spot_img
Home Blog Page 5180

ଭାଦ୍ର ପୂର୍ଣ୍ଣିମା ୨୦୨୧: ଜାଣନ୍ତୁ କେବେ ଭାଦ୍ର ପୂର୍ଣ୍ଣିମା, ଏହାର ଶୁଭ ମୁହୂର୍ତ୍ତ ଏବଂ ବ୍ରତର ମହତ୍ତ୍ୱ

0

ଶୁକ୍ଳପକ୍ଷର ପୂର୍ଣ୍ଣିମା ତିଥିକୁ ଭାଦ୍ର ପୂର୍ଣ୍ଣିମା କୁହାଯାଏ । ଏହିଦିନ ଉମା ମାହେଶ୍ୱର ବ୍ରତ କରାଯାଏ । ଏହି ଦିନଠାରୁ ପିତୃପକ୍ଷ ବା ଶ୍ରାଦ୍ଧ ଆରମ୍ଭ ହୋଇଥାଏ । ଚଳିତ ଥର ଭାଦ୍ର ପୂର୍ଣ୍ଣିମା ସୋମବାର, ୨୦ ସେପ୍ଟେମ୍ବରରେ ପାଳନ ହେବ । ୨୦ ସେପ୍ଟେମ୍ବରରୁ ୬ ଅକ୍ଟୋବର ପର୍ଯ୍ୟନ୍ତ ଶ୍ରାଦ୍ଧ ରହିବ ।

ଜ୍ୟୋତିଷାଚାର୍ଯ୍ୟ ଡାକ୍ତର ଅରବିନ୍ଦ ମିଶ୍ରଙ୍କ କହିବା ହେଉଛି ଭାଦ୍ରପଦ ପୂର୍ଣ୍ଣିମା ଦିନ ପ୍ରଭୁ ସତ୍ୟ ନାରାୟଣଙ୍କୁ ପୂଜା କରିବା ଦ୍ୱାରା ବଡ଼ ଲାଭ ମିଳିଥାଏ । ଏହି ଦିନ ବ୍ରତ କରିବା ଦ୍ୱାରା ସମସ୍ତ କଷ୍ଟ ଦୂର ହୋଇଥାଏ । ଜୀବନରେ ସୁଖ ଓ ସମୃଦ୍ଧି ମିଳିଥାଏ ଏବଂ ଭଗବାନ ସତ୍ୟ ନାରାୟଣଙ୍କ କୃପା ବୃଷ୍ଟି ହୁଏ । ଭାଦ୍ର ପୂର୍ଣ୍ଣିମା ଦିନ ନଦୀ, ପୋଖରୀରେ ସ୍ନାନ କରିବା ଦ୍ୱାରା ବିଶେଷ ଲାଭ ମିଳିଥାଏ ।

ଭାଦ୍ର ପୂର୍ଣ୍ଣିମାରେ ଚନ୍ଦ୍ରମା ୧୬ କଳାରେ ପରିପୂର୍ଣ୍ଣ ରହିଥାଏ । ଏହି ଦିନ ବ୍ରତ ରଖି ଚଦ୍ରମାଙ୍କ ବିଶେଷ ଉପାସନା କରାଯାଏ । ତେବେ ଚଳିତ ଥର ପୂର୍ଣ୍ଣିମା ତିଥି ଭୋର୍‌ ୫ଟା ୨୮ ମିନିଟରେ ଆରମ୍ଭ ହେବ । ଏହାର ସମାପନ ୨୧ ସେପ୍ଟେମ୍ବର ୨୦୨୧ ସକାଳ ୫ଟା ୨୪ ମିନିଟରେ ହେବ ।

