spot_img
Home Blog Page 5183

ପ୍ୟାନ ସହ ଆଧାର କାର୍ଡ ଲିଙ୍କ୍ ଅବଧି ୬ ମାସ ବୃଦ୍ଧି

ନୂଆଦିଲ୍ଲୀ: ପୁଣି ବଢ଼ିଲା ଅବଧି । ପ୍ୟାନ୍ ଓ ଆଧାର କାର୍ଡ ଲିଙ୍କ୍ କରିବା ଅବଧିକୁ ବୃଦ୍ଧି କରିଛନ୍ତି ଆୟକର ବିଭାଗ । ସେପ୍ଟେମ୍ବର ୩୦ ସୁଦ୍ଧା ପ୍ୟାନ୍ ସହ ଆଧାର କାର୍ଡ ଲିଙ୍କ୍ ନେଇ ଧାର୍ଯ୍ୟ ସମୟ ସୀମାକୁ ବଢ଼ାଇ ଦିଆଯାଇଛି । ନୂଆ ଧାର୍ଯ୍ୟ ସମୟ ଅନୁଯାୟୀ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ପ୍ୟାନ୍ ସହ ଆଧାର ଲିଙ୍କ୍ କରିବାକୁ ପଡ଼ିବ ।

ବିମାନବନ୍ଦର ଭିତରେ କାର୍ଯ୍ୟରତ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

ରାଉରକେଲା: ରାଉରକେଲାରେ ଚାଞ୍ଚଲ୍ୟ । ରାଉରକେଲା ବିମାନବନ୍ଦର ଭିତରେ କାର୍ଯ୍ୟ କରୁଥିବା ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ବିମାନବନ୍ଦର ଭିତରେ ଇନ୍ଧନ କମ୍ପାନୀରେ କାର୍ଯ୍ୟ କରୁଥିବା ଆଉ ଜଣେ ଶ୍ରମିକ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ମହିଳା ।

ଏଥିସହ ପଢ଼ନ୍ତୁ: ଏବେ GSTରେ ଅନ୍ତର୍ଭୁକ୍ତ ହେବନି ପେଟ୍ରୋଲ୍ ଓ ଡିଜେଲ୍

ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ପରେ ଅଭିଯୁକ୍ତ ଠିକା ଶ୍ରମିକ ଛେଣ୍ଡ ଥାନା ପୋଲିସ ଅଟକ ରଖି ପଚରାଉଚରା କରୁଛି । ଛେଣ୍ଡ ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ରାଜ୍ୟରେ ସ୍ଥାପନ ହେବ ବୈଦ୍ୟୁତିକ ଯାନ ପାଣ୍ଠି

ଭୁବନେଶ୍ୱର: ବୈଦ୍ୟୁତିକ ଯାନ କ୍ରୟ ପାଇଁ ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର । ଦୁଇ ଚକିଆ ଯାନ କ୍ରୟ ପାଇଁ ଗାଡ଼ି ମୂଲ୍ୟର ୧୫ ପ୍ରତିଶତ ବା ସର୍ବୋଚ୍ଚ ୫ ହଜାର ଟଙ୍କା ସହାୟତା ଦେବ ରାଜ୍ୟ । ସେହିପରି ତିନି ଚକିଆ ଯାନ ପାଇଁ ୧୫ ପ୍ରତିଶତ ବା ସର୍ବାଧିକ ୧୦ହଜାର ଟଙ୍କା, ଚାରି ଚକିଆ ଯାନ ପାଇଁ ୫୦ହଜାର ଓ ବସ୍‌ କ୍ରୟ ପାଇଁ ୪ ଲକ୍ଷ ପର୍ଯ୍ୟନ୍ତ ସହାୟତା ଦିଆଯିବ । ମାଲବାହୀ ଯାନ କିଣିବା ପାଇଁ ଗ୍ରାହକଙ୍କୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର ।

