LICର ନୂଆ ସ୍କିମ୍: ଥରେ ପ୍ରିମିୟମ ଭର, ସାରା ଜୀବନ ପେନସନ ପାଅ

1 min read

ନୂଆଦିଲ୍ଲୀ: ପେନସନ୍ କଥା ଶୁଣିଲେ ୬୦ ବର୍ଷ ପରେ ମିଳିଥାଏ ବୋଲି ମନକୁ ଆସିଥାଏ । ହେଲେ ଏହି ନିୟମକୁ LIC ବଦଳାଇ ଦେଇଛି । ଏବେ ଆପଣଙ୍କୁ ପେନସନ୍ ପାଇଁ ୬୦ ବର୍ଷ ଅପେକ୍ଷା କରିବାକୁ ପଡ଼ିବନି । ନିକଟରେ LIC ଏମିତି ଏକ ସ୍କିମ୍ ଆଣିଛି, ଯାହାକୁ ନେଲେ ଆପଣଙ୍କୁ ୬୦ ନୁହେଁ ୪୦ ବର୍ଷରୁ ପେନସନ୍ ମିଳିବା ଆରମ୍ଭ ହୋଇଯିବ । ଗୁରୁତ୍ବପୂର୍ଣ୍ଣ କଥା ହେଲା ଏଥିରେ ଆପଣଙ୍କୁ ମାତ୍ର ଥରେ ପ୍ରିମିୟମ୍ ଭରିବାକୁ ପଡ଼ିବ ଓ ଆପଣଙ୍କୁ ବଞ୍ଚିଥିବା ପର୍ଯ୍ୟନ୍ତ ପେନସନ ମିଳୁଥିବ । LICର ଏହି ସ୍କିମର ନାଁ ‘ସରଳ ପେନସନ୍ ଯୋଜନା’ । ଆସନ୍ତୁ ଜାଣିବା କ’ଣ ଏହି ସରଳ ପେନସନ୍ ଯୋଜନା ଓ କେମିତି ଏହାର ଲାଭ ଉଠାଇ ପାରିବେ ।

ସରଳ ପେନସନ୍ ଯୋଜନା କ’ଣ ?

ସରଳ ପେନସନ୍ ଯୋଜନା ଏକ ସିଙ୍ଗିଲ ପ୍ରିମିୟମ ପେନସନ୍ ପ୍ଲାନ୍ । ପଲିସି ନେବା ସମୟରେ ଆପଣଙ୍କୁ ମାତ୍ର ଥରେ ପ୍ରିମିୟମ୍ ଦେବାକୁ ପଡ଼ିବ । ଏହାପରେ ପୂରା ଜୀବନ ଆପଣଙ୍କୁ ପେନସନ୍ ମିଳିବ । ପେନସନଧାରୀଙ୍କ ମୃତ୍ୟୁ ହୋଇଗଲେ ତାଙ୍କ ନୋମିନିଙ୍କୁ ପ୍ରିମିୟମର ପୂରା ଟଙ୍କା ଫେରସ୍ତ ମିଳିଯିବ । ଏହା ଏକ ଇମିଡିଏଟ ୟୁନିଟି ପ୍ଲାନ୍ । ଅର୍ଥାତ ପଲିସି ନେବା ପରେ ହିଁ ଆପଣଙ୍କୁ ପେନସନ୍ ମିଳିବା ଆରମ୍ଭ ହୋଇଯିବ । ପଲିସି ନେବା ପରେ ଆପଣ ଯେତେ ଟଙ୍କା ପେନସନ୍ ପାଇବେ ସେତିକି ହିସାବରେ ପ୍ରତିମାସ ପୂରା ଜୀବନ ମିଳିବ ।

ଦୁଇ ପ୍ରକାରରେ ନେଇ ପାରିବେ ପଲିସି

Single Life: ଏଥିରେ ପଲିସି କେବଳ ଜଣଙ୍କ ନାଁରେ ନେଇ ହେବ । ଯେତେଦିନ ପର୍ଯ୍ୟନ୍ତ ପଲିସିଧାରୀ ଜୀବିତ ଥିବେ ପେନସନ ପାଉଥିବେ । ତାଙ୍କ ମୃତ୍ୟୁ ପରେ ନୋମିନିଙ୍କୁ ପ୍ରିମିୟମ୍ ଟଙ୍କା ମିଳିଯିବ ।

Joint Life: ଏଥିରେ ଦୁଇଜଣଙ୍କ ପାଇଁ ଲାଇଫଟାଇମ୍ କଭରେଜ ରହିଛି । ଯେପର୍ଯ୍ୟନ୍ତ ପ୍ରାଇମେରୀ ପେନସନଧାରୀ ଜୀବିତ ଥିବେ ପେନସନ୍ ପାଉଥିବେ । ତାଙ୍କ ମୃତ୍ୟୁ ପରେ ପତି କିମ୍ବା ପତ୍ନୀ ତାଙ୍କୁ ପେନସନ୍ ମିଳିବ । ସେ ଜୀବିତ ଥିବା ଯାଏଁ ପେନସନ୍ ପାଇବେ । ଉଭୟଙ୍କ ମୃତ୍ୟୁ ପରେ ପ୍ରିମିୟମ ଟଙ୍କା ନୋମିନିଙ୍କୁ ମିଳିଯିବ ।

କିଏ ନେଇ ପାରିବେ ?