ମତ୍ସ୍ୟ ପୁରାଣରେ ଏହି ବ୍ରତ ବିଷୟରେ ଉଲ୍ଲେଖ ରହିଛି । ପୌରାଣିକ କଥା ଅନୁସାରେ, ଏକଦା ମହର୍ଷି ଦୁର୍ବାଶା ଭଗବାନ ଶଙ୍କରଙ୍କ ଦର୍ଶନ କରି ଫେରୁଥିଲେ । ଫେରିବା ସମୟରେ ରାସ୍ତାରେ ତାଙ୍କ ସାକ୍ଷାତ ଭଗବାନ ବିଷ୍ଣୁଙ୍କ ସହିତ  ହେଲା । ଭଗବାନ ଶଙ୍କରଙ୍କ ଠାରୁ ଆଣିଥିବା ବେଲପତ୍ର ମାଳା ଭଗବାନ ବିଷ୍ଣୁଙ୍କୁ ଦେଲେ । ଭଗବାନ ବିଷ୍ଣୁ ସେହି ମାଳାକୁ ନିଜେ ନ ପିନ୍ଧି ଗରୁଡ଼ଙ୍କୁ ଦେଲେ । ଏଥିପାଇଁ ମହର୍ଷି ଦୁର୍ବାଶା ରାଗିଯାଇ ଭଗବାନ ବିଷ୍ଣୁଙ୍କୁ ଅଭିଶାପ ଦେଲେଯେ, ମା ଲକ୍ଷ୍ମୀ ତାଙ୍କଠାରୁ ଦୂରେଇ ଯିବେ ଏବଂ କ୍ଷୀର ସାଗର ଛଡ଼ାଇ ନିଆଯିବ । ଶେଷନାଗ ମଧ୍ୟ ସାହାଯ୍ୟ କରିପାରିବେ ନାହିଁ । ଏହାପରେ ଦୁର୍ବାଶାଙ୍କୁ ପ୍ରଣାମ କରି ଏଥିରୁ ମୁକ୍ତି ପାଇଁ ଉପାୟ ପଚାରିଲେ ବିଷ୍ଣୁ । ଯାହାପରେ ଉମା-ମହେଶ୍ୱର ବ୍ରତ କରିବା ପାଇଁ ଉପାୟ କହିଥିଲେ ଦୁର୍ବାଶା । ଏହାପରେ ଭଗବାନ ବିଷ୍ଣୁ ଏହି ବ୍ରତ କଲେ ଏବଂ ସବୁକିଛି ଫେରି ପାଇଲେ ।

ପୋଡ଼ା ଟ୍ରାନ୍ସଫର୍ମର ବଦଳାଇ ପାରୁନି ବିଦ୍ୟୁତ୍ ବିଭାଗ, ବିତିଲାଣି ୧୧ ବର୍ଷ

ବାଲିଗୁଡ଼ା: ଟ୍ରାନ୍ସଫର୍ମର ଲଗାଇପାରୁନି ବିଦ୍ୟୁତ୍ ବିଭାଗ, ବିତିଲାଣି ୧୧ ବର୍ଷ । ବିଦ୍ୟୁତ୍ ସଂଯୋଗ ଥାଇ ମଧ୍ୟ ଅନ୍ଧାରରେ ରହୁଛନ୍ତି ଲୋକେ । ୨୦୧୦ ମସିହାରେ କନ୍ଧମାଳ ଜିଲ୍ଲା ପାଡ଼ିବାଡ଼ା ଗାଁରେ ଟ୍ରାନ୍ସଫର୍ମରଟି ପୋଡ଼ି ଯାଇଥିଲା । ଆଉ ଆଜି ପର୍ଯ୍ୟନ୍ତ ତାହାକୁ ଠିକ୍ କରିପାରିନି ବିଦ୍ୟୁତ୍ ବିଭାଗ । ନୂତନ ଟ୍ରାନ୍ସଫର୍ମର ଲଗାଇବା ପାଇଁ ଗ୍ରାମବାସୀ ବାରମ୍ବାର ବିଦ୍ୟୁତ୍ ବିଭାଗକୁ ଜଣାଇଥିଲେ ବି କର୍ମଚାରୀ ସାଜିଛନ୍ତି ନିଦା ବିଷ୍ଣୁ । ଲୋକେ ଅନ୍ଧାରରେ ହନ୍ତସନ୍ତ ହେଉଛନ୍ତି ।