Odisha To Setup Funds For Eletric Vehicle 

ବିଭିନ୍ନ ବର୍ଗର ବୈଦ୍ୟୁତିକ ଯାନ କ୍ରୟ ନିମନ୍ତେ ୪ବର୍ଷ ପର୍ଯ୍ୟନ୍ତ ପ୍ରୋତ୍ସାହନ ଯୋଗାଇବାକୁ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର । ଏ ନେଇ ଖୁବଶୀଘ୍ର ରାଜ୍ୟରେ ବୈଦ୍ୟୁତିକ ଯାନ ପାଣ୍ଠି ସ୍ଥାପନ କରାଯିବାକୁ ଯୋଜନା ଚାଲିଛି ବୋଲି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି । ଏହାଛଡ଼ା ବୈଦ୍ୟୁତିକ ଯାନ କ୍ରୟ ପାଇଁ ଋଣ କରୁଥିଲେ ୫ ପ୍ରତିଶତ ଟଙ୍କା ଛାଡ଼ କରାଯିବ । ବ୍ୟାଟେରୀ ଚାର୍ଜିଂ ଷ୍ଟେସନଗୁଡ଼ିକୁ ବିଦ୍ୟୁତ୍ ଶୁଳ୍କ ନିମନ୍ତେ ମଧ୍ୟ ରିହାତି ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦିଆଯାଇଛି ।

ବୈଦ୍ୟୁତିକ ଯାନ ନିର୍ମାଣ କରୁଥିବା ସଂସ୍ଥାଗୁଡ଼ିକୁ ଶତପ୍ରତିିଶତ ନିଟ୍ ଓ ଏସଜିଏସଟି ଛାଡ଼ କରାଯିବ ଏବଂ ଅଣୁ, ମଧ୍ୟମ ଓ କ୍ଷୁଦ୍ର ନୀତି-୨୦୧୬ ଅନୁସାରେ ସମସ୍ତ କ୍ଷୁଦ୍ର ଓ ଅଣୁ ବ୍ୟାଟେରୀ ଉଦ୍ୟୋଗମାନଙ୍କୁ ପ୍ରୋତ୍ସାହନ ମିଳିବ । ଏହି ଉଦ୍ୟୋଗୀମାନଙ୍କୁ ବ୍ୟାଟେରି ଉତ୍ପାଦନ ପାଇଁ ଷ୍ଟାର୍ଟଅପ୍ ପଲିସି ଅନୁଯାୟୀ ସମସ୍ତ ସୁବିଧା ଦିଆଯିବ । ସେହିପରି ବିଭିନ୍ନ ସହରରେ ବୈଦ୍ୟୁତିକ ଯାନ ପାଇଁ ରହିଥିବା ପାର୍କିଂ ଫିସରେ ରିହାତି ମିଳିବ । ବ୍ୟାଟେରି ଚାର୍ଜିଂ ଷ୍ଟେସନଗୁଡ଼ିକୁ ବିଦ୍ୟୁତ ଶୁଳ୍କ ନିମନ୍ତେ ମଧ୍ୟ ରିହାତି ଦିଆଯିବାର ବନ୍ଦୋବସ୍ତ ରହିଛି ।

ଏବେ GSTରେ ଅନ୍ତର୍ଭୁକ୍ତ ହେବନି ପେଟ୍ରୋଲ୍ ଓ ଡିଜେଲ୍

ନୂଆଦିଲ୍ଲୀ: ଆଜି ବସିଥିବା ଜିଏସଟି କାଉନସିଲ୍ ବୈଠକରେ ପେଟ୍ରୋଲ ଓ ଡିଜେଲକୁ ଜିଏସଟିରେ ସାମିଲ୍ କରିବା ନେଇ ଆଲୋଚନା ହୋଇଛି । ତେବେ, ସମସ୍ତ ଆକଳନ ଉପରେ ପୂର୍ଣ୍ଣଛେଦ ପକାଇ ଜନତାଙ୍କୁ ଝଟକା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କହିଛନ୍ତି, ପେଟ୍ରୋଲ ଓ ଡିଜେଲକୁ ବର୍ତ୍ତମାନ ଜିଏସଟିରେ ସାମିଲ୍ ନେଇ ବିଚାର କରିବା ପାଇଁ ଏହା ସଠିକ୍ ସମୟ ନୁହେଁ । ଏଥିପାଇଁ ରାଜସ୍ୱ ସହ ଜଡ଼ିତ କେତେକ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ଏହା ପୂର୍ବରୁ ଆକଳନ କରାଯାଉଥିଲା, ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବା ନେଇ କାଉନସିଲ୍ ବୈଠରେ ନିଷ୍ପତ୍ତି ନିଆଯାଇପାରେ । ଡିଜେଲ ଓ ପେଟ୍ରୋଲ ଜିଏସଟି ଅନ୍ତର୍ଭୁକ୍ତ ହେଲେ ପେଟ୍ରୋଲ ୨୮ ଟଙ୍କା ଓ ଡିଜେଲ୍ ଲିଟର ପିଛା ୨୫ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଥାନ୍ତା । ଏବେ ଦେଶର ଅଧିକାଂଶ ସହରରେ ପେଟ୍ରୋଲ ଦର ୧୧୦ ଟଙ୍କା ଡିଜେଲ ଲିଟର ପିଛା ୧୦୦ ଟଙ୍କା ଉପରେ ରହିଛି ।

