ମମିତା ଘଟଣାରେ ଦାମ ବାଣ: ‘ଭ୍ରମିତ କରୁଛି ବିଜେପି, ବିରୋଧ ପୂର୍ବରୁ ନିଜକୁ ସଜାଡୁ କଂଗ୍ରେସ’

ଭୁବନେଶ୍ୱର: ବହୁଚର୍ଚ୍ଚିତ କଳାହାଣ୍ଡି ମମିତା ମେହେର ହତ୍ୟା ଘଟଣାରେ ମୁହଁ ଖୋଲିଛନ୍ତି ବରିଷ୍ଠ ରାଜନେତା ଦାମୋଦର ରାଉତ  । ଏହି ଘଟଣାରେ ରାଜ୍ୟ ସରକାରଙ୍କ ତଦନ୍ତକୁ ନେଇ ପ୍ରଶ୍ନ ଉଠାଉଥିବା ବିରୋଧି ଦଳକୁ ଏମିତି କିଛି ବାଣ ବର୍ଷଣ କରିଛନ୍ତି  । ସେ କହିଛନ୍ତି,  କଂଗ୍ରେସ ସଂଗଠନ ରସାତଳଗାମୀ  । ନିଜକୁ ସଜାଡ଼ିବାରେ ସକ୍ଷମ ନଥିଲା ବେଳେ, ମୁଖ୍ୟମନ୍ତ୍ରୀଙ୍କ ଆବାସ ଘେରାଉ କରିବା ଲଜ୍ଜ୍ୟାଜନକ  । ପ୍ରଥମେ ନିଜକୁ ସକ୍ଷମ କରାନ୍ତୁ, ପରେ ବିରୋଧ କରିବେ  ।

ସେହିପରି ମମିତା ମେହାର ଘଟଣାକୁ ନେଇ ବିଜେପିର ରାଜନୀତିକରଣକରୁ ନେଇ ମଧ୍ୟ ବର୍ଷିଛନ୍ତି ଦାମୋଦର,  ସେ କହିଛନ୍ତି ଓଡ଼ିଶାରେ ରାଜନୀତି କରିବାକୁ ଆଗେଇ ଆସୁଥିବା ବିଜେପି କାହିଁକି ଉତ୍ତରପ୍ରଦେଶରେ ଚୁପ୍ ? ଲଖିମପୁର ଖେରିରେ ଚାଷୀଙ୍କୁ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ଗାଡ଼ି ଚଢାଇ ହତ୍ୟାକଲା, ଅଥଚ ସେଠି କାର୍ଯ୍ୟାନୁଷ୍ଠାନ କିମ୍ବା କେନ୍ଦ୍ରୀୟ ତଦନ୍ତ ଦାବି କରିନାହିଁ ବିଜେପି  । ଅଥଚ ସେଭଳି ସ୍ଥାନକୁ ବିଜେପି ନିଜର କେନ୍ଦ୍ରୀୟ କମିଟି ପଠାଇନାହିଁ  । କିନ୍ତୁ କଳାହାଣ୍ଡି ଘଟଣାରେ ଓଡ଼ିଶା ପୋଲିସ ସଠିକ ଅନୁସନ୍ଧାନ ଏବଂ ତଦନ୍ତ ଜାରି ରଖିଥିବା ସ୍ୱତେ ମଧ୍ୟ ଏଭଳି ରାଜନୀତି କରିବା ଯଥାର୍ଥ ନୁହେଁ  । ଏହା ଘୋର ନିନ୍ଦନୀୟ ବୋଲି କହିଛନ୍ତି ଦାମୋଦର ରାଉତ  ।

ଘଟଣାସ୍ଥଳକୁ ପରିଦର୍ଶନରେ ଯାଇଥିବା ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ତଥା ବିଜେପି ନେତା ପ୍ରକାଶ ମିଶ୍ରଙ୍କ ମନ୍ତବ୍ୟକୁ ମଧ୍ୟ ବିରୋଧ କରିଛନ୍ତି ଦାମ  । ସେ କହିଛନ୍ତି ପ୍ରକାଶ ମିଶ୍ର ପୂର୍ବରୁ ମଧ୍ୟ ଓଡ଼ିଶା ପୋଲିସ ସେବାର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ  । ସେ ଜାଣିଛନ୍ତି ପୋଲିସ କିଭଳି ତଦନ୍ତ କରେ  । ଯଦି ଏବେ ପୋଲିସ ତଦନ୍ତ ବାଟମଣା କରୁଛି ବୋଲି ପ୍ରକାଶ ମିଶ୍ର ଦୋଶାରୋପ କରୁଛନ୍ତି, ତେବେ ସେ ମଧ୍ୟ ନିଜ ସମୟରେ ଏପରି ତଦନ୍ତକୁ ବାଟମଣା କରୁଥିଲେ କି ବୋଲି ପ୍ରଶ୍ନ କରିଛନ୍ତି ଦାମ ରାଉତ  । ବିଜେପି କେବଳ ମିଥ୍ୟା ଆରୋପ ଏବଂ ଅରାଜକତଚା ସୃଷ୍ଟି କରିବାରେ ବିଶ୍ୱାସ କରେ  । ଏବଂ ସର୍ବୋପରି ନିଜର ଫାଇଦା ପାଇଁ ସଠିକ ଘଟଣାକୁ ମଧ୍ୟ ଭ୍ରମିତ କରି ରାଜନୀତି କରିବାରେ ଅଭ୍ୟସ୍ତ ବୋଲି ସେ କହିଛନ୍ତି  ।

Leave a Reply