No Power In Tribal Village Since 11 Year Kandhamal

ବିଦ୍ୟୁତ୍ ସଂଯୋଗ ଅଛି, ଘରେ ଘରେ ମିଟର ଲାଗିଛି । ହେଲେ ନା ଆଲୁଅ ଜଳୁଛି, ନା ପଙ୍ଖା ବୁଲୁଛି । ୧୧ବର୍ଷ ହେଲା ଏମିତି ଅନ୍ଧାରରେ ରହୁଛନ୍ତି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ପାଡ଼ିବାଡ଼ା ଗାଁ ଲୋକେ । ୨୦୦୮ ମସିହାରେ ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନାରେ ପାଡ଼ିବାଡ଼ାକୁ ବିଜୁଳି ସଂଯୋଗ କରାଯାଇଥିଲା । ମାତ୍ର ୨ ବର୍ଷ ପରେ ଟ୍ରାନ୍ସଫର୍ମର ପୋଡ଼ିଯିବା ପରେ ଅନ୍ଧାରରେ ରହିଛି ଏହି ଆଦିବାସୀ ଗାଁ । ବିଦ୍ୟୁତ୍ ବିଭାଗର ଅବହେଳା ପାଇଁ ବିଜୁଳି ଆଲୋକରୁ ବଞ୍ଚିତ ହୋଇଛନ୍ତି ଲୋକେ ।

No Power In Tribal Village Since 11 Year Kandhamal

ବିଜୁଳି ସେବାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀ ୧୧ ବର୍ଷ ହେଲା ଦାବି କରି ଆସୁଛନ୍ତି । ହେଲେ ଲୋକଙ୍କର ସମସ୍ୟା ସମାଧାନ କରିବା ବଦଳରେ ବିଦ୍ୟୁତ୍ ବିଭାଗ ଆଖି ବୁଜି ଦେଇଥିବା ଲୋକେ କହିଛନ୍ତି । ସେପଟେ ଏସମ୍ପର୍କରେ କୌଣସି ଅଭିଯୋଗ ଆସିନାହିଁ, ଅଭିଯୋଗ ଆସିଲେ ତୁରନ୍ତ ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି ବାଲିଗୁଡ଼ା ବିଦ୍ୟୁତ୍ ବିଭାଗର ଉପଖଣ୍ଡ ସହକାରୀ ଯନ୍ତ୍ରୀ ।

No Power In Tribal Village Since 11 Year Kandhamal

୧୧ ବର୍ଷ ଅନ୍ଧାରରେ ରହି ଆସୁଛନ୍ତି ପାଡ଼ିବାଡ଼ା ଗ୍ରାମବାସୀ । ଆଗାମୀ ଦିନରେ ବିଦ୍ୟୁତ୍ ସେବା ନ ମିଳିଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅମରିନ୍ଦର, ସୁନୀଲ ଝକଡ଼ ହୋଇପାରନ୍ତି ନୂଆ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼: ପଞ୍ଜାବ କଂଗ୍ରେସରେ କନ୍ଦଳ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କ୍ୟାପଟେନ ଅମରିନ୍ଦର ସିଂ । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଅମରିନ୍ଦର । ଅମରିନ୍ଦରଙ୍କ ସହ ତାଙ୍କ ମନ୍ତ୍ରୀମଣ୍ଡଳ ମଧ୍ୟ ଇସ୍ତଫା ରାଜ୍ୟପାଳଙ୍କୁ ଦେଇଛନ୍ତି । ଦ୍ୱିତୀୟ ଥର ପାଇଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିବା ଅମରିନ୍ଦର ଦ୍ୱିତୀୟ ପାଳିର ୫ ବର୍ଷ ପୂରଣ ପୂର୍ବରୁ ଇସ୍ତଫା ଦେଇଛନ୍ତି ।