ଆଜି ବୈଠକରେ ଜୀବନ ରକ୍ଷାକାରୀ ଔଷଧ ଉପରୁ ଜିଏସଟି ହ୍ରାସ କରାଯାଇଛି । କର୍କଟ ଔଷଧ ଉପରୁ ଜିଏସଟି ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି । ରେମଡେସିଭିର ଓ ହେପରିନ ଉପରେ ୫ ପ୍ରତିଶତ ଜିଏସଟି ଦେବାକୁ ପଡ଼ିବ । ଏମ୍ପୋଟିରିସିନ୍-ବି ଓ ଟୋସିଲିଜୁମୈବ ଉପରୁ ଜିଏସଟି ଛାଡ଼ କରାଯାଇଛି । ଜୋଲଗେନସମା ଓ ଭିଲ୍ଟେପସୋ ଭଳି ମହଙ୍ଗା ଔଷଧକୁ ଜିଏସଟି ମୁକ୍ତ କରାଯାଇଛି ।

ଦେଶରେ ଦାରିଦ୍ର୍ୟ ହାର ହ୍ରାସରେ ଓଡ଼ିଶା ସବୁଠୁ ଆଗରେ

ଭୁବନେଶ୍ୱର: ରାଜ୍ୟରେ କମିଛି ଦାରିଦ୍ର୍ୟ । ଦେଶରେ ଦାରିଦ୍ର୍ୟ ହାର ହ୍ରାସରେ ସବୁଠୁ ଆଗରେ ରହିଛି ଓଡ଼ିଶା । କେବଳ ସେତିକି ନୁହେଁ, ପୁଞ୍ଜିନିବେଶ କାର୍ଯ୍ୟାନ୍ୱୟନ ହାରରେ ମଧ୍ୟ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି । ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ଆସୋଚାମ ରିପୋର୍ଟରେ ଏହି ତଥ୍ୟ ଆସିବା ପରେ ବିଜେଡି ବେଶ ଉତ୍ସାହିତ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଯାହା ହାସଲ କରାଯାଇ ପାରିଛି, ତାହା ସାରା ଭାରତରେ ଉଦାହରଣ ସୃଷ୍ଟି କରିଛି ବୋଲି କହିଛି ବିଜେଡି । ଅନ୍ୟପକ୍ଷରେ ଏହାକୁ ନେଇ ବିରୋଧୀ କଂଗ୍ରେସ ଏବଂ ବିଜେପି ପ୍ରଶ୍ନ ଉଠାଇଛନ୍ତି ।

Odisha Is In 1st Position On Decreasing Poverty Percentage In India

ଦେଶରେ ପୁଣି ଓଡ଼ିଶା ସାଜିଲା ମଡେଲ । ଦାରିଦ୍ର୍ୟ କମାଇବାରେ ସବୁ ରାଜ୍ୟଠୁ ଆଗରେ । ପ୍ରକଳ୍ପ କାର୍ଯ୍ୟକାରିତାରେ ବି ଦେଶରେ ଆଗରେ । ଆସୋଚାମ ରିପୋର୍ଟ ଅନୁସାରେ ଗତ ଦଶନ୍ଧି ମଧ୍ୟରେ ରାଜ୍ୟର ଦାରିଦ୍ର୍ୟ ୨୪ ପ୍ରତିଶତ କମିଛି ।  ଫଳରେ ରାଜ୍ୟର ୮ ନିୟୁତରୁ ଅଧିକ ଲୋକ ଦାରିଦ୍ର୍ୟ ଶୃଙ୍ଖଳରୁ ମୁକ୍ତ ହୋଇ ପାରିଛନ୍ତି । ଯାହାକି ସମଗ୍ର ଦେଶରେ ସର୍ବାଧିକ । ଏଥିସହିତ ପ୍ରକଳ୍ପ କାର୍ଯ୍ୟକାରିତା ହାରରେ ମଧ୍ୟ ଓଡ଼ିଶା ପ୍ରଥମ ସ୍ଥାନ ପାଇଥିବା ଆସୋଚାମ ରିପୋର୍ଟ ୨୦୧୭ରେ କୁହାଯାଇଛି । ବିଦ୍ୟୁତ୍ ସଂଯୋଗୀକରଣ, ଗ୍ରାମୀଣ ରାସ୍ତା, ଆବାସ, କୃଷକ ମହିଳା ସଶକ୍ତୀକରଣ ଆଦି କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ।

