ଆସିଗଲା କ୍ୟାଟ୍ରିନା କୈଫ୍‌ ଏବଂ ଭିକ୍କି କୌଶଲଙ୍କ ବିବାହ ତାରିଖ !

ମୁମ୍ବାଇ: ଚର୍ଚ୍ଚାରେ କ୍ୟାଟ୍ରିନା କୈଫ୍‌ଏବଂ ଭିକ୍କି କୌଶଲଙ୍କ ବିବାହ । ଖବର କାଗଜ ଠାରୁ ଆରମ୍ଭ କରି ସୋସିଅଲ ମିଡିଆ ପର୍ଯ୍ୟନ୍ତ ସବୁଠି ଏହି ଲଭ୍‌ବର୍ଡ଼ଙ୍କ ଖବର । ମାୟାନଗରୀ ବଲିଉଡରେ ମଧ୍ୟ ଏହି ଦୁଇଜଣଙ୍କୁ ନେଇ କିଛି କମ୍‌ଚର୍ଚ୍ଚା ହେଉନାହିଁ । କେତେବେଳେ ଆଉଟଫିଟକୁ ନେଇ ତ କେତେବେଳେ ବିବାହ ସ୍ଥାନକୁ ନେଇ ଚର୍ଚ୍ଚା ଜୋର ଧରୁଛି । ଖବର ଅନୁସାରେ କ୍ୟାଟ୍ରିନା ଏବଂ ଭିକ୍କିଙ୍କ ବିବାହର ସମସ୍ତ ରୀତିନୀତି ଡିସେମ୍ବର ୭ରୁ ୯ ପର୍ଯ୍ୟନ୍ତ ସମ୍ପନ୍ନ ହେବ ।


ମିଡିଆ ରିପୋର୍ଟ ଅନୁସାରେ ଏହା ସାଧାସିଧା ନୁହେଁ ବରଂ ରାଜକୀୟ ଶୈଳୀରେ ସମ୍ପନ୍ନ ହେବ । ଯାହା ରାଜସ୍ଥାନର ୭୦୦ ବର୍ଷ ପୁରୁଣା ଦୁର୍ଗରେ ହେବ ବୋଲି କୁହାଯାଉଛି । କିନ୍ତୁ କେତେଜଣ ଅତିଥି ବିବାହରେ ଯୋଗଦେବେ ତାହାକୁ ନେଇ କୌଣସି ପ୍ରକାରର ଖବର ଆସିନାହିଁ ।

ସୂଚନା ଅନୁସାରେ ଉଭୟଙ୍କ ଡ୍ରେସ୍‌ଡିଜାଇନ୍‌କରୁଛନ୍ତି ପ୍ରସିଦ୍ଧ ଡିଜାଇନର ସବ୍ୟସାଚୀ । ଖାସ୍‌କଥା ହେଉଛି ଉଭୟ ପରିବାର ବିବାହକୁ ନେଇ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରିନାହାଁନ୍ତି । କିନ୍ତୁ ଏହି ଯୋଡ଼ିଙ୍କୁ ବିବାହ ବନ୍ଧନରେ ଦେଖିବା ପାଇଁ ଦର୍ଶକ ଖୁବ୍‌ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

Leave a Reply