ଇସ୍ତଫା ଦେବା ପରେ ଅମରିନ୍ଦର କହିଛନ୍ତି, ସକାଳୁ ଇସ୍ତଫା ଦେବା ନେଇ ମୁଁ ଦଳର ସଭାପତିଙ୍କୁ ଜଣାଇଥିଲି । ସରକାର ନ ଚଳାଇ ପାରିବା ନେଇ ମୋ ଉପରେ ସନ୍ଦେହ ଥିଲା । ୨ ମାସ ମଧ୍ୟରେ ୩ ମାସ ଦିଲ୍ଲୀ ଡକାଇ ଥିଲେ । ମୋତେ ଲାଗିଥିଲା ମୋର ଅପମାନ ହୋଇଛି । ଭବିଷ୍ୟ ରାଜନୀତି ନେଇ ମୋ ପାଖରେ ବିକଳ୍ପ ରହିଛି । ମୋ ଶୁଭେଛୁ, ସମର୍ଥକଙ୍କ ସହ ଆଲୋଚନା ପରେ ଯାହା ନିଷ୍ପତ୍ତି ନେବି । ଏବେ ସେ କଂଗ୍ରେସ ସହ ରହିବେ ବୋଲି କହିଛନ୍ତି ।

୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ୩ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ଉତ୍ତର ପଶ୍ଚିମ ତତ୍ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବ । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ୩ ଜିଲ୍ଲା ବାଲେଶ୍ବର, ଭଦ୍ରକ ଏବଂ ମୟୂରଭଞ୍ଜରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହା ସହ ୧୦ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି ।

ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, କଟକ, ଢେଙ୍କାନାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ୟେଲୋ ଆର୍ଲଟ ଦିଆଯାଇଛି । ସେହିଭଳି ୧୯ ତାରିଖରେ ପ୍ରବଳ ବର୍ଷା ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାକୁ ଦିଆଯାଇଛି ୟେଲୋ ଆଲର୍ଟ ।

୨୦ ତାରିଖରେ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୋନପୁର, ନୂଆପଡ଼ା, ବଲାଙ୍ଗିର ଓ ଦେବଗଡ଼ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ୨୧ ତାରିଖରୁ ୨୨ ତାରିଖ ସକାଳ ୮ଟା ୩୦ ଯାଏଁ ନବରଙ୍ଗପୁର, ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲା ପାଇଁ ୟେଲୋ ଆଲର୍ଟ ରହିଛି ।

ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲା; ଡିଏଫ୍ଓଙ୍କ ହେଲା ପଲିଗ୍ରାଫ ଟେଷ୍ଟ

ଭୁବନେଶ୍ୱର: ପାରଳାଖେମୁମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଉପରୁ ହଟିବ ପରଦା । ଆଜି ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ ବେହେରାଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହୋଇଛି । ଭୁବନେଶ୍ବର ଫରେନସିକ୍ ଲ୍ୟାବରେ ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଛି । ପ୍ରାୟ ୩ ଘଣ୍ଟା ଧରି ୫୦ରୁ ଅଧିକ ପ୍ରଶ୍ନର ସାମ୍ନା କରିଛନ୍ତି ଡିଏଫଓ । ଡିଏଫଓଙ୍କ ସହ ରୋଷେୟାଙ୍କର ବି ଲାଏ ଡିଟେକ୍ସନ ଟେଷ୍ଟ ହୋଇଛି ।

Polygraph Test Of Paralakhemundi DFO Done On ACF Death Case

ସୌମ୍ୟ ମୃତ୍ୟୁର ସତ ଖୋଜୁଛି କ୍ରାଇମବ୍ରାଞ୍ଚ । ତଦନ୍ତ ବେଳେ ୨ଟି ପର୍ଯ୍ୟାୟରେ ପାରଳାଖେମୁଣ୍ଡି, ଖଇରା ଓ କପ୍ତିପଦାରେ ପଚରାଉଚରା କରିଛି ତଦନ୍ତକାରୀ ସଂସ୍ଥା । ସୌମ୍ୟଙ୍କ ପରିବାର ପକ୍ଷରୁ ପୂରା ଘଟଣା ପାଇଁ ବିଦ୍ୟାଭାରତୀ, ଡିଏଫଓ ଓ ରୋଷେୟାଙ୍କୁ ଦାୟୀ କରାଯାଇଥିଲା । ପୋଲିସ ପକ୍ଷରୁ କ୍ଲିନ୍‌ ଚିଟ୍‌ ଦିଆଯାଇଥିଲେ ମଧ୍ୟ ରୋଷେୟା ଓ ଡିଏଫଓଙ୍କୁ ମାରାଥନ୍‌ ଜେରା କରିଥିଲା କ୍ରାଇମବ୍ରାଞ୍ଚ । ଆଜି ଡିଏଫଓ ଓ ରାତ୍ରୀ ରୋଷେୟାଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଛି ।

ବିଜେପିକୁ ବଡ଼ ଝଟକା, ଟିଏମସିରେ ସାମିଲ୍ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ୍ ସୁପ୍ରିୟୋ

କୋଲକାତା: ପଶ୍ଚିମବଙ୍ଗରେ ବିଜେପିକୁ ଗୋଟିଏ ପରେ ଗୋଟିଏ ଝଟକା ଦେଉଛି ଟିଏମସି । ପୂର୍ବରୁ ମୋଦି ସରକାରରେ କେନ୍ଦ୍ର ମନ୍ତ୍ରୀ ରହି ସାରିଥିବା ସାଂସଦ ବାବୁଲ ସୁପ୍ରିୟୋ ବିଜେପି ଛାଡ଼ି ଟିଏମସିରେ ସାମିଲ୍ ହୋଇଛନ୍ତି । କିଛିଦିନ ତଳେ ବାବୁଲ୍ ସୁପ୍ରିୟୋ ବିଜେପିରୁ ଇସ୍ତଫା ଦେଇଥିଲେ । ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ଓ ଡେରେକ ଓ ବ୍ରାୟନଙ୍କ ଉପସ୍ଥିତିରେ ବାବୁଲ୍ ଦଳରେ ମିଶିଛନ୍ତି ।

ବାବୁଲ୍ ସୁପ୍ରିୟୋ ଟିଏମସିରେ ଯୋଗ ଦେବା ପରେ ଦଳୀୟ ନେତା କୁଣାଳ ଘୋଷ କହିଛନ୍ତି, ଆହୁରି କେତେକ ବିଜେପି ନେତା ଟିଏମସି ନେତାଙ୍କ ସହ ସମ୍ପର୍କରେ ଅଛନ୍ତି । ସେମାନେ ବିଜେପିରେ ସନ୍ତୁଷ୍ଟ ନାହାଁନ୍ତି । ଆଜି ବାବୁଲ୍ ସୁପ୍ରିୟୋ ଯୋଗ ଦେଇଛନ୍ତି, ଅନ୍ୟମାନେ ଟିଏମସି ଆସିବାକୁ ଚାହୁଁଛନ୍ତି । ଏହି ପ୍ରକ୍ରିୟା ଜାରି ରହିବ । ଅପେକ୍ଷା କରନ୍ତୁ, ଦେଖନ୍ତୁ ।…

West Bengal Former Union Minister And Sitting MP Babul Supriyo Joined TMC

ସୂଚନାଯୋଗ୍ୟ, ଗତ ଜୁଲାଇରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ପଶ୍ଚିମବଙ୍ଗର ବରିଷ୍ଠ ନେତା କୁହାଯାଉଥିବା ବାବୁଲ ସୁପ୍ରିୟୋ ରାଜନୀତିକୁ ବାଏ ବାଏ କରିଥିଲେ । ସେ ସୋସିଆଲ୍ ମିଡିଆରେ ଲେଖିଥିଲେ, ସମାଜସେବା ପାଇଁ ରାଜନୀତିକୁ ଆସିଥିଲି । ଏବେ ବାବୁଲ୍ ସୁପ୍ରିୟୋ ତାଙ୍କ ନିଷ୍ପତ୍ତି ବଦଳାଇଛନ୍ତି ।

କରମା ବିସର୍ଜନ ବେଳେ ଅଘଟଣ, ପାଣିରେ ବୁଡ଼ି ଯାଇ ୭ ଯୁବତୀ ମୃତ

ରାଞ୍ଚି: ଝାଡ଼ଖଣ୍ଡର ଲାତେହାରରେ ବଡ଼ ଅଘଟଣ ଘଟିଛି । ଲାତେହାର ଜିଲ୍ଲାର ବାଲୁମାଥରେ କରମା ବିସର୍ଜନ ବେଳେ ପାଣିରେ ବୁଡ଼ି ଯାଇ ୭ ଯୁବତୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ବୟସ ୧୦ରୁ ୨୦ ବର୍ଷ ମଧ୍ୟରେ ହୋଇଥିବା ଜଣାପଡ଼ିଛି । ପୋଲିସ ଖବର ପାଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ସୂଚନା ଅନୁସାରେ ୭ ମୃତକଙ୍କ ମଧ୍ୟରେ ୩ ଭଉଣୀ ଅଛନ୍ତି । ଗ୍ରାମବାସୀଙ୍କ ଅନୁସାରେ, ଟୋରି-ବାଲୁମାଥ ରେଲୱେ ଲାଇନ୍ ନିର୍ମାଣ ଲାଗି ଖୋଳା ଯାଇଥିବା ଗଭୀର ଗଡ଼ିଆରେ ଯୁବତୀମାନେ କରମା ଡାଳ ବିସର୍ଜନ କରିବାକୁ ଯାଇଥିଲେ । ଏହି ସମୟରେ ଅଘଟଣ ଘଟିଥିଲା । ଗ୍ରାମବାସୀ ସୂଚନା ପାଇଁ ଉଦ୍ଧାର କାର୍ଯ୍ୟ କରିଥିଲେ । ଉଦ୍ଧାର ବେଳକୁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ୩ ଜଣଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରିଛନ୍ତି ଡାକ୍ତର ।

ବେଙ୍ଗାଲୁରୁରେ ଚାଞ୍ଚଲ୍ୟ: ଗୋଟିଏ ଘରୁ ୯ ମାସର ଶିଶୁ ସମେତ ୪ଜଣଙ୍କ ମୃତଦେହ ଉଦ୍ଧାର

ବେଙ୍ଗାଲୁରୁ: ୧ ଜୁଲାଇ ୨୦୧୮ ଦିନ ଦିଲ୍ଲୀର ଗୋଟିଏ ଘରେ ୧୧ ଲୋକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଯାହା ପୂରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା । ବୁରାଡ଼ି ଅଞ୍ଚଳରେ ଘଟିଥିବା ଏହି ଘଟଣା ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିଲା । ଏଭଳି ଘଟଣା ଲୋକଙ୍କ ମନରେ ଏବେ ବି ତାଜା ଥିବା ବେଳେ ସମାନ ଘଟଣା ଏବେ ବେଙ୍ଗାଲୁରୁରେ ଦେଖିବାକୁ ମିଳିଛି । ଏଠାରେ ଗୋଟିଏ ପରିବାର ପାଞ୍ଚ ଜଣଙ୍କ ମୃତଦେହ ଗୋଟିଏ ଘରୁ ମିଳିଛି  । ସେମାନଙ୍କ ମଧ୍ୟରେ ଜଣେ  ୯ ମାସରେ ଛୋଟ ଶିଶୁ ମଧ୍ୟ ରହିଛି । ଅନ୍ୟମାନଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିବା ବେଳେ ୯ମାସ ଛୁଆଟିର ଭୋକରେ ମରିଯାଇଥିବା ଜଣାପଡ଼ିଛି ।  ଘରର ମୁଖିଆ ହାଲେଗେରେ ଶଙ୍କର ୪ ଦିନ ପରେ ଘରକୁ ଫେରିବା ପରେ ଘଟଣା ପ୍ରକଟ ହୋଇଥିଲା ।

ସଢ଼ି ଯାଇଥିଲା ମୃତଦେହ

ମୃତଦେହକୁ ଦେଖି ପୋଲିସ ଅନୁମାନ କରୁଛି ଯେ, ମୃତ୍ୟୁ ୪ ଦିନ ପୂର୍ବରୁ ହୋଇଛି । ପଞ୍ଚମ ଦିନ ରାତିରେ ମୃତଦେହକୁ ବାହାରକୁ କଢ଼ାଗଲା । ମୃତଦେହ ଗୁଡ଼ିକରୁ ପ୍ରବଳ ଦୁର୍ଗନ୍ଧ ବାହାରୁଥିବାରୁ ସେଗୁଡ଼ିକୁ ରାତିରେ ବାହାର କରାଗଲା ଏବଂ ପ୍ୟାକିଂ କରି ନିଆଗଲା ।

ମୃତକଙ୍କ ମଧ୍ୟରେ ଘର ମୁରବୀଙ୍କ ପତ୍ନୀ ଭାରତୀ(୫୧), ଝିଅ ସିଞ୍ଚନା (୩୪), ସିନ୍ଧୁରାନୀ (୩୧) ଏବଂ ପୁଅ ମଧୁସାଗର (୨୫) ଏବଂ ୯ ମାସର ନାତୁଣୀ ଥିଲା । ପୋଲିସ ସୂଚନା ମୁତାବକ ଛୁଆଟି ବେଡ୍ ଉପରେ ପଡ଼ିଥିବା ଦେଖିବାକୁ ପାଇଥିଲା । ଅନ୍ୟମାନଙ୍କୁ ପୃଥକ ପୃଥକ ରୁମ୍‌ରୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା ।

ଘରୁ ମିଳିନଥିଲା ଡେଥ୍ ନୋଟ୍

ସଦ୍ୟ ସୂଚନା ଅନୁଯାୟୀ ମୃତଦେହ ଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ନିଆଯାଇଛି । ତେବେ ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଆତ୍ମହତ୍ୟା ବୋଲି ପୋଲିସ ଅନୁମାନ କରୁଛି । ପୋଷ୍ଟ ମର୍ଟମ ରିପୋର୍ଟ ପରେ ଏହା ସ୍ପଷ୍ଟ ହୋଇପାରିବ ।

ମୃତ ସ୍ତ୍ରୀ ସହ ଗୋଟିଏ କଠୋରୀରେ ରହୁଥିଲେ

କେନ୍ଦୁଝର: ମୃତ ସ୍ତ୍ରୀ ସହ ସ୍ୱାମୀ ବିତାଇଲେ ୪ଦିନ । ମୃତ ସ୍ତ୍ରୀ ସହ ଗୋଟିଏ କୋଠରୀରେ ଖିଆପିଆ କରିବା ସହ ଗୋଟିଏ ଖଟରେ ଶୋଇଥିଲେ ସ୍ୱାମୀ । ଖାଇବା ବେଳେ, ମୃତ ସ୍ତ୍ରୀଙ୍କୁ ଖୁଆଇ ମଧ୍ୟ ଦେଉଥିଲେ । ଘର ଭିତରୁ ଦୁର୍ଗନ୍ଧ ବାହାରିବାରୁ ପଡ଼ୋଶୀ ପୋଲିସକୁ ଖବର ଦେଇଥିଲେ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡା ଥାନା ରୂପାସାହିରେ ।

ସୂଚନା ଅନୁଯାୟୀ, ସୁରେନ୍ କାରୁଆଙ୍କ ସ୍ତ୍ରୀ ସୁନୀତାଙ୍କର ଦେହ ଖରାପ ଥିଲା । ସେ ଚଳପ୍ରଚଳ କରି ପାରୁନଥିଲେ । ସ୍ତ୍ରୀ ସୁନୀତାଙ୍କୁ ଡାକ୍ତରଖାନା ନେବା ବଦଳରେ ଘରେ ପକାଇ ରଖିଥିଲେ ସ୍ୱାମୀ ସୁରେନ୍ । ସୁରେନ୍ ଜଣେ ମାନସିକ ବିକାରଗ୍ରସ୍ତ ବୋଲି ପୋଲିସ୍ ସୂତ୍ରରୁ ପ୍ରକାଶ । ସ୍ତ୍ରୀ ସୁନୀତଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ଏହା ଜାଣି ପାରି ନଥିଲେ ସୁରେନ୍ । ସୁରେନଙ୍କର ପ୍ରଥମ ସ୍ତ୍ରୀଙ୍କର ମୃତ୍ୟୁ ପରେ ସୁନୀତାଙ୍କୁ ସେ ଦ୍ୱିତୀୟ ବିବାହ କରିଥିଲେ । ସୁରେନ୍ ଓ ସୁନୀତାଙ୍କ ମଧ୍ୟରେ ଅଧିକାଂଶ ସମୟରେ ଝଗଡ଼ା ଲାଗୁଥିବା ପଡ଼ୋଶୀମାନେ କହିଛନ୍ତି । ମୃତ୍ୟୁ ସମୟରେ ସୁନୀତା ଗର୍ଭବତୀ ଥିବା ଜଣାପଡ଼ିଛି । ସୋମବାରଠାରୁ ମୃତଦେହ ଘର ଭିତରେ ପଡି ରହିଥିବା ବେଳେ, ଗୁରୁବାର ଦିନ ଦୁର୍ଗନ୍ଧ ବାହାରିବାରୁ ଘଟଣା ସମ୍ପର୍କରେ ଜଣାପଡିଥିଲା । ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଥିବା ବେଳେ, ଶବ ବ୍ୟବଚ୍ଛେଦ ପାଇଁ ପଠାଇ ସୁରେନ୍ କୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ୍ ।

ଏଥିସହିତ ପଢ଼ନ୍ତୁ: ପାରୋଲରେ ଆସିଥିବା କଏଦୀଙ୍କ ଆତ୍ମହତ୍ୟା

ପାରୋଲରେ ଆସିଥିବା କଏଦୀଙ୍କ ଆତ୍ମହତ୍ୟା

ମାହାଙ୍ଗା: ପାରୋଲ୍‌ରେ ଆସିଥିବା କଏଦୀଙ୍କ ଆତ୍ମହତ୍ୟା । ମୃତ କଏଦୀ ଜଣଙ୍କ କଟକ ଜିଲ୍ଲା ମାହାଙ୍ଗା ଥାନା ବରାହିପୁର ଗାଁର ରାଜକିଶୋର ନାୟକ  । ତେବେ ଆତ୍ମହତ୍ୟା କାରଣ ଏବେ ଯାଏଁ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ସୂଚନା ମୁତାବକ, ରାଜକିଶୋର ନାୟକ  ପୁରୀ କାକଟପୁର ଅଞ୍ଚଳର ହୋଇଥିବା ବେଳେ ଶ୍ଵଶୁର ଘର କଟକ ଜିଲ୍ଲା ମାହାଙ୍ଗା ଥାନା ବାରାହୀପୁରରେ ଦୀର୍ଘ ବର୍ଷ ହେବ ରହିଆସୁଥିଲେ ।

  ସେ ୨୦୦୮ରେ ମାହାଙ୍ଗାର ତ୍ରିବେଣିଶ୍ୱର ବଜାରରେ ହୋଇଥିବା ବୋମାମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ତାଙ୍କର ସମ୍ପୃକ୍ତି ଥିବା ଅଭିଯୋଗରେ ଚୌଦାର ଜେଲ୍‌ରେ ସେ  ଆଜୀବନ କଏଦୀ ଭାବେ ସଜ୍ଜା କାଟୁଥିଲେ । ଗତ ମେ ମାସ ୨୧ ତାରିଖରେରେ କରୋନା ସଂକ୍ରମଣ ପାଇଁ ସେ ଘରକୁ  ପାରୋଲରେ ଆସିଥିଲେ । ପାରୋଲ ଶେଷ ପରେ ଆଜି ତାଙ୍କର ଜେଲ ଫେରିବାର ଦିନ ଥିଲା । ହେଲେ ସକାଳୁ ବେକରେ ଏକ ଲୁଗାରେ  ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।  ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଓ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ କଟକ ପଠାଇଛି ।