ଅନ୍ୟପକ୍ଷରେ ଆସୋଚାମ ରିପୋର୍ଟକୁ ନେଇ କଂଗ୍ରେସ ପ୍ରଶଂସା କରିବା ସହ କେତେକ କ୍ଷେତ୍ରରେ ଆସିଥିବା ତଥ୍ୟକୁ ନେଇ ଦଳ ସହମତି ପ୍ରକାଶ କରିନାହିଁ । ଦରଦାମ ବୃଦ୍ଧି ଯୋଗୁ ଲୋକଙ୍କ ଖର୍ଚ୍ଚ ବହୁଗୁଣା ହୋଇଥିବାବେଳେ ପୁରୁଣା ହିସାବ ଆଧାରରେ ଦାରିଦ୍ର୍ୟକୁ ଆକଳନ କରାଯାଇଥିବା କଂଗ୍ରେସ କହିଛି । ସେପଟେ ଜାତୀୟ ଖାଦ୍ୟ ସୁରକ୍ଷା ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ କଥା ଉଠାଇ ଓଡ଼ିଶାରେ ଦାରିଦ୍ର୍ୟ କମିନାହିଁ ବୋଲି କହିଛି ବିଜେପି ।

Odisha Is In 1st Position On Decreasing Poverty Percentage In India

୨୧ ବର୍ଷ ଧରି ରାଜ୍ୟ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମ ଆଜି ସାରା ଦେଶରେ ଓଡ଼ିଶାକୁ ସ୍ଵତନ୍ତ୍ର ପରିଚୟ ଦେଇଛି । ଆସୋଚାମ ରିପୋର୍ଟ ସରକାରଙ୍କ ଭାବମୂର୍ତ୍ତିକୁ ଆହୁରି ଉଜ୍ୱଳ କରିବ ବୋଲି ସରକାରୀ ଦଳ ଆଶା ରଖିଛି ।

ପୋଲିସ ଓ ଫାୟାର ପାଇଁ ଗୋଟିଏ ନମ୍ବର ୧୧୨

ଭୁବନେଶ୍ୱର: ଗୋଟିଏ ନମ୍ବରରେ ମିଳିବ ସବୁ ସେବା । ନମ୍ବର ମନେ ରଖିବା ଚିନ୍ତାରୁ ମିଳିବ ମୁକ୍ତି । ୧୧୨ ଡାଏଲ୍ କଲେ ଗୋଟିଏ ନମ୍ବରରେ ପୋଲିସ ଓ ଅଗ୍ନିଶମ ସେବା ମିଳିବ । ଏଣିକି ଅଗ୍ନିଶମ ସେବା ପାଇଁ ୧୦୧ ପରିବର୍ତ୍ତେ ୧୧୨କୁ କଲ୍ କରି ଜରୁରୀକାଳୀନ ପରିସ୍ଥିତିରେ ଲୋକେ ସେବା ପାଇ ପାରିବେ ।

ବିଶେଷକରି ଏହାଦ୍ୱାରା ମହିଳା ଏବଂ ବୃଦ୍ଧ ଉପକୃତ ହେବ । ୧୧୨ ନମ୍ବର ଦ୍ୱାରା ଜରୁରୀ ସମୟରେ ଶୀଘ୍ର ସେବା ମିଳି ପାରିବ । ସେହିଭଳି ପୂର୍ବରୁ ପୋଲିସ ପାଇଁ ୧୦୦କୁ ଡାଏଲ୍ କରାଯାଉଥିବା ବେଳେ ୧୧୨ରେ ବି ପୋଲିସକୁ କଲ୍ କରି ହେବ । ୧୧୨ ନମ୍ବରଟି ସମ୍ପୂର୍ଣ୍ଣ ଦେୟମୁକ୍ତ ।

ପଦ ଛାଡିବା ପୂର୍ବରୁ ରୋହିତଙ୍କ ପାଇଁ ବିରାଟ ଲେଖିଥିଲେ ଏମିତି…

ନୂଆଦିଲ୍ଲୀ: ଟି-20 ଅଧିନାୟକ ପଦ ଛାଡିବାକୁ ଯାଉଛନ୍ତି ବିରାଟ କୋହଲି । ବିରାଟଙ୍କର ଏଭଳି ନିଷ୍ପତ୍ତି ଏବେ ସମସ୍ତଙ୍କୁ ଚକିତ କରିଛି । ଅଧିନାୟକ ପଦ ଛାଡିବା ନିଷ୍ପତ୍ତିର କିଛି ଘଣ୍ଟା ପରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ସାମ୍ନାକୁ ଆସିଛି । ବିରାଟ କୋହଲି ରୋହିତ ଶର୍ମାଙ୍କୁ ଦଳର ଉପ-ଅଧିନାୟକ ପଦରୁ ହଟାଇବାକୁ ଚୟନ କମିଟିକୁ ପ୍ରସ୍ତାବ ଦେଇଥିଲେ । ବିରାଟ ଚାହୁଁଥିଲେ, ଦିନିକିଆ ଦଳର ଉପ-ଅଧିନାୟକ ପଦ କେ.ଏଲ୍ ରାହୁଲଙ୍କୁ ହସ୍ତାନ୍ତର କରାଯାଉ । ଏହାସହ ଟି-20 ଫର୍ମାଟରେ ଏହି ଦାୟିତ୍ବ ପନ୍ତଙ୍କୁ ଦିଆଯାଉ । ହେଲେ ଚୟନକର୍ତ୍ତା ବିରାଟଙ୍କ ପ୍ରସ୍ତାବକୁ ନାପସନ୍ଦ କରିଥିଲେ ।

ଜଣେ ପୂର୍ବତନ କ୍ରିକେଟର କହିଛନ୍ତି, ରୋହିତଙ୍କ ଠାରେ ପୂର୍ବତନ କ୍ୟାପ୍ଟେନ୍ ମହେନ୍ଦ୍ର ସିଂ ଧୋନିଙ୍କ ଲକ୍ଷଣ ରହିଛି । କିନ୍ତୁ ବିରାଟ ପାଖରେ ସେମିତି କିଛି ଲକ୍ଷଣ ଦେଖିବାକୁ ମିଳେ ନାହିଁ । ରୋହିତ ଜୁନିଅର ଖେଳାଳୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରନ୍ତି । ଖେଳାଳିଙ୍କ ମାନସିକ ପ୍ରସଙ୍ଗରେ ପଚାରି ବୁଝନ୍ତି । ବିରାଟଙ୍କ ସମସ୍ୟା ହେଉଛି ଯୋଗାଯୋଗ । ବିରାଟ କାହା ସହ ମିଶି ପାରନ୍ତି ନାହିଁ । ମହେନ୍ଦ୍ର ସିଂ ଧୋନି ଅଧିନାୟକ ଥିବାବେଳେ ଜୁନିୟର ଖେଳାଳିଙ୍କ ସହ ମିଶୁଥିଲେ । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଥିଲେ ବୋଲି ପୂର୍ବତନ କ୍ରିକେଟର କହିଛନ୍ତି ।

ବିରାଟଙ୍କ ପରେ କିଏ ହେବେ ଟି ଟ୍ବେଣ୍ଟିରେ ଅଧିନାୟକ । ସବୁ ଦିଗକୁ ଲକ୍ଷ୍ୟ କଲେ ବର୍ତ୍ତମାନର ଉପଅଧିନାୟକ ରୋହିତ ଶର୍ମା ଟି ଟେଣ୍ଟି ଦଳର ଅଧିନାୟକ ହୋଇପାରନ୍ତି । ବିଗତ କିଛି ବର୍ଷ ମଧ୍ୟରେ ରୋହିତ ଟି-୨୦ ଫର୍ମାଟରେ ନିଜକୁ ଅଧିନାୟକ ଭାବେ ଗଢ଼ି ତୋଳିବାରେ ସକ୍ଷମ ହୋଇଛନ୍ତି । ଅନ୍ୟପଟେ ଆଗମୀ ସମୟ ବିରାଟଙ୍କ ପାଇଁ ସହଜ ରହିନପାରେ । କାରଣ ଟେଷ୍ଟ ଓ ଦିନିକିଆରେ ମଧ୍ୟ ବିରାଟଙ୍କ ଆସନ ଉପରେ କଳା ବାଦଲ ଘନଉଛି । ଦୀର୍ଘଦିନ ଧରି ବିରାଟଙ୍କ ଖରାପ ଫର୍ମ ଏବଂ କୌଣସି ଆଇସିସି ଟ୍ରଫି ଜିତିବାରେ ଅକ୍ଷମତା, ବିରାଟଙ୍କ ପାଇଁ ସତର୍କ ଘଣ୍ଟି ବଜେଇସାରିଛି । ଯଦି ରୋହିତ ଶର୍ମାଙ୍କୁ ଟି ଟ୍ବେଣ୍ଟିରେ ଅଧିନାୟତ୍ବ ପଦ ମିଳୁଛି ଏବଂ ସେ ଦଳକୁ ବିଜୟୀ କରେଇବାରେ ସକ୍ଷମ ହେଉଛନ୍ତି ତାହେଲେ ଉଭୟ ଟେଷ୍ଟ ଓ ଦିନିକିଆ ଫର୍ମାଟରେ ରୋହିତଙ୍କୁ ଅଧିନାୟକତ୍ବ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

୧୧.୮ ପ୍ରତିଶତ ବଢିଛି ସାଇବର ଅପରାଧ, ୨୧୪ ପ୍ରତିଶତ ବଢିଛି ମିଥ୍ୟା ସମ୍ବାଦ ଓ ଗୁଜବ ମାମଲା

ନୂଆଦିଲ୍ଲୀ: ଦେଶରେ ୧୧.୮ ପ୍ରତିଶତ ବଢିଛି ସାଇବର ଅପରାଧ । ୨୧୪ ପ୍ରତିଶତ ବଢିଛି ମିଥ୍ୟା ସମ୍ବାଦ ଓ ଗୁଜବ ମାମଲା । ତେଲେଙ୍ଗାନାରେ ସର୍ବାଧିକ ଗୁଜବକାରୀ ।ଉତ୍ତରପ୍ରଦେଶରେ ଶୀର୍ଷରେ ଭିଡିଓ ଭାଇରାଲ ଘଟଣା । NCRB ରିପୋର୍ଟ ମୁତାବକ ୨୦୨୦ରେ ଦେଶରେ ମୋଟ ୫୦ ହଜାର ୩୫ଟି ମାମଲା ରୁଜୁ ହୋଇଛି । ଉତ୍ତରପ୍ରଦେଶରେ ସର୍ବାଧିକ ୧୧ ହଜାର ୯୭ ଟି ଘଟଣା ସାମ୍ନାକୁ ଆସିଥିବା ବେଳେ ପଛକୁ ରହିଛି କର୍ଣ୍ଣଟକ ଓ ମହାରାଷ୍ଟ୍ର ।

ଆଇଟି ସେକ୍ସନ ୬୭-ଏ ଅନୁସାରେ ଆପତ୍ତିଜନକ ଭିଡିଓ ଭାଇରାଲ ଘଟଣାରେ ମଧ୍ୟ ଶୀର୍ଷରେ ୟୁପି ଥିବାବେଳେ ପଛକୁ ରହିଛି ଆସାମ ।  ମିଥ୍ୟା ସମ୍ବାଦ ଓ ଗୁଜବ ଦେଶରେ ୨୧୪ ଗୁଣ ବୃଦ୍ଧି ପାଇଛି । କୋଭିଡ ଟିକାକରଣ, ମୃତ୍ୟୁ, ଅକ୍ସିଜେନ ଯୋଗାଣ, ହସ୍ପିଟାଲରେ ଶଯ୍ୟା ଆଦି ପ୍ରସଙ୍ଗରେ ଗୁଜବ କେସ ତେଲେଙ୍ଗାନାରେ ସବୁଠୁ ଅଧିକ ଥିବାବେଳେ ତାମିଲନାଡୁ ଓ ଉତ୍ତରପ୍ରଦେଶ ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ରହିଛି । ଓଡିଶା ସାଇବର ଅପରାଧ କ୍ଷେତ୍ରରେ ଦେଶରେ ଷଷ୍ଠ ସ୍ଥାନରେ ଥିବା ବେଳେ ୨୦୨୦ ରେ ରୁଜୁ ହୋଇଛି ୧ ହଜାର ୯୩୧ ମାମଲା ।

କ୍ରେଡିଟକାର୍ଡ, ଡେବିଟକାର୍ଡ ଜରିଆରେ ଜମତରା ଗ୍ୟାଙ୍ଗ ୧ ହଜାର ୭୯ ଲୋକଙ୍କୁ ଚୂନ ଲଗାଇଛନ୍ତି । ନ୍ୟୁଡ ଭିଡିଓ, ଚିତାକର୍ଷକ ଅଫର ଲୋଭନୀୟ ଚାକିରୀ ଆଳ ଦେଖାଇ ରାଜ୍ୟରେ ୪୧୭ ଜଣଙ୍କୁ ଠକିଛନ୍ତି ସାଇବର ଠକ । ଅନ୍ୟପଟେ ଏଭଳି କ୍ଷେତ୍ରରେ ଲୋକେ ସତର୍କ ହେବା ସହ ତୁରନ୍ତ ପୋଲିସର ଆଶ୍ରୟ ନେବାକୁ କହିଛନ୍ତି ଡିସିପି । କୁଟୀର ଶିଳ୍ପ ଭଳି ଦିନକୁ ଦିନ ମାଡି ଚାଲିଥିବା ସାଇବର ଅପରାଧ କମିବାର ନାଁ ଧରୁନଥିବା ବେଳେ NCRB ତଥ୍ୟ ଅଧିକ ଚିନ୍ତା ବଢାଇଛି ।

ବସ-କାର ଦୁର୍ଘଟଣା: ଜଳିଗଲା ବସ, ୫ ଜଣଙ୍କର ମୃତ୍ୟୁ

0

କୋଲକାତା:  ପଶ୍ଚିମବଙ୍ଗରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କୋଲକାତାର ବୋକାରୋ ହାଇୱେ- 23ରେ ବସ୍‌ କାର୍‌ ଦୁର୍ଘଟଣା ଘଟି ୫ଜଣଙ୍କ ମୃତ୍ୟୁ ଘଟିଛି । କାର୍-ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ବସଟି ଜଳିଯାଇଥିବା ଦେଖିବାକୁ ମିଳିଛି  । ଦୁର୍ଘଟଣା ଅତ୍ୟନ୍ତ ଭୟଙ୍କର ରହିଥିବାହବେଳେ ଘଟଣାସ୍ଥଳରେ ହିଁ  ୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି  ।

ଅନ୍ୟପଟେ ଦୁର୍ଘଟଣା ସମ୍ବନ୍ଧରେ ଖବର ପାଇ ସ୍ଥାନୀୟ ପୋଲିସ ତୁରନ୍ଚତ ଘଟଣାସ୍ଥଳରେ ପହଁଚିଥିଲା  ।  ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ରାସ୍ତାରେ ବସଟି ହୁତୁ ହୁତୁ ହୋଇ ଜଳୁଥିବାବେଳେ ଅଗ୍ନିଶମ ବାହିନୀ ନିଆଁ ଲିଭାରେ ସଫଳ ହୋଇଛି  । କାର ଓ ବସକୁ ରାସ୍ତାରୁ ଖଲାସ ମଧ୍ୟ କରିଛି ପୋଲିସ  ।

ଧାନ ରୁଆ ମେସିନ୍ କିଣାରେ ଜାଲିଆତି କରି ୬ କୋଟି ସବସିଡ୍ ହଡ଼ପ, ଆଉ ଜଣେ ଗିରଫ

ସମ୍ବଲପୁର: ଧାନ ରୁଆ ମେସିନ୍ ଜାଲିଆତି କରି ୬ କୋଟି ସବସିଡ୍ ହଡ଼ପ ମାମଲା । ଆଉ ଜଣେ ଠକକୁ ଗିରଫ ରଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ମହୁଲପାଲି ପକେଲପଡ଼ାର ଲେଲିନ୍ ଚୌଧୁରୀଙ୍କ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଗୋବିନ୍ଦପାଲିରେ ଖୁସି ଏଗ୍ରୋଟେକ ଧାନରୁଆ ମେସିନ୍ ଡିଲରସିପ୍ ଖୋଲି ନିରୀହ ଚାଷୀଙ୍କ ନାଁରେ ଠକେଇ କରିଥିଲେ ଲେଲିନ୍ । ଗରିବ ଚାଷୀଙ୍କ କାଗଜପତ୍ର ନେବା ସହ ୧୦ ହଜାର ଟଙ୍କା ଦେଇ ଧାନ ରୁଆ ମେସିନ୍ କିଣିଥିବା ଦର୍ଶାଇ ଲେଲିନ୍ କୃଷି ବିଭାଗରୁ ସରକାରୀ ସବସିଡ୍ ହାତେଇ ଥିଲେ । ୫୦୦ ଚାଷୀଙ୍କ ନାଁରେ ୬ କୋଟି ଟଙ୍କା ଠକି ସେଥିରୁ ୧ କୋଟି ୩୨ ଲକ୍ଷ ନେଇଥିଲେ ଲେଲିନ୍ ।

Crime Branch Arrested Another Person In Farmer Subsidy Case

ଏହି ଘଟଣାରେ ପୂବର୍ରୁ ମା’ ତାରିଣୀ ଅଟୋ ଏଜେନ୍ସି ସର୍ଭିସର ମାଲିକ ଶ୍ରୀନାଥ ରାଣାକୁ ଗିରଫ କରିଥିଲା ଇଓଡବ୍ଲୁ । ସୂଚନା ଅନୁସାରେ, କୃଷି ଓ କୃଷି ଜାତ କ୍ଷେତ୍ରରେ ଉନ୍ନତି ନେଇ ବେଙ୍ଗଳୁରୁ ଏକ ସଂସ୍ଥା ଭରୋଷାପ୍ରିୟ ଏଗ୍ରୋଟେକ ପ୍ରାଇଭେଟ ଲିମିଟେଡ, ଭୁବନେଶ୍ୱର ତମାଣ୍ଡୋ ଅଞ୍ଚଳରରେ ଅଫିସ ଖୋଲିଥିଲା । ବିଶେଷ କରି ଧାନ ମେସିନ୍ ଓ ବିଭିନ୍ନ କୃଷିଜାତ ମେସିନ୍ ବିକ୍ରି କମ୍ପାନୀର ମୁଖ୍ୟ କାମ ଥିଲା । ଏହା ଓଡ଼ିଶା ସରକାରଙ୍କ ସହ ସହବନ୍ଧିତ ଥିଲା । ୨୦୧୮ରୁ ୨୦୨୦ ଯାଏ କମ୍ପାନୀର ରିଜିଓନାଲ ମାନେଜର ଭାବେ ଗିରଫ ଅଭିଯୁକ୍ତ ଶ୍ରୀନାଥ ରାଣା କାମ କରୁଥିଲେ ।

Crime Branch Arrested Another Person In Farmer Subsidy Case

ସେହି ସମୟରେ ବାଲେଶ୍ୱରରେ ମା’ ତାରିଣୀ ଅଟୋ ଏଜେନ୍ସି ସର୍ଭିସ ଏକ ଡିଲରସିପ ୫୦୦ ଧାନ ରୁଆ ମେସିନ୍ ଓ  ଲେନିନଙ୍କ ଖୁସି ଆଗ୍ର ପ୍ରାଇଭେଟ ଲିମିଟେଡ୍ ସଂସ୍ଥା ଫେକ ଚେସିସ ନମ୍ବର ଓ ରେଜିଷ୍ଟ୍ରେସନ ନମ୍ବର ପକାଇ ଭରୋଷାପ୍ରିୟ ଏଗ୍ରୋଟେକ ପ୍ରାଇଭେଟ ସଂସ୍ଥାର ଆଇଡି ଓ ପାସ ୱାର୍ଡ ଜରିଆରେ ସରକାରୀ ସବସିଡ୍ ପାଇଁ ଆବେଦନ କରିଥିଲା । ଡିବିଟି ବା ଡାଇରେକ୍ଟ ବେନେଫିସିଆରି ଟ୍ରାନ୍ସଫର ଜରିଆରେ ସବସିଡ୍ ତୂରନ୍ତ ମିଳୁଥିଲା । ଗୋଟିଏ ମେସିନର ଦାମ ୨.୮ ଲକ୍ଷ ବା ହୋଇଥିବା ବେଳେ ମେସିନ୍ ପିଛା ଦେଢ଼ ଲକ୍ଷର ସବସିଡ୍ ମିଳିଥାଏ । ସେହି ପ୍ରକାରେ ଧାନ ମେସିନ କିଣା ଆଳରେ ବିଭିନ୍ନ ଚାଷୀଙ୍କ ନାଁରେ ୬ କୋଟିର ସବସିଡ୍ ହାତେଇ ଥିଲେ ।