କିମ୍‌ ଜୋଙ୍ଗ୍‌ ଉନ୍‌: ୨୦୨୫ ପର୍ଯ୍ୟନ୍ତ କମ୍‌ ଖାଦ୍ୟ ଖାଅ, ନଚେତ୍‌…

1 min read

ନୂଆଦିଲ୍ଲୀ: ନିଜର କ୍ରୁର ଶାସନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି, ଉତ୍ତର କୋରିଆ ଶାସକ ତାନାଶାହ କିମ ଜୋଙ୍ଗ ଉନ । ନିକଟରେ ଯଦିଓ ସେଭଳି କୌଣସି ଚର୍ଚ୍ଚା ସାମ୍ନାକୁ ଆସିନାହିଁ ତଥାପି କିମଙ୍କ ଏକ ବଡ଼ ଘୋଷଣା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । କିନ୍ତୁ ଏହା ମଧ୍ୟ ସମସ୍ତେ ଜାଣନ୍ତିଯେ, ଉତ୍ତର କୋରିଆରେ ଖାଦ୍ୟାଭାବ ଏକ ବିରାଟ ସମସ୍ୟା । ଏଭଳି ସ୍ଥିତିରେ ଦେଶବାସୀଙ୍କୁ ୨୦୨୫ ପର୍ଯ୍ୟନ୍ତ କମଖ ଖାଇବାକୁ କହିଛନ୍ତି କିମ୍ । ଆବଶ୍ୟକ ପରିମାଣର ଖାଦ୍ୟ ବିତରଣ ହୋଇପାରୁନଥିବାରୁ ଲୋକଙ୍କ ନିକଟରେ ଖାଦ୍ୟ ପହଞ୍ଚି ପାରୁନାହିଁ । ଯେଉଁଥିପାଇଁ ଉତ୍ତର କୋରିଆର ଖାଦ୍ୟ ବଜାରରେ ନିଆଁ ଲାଗିଛି । ଖାଦ୍ୟ ସାମଗ୍ରୀ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି ।

ରିପୋର୍ଟ ଅନୁସାରେ ପ୍ରାକୃତିକ ଦୁର୍ବପାକ, ଅସୁସ୍ଥତା, କୃଷି ଯନ୍ତ୍ରପାତିର ଅଭାବ ଏବଂ ନୂତନ ଜ୍ଞାନ କୌଶଳର ଘୋର ଅଭାବ ଉତ୍ତର କୋରିଆରେ ଏଭଳି ପରିସ୍ଥିତି ସୃଷ୍ଟି ହେବାର ଏକ ପ୍ରମୁଖ କାରଣ । ତେବେ ଦେଶ ତା’ର ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଯୋଗାଇବାରେ ଅସମର୍ଥ ହେଉଥିବାରୁ ଲୋକଙ୍କ ପାଇଁ ଖାଦ୍ୟାଭାବ ସମସ୍ୟା ଚିନ୍ତାର କାରଣ ସାଜିଛି ।

ଗୋଟିଏ ପଟେ ଏତେ ସମସ୍ୟା ଥିବାବେଳେ ଗତବର୍ଷ ଟାଇଫୁନ ଏବଂ କରୋନା ଭାଇରସ୍ଖାଦ୍ୟାଭାବ ସମସ୍ୟାକୁ ଅଧିକ ବଢ଼ାଇ ଦେଇଛି ।


ନିକଟରେ ପ୍ରଚୁର ବୃଷ୍ଟିପାତ ଉତ୍ତର କୋରିଆ ଉପରେ ଦୁଃଖର ପାହାଡ଼ ଲଦି ଦେଇଛି । ଏହି ଅଞ୍ଚଳରେ ଫସି ରହିଥିବା ଲୋକଙ୍କ ସୁରକ୍ଷା ପାଇଁ ଉଦ୍ଧାରକାରୀ ଦଳକୁ ପଠାଇଛନ୍ତି କିମ୍। UNର ରିପୋର୍ଟ ଅନୁସାରେ ଅନାହାର ଯୋଗୁଁ ଉତ୍ତର କୋରିଆର ପ୍ରାୟ ୪୦ ପ୍ରତିଶତଙ୍କ ନିକଟରେ ପୋଷଣର ଅଭାବ ରହିଛି ।


RFAର ରିପୋର୍ଟ ଅନୁସାରେ ଚଳିତ ବର୍ଷ ଉତ୍ତର କୋରିଆରେ ୮ ଲକ୍ଷ ୬୦ ହଜାର ଟନ୍ଖାଦ୍ୟ ଅଭାବ ହୋଇଛି । ତେଣୁ ଶୋଚନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି କମ୍ଖାଦ୍ୟ ଖାଇବା ପାଇଁ ଦେଶବାସୀଙ୍କୁ କହିଛନ୍ତି କିମ୍।

Leave a Reply