହାତକୁ କାମୁଡ଼ି ଦେଲା ଭାଲୁ

Bear Attacks Safari Bus In Nandankanan Zoo

ଭୁବନେଶ୍ୱର: ସଫାରୀରେ ଭାଲୁକୁ ଖାଇବା ଦେବା ପଡ଼ିଲା ମହଙ୍ଗା । ଗାଇଡଙ୍କ ହାତକୁ କାମୁଡ଼ି ଦେଲା ଭାଲୁ ।  ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଭାଲୁ ସଫାରୀରେ ଏ ଅଘଟଣ ଘଟିଛି । ଆହତ ଗାଇଡ୍ ହେଲେ ଟୁଲୁ ବେହେରା । ସଫାରୀ ବସ ଷ୍ଟାଫ୍ ତାଙ୍କୁ ଉଦ୍ଧାର କରି ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରିଛନ୍ତି । ସନ୍ଧ୍ୟାରେ ପର୍ଯ୍ୟଟକଙ୍କୁ ଧରି ସଫାରୀ ବସ୍ ଭାଲୁ ସଫାରୀକୁ ଯାଇଥିବା ବେଳେ ବସ୍ ମଧ୍ୟରେ ଥାଇ ଟୁଲୁ ଭାଲୁକୁ ଖାଦ୍ୟ ଦେଉଥିଲେଷ । ଏହି ସମୟରେ ଭାଲୁ ହଠାତ ଟୁଲୁଙ୍କୁ ହାତକୁ କାମୁଡ଼ି ଦେଇଥିଲା ।

Bear Attacks Safari Bus In Nandankanan Zoo

ସେପଟେ ଘଟଣାକୁ ଗୁରୁତର ସହ ନେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ଆସନ୍ତାକାଲି ସଫାରୀ ସେବା ଯୋଗାଉଥିବା ସଂସ୍ଥାର  କର୍ମକର୍ତ୍ତାଙ୍କୁ ସଫାରୀର ନିୟମାବଳୀ ସମ୍ପର୍କରେ ସଚେତନ କରାଯିବ ବୋଲି କହିଛନ୍ତି ନନ୍ଦନକାନନ ଉପ ନିର୍ଦ୍ଦେଶକ । ସେହିପରି ଆହାତ ଗାଇଡଙ୍କ ଭବିଷ୍ୟତରେ ଏଭଳି ନକରିବାକୁ ଅଣ୍ଡରଟେକିଂ ଲେଖାଯିବ ବୋଲି ସେ କହିଛନ୍ତି । ତତସହିତ ଅନ୍ୟ ଗାଇଡ୍ ମାନେ ବୃତ୍ତିଗତ ଶୃଙ୍ଖଳା ରକ୍ଷା କରିବାକୁ ସତର୍କ କରାଯିବ ବୋଲି କହିଛନ୍ତି  ନନ୍ଦନକାନନ ଉପ ନିର୍ଦ୍ଦେଶକ ।

Leave a Reply