୪୦ରୁ ୮୦ ବର୍ଷର ଲୋକ ଏହି ପେନସନ୍ ପ୍ଲାନ୍ ନେଇପାରିବେ । କାରଣ ଏହା ଏକ ହୋଲ ଲାଇଫ୍ ପଲିସି, ଏଥିରେ ପୂରା ଜୀବନ ପେନସନ୍ ମିଳିଥାଏ । ପଲିସି ଆରମ୍ଭ ହେବାର ତାରିଖଠାରୁ ୬ ମାସ ପରେ ଯେବେ ଚାହିଁବେ ଆପଣ ଏହାକୁ ଭାଙ୍ଗି ପାରିବେ ।

କେବେ ମିଳିବ ପେନସନ୍ ?

ପେନସନ୍ କେବେ ମିଳିବ ଏହା ପେନସନଧାରୀଙ୍କୁ ସ୍ଥିର କରିବାକୁ ପଡ଼ିବ । ପେନସନ୍ ନେବା ପାଇଁ ୪ଟି ବିକଳ୍ପ ରହିଛି । ଆପଣ ଏହାକୁ ପ୍ରତିମାସ ନେଇପାରିବେ । ୩ ମାସରେ ଥରେ କିମ୍ବା ୬ ମାସରେ ଥରେ ବି ନେଇ ପାରିବେ । ଆପଣ ଚାହିଁଲେ, ବର୍ଷକରେ ଥରେ ବି ଏହାକୁ ଉଠାଇ ପାରିବେ ।

କେତେ ମିଳିବ ?

ଏବେ ପ୍ରଶ୍ନ ଉଠୁଛି, କେତେ ଟଙ୍କା ଦେବାକୁ ପଡ଼ିବ ଓ ପେନସନରେ କେତେ ମିଳିବ । ସ୍କିମ ଜରିଆରେ ଆପଣଙ୍କୁ ମାସକୁ ଅତି କମରେ ୧୦୦୦ ଟଙ୍କା ପେନସନ ନେବାକୁ ପଡ଼ିବ । ୪ଟି ବିକଳ୍ପ ଅନୁସାରେ ଆପଣଙ୍କୁ ପେନସନ ନେବାକୁ ପଡ଼ିବ ।  ଯଦି ଆପଣଙ୍କୁ ୪୦ ବର୍ଷ ଓ ୧୦ ଲକ୍ଷ ଟଙ୍କାର ପ୍ରିମିୟମ୍ ଜମା କରିବ ତେବେ ଆପଣଙ୍କୁ ବର୍ଷକୁ ୫୦ ହଜାର ୨୫୦ ଟଙ୍କା ପେନସନରେ ପାଇବେ ।

ରୋଗରେ ପଡ଼ିଲେ ଟଙ୍କା ଉଠାଇ ପାରିବେ

ଯଦି ଆପଣ କୌଣସି ଗୁରୁତର ବେମାରୀରେ ପଡ଼ନ୍ତି ଓ ଚିକିତ୍ସା ପାଇଁ ଟଙ୍କା ଦରକାର ଥିବ ତେବେ ସରଳ ପେନସନ୍ ଯୋଜନାରେ ଜମା କରିଥିବା ଟଙ୍କାକୁ ଉଠାଇ ପାରିବେ । ପ୍ଲାନ୍ ନେବା ବେଳେ ଗୁରୁତର ରୋଗର ଲିଷ୍ଟ ଦିଆଯାଇଥାଏ । ଯେଉଁଥି ପାଇଁ ଆପଣ ଟଙ୍କା ଉଠାଇ ପାରିବେ । ବେସ୍ ପ୍ରାଇସର ୯୫ ପ୍ରତିଶତ ଟଙ୍କା ଆପଣଙ୍କୁ ମିଳିଯିବ ।

ଲୋନ୍ ମଧ୍ୟ ମିଳିବ

ଯୋଜନାରେ ଆପଣ ଚାହିଁଲେ ଲୋନ୍ ମଧ୍ୟ ନେଇ ପାରିବେ । ଯୋଜନା ଆରମ୍ଭ ହେବାର ୬ ମାସ ପରେ ଆପଣ ଲୋନ୍ ନେବାକୁ ଯେଗ୍ୟ ହୋଇଯିବେ ।

Leave